କରୋନା ରିଲିଫ୍ ପାଇଁ ଡାବର୍ କମ୍ପାନୀ ପାଣ୍ଠି ସ୍ଥାପିତ କଲା ଓ ୨୧ କୋଟି ଟଙ୍କା ଦେଲା

ଡାବର ଗୃପ୍ ତିନୋଟି କ୍ଷେତ୍ରରେ ସହାୟତା ପ୍ରଦାନ କରିବ: PM CARES ପାଣ୍ଠିକୁ ଦାନ; ଭୂତାଣୁ ମୁକାବିଲାରେ ଆଗ ଧାଡ଼ିରେ ନିୟୋଜିତ ବ୍ୟକ୍ତିଙ୍କୁ ସହାୟତା କରିବ ଓ ସମାଜର ଅସୁରକ୍ଷିତ ବର୍ଗର ସଦସ୍ୟମାନଙ୍କୁ ସହାୟତା ଦେବ ।

କରୋନା ରିଲିଫ୍ ପାଇଁ ଡାବର୍ କମ୍ପାନୀ ପାଣ୍ଠି ସ୍ଥାପିତ କଲା ଓ ୨୧ କୋଟି ଟଙ୍କା ଦେଲା
ଡାବର ଗୃପ୍
  • News18 Odia
  • Last Updated: April 10, 2020, 4:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କୋଭିଡ-୧୯ ବିରୋଧରେ ଲଢ଼େଇ ପାଇଁ ସାରା ଦେଶ ଏକାଠି ହୋଇଥିବା ସମୟରେ ଦେଶର ବିଭିନ୍ନ କମ୍ପାନୀମାନେ ସହାୟତାର ହାତ ଖୋଲିଛନ୍ତି । ଡାବର ଗୃପ୍ କରୋନା ଭାଇରସ୍ ମହାମାରୀର ସାମାଜିକ ତଥା ଅର୍ଥନୈତିକ ପ୍ରଭାବକୁ ସହ୍ୟ କରି ନ ପାରି କଷ୍ଟ ଭୋଗୁଥିବା ଅସୁରକ୍ଷିତ ଜନଜାତିଙ୍କୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ଉଦ୍ୟମରେ ହାତ ମିଳାଇ ଖାଦ୍ୟ ତଥା ଅତ୍ୟାବଶ୍ୟକ ସାମଗ୍ରୀର ସୁବିଧା ଯୋଗାଇବାକୁ କୋଭିଡ-୧୯ ବିରୋଧରେ ଭାରତର ସଂଗ୍ରାମକୁ ସମର୍ଥନ କରିବାକୁ ପ୍ରତିଶୃତି ଦେଇଛି ।

ଭାରତୀୟ ଲୋକଙ୍କ ଜୀବନ ଓ ଜୀବିକାର ସୁରକ୍ଷା କରିବା ତଥା କୋଭିଡ-୧୯ ମହାମାରୀ ଦ୍ୱାରା ପ୍ରଭାବିତ ଲୋକଙ୍କୁ ସହାୟତା କରିବା ପାଇଁ ଡାବର ଗୃପ୍‌ ଏକ ‘ଡାବର କେୟାର ଫଣ୍ଡ’ ପ୍ରତିଷ୍ଠା କରିଛି । ଏହି ମହାମାରୀ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ଲୋକମାନଙ୍କର ତୁରନ୍ତ ଆବଶ୍ୟକତା ପୂରଣ କରିବାରେ ସହାୟତା ପାଇଁ କମ୍ପାନୀ ୨୧ କୋଟି ଟଙ୍କାର ଏକ ପାଣ୍ଠି ସ୍ଥାପିତ କରିଛି । ଏହି ରାଶି ମଧ୍ୟରୁ ଡାବୁର ଇଣ୍ଡିଆ ଲିମିଟେଡ୍ ଓ ଏହି ଗୃପର ଅନ୍ୟ ସଂସ୍ଥାମାନଙ୍କ ଦ୍ୱାରା ପ୍ରଧାନ ମନ୍ତ୍ରୀଙ୍କ ନାଗରିକ ସହାୟତା ଓ ଜରୁରୀକାଳୀନ ପରିସ୍ଥିତି ପାଣ୍ଠି (PM CARES ପାଣ୍ଠି)କୁ ୧୧ କୋଟି ଟଙ୍କା ପ୍ରଦାନ କରାଯାଉଛି ବୋଲି କମ୍ପାନୀ ଏକ ବିବୃତିରେ କହିଛି ।

‘‘ଏକ କର୍ପୋରେଟ୍‌ ଗୋଷ୍ଠୀ ଭାବରେ ଆମେ ଯେଉଁଠି କାର୍ଯ୍ୟ କରୁଛୁ ସେହି ସମୁଦାୟକୁ କିଛି ଫେରାଇବାର ଗୁରୁତ୍ୱ ଆମେ ବୁଝୁଛୁ । ଏହି ଅଭୂତପୂର୍ବ ସମୟରେ ଡାବର ଗୃପ୍ ନିଜ ସହଭାଗୀ ଓ ଗ୍ରାହକମାନଙ୍କ ସ୍ୱାସ୍ଥ୍ୟ ତଥା କଲ୍ୟାଣ ପାଇଁ ଯତ୍ନବାନ ଥିବା ବେଳେ କୋଭିଡ୍-୧୯ ବିରୁଦ୍ଧରେ ସାରା ଦେଶରେ ଚାଲିଥିବା ଏହି ଯୁଦ୍ଧରେ ଆଗ ଧାଡ଼ିରେ ରହୁଥିବା ବ୍ୟକ୍ତି ବିଶେଷଙ୍କୁ ସହାୟତା କରିବାରେ ଏକ ଗଠନମୂଳକ ଭୂମିକା ଗ୍ରହଣ କରିଛି,’’ ଡାବର ଇଣ୍ଡିଆ ଲିମିଟେଡର ଚେୟାରମ୍ୟାନ୍ ଅମିତ ବର୍ମନ କହିଛନ୍ତି ।

ଡାବର ଗୃପ୍ ତିନୋଟି କ୍ଷେତ୍ରରେ ସହାୟତା ପ୍ରଦାନ କରିବ: PM CARES ପାଣ୍ଠିକୁ ଦାନ; ଭୂତାଣୁ ମୁକାବିଲାରେ ଆଗ ଧାଡ଼ିରେ ନିୟୋଜିତ ବ୍ୟକ୍ତିଙ୍କୁ ସହାୟତା କରିବ ଓ ସମାଜର ଅସୁରକ୍ଷିତ ବର୍ଗର ସଦସ୍ୟମାନଙ୍କୁ ସହାୟତା ଦେବ ।
First published: April 10, 2020, 4:58 PM IST
corona virus btn
corona virus btn
Loading