ରାଜ୍ୟରେ କମିଲା କରୋନା ପଜିଟିଭ୍ ସଂଖ୍ୟା, ହେଲେ ମୃ୍ତ୍ୟୁ ଉପରେ ଲାଗିପାରୁନି ବ୍ରେକ୍

ମାସେରୁ ଅଧିକ ସମୟ ପରେ ରାଜ୍ୟରେ ୩,୦୦୦ ତଳକୁ ଖସିଛି ଦୈନିକ କରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୩୦ଟି ଜିଲ୍ଲାରୁ ୨,୬୧୭ ଜଣ ଆକ୍ରାନ୍ତ ଚିହ୍ନୟ ହୋଇଛନ୍ତି ଓ ୧୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ରାଜ୍ୟରେ କମିଲା କରୋନା ପଜିଟିଭ୍ ସଂଖ୍ୟା, ହେଲେ ମୃ୍ତ୍ୟୁ ଉପରେ ଲାଗିପାରୁନି ବ୍ରେକ୍
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 5, 2020, 4:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆଉ ୧୭ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି । ଏହି ୧୭ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୨୪କୁ ବୃଦ୍ଧି ପାଇଛି । ହେଲେ ରାଜ୍ୟରେ କରୋନା ସ୍ଥିତିରେ ସୁଧାରର ସଙ୍କେତ ସ୍ୱରୂପ ମାସେ ପରେ ୩ ହଜାର ତଳକୁ ଖସିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଏହା ପୂର୍ବରୁ ଅଗଷ୍ଟ ୩୧ରେ ୩ ହଜାରରୁ କମ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

୧୭ ଜଣ ମୃତକଙ୍କ ମଧ୍ୟରେ କଟକ ଓ ପୁରୀରୁ ତିନି ଜଣ ଲେଖାଏଁ କରୋନା ଭାଇରସ ଆକ୍ରାନ୍ତ ଅଛନ୍ତି । ଖୋର୍ଦ୍ଧା, ବାଲେଶ୍ବର ଓ ବୌଦ୍ଧରୁ ଦୁଇ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨,୬୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୧,୫୨୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାକି ୧,୦୯୬ ଜଣ ସ୍ଥାନୀୟ ବାସିନ୍ଦା ବୋଲି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଖୋର୍ଦ୍ଧାରୁ ସର୍ବାଧିକ ୫୦୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ବରଗଡ଼ରୁ ୧୪୮ ଜଣ, କଟକରୁ ୧୩୬ ଜଣ, କେନ୍ଦ୍ରାପଡ଼ାରୁ ୧୩୨ ଜଣ, ଅନୁଗୁଳରୁ ୧୧୫ ଜଣ, ଯାଜପୁରରୁ ୧୧୨ ଜଣ, ବଲାଙ୍ଗିରରୁ ୧୦୯ ଜଣ, କେନ୍ଦୁଝରରୁ ୧୦୭ ଜଣ ଓ ସମ୍ବଲପୁରରୁ ୧୦୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୧୦୧ ଜଣ, ସୁନ୍ଦରଗଡ଼ରୁ ୯୧ ଜଣ, ପୁରୀ ଓ ବାଲେଶ୍ବରରୁ ୭୯ ଜଣ ଲେଖାଏଁ ଆକ୍ରାନ୍ତ, ଢେଙ୍କାନାଳରୁ ୭୪ ଜଣ, ମାଲକାନଗିରିରୁ ୬୭ ଜଣ, ନବରଙ୍ଗପୁରରୁ ୫୯ ଜଣ, ନୂଆପଡ଼ାରୁ ୫୮ ଜଣ, ଭଦ୍ରକରୁ ୪୯ ଜଣ, ଝାରସୁଗୁଡ଼ାରୁ ୪୬ ଜଣ, ଜଗତସିଂହପୁରରୁ ୪୫ ଜଣ ଓ କଳାହାଣ୍ଡିରୁ ୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କୋରାପୁଟ ଓ ଗଞ୍ଜାମରୁ ୪୩ ଜଣ ଲେଖାଏଁ, ନୟାଗଡ଼ରୁ ୩୮ ଜଣ, କନ୍ଧମାଳରୁ ୩୨ ଜଣ, ରାୟଗଡ଼ାରୁ ୨୬ ଜଣ, ସୋନପୁରରୁ ୨୩ ଜଣ, ବୌଦ୍ଧ ଓ ଦେବଗଡ଼ରୁ ୧୮ ଜଣ ଲେଖାଏଁ ଓ ଗଜପତିରୁ ୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୨ ଲକ୍ଷ ୩୫ ହଜାର ୩୩୦କୁ ବୃଦ୍ଧି ପାଇଛି ।

ଏହା ବି ପଢ଼ନ୍ତୁ | ହାଥରସ ଯିବା ବାଟରେ ରାହୁଳ ଓ ପ୍ରିୟଙ୍କା କାର୍‌ରେ ହସୁଥିଲେ; BJP କହିଲା ‘‘ରାଜନୈତିକ ଶାଗୁଣାବାଦ’’

ଏହା ବି ପଢ଼ନ୍ତୁ | ଆଉ ନାହାନ୍ତି BJD ନେତା ପ୍ରଦୀପ ମହାରଥୀ; କରୋନାରୁ ସୁସ୍ଥ ହେବା ପରେ ବିଗିଡ଼ିଥିଲା ସ୍ୱାସ୍ଥ୍ୟ

ଦେଶରେ ଦିନକରେ ୭୪ ହଜାର ୪୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୦୩ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହା ସହ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨ ହଜାର ୬୮୫କୁ ବୃଦ୍ଧି ପାଇଛି । ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୬ ଲକ୍ଷ ୨୩ ହଜାର ଟପିଥିବା ବେଳେ ସେମାନଙ୍କ ମଧ୍ୟରୁ ୫୫ ଲକ୍ଷ ୮୬ ହଜାର ୭୦୩ ଜଣ ସୁସ୍ଥ ହୋଇସାରିଛନ୍ତି ଓ ୯ ଲକ୍ଷ ୩୪ ହଜାର ୪୨୭ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।



କଟକର SCB ମେଡିକାଲ କଲେଜ ଓ ହସପିଟାଲ୍‌ ପ୍ଲାଜମା ସଂଗ୍ରହ କ୍ଷେତ୍ରରେ ଏକ ମାଇଲ୍‌ ଖୁଣ୍ଟ ଅତିକ୍ରମ କରିଛି । ଆଜି ସୁଦ୍ଧା SCB ପ୍ଲାଜମା ବ୍ୟାଙ୍କରେ ୫୦୦ ଜଣ ପ୍ଲାଜମା ଦାନ କରିଛନ୍ତି । ଆଜି ପର୍ଯ୍ୟନ୍ତ ମୋଟ ୧,୦୮୦ ୟୁନିଟ ପ୍ଲାଜମା ସଂଗୃହୀତ ହୋଇଥିବା ହସପିଟାଲ୍‌ ପକ୍ଷରୁ କୁହାଯାଇଛି ।
Published by: Anand Shankar Thankur Das
First published: October 5, 2020, 4:59 PM IST
corona virus btn
corona virus btn
Loading