ମହାରାଷ୍ଟ୍ରରେ ତାଣ୍ଡବ ରଚାଇଛି ବାତ୍ୟା ନିସର୍ଗ, ଗଡ଼ାଇଛି ମହା ଦ୍ରୁମ, ଉଡ଼ାଇଛି ଛାତ Watch Video

ବାତ୍ୟା ନିସର୍ଗ ମହାରାଷ୍ଟ୍ରରେ ଲ୍ୟାଣ୍ଡଫଲ୍‌ କରି ଭାଙ୍ଗିଛି ଅନେକ ଟେଲିଫୋନ୍‌ ଟାୱାର୍‌ ଓ ବିଦ୍ୟୁତ୍‌ ଖୁଣ୍ଟ, ଆଉ ଉଡ଼େଇଛି ଅନେକ ଘରର ଛାତ । ଗଛ ପଡ଼ି ଭାଙ୍ଗିଛି ବହୁ ଯାନବାହନ । ପଢ଼ନ୍ତୁ ପୂରା ଖବର ଓ ଦେଖନ୍ତୁ ଭିଡିଓ ।

ମହାରାଷ୍ଟ୍ରରେ ତାଣ୍ଡବ ରଚାଇଛି ବାତ୍ୟା ନିସର୍ଗ, ଗଡ଼ାଇଛି ମହା ଦ୍ରୁମ, ଉଡ଼ାଇଛି ଛାତ Watch Video
ବାତ୍ୟା ନିସର୍ଗର ପ୍ରବଳ ପବନରେ ଉପୁଡ଼ି ପଡ଼ିଛି ମୁମ୍ବାଇରେ ଏକ ମହାଦ୍ରୁମ ଓ ଭାଙ୍ଗିଛି ଘର।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: କରୋନା ଭାଇରସ୍‌ ସଙ୍କଟ ସହ ଲଢୁଥିବା ମହାରାଷ୍ଟ୍ର ସାମ୍ନାରେ ଆସିଲା ଆଉ ଏକ ବଡ଼ ଚ୍ୟାଲେଞ୍ଜ । ମୁମ୍ବାଇ ଓ ଆଖପାଖ ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ କଲା ଆରବ ସାଗରରେ ସୃଷ୍ଟି ବାତ୍ୟା ନିସର୍ଗ (Nisarga)। ବୁଧବାର ଅପରାହ୍ଣରେ ମୁମ୍ବାଇ ଠାରୁ ୯୪ କିମି ଦୂର ଅଲିବାଗ୍‌ ନିକଟରେ ସ୍ଥଳଭାଗ ଛୁଇଁଛି । ପ୍ରବଳ ବର୍ଷା ସହ ଭୟଙ୍କର ପବନ ମୁମ୍ବାଇ ମହାନଗରୀ ସମେତ ରାୟଗଡ଼, ପାଲଘର ଓ ଥାନେରେ ପ୍ରବଳ କ୍ଷୟକ୍ଷତି କରିଛି । ଘଣ୍ଟା ପ୍ରତି ୧୦୦ରୁ୧୨୦ କିମି ବେଗରେ ପବନ ବହିଛି ଓ ସମୁଦ୍ରରେ ଉଠିଛି ୬ ଫୁଟ୍‌ ଉଚ୍ଚର ଲହରୀ । ମହାରାଷ୍ଟ୍ରରେ ତାଣ୍ଡବ ରଚାଇଛି ବାତ୍ୟା ନିସର୍ଗ ।

ଅପରାହ୍ଣ ଗୋଟାଏ ବେଳେ ମୁମ୍ବାଇ ଠାରୁ ୯୪ କିମି ଦୂର ମହାରାଷ୍ଟ୍ରର ଅଲିବାଗରେ ଲ୍ୟାଣ୍ଡଫଲ୍‌ କଲା ଭୀଷଣ ବାତ୍ୟା ନିସର୍ଗ । ପାଖାପାଖି ତିନି ଘଣ୍ଟା ଧରି ଚାଲିଲା ଏହି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା । ଲ୍ୟାଣ୍ଡଫଲ୍‌ ସ୍ଥାନ ଅଲିବାଗ ଆଖପାଖ ଅଞ୍ଚଳରେ ଉପୁଡ଼ି ପଡ଼ିଲା ଅନେକ ମହାଦ୍ରୁମ । ଭାଙ୍ଗିଗଲା ଟେଲିଫୋନ୍‌ ଟାୱାର୍‌ ଓ ବିଦ୍ୟୁତ୍‌ ଖୁଣ୍ଟ । ଉଡ଼ିଗଲା ଘରର ଛାତ । ଗଛ ପଡ଼ି ଭାଙ୍ଗିଲା ବହୁ ଯାନବାହନ । ୧୨୦ କିମି ବେଗରେ ବହୁଥିବା ପବନ ଖିନ୍‌ ଭିନ୍‌ କରିଦେଲା ସବୁକିଛି । ଲ୍ୟାଣ୍ଡଫଲ୍‌ ସରିବା ବେଳକୁ ଛିନ୍ନବିଚ୍ଛିନ୍ନ ହୋଇଯାଇଥିଲା ମହାରାଷ୍ଟ୍ରର ଏକାଧିକ ଉପକୂଳବର୍ତ୍ତୀ ଜିଲ୍ଲା ।



ରାୟଗଡ଼, ରତ୍ନଗିରି ଓ ଥାନେରେ ଦେଖାଗଲା ପବନର ପ୍ରଳୟ । ଏ ସବୁ ଅଞ୍ଚଳରେ ବାତ୍ୟା ଅନେକ କ୍ଷୟକ୍ଷତି କରିଛି । ଆରବ ସାଗରରୁ ପ୍ରଳୟର ଅନ୍ୟନାମ ହୋଇ ଆସିଥିଲା ବାତ୍ୟା ନିସର୍ଗ ।  ସ୍ଥଳ ଭାଗ ଛୁଇଁବାର ଯଥେଷ୍ଟ ପୂର୍ବରୁ ଦେଖାଇବାକୁ ଆରମ୍ଭ କରିଥିଲା ନିଜ ପ୍ରଳୟଙ୍କରୀ ରୂପ । ବହୁଥିଲା ୧୦୦ କିମରୁ ଅଧିକ ବେଗରେ ପବନ । ସମୁଦ୍ରରେ ଉଠୁଥିଲା ୬ ଫୁଟ୍‌ରୁ ଅଧିକ ଉଚ୍ଚର ଜୁଆର । ଜୁଆର ଓ ପବନରେ କାଗଜ ଡଙ୍ଗା ଭଳି ଦୋହଲୁଥିଲା ଅଲିବାଗ ନିକଟ ଉପକୂଳରେ ଥିବା ଜାହାଜଗୁଡ଼ିକ । ସମୁଦ୍ର କୂଳରେ ରହୁଥିବା ମୁମ୍ବାଇ ବାସୀ ପ୍ରାୟ ଶହେ ବର୍ଷ ଭିତରେ ଦେଖିନଥିଲେ ପବନ ଓ ସମୁଦ୍ରର ଏ କରାଳ ରୂପ ।

ରାଇଗଡ଼ରେ ବାତ୍ୟା ନିସର୍ଗରେ ଏକ ଘରର ଛାତ ଉଡ଼ିଯାଇଛି ଓ କାନ୍ଥ ଗଡ଼ିପଡ଼ିଛି ।


ପବନ ସହ ମୁମ୍ବାଇ, ପାଲଘର ଓ ଥାନେରେ ହୋଇଛି ପ୍ରବଳ ବର୍ଷା । ଫଳରେ ସନ୍ଧ୍ୟା ୭ଟା ଯାଏ ବନ୍ଦ କରିଦିଆଗଲା ମୁମ୍ବାଇ ବିମାନ ବନ୍ଦର । ବର୍ଷା ଫଳରେ ମୁମ୍ବାଇ ସହରରେ ଦେଖାଦେଇଛି ଜଳବନ୍ଦୀ ସ୍ଥିତି । ଫଳରେ ବାନ୍ଦ୍ରା-ୱର୍ଲି ସି ଲିଙ୍କରେ ଲୋକଙ୍କ ଯାତାୟାତ ବନ୍ଦ କରିଦିଆଯାଇଛି ।



ବାତ୍ୟା ନିସର୍ଗ ପାଇଁ ମୁମ୍ବାଇ ସମେତ ମହାରାଷ୍ଟ୍ର ଓ ଗୁଜରାଟର ଅଧିକାଂଶ ଅଞ୍ଚଳରେ ଜାରି କରାଯାଇଥିଲା ରେଡ୍‌ ଆଲର୍ଟ । ବାତ୍ୟାର ମୁକାବିଲା ପାଇଁ କଳବଳ  ଲଗାଇ ଦେଇଥିଲେ ଗୁଜରାଟ ଓ ମହାରାଷ୍ଟ୍ର ସରକାର । ମୁତୟନ ହୋଇଥିଲେ ୨୯ଟି ଏନ୍‌ଡିଆର୍‌ଏଫ ଟିମ୍‌ ସହ ସେନାର ଉଦ୍ଧାରକାରୀ ଦଳ । ଆଲର୍ଟରେ ରହିଥିଲେ ଭାରତୀୟ ନୌସେନା ଓ କୋଷ୍ଟ ଗାର୍ଡ । ବହୁ ସଂଖ୍ୟାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ପବନର ପ୍ରକୋପ କମିବା ପରେ ରାସ୍ତା ସଫେଇ ସହ ଜରୁରୀ ସେବା ପୁନଃ ଚାଲୁ କରିବାକୁ ଚାଲିଛି ଅଭିଯାନ ।

ଚୀନ୍‌ ବିଷୟରେ ଆପଣଙ୍କ ମତ କଣ? ଦୟାକରି ଦୁଇ ମିନିଟ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ ।

ଏହା ବି ପଢ଼ନ୍ତୁ: 

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 3, 2020, 8:51 PM IST
corona virus btn
corona virus btn
Loading