OPINION | COVIDର ସମ୍ଭାବ୍ୟ ତୃତୀୟ ତରଙ୍ଗର ବିପଦ ଓ ତ୍ୱରିତ ଟିକାକରଣର ଆବଶ୍ୟକତା

ଭାରତ ପାଇଁ ବର୍ତ୍ତମାନ କମ୍ ଟିକାକରଣ ହାର ଓ ଡେଲଟା ଭ୍ୟାରିଆଣ୍ଟର ଆବିର୍ଭାବ ମୁଖ୍ୟ ଚିନ୍ତାର ବିଷୟ । ଏହା ବି ଧ୍ୟାନରେ ରଖିବାକୁ ହେବ ଯେ ଆମେ ଶୂନ୍ୟରୁ ୧୮ ବର୍ଷ ବୟସ ବର୍ଗର ଲୋକଙ୍କ ଟିକାକରଣ ଏ ଯାଏଁ ଆରମ୍ଭ କରିନୁ ।

ଭାରତରେ ଜୁନ୍‌ ୨୮ ତାରିଖ ସୁଦ୍ଧା ୩୨ କୋଟି ୩୬ ଲକ୍ଷ ଡୋଜ୍‌ କରୋନା ଟିକା ଦିଆଯାଇଛି । (ପ୍ରତୀକାତ୍ମକ ଛବି)

ଭାରତରେ ଜୁନ୍‌ ୨୮ ତାରିଖ ସୁଦ୍ଧା ୩୨ କୋଟି ୩୬ ଲକ୍ଷ ଡୋଜ୍‌ କରୋନା ଟିକା ଦିଆଯାଇଛି । (ପ୍ରତୀକାତ୍ମକ ଛବି)

  • Share this:
ଜୁନ୍ ୨୮ ତାରିଖ ସୁଦ୍ଧା ଭାରତରେ କୋଭିଡ-୧୯ ଟିକାର ୩୨,୩୬,୬୩,୨୯୭ଟି ଡୋଜ୍‌  (୩୨ କୋଟି ୩୬ ଲକ୍ଷ) ଦିଆଯାଇ ସାରିଛି । ଏହାର ଅର୍ଥ ହେଉଛି ଆମେ ଟିକା ଦେବାରେ ଆମେରିକାକୁ ବି ପଛରେ ଛାଡ଼ିଦେଇଛୁ। କୌତୁହଳର ବିଷୟ ହେଉଛି ଯେ ଭାରତରେ ଟିକାକରଣ ଏହି ବର୍ଷ ଜାନୁୟାରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଗତ ବର୍ଷ ଡିସେମ୍ବର ୧୪ରୁ ଆମେରିକାରେ ଆରମ୍ଭ ହୋଇସାରିଥିଲା ।

ବିଶେଷକରି ଦେଶରେ କରୋନା ସଂକ୍ରମଣର ସାମ୍ପ୍ରତିକ ଭୟଙ୍କର ଦ୍ୱିତୀୟ ତରଙ୍ଗ ଓ ସାର୍ବଜନିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଢାଞ୍ଚା ଉପରେ ଏହାର ଅତ୍ୟଧିକ ପ୍ରଭାବ ପରିପ୍ରେକ୍ଷୀରେ ଏତେ ସଂଖ୍ୟାରେ ଲୋକଙ୍କୁ ଟିକା ଦେବା କୌଣସି ସାମାନ୍ୟ କାର୍ଯ୍ୟ ନ ଥିଲା । ତଥାପି ଦେଶର ସମୁଦାୟ ଯୋଗ୍ୟ ଜନସଂଖ୍ୟା ତୁଳନାରେ ଟିକାକରଣ କରାଯାଇଥିବା ଲୋକଙ୍କ ଶତକଡ଼ା କମ୍ ରହିଛି ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଭାରତରେ ତୃତୀୟ ତରଙ୍ଗ ବିଷୟରେ ଚେତାବନୀ ଦେଇଛନ୍ତି । କିଛି ଲୋକ ପୂର୍ବାନୁମାନ କରିଛନ୍ତି ଯେ ଭାରତର ତୃତୀୟ ତରଙ୍ଗ ବର୍ତ୍ତମାନଠାରୁ ଛଅରୁ ଆଠ ସପ୍ତାହ ମଧ୍ୟରେ ଆରମ୍ଭ ହୋଇପାରେ । ଅନ୍ୟ କେତେକ ସେପ୍ଟେମ୍ବର-ଅକ୍ଟୋବରରେ ଏହାର ଅଧିକ ସମ୍ଭାବନା ରହିଛି ବୋଲି କହିଛନ୍ତି । ତୃତୀୟ ତରଙ୍ଗର ସମୟ ଓ ଭୟାବହତା ଭାଇରସର ପରିବର୍ତ୍ତନ (ମ୍ୟୁଟେସନ୍‌), ଲୋକଙ୍କ ଆଚରଣ ଓ ଟିକାକରଣର ପ୍ରସାର ଉପରେ ନିର୍ଭର କରିବ । ସମୟର ସୀମାରେଖାକୁ ଧ୍ୟାନ ନ ଦେଇ ତୃତୀୟ ତରଙ୍ଗ ଓ ସମ୍ଭବତଃ ଏମିତି ଯେକୌଣସି ଚିନ୍ତାଜନକ ପରିସ୍ଥିତି କିଛି ପାଇଁ ସରକାର, ନାଗରିକ, ନାଗରିକ ସମାଜ ସଙ୍ଗଠନ ଓ ଶିଳ୍ପ ସମେତ ସମସ୍ତେ ପ୍ରସ୍ତୁତ ହେବା ଉଚିତ ।

ସମଗ୍ର ବିଶ୍ୱରେ ଭବିଷ୍ୟତ ପାଇଁ ଆମକୁ ଏହି ବିପର୍ଯ୍ୟୟର ମୁକାବିଲା କରିବାକୁ ପଡି଼ବ । ଟିକାକରଣ ହେଉଛି ଏଥି ପାଇଁ ଆମର ଏକ ମାତ୍ର ଅସ୍ତ୍ର । ଯଦିଓ ସଂକ୍ରମଣ ଓ ସଞ୍ଚାରଣ ଉପରେ ଟିକାର ପ୍ରଭାବ ଭାଇରସର ପ୍ରକାର ଅନୁସାରେ ଭିନ୍ନ ହୋଇପାରେ, ଟିକା କିନ୍ତୁ ଜୀବନକୁ ରକ୍ଷା କରେ । ପ୍ରମାଣ ସୂଚାଉଛି ଯେ ବ୍ୟକ୍ତି କେବଳ ପ୍ରଥମ ଡୋଜ୍ ନେଇଥିଲେ ମଧ୍ୟ ଟିକାକରଣ କରିଥିବା ଲୋକଙ୍କର ଡାକ୍ତରଖାନାରେ ଭର୍ତ୍ତି ହେବାର କମ୍ ସମ୍ଭାବନା ଅଛି । ବିନା କୌଣସି ସୁରକ୍ଷା ଅପେକ୍ଷା ଆଂଶିକ ସୁରକ୍ଷା ସର୍ବଦା ଭଲ । ବାସ୍ତବରେ ଏହା ଅନେକ କ୍ଷେତ୍ରରେ ଜୀବନ ଓ ମୃତ୍ୟୁ ମଧ୍ୟରେ ଥିବା ପାର୍ଥକ୍ୟକୁ ଦର୍ଶାଏ ।

ଭାରତ ପାଇଁ ବର୍ତ୍ତମାନ କମ୍ ଟିକାକରଣ ହାର ଓ ଡେଲଟା ପ୍ରଜାତିର (ଭ୍ୟାରିଆଣ୍ଟ୍‌) ଆବିର୍ଭାବ ମୁଖ୍ୟ ଚିନ୍ତାର ବିଷୟ । ଆମକୁ ଏହା ବି ଧ୍ୟାନରେ ରଖିବାକୁ ହେବ ଯେ ଆମେ ଶୂନ୍ୟରୁ ୧୮ ବର୍ଷ ବୟସ ବର୍ଗର ଲୋକଙ୍କ ପାଇଁ ଟିକାକରଣ ଏ ପର୍ଯ୍ୟନ୍ତ ଆରମ୍ଭ କରିନାହୁଁ । ଟିକାକରଣର ତୀବ୍ର ଗତି ବିନା ଆମେ ସମସ୍ତଙ୍କଠାରେ ପ୍ରତିରୋଧକ ଶକ୍ତି ବଢ଼ାଇପାରିବା ସମ୍ଭବ ନୁହେଁ। ବିଶେଷକରି ଯେଉଁମାନେ ବେସରକାରୀ ଅନୁଷ୍ଠାନରେ ଟିକାକରଣ କରେଇପାରୁ ନାହାଁନ୍ତି ସେମାନଙ୍କ ପାଇଁ ଟିକାକରଣର ବେଗ ବଢ଼ାଇବା ଅତି ଜରୁରୀ ।

ସୁଦୂର ଗ୍ରାମାଞ୍ଚଳରେ ତଥା ସହରାଞ୍ଚଳର ବସ୍ତିମାନଙ୍କରେ ରହୁଥିବା ଲୋକଙ୍କପାଇଁ ସରକାରଙ୍କ ଦ୍ଵାରା ମାଗଣା ଟିକାକରଣ ଏକ ଚ୍ୟାଲେଞ୍ଜ ରହିଆସିଛି । ଟେକ୍ନୋଲୋଜିର ପହଞ୍ଚର ଅଭାବ, ଟିକା ନେବା ପାଇଁ ଅନେକ ଲୋକଙ୍କ ମନରେ ଥିବା ଶଙ୍କା ଓ ନିମ୍ନ ସ୍ତରର ସଚେତନତା ପରି ଅନେକ ଚ୍ୟାଲେଞ୍ଜର ତୁରନ୍ତ ସମାଧାନ କରାଯିବା ଆବଶ୍ୟକ ।

ଟିକାକରଣର ଫଳପ୍ରଦତା ନିର୍ଦ୍ଧାରିତ କରିବା ଉପରେ କାର୍ଯ୍ୟ ଚାଲିଥିବା ବେଳେ ଭବିଷ୍ୟତର ସମ୍ଭାବ୍ୟ ତରଙ୍ଗକୁ ଦୃଷ୍ଟିରେ ରଖି ଦୃତ ଓ ପ୍ରଭାବଶାଳୀ ଭାବରେ ଟିକାକରଣ ଅଭିଯାନ କରେଇବା ପାଇଁ ସାର୍ବଜନିକ ସ୍ୱାସ୍ଥ୍ୟର ଭିତ୍ତିଭୂମି ଢାଞ୍ଚାକୁ ବୃଦ୍ଧି କରିବାକୁ ପଡି଼ବ । ଭବିଷ୍ୟତରେ ବୁଷ୍ଟର୍ ଡୋଜ୍ ପାଇଁ ଏମିତି ଭିତ୍ତିଭୂମି ଓ ପ୍ରକ୍ରିୟାଗୁଡ଼ିକ ତ୍ୱରିତ ଓ ଦକ୍ଷ କଭରେଜ୍‌ କରିବାରେ ସାହାଯ୍ୟ କରିବ ଯାହାକି ଭିନ୍ନ ଭିନ୍ନ ସମୟ ବ୍ୟବଧାନରେ ଆବଶ୍ୟକ ହୋଇପାରେ ।

ଏହି ଲଢେଇରେ ଏକ ଗୁରୁତ୍ୱପୂର୍ଣ୍ଣ ପକ୍ଷ ହେଉଛି ପ୍ରତ୍ୟକ୍ଷ ଭାବରେ ଲୋକଙ୍କ ମଧ୍ୟରେ କାମ କରୁଥିବା ଫ୍ରଣ୍ଟଲାଇନ୍ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କର ଦକ୍ଷତା ବୃଦ୍ଧି କରିବା । ଅଙ୍ଗନବାଡ଼ି କର୍ମଚାରୀ, ସ୍ୱୀକୃତିପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କର୍ମଚାରୀ (ASHA) ଓ ସହାୟକ ନର୍ସ ଧାତ୍ରୀଙ୍କ (ANM) ପରି କର୍ମଚାରୀମାନେ COVID-19 ବିରୋଧରେ ଚାଲିଥିବା ଲଢ଼େଇର ଅକୁହା ନାୟକ ନାୟିକା । ସେମାନେ ଟିକାକରଣ ପାଇଁ ତୃଣମୂଳ ସ୍ତରରେ ଥିବା ଲୋକଙ୍କୁ ଶିକ୍ଷା ଦିଅନ୍ତି, ଆଶ୍ଵସ୍ତ କରାନ୍ତି ଓ ସଙ୍ଗଠିତ ହୋଇ ବ୍ୟାପକ କଭରେଜକୁ ସୁନିଶ୍ଚିତ କରନ୍ତି । ସେମାନଙ୍କର କ୍ଷମତା ନିର୍ମାଣ କରିବା ଓ ସେମାନଙ୍କୁ ସଙ୍ଗଠିତ କରି ଆବଶ୍ୟକ ତାଲିମ ଦେଇ କାର୍ଯ୍ୟ କରାଇବା ଅତି ଗୁରୁତ୍ୱପୂର୍ଣ୍ଣ ।

ଦେଶ ଓ ସମାଜକୁ ସାଧାରଣ ସ୍ଥିତିକୁ ଫେରି ଆସିବା ପାଇଁ ଟିକାକରଣ ହେଉଛି ଏକ ମାତ୍ର ଉପାୟ । ଯେ ପର୍ଯ୍ୟନ୍ତ ସମସ୍ତେ ଟିକା ନେଇନାହାନ୍ତି ସେ ପର୍ଯ୍ୟନ୍ତ ଆମେ କେହି ସୁରକ୍ଷିତ ନାହାନ୍ତି । ଆମେ ସମସ୍ତେ ଟିକା ନେବା ପାଇଁ ବର୍ତ୍ତମାନ ହିଁ ସଠିକ ସମୟ । ଆମେ ନିଜ ଆଖପାଖରେ ଥିବା ସମସ୍ତଙ୍କୁ ଏହା କରିବାକୁ ଉତ୍ସାହିତ କରିବା ଉଚିତ ।

ଅନିଲ ପରମାର

ଭାଇସ୍‌-ପ୍ରେସିଡେଣ୍ଟ୍‌ (ସାମ୍ପ୍ରଦାୟିକ ନିବେଶ), United Way Mumbai

(ଏହା ଏକ ପାର୍ଟନର୍‌ଡ୍‌ ଆର୍ଟିକ୍ଲ)
Published by:Anand S.T. Das
First published: