News18 Odia Digital
ଭୁବନେଶ୍ୱର: ବାତ୍ୟା ୟାସ୍ ମେ ୨୬ ତାରିଖ ମଧ୍ୟାହ୍ନରେ ପାରାଦୀପ ଓ ସାଗର ଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ନିଶ୍ଚିତ ହୋଇଛି ଓ ଏହା ବାଲେଶ୍ବର ଅଞ୍ଚଳରେ ସ୍ଥଳ ଭାଗ ଛୁଇଁପାରେ ବୋଲି ପୂର୍ବାନୁମାନ ହୋଇସାରିଛି । ଲ୍ୟାଣ୍ଡଫଲ୍ ବେଳେ ଘଣ୍ଟା ପ୍ରତି ୧୫୫ରୁ ୧୮୫ କିଲୋମିଟର୍ ବେଗରେ ପବନ ବହିବ ଓ ସମୁଦ୍ରରେ ୩ରୁ ୪ ମିଟର ଉଞ୍ଚା ଜୁଆର ଆସିବ । ଏ ସବୁ ତଥ୍ୟ ଓଡ଼ିଶା ପାଇଁ ବଡ଼ ବିପଦର ସଙ୍କେତ ହୋଇଥିଲେ ବି ଏହି ବାତ୍ୟାର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସମେତ କେନ୍ଦ୍ରୀୟ ସଂସ୍ଥାମାନେ ଲାଗିପଡ଼ିଛନ୍ତି ।
ବଙ୍ଗୋପ ସାଗରରୁ ମାଡ଼ି ଆସୁଥିବା ବାତ୍ୟା ୟାସର (Cyclone Yaas) ମୁକାବିଲା ପାଇଁ ରାଜ୍ୟରେ ନିୟୋଜିତ ହେଉଛନ୍ତି ଏନ୍.ଡି.ଆର୍.ଏଫ୍.ର (NDRF) ୫୨ଟି ଟିମ୍ । ଅଗ୍ନିଶମ ବିଭାଗ ଓ ଓଡ୍ରାଫର ଅନେକ ଟିମ୍ ବି ନିୟୋଜିତ ହୋଇଛନ୍ତି । ବାତ୍ୟା ମୁକାବିଲାର ପ୍ରସ୍ତୁତି ସମୀକ୍ଷା କରିବା ପରେ ସୋମବାର ଦିନ ସ୍ବତନ୍ତ୍ର ରିଲିଫ୍ କମିଶନର (ଏସ୍.ଆର୍.ସି.) ପ୍ରଦୀପ ଜେନା କହିଛନ୍ତି ଯେ ଯେକୌଣସି ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ।
ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…
ଭୟଙ୍କର ସାମୁଦ୍ରିକ ଝଡ଼ର ରୂପ ନେଉଥିବା ବାତ୍ୟା ୟାସ୍ ମଙ୍ଗଳବାର ଦିନ ସାରା ସମୁଦ୍ର ଉପରେ ଉପକୂଳ ମୁହାଁ ହୋଇ ଗତି କରିବ ବୋଲି ପାଣିପାଗ କେନ୍ଦ୍ର ଜଣେଇଛି । ମେ ୨୬ ତାରିଖ ବୁଧବାର ମଧ୍ୟାହ୍ନରେ ପାରାଦୀପ ଓ ସାଗର ଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ଏହି ବାତ୍ୟା । ହେଲେ ଏହା ବାଲେଶ୍ବର ପାଖାପାଖି ସ୍ଥଳ ଭାଗ ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଇଥିବାରୁ ବାଲେଶ୍ୱର ଜିଲ୍ଲା ଉପରେ ସୁରକ୍ଷା ଦୃଷ୍ଟିରୁ ଅଧିକ ଧ୍ୟାନ ଦିଆଯାଉଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ବାତ୍ୟା ପରେ ମୁମ୍ବାଇ କାନ୍ଦୁଛି, ହେଲେ ଏହି ଅଭିନେତ୍ରୀ ବର୍ଷାରେ ନାଚୁଛନ୍ତି! VIDEO ଦେଖି ଲୋକେ ଖପା

ଏନ୍.ଡି.ଆର୍.ଏଫ୍.ର ମହାନିର୍ଦ୍ଦେଶକ (ଡିଜି) ସତ୍ୟନାରାୟଣ ପ୍ରଧାନ
‘‘ଏହି ଡବଲ୍ ଡିଜାଷ୍ଟରର ମୁକାବିଲା ପାଇଁ ଏନ୍.ଡି.ଆର୍.ଏଫ୍. ପ୍ରସ୍ତୁତ ହୋଇ ରହିଛି । ବାତ୍ୟାର ମୁକାବିଲା ପାଇଁ ଆମର ୫୨ଟି ଟିମ୍ ମୁତୟନ ହେଉଛନ୍ତି । ପୂର୍ବରୁ ରାଜ୍ୟରେ ୨୨ଟି ଟିମ୍ ଥିବା ବେଳେ ଅତିରିକ୍ତ ୩୦ଟି ଟିମ୍ ମଗାଯାଇଛି । ଅଧିକାଂଶ ଟିମ୍ ପହଞ୍ଚି ସାରିଛନ୍ତି । ଆଉ କିଛି ମଙ୍ଗଳବାର ପହଞ୍ଚିବେ । କୋଭିଡ ସମୟରେ ବାତ୍ୟାର ମୁକାବିଲା କରିବା ଦୁଇଟି ବିପର୍ଯ୍ୟୟର ମୁକାବିଲା ସହ ସମାନ । ବାତ୍ୟା ପୂର୍ବରୁ, ବାତ୍ୟା ବେଳେ ଓ ପରବର୍ତ୍ତୀ ପୁନରୁଦ୍ଧାର ପାଇଁ ଆମେ ପ୍ରସ୍ତୁତ ଅଛୁ । ପୁନରୁଦ୍ଧାର କାର୍ଯ୍ୟ ଶେଷ ନ ହେବା ଯାଏ ଆମେ ଓଡ଼ିଶା ଛାଡ଼ିବୁନି,’’ କହିଛନ୍ତି ଏନ୍.ଡି.ଆର୍.ଏଫ୍.ର ମହାନିର୍ଦ୍ଦେଶକ (ଡିଜି) ସତ୍ୟନାରାୟଣ ପ୍ରଧାନ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | PM ମୋଦିଙ୍କ ଆଖିରେ ଲୁହ ଆସିଲା; ‘‘ଭାଇରସ୍ ଆମର ଅନେକ ପ୍ରିୟଜନଙ୍କୁ ଆମଠାରୁ ଦୂରେଇ ନେଇଛି’’
ଆଇ.ଏମ୍.ଡି. ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଏହି ବାତ୍ୟା ଲ୍ୟାଣ୍ଡଫଲ୍ କରିବା ବେଳକୁ ପବନର ବେଗ ୧୫୫ରୁ ୧୬୫ କିମି ରହିପାରେ । ବେଳେ ବେଳେ ଝଟକା ପବନର ବେଗ ୧୮୫ କିମି ରହିପାରେ । ‘‘ବାତ୍ୟା ଉପକୂଳ ଛୁଇଁବା ବେଳେ ସମୁଦ୍ରରେ ୩ରୁ ୪ ମିଟର ଉଚ୍ଚର ଜୁଆର ଉଠିବା ଆଶଙ୍କା ରହିଛି। ବିଶେଷ କରି ବାଲେଶ୍ବର, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ନିକଟସ୍ଥ ସମୁଦ୍ରରେ ଜୁଆର ଉଠିବା ଆଶଙ୍କା ରହିଛି । ପ୍ରଥମ ପର୍ଯ୍ୟାୟରେ ବାଲେଶ୍ବର ଓ ଭଦ୍ରକ ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇପାରେ । ବାତ୍ୟା ଆଗକୁ ଗତି କଲେ ଜଗତସିଂହପୁର ଓ ପାରାଦୀପ ଅଧିକ ପ୍ରଭାବିତ ହେବା ଆଶଙ୍କା ରହିଛି,’’ କହିଛନ୍ତି ମହାପାତ୍ର ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ରାସ୍ତା କଡ଼ରେ ଥିବା ଏହି ଚା’ ଦୋକାନରେ ମିଳୁଛି ୧,୦୦୦ ଟଙ୍କାରେ ଗୋଟେ କପ୍ ଚା’!
ବାତ୍ୟାର ପ୍ରଭାବରେ କେନ୍ଦ୍ରାପଡ଼ା, ବାଲେଶ୍ବର, ଜଗତସିଂହପୁର, ଭଦ୍ରକ ଓ ପୁରୀରେ ସୋମବାର ଦିନ ବର୍ଷା ଆରମ୍ଭ ହୋଇଯାଇଛି । ମଙ୍ଗଳବାର ଦିନ ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା କଟକ, ପୁରୀ ଓ ଖୋର୍ଦ୍ଧାରେ ଭୀଷଣ ବର୍ଷା ହେବ। ୨୬ ତାରିଖରେ ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା ଓ ମୟୂରଭଞ୍ଜରେ ଅତିଭୀଷଣ ବର୍ଷା ହେବ ବୋଲି କହିଛନ୍ତି ଭୁବନେଶ୍ୱରସ୍ଥ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ଏଚ୍.ଆର୍. ବିଶ୍ବାସ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | କୁମ୍ଭୀରକୁ ଜିଅନ୍ତା ଗିଳିବାକୁ ଚେଷ୍ଟା କରୁଥିଲା ଅଜଗର; VIDEOରେ ଦେଖନ୍ତୁ ଆଗକୁ କ’ଣ ହେଲା

ଏସ୍.ଆର୍.ସି. ପ୍ରଦୀପ ଜେନା ବାତ୍ୟାର ପଥ ବିଷୟରେ ସାମ୍ବାଦିକମାନଙ୍କୁ ବୁଝାଉଛନ୍ତି ।
‘‘୨୫ ତାରିଖ ରାତିରୁ ପବନ ବେଗ ବଢି଼ବ । ଯେହେତୁ ପବନର ବେଗ ୧୫୫ରୁ ୧୬୫ କିଲୋମିଟର୍ ପ୍ରତି ଘଣ୍ଟା ରହିବ ସେଥି ପାଇଁ ଧାମରା ଓ ପାରାଦୀପ ବନ୍ଦରରେ ୪ ନମ୍ବର ବିପଦ ସଙ୍କେତ, ଆଉ ପୁରୀ ଓ ଗୋପାଳପୁରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ପାରାଦୀପ ବନ୍ଦରରେ ସବୁ ବର୍ଥରେ ଜାହାଜ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଙ୍କରେଜରୁ ସମୁଦ୍ର ଭିତରକୁ ନିରାପଦ ଦୂରତାରେ ରହିବାକୁ କୁହାଯାଇଛି,’’ କହିଛନ୍ତି ବିଶ୍ୱାସ ।
ଏହା ବି ପଢ଼ନ୍ତୁ | କରୋନା ଟିକାର ୨ଟି ଡୋଜ୍ ନେବା ପରେ ବି କାହିଁକି ମୃତ୍ୟୁ ହେଉଛି? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞମାନେ
ବାତ୍ୟା ଦ୍ୱାରା ପ୍ରଭାବିତ ହେବାର ସମ୍ବାବନା ଥିବା ଜିଲ୍ଲାଗୁଡ଼ିକରେ ସରକାରୀ କର୍ମଚାରୀମାନଙ୍କର ଛୁଟି ବାତିଲ କରିଛନ୍ତି ସରକାର । ଏପରିକି ଯେଉଁ କର୍ମଚାରୀମାନଙ୍କର ଛୁଟି ପୂର୍ବରୁ ମଞ୍ଜୁର ହୋଇଥିଲା ତାହା ବାତିଲ୍ କରିଦିଆଯାଇଛି ଓ ସେମାନଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ପ୍ରସ୍ତୁତ ହୋଇ ରହିବାକୁ କୁହାଯାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | କରୋନା ୱାର୍ଡ଼ରେ ଫିଲ୍ମ ଗୀତ ଶୁଣୁଥିବା ଭାଇରାଲ୍ VIDEOର ସେହି ଯୁବତୀଙ୍କ ମୃତ୍ୟୁ ହେଲା
‘‘ମଙ୍ଗଳବାର ଅପରାହ୍ଣ ୩ଟା ସୁଦ୍ଧା ତଳିଆ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ କପହାଯାଇଛି । ପ୍ରଥମ ଦଲକା ପବନ ଚାଲିଗଲେ ବି ବିପଦ ଟଳିବ ନାହିଁ । ସମ୍ପୂର୍ଣ୍ଣ ବାତ୍ୟା ନ ସରିବା ଯାଏ ଲୋକେ ଘରୁ ବାହାରନ୍ତୁ ନାହିଁ ବୋଲି କୁହାଯାଇଛି । ସାଇକେଲ ବା ବାଇକ୍ ଚଢ଼ି ନ ବୁଲିବାକୁ ଲୋକଙ୍କୁ କୁହାଯାଇଛି । ଗୁଜବକୁ ବିଶ୍ବାସ ନ କରି ଟିଭି ଓ ରେଡିଓରୁ ଖବର ଦେଖିବାକୁ ଲୋକଙ୍କୁ ଆମେ ପରାମର୍ଶ ଦେଉଛୁ । ମୋବାଇଲ୍ ଫୋନରେ ମଧ୍ୟ ବାତ୍ୟା ସମ୍ପର୍କିତ ସୂଚନା ଦିଆଯିବ,’’ କହିଛନ୍ତି ଏସ୍.ଆର୍.ସି. ପ୍ରଦୀପ ଜେନା ।
ସହରାଞ୍ଚଳରେ ଷ୍ଟ୍ରିଟ୍ ଲାଇଟ୍ ଓ ବିଜ୍ଞାପନ ହୋର୍ଡିଂକୁ ଖୋଲି ରଖିଦେବାକୁ ସରକାର ପରାମର୍ଶ ଦେଇଛନ୍ତି । ହାଇ-ମାଷ୍ଟ୍ ଲାଇଟକୁ ତଳିଆ କରି ରଖିବାକୁ କୁହାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।