ମାଡ଼ି ଆସୁଛି ବାତ୍ୟା ‘ୟାସ୍‌’; ବାଲେଶ୍ବର ପାଖାପାଖି ଲ୍ୟାଣ୍ଡଫଲ୍‌ କରିବା ସମ୍ଭାବନା; CM ଓ ଶାହ କଥା ହେଲେ

ବାତ୍ୟା ଆଶ୍ରୟ ସ୍ଥଳୀ ଓ ପକ୍କା ଘର ଭଳି ନିରାପଦ ସ୍ଥାନକୁ ଯିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ବାଲେଶ୍ବର ଓ ଭଦ୍ରକ ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇପାରେ ।

ୟାସ୍‌ ଉପକୂଳ ଛୁଇଁବା ବେଳେ ସମୁଦ୍ରରେ ୨ରୁ ୪ ମିଟର ଉଚ୍ଚର ଜୁଆର ଉଠିବା ଆଶଙ୍କା କରାଯାଉଛି । (ପ୍ରତୀକାତ୍ମକ ଛବି)

ୟାସ୍‌ ଉପକୂଳ ଛୁଇଁବା ବେଳେ ସମୁଦ୍ରରେ ୨ରୁ ୪ ମିଟର ଉଚ୍ଚର ଜୁଆର ଉଠିବା ଆଶଙ୍କା କରାଯାଉଛି । (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ବଙ୍ଗୋପସାଗରରେ କ୍ରମଶଃ ଅଧିକ ବଳ ଜୁଟାଇ ଆଗକୁ ମାଡ଼ି ଆସୁଛି ସାମୁଦ୍ରିକ ଘୂର୍ଣ୍ଣିଝଡ଼ 'ୟାସ୍‌' । ଭାରତୀୟ ପାଣିପାଗ ବିଭାଗ (ଆଇ.ଏମ୍‌.ଡି.) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଆଗାମୀ ୧୨ ଘଣ୍ଟାରେ ୟାସ୍‌ (cyclone Yaas) ଏକ ଭୟଙ୍କର ସାମୁଦ୍ରିକ ଝଡ଼ର ରୂପ ନେବ । ବାଲେଶ୍ବର ପାଖାପାଖି ଏହା ସ୍ଥଳଭାଗ ଛୁଇଁବାର (ଲ୍ୟାଣ୍ଡଫଲ୍‌ କରିବାର) ସମ୍ଭାବନା ଅଛି ବୋଲି IMD ପକ୍ଷରୁ ସୂଚନା ଦିଆଯାଇଛି ।

ଗତ କିଛି ଘଣ୍ଟା ଧରି ୪ କିମି ପ୍ରତି ଘଣ୍ଟା ବେଗରେ ଏହି ସାମୁଦ୍ରିକ ଘୂର୍ଣ୍ଣିଝଡ଼ 'ୟାସ୍‌' ଆଗକୁ ବଢ଼ୁଥିବା ଜଣାପଡ଼ିଛି । ସୋମବାର ଅପରାହ୍ଣରେ ଏହା ପାରାଦୀପଠାରୁ ୫୨୦ କିମି ଦକ୍ଷିଣ-ଦକ୍ଷିଣ ପୂର୍ବରେ ଓ ବାଲେଶ୍ବରଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବର ୬୨୦ କିମି ଦୂରରେ ରହିଥିଲା । ମେ ୨୬ ମଧ୍ୟାହ୍ନ ସୁଦ୍ଧା ପାରାଦୀପ ଓ ସାଗର ଦ୍ବୀପ ମଧ୍ୟରେ ଏହି ବାତ୍ୟା ଲ୍ୟାଣ୍ଡଫଲ୍‌ କରିବ । ବାଲେଶ୍ବର ପାଖାପାଖି ଏହା ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଛି ବୋଲି IMD ପକ୍ଷରୁ ସୂଚନା ଦିଆଯାଇଛି (Yaas landfall site)।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ବାତ୍ୟା ପରେ ମୁମ୍ବାଇ କାନ୍ଦୁଛି, ହେଲେ ଏହି ଅଭିନେତ୍ରୀ ବର୍ଷାରେ ନାଚୁଛନ୍ତି! VIDEO ଦେଖି ଲୋକେ ଖପା

‘‘ୟାସ୍‌ ଲ୍ୟାଣ୍ଡଫଲ୍‌ କରିବା ବେଳେ ପବନର ବେଗ ୧୫୫ରୁ ୧୬୫ କିମି ରହିପାରେ । ସର୍ବାଧିକ ୧୮୫ କିଲୋମିଟର ଯାଏଁ ପବନ ବହିପାରେ । ଉପକୂଳ ଛୁଇଁବା ବେଳେ ସମୁଦ୍ରରେ ୨ରୁ ୪ ମିଟର ଉଚ୍ଚର ଜୁଆର ଉଠିବା ଆଶଙ୍କା କରାଯାଉଛି । ବିଶେଷ କରି ବାଲେଶ୍ବର, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା ପାଖ ସମୁଦ୍ରରେ ଜୁଆର ଉଠିବା ସମ୍ଭାବନା ରହିଛି । ପ୍ରଥମ ପର୍ଯ୍ୟାୟରେ ବାଲେଶ୍ବର ଓ ଭଦ୍ରକ ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇପାରେ । ବାତ୍ୟା ଆଗକୁ ଗତିକଲେ ଜଗତସିଂହପୁର ଓ ପାରାଦୀପ ଅଧିକ ପ୍ରଭାବିତ ହେବା ଆଶଙ୍କା ରହିଛି,’’ କହିଛନ୍ତି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର (IMD DG Mrutyunjay Mohapatra)।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | PM ମୋଦିଙ୍କ ଆଖିରେ ଲୁହ ଆସିଲା; ‘‘ଭାଇରସ୍ ଆମର ଅନେକ ପ୍ରିୟଜନଙ୍କୁ ଆମଠାରୁ ଦୂରେଇ ନେଇଛି’’

ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର


ଏହି ବାତ୍ୟାର ପ୍ରଭାବରେ ସୋମବାର ସନ୍ଧ୍ୟାରୁ ସମୂଦ୍ର କୂଳିଆ ଅଞ୍ଚଳରେ ୩୦ରୁ ୪୦ କିମି ପ୍ରତି ଘଣ୍ଟା ବେଗରେ ପବନ ବହିବା ସମ୍ଭାବନା ରହିଛି । ବାତ୍ୟା ପାଇଁ ଧାମରା ଓ ପାରାଦୀପ ବନ୍ଦରରେ ୪ ନମ୍ବର ବିପଦ ସଙ୍କେତ ଜାରି କରାଯାଇଥିବା ବେଳେ ପୁରୀ ଓ ଗୋପାଳପୁରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ପାରାଦୀପ ବନ୍ଦରରେ ସବୁ ବର୍ଥରେ ଜାହାଜ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଙ୍କରେଜରୁ ସମୁଦ୍ର ଭିତରକୁ ନିରାପଦ ଦୂରତାରେ ରହିବାକୁ ବନ୍ଦର କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ | ମୋଦୀଙ୍କ ବୈଠକରେ ମୁଖ୍ୟ ମନ୍ତ୍ରୀମାନଙ୍କୁ କହିବାକୁ ଦିଆଗଲାନି, କଣ୍ଢେଇ ପରି ବସି ରହିଲେ: ମମତା



ସୋମବାର ଅପରାହ୍ଣରେ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ କରୋନା କାଳରେ ବାତ୍ୟା ମୁକାବିଲା ରାଜ୍ୟ ପାଇଁ ଏକ ଡବଲ୍‌ ଚାଲେଞ୍ଜ ହେଲେ ବି ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପୂରା ପ୍ରସ୍ତୁତ ଅଛନ୍ତି । ବାତ୍ୟା ଆଶ୍ରୟ ସ୍ଥଳୀ ଓ ପକ୍କା ଘର ଭଳି ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦେଇଛନ୍ତି ପଟ୍ଟନାୟକ । ‘‘କୋଭିଡ ଯୋଗୁଁ ଦୁଇ ମାସ ହେଲା ପ୍ରଶାସନ ଚାପରେ ଅଛି । ତେଣୁ ପ୍ରଶାସନକୁ ସହଯୋଗ କରନ୍ତୁ... ଓଡ଼ିଶାର ସାଢ଼େ ୪ କୋଟି ଲୋକ ମୋ’ ପରିବାର । ବାତ୍ୟାରେ ଯେମିତି କାହାର ଜୀବନ ନ ଯିବ ସେଥି ପାଇଁ ସରକାର ତତ୍ପର ଅଛନ୍ତି,’’ ସେ କହିଛନ୍ତି ।  ଲୋକଙ୍କୁ ଦୁଇଟି ମାସ୍କ ପିନ୍ଧିବାକୁ ବି ଅନୁରୋଧ କରିଛନ୍ତି ପଟ୍ଟନାୟକ । SHG ଜରିଆରେ ଲୋକଙ୍କୁ ମାସ୍କ ଯୋଗାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଆସିଗଲା Coviself; ଏବେ ଘରେ ବସି ନିଜ COVID ପରୀକ୍ଷା କରିପାରିବେ; ଜାଣନ୍ତୁ କେମିତି କରିବେ

ବାତ୍ୟାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି । ଶାହ ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀମାନଙ୍କ ସହ ମଧ୍ୟ କଥା ହୋଇଛନ୍ତି । ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଉପରାଜ୍ୟପାଳଙ୍କ ସହ ବି ସେ କଥା ହୋଇଛନ୍ତି । ଭିଡିଓ କନ୍‌ଫରେନ୍‌ସିଂରେ ଏହି ଆଲୋଚନା ହୋଇଛି । ବାତ୍ୟା ୟାସର ମୁକାବିଲା ରଣନୀତି ଓ ଉଦ୍ଧାର ଯୋଜନା ସମ୍ପର୍କରେ ଗୃହ ମନ୍ତ୍ରୀ ବିସ୍ତୃତ ଆଲୋଚନା କରିଥିବା ଜଣାପଡ଼ିଛି ।



କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ବାତ୍ୟା ସମ୍ପର୍କରେ ଅମିତ ଶାହଙ୍କ ସହ କଥା ହୋଇଛନ୍ତି । ଏକ ଟ୍ୱିଟ୍ କରି ଧର୍ମେନ୍ଦ୍ର କହିଛନ୍ତି ଯେ ବାତ୍ୟା ମୁକାବିଲା ଦିଗରେ ଓଡ଼ିଶାକୁ ସବୁ ସହାୟତା ଦେବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
Published by:Anand S.T. Das
First published: