ଆସୁଛି ଅମ୍ଫାନ ବାତ୍ୟା: ରାଜ୍ୟରେ ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ସରକାର ପ୍ରସ୍ତୁତ ହେଉଛନ୍ତି

ପରିସ୍ଥିତିକୁ ଦେଖି ସାମାଜିକ ଦୂରତା ଭିତ୍ତିରେ ୧୧ ଲକ୍ଷ ଲୋକ ରହିବା ଭଳି ୭,୦୯୨ଟି ସ୍ଥାନ ଚିହ୍ନଟ ହୋଇଛି । ପରିସ୍ଥିତିକୁ ଦେଖି ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଆସୁଛି ଅମ୍ଫାନ ବାତ୍ୟା: ରାଜ୍ୟରେ ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ସରକାର ପ୍ରସ୍ତୁତ ହେଉଛନ୍ତି
ମତ୍ସ୍ୟଜୀବୀମାନଙ୍କୁ ୨୦ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସାମୁଦ୍ରିକ ଝଡ଼  ‘ଅମ୍ଫାନ’ ଏବେ ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହୋଇ ସାରିଛି । ପାରାଦ୍ବୀପ ଠାରୁ ଦକ୍ଷିଣରେ ୯୮୦ କିମି  ଦୁରରେ ରହିଛି । ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଗତି କରୁଥିବା ବେଳେ ସମୁଦ୍ର ମଧ୍ୟରେ  ପବନର ବେଗ ଘଣ୍ଟା ପ୍ରତି ବେଗ ୯୦ରୁ ୧୦୦ କିମି ରହିଛି ।

ବର୍ତ୍ତମାନ ଉତ୍ତର ପଶ୍ଚିମ ଦିଗରେ ଗତି କରୁଥିବା ବେଳେ ରିକର୍ଭିଂ ପ୍ରକ୍ରିୟା ଶେଷ ହେବା ପରେ  ଉତ୍ତର ପୂର୍ବ ଦିଗରେ ଗତି କରିବ ବୋଲି ପୂର୍ବାନୁମାନ କରାଯାଉଛି । ବର୍ତ୍ତମାନ ମଡେଲ ଅନୁସାରେ ପଶ୍ଚିମ ବଙ୍ଗର ସାଗର ଦ୍ବୀପ ଓ ବାଂଲାଦେଶ  ହାତିଆ ଦ୍ବୀପ ମଧ୍ୟରେ  ସ୍ଥଳ ଭାଗ ଛୁଇଁ ପାରେ।କିନ୍ତୁ ରିକର୍ଭିଂ ପ୍ରକ୍ରିୟା ଶେଷ ହେବା ପରେ କେଉଁଠି ସ୍ଥଳଭାଗ ଛୁଇଁବ ଓ କେଉଁ ସମୟରେ ଛୁଇଁବ ତାହା ସ୍ପଷ୍ଟ ହେବ।ପରିସ୍ଥିତିକୁ ଦେଖି ପ୍ରସ୍ତୁତି ଆରମ୍ଭ କରିଛନ୍ତି ସରକାର ।

୧୨ଟି ଜିଲ୍ଲାକୁ ଆଲର୍ଟ କରାଯାଇଥିବା ବେଳେ ଫୋକସରେ ରହିଛି ୪ ଜିଲ୍ଲା – କେନ୍ଦ୍ରାପଡା, ଜଗତସିଂପୁର, ଭଦ୍ରକ ଓ ବାଲେଶ୍ୱର । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି: ‘‘ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୨ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି । ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି।ବିଶେଷ କରି ୪ଟି ଜିଲ୍ଲା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ପ୍ରାୟ ୧୧ ଲକ୍ଷ ଲୋକଙ୍କକୁ ରହିବା ଭଳି ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ମୋଟ ୮୦୬ଟି ବାତ୍ୟା ଆଶ୍ରୟ ସ୍ଥଳୀ ରହିଥିବା ବେଳେ କ୍ବାରେଣ୍ଟାଇନ୍ ପାଇଁ ୨୦୭ଟି କେନ୍ଦ୍ର ବ୍ୟବହାର ହୋଇଛି । ତେଣୁ ପରିସ୍ଥିତିକୁ ଆଖି ଆଗରେ ରଖି ସାମାଜିକ ଦୁରତା ଭିତ୍ତିରେ ୧୧ ଲକ୍ଷ ଲୋକ ରହିବା ଭଳି ୭,୦୯୨ଟି ସ୍ଥାନ ଚିହ୍ନଟ ହୋଇଛି । ପରିସ୍ଥିତିକୁ ଦେଖି ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ  ଦିଆଯାଇଛି ।’’

ଜଗତସିଂପୁରରେ ଓଡ୍ରାଫ୍ କର୍ମୀମାନେ ବାତ୍ୟାରୁ ସୁରକ୍ଷା ପାଇଁ ଆଗୁଆ ପ୍ରସ୍ତୁତିରେ ଲାଗିଛନ୍ତି ।


ଆବଶ୍ୟକ ସ୍ଥଳେ କଚ୍ଚା ଘର ଓ ତଳିଆ ଅଞ୍ଚଳରେ ରହୁଥିବା ବ୍ୟକ୍ତିଙ୍କୁ ସ୍ଥାନନ୍ତରଣ ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି । ଶୁଖିଲା ଖାଦ୍ୟ ସହ ଆବଶ୍ୟକୀୟ ସରଞ୍ଜାମ ପାଇଁ ନିର୍ଦେଶ ଦିଆଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ସଜାଗ ଥିବା ସେ କହିଛନ୍ତି ।

ଓଡ୍ରାଫ ଓ ଏନଡିଆରଏଫ କିଛି ସ୍ଥାନରେ ପହଞ୍ଚି ସାରିଛନ୍ତି । ୧୮ ତାରିଖ ମଧ୍ୟାହ୍ନରୁ ଦକ୍ଷିଣ ଓଡିଶାରେ ବର୍ଷା ଆରମ୍ଭ ହେବ ।  ସେହି ଦିନ ସନ୍ଧ୍ୟାରୁ ଉପକୂଳ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇପାରେ । ୧୯ରୁ କ୍ରମଶଃ ବର୍ଷ ପବନର ବେଗ ବଢିବା ସହ ଦକ୍ଷିଣ ୨୦ରେ ଉପକୂଳରେ ୭୫ରୁ ୮୫ କିମି ବେଗ ପବନ ହୋଇପାରେ । ତେଣୁ ଜିଲ୍ଲାପାଳଙ୍କ ସହ ବିଭିନ୍ନ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ବର୍ତ୍ତମାନ ସମୟରେ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ବହୁଳ ପରିମାଣରେ ମହଜୁଦ ଥିବାରୁ ଆତଙ୍କିତ ହୋଇ କିଣା କିଣି ନ କରିବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

ମୁଖ୍ୟ ମନ୍ତ୍ରୀ ଗତ କାଲି ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କ  ସହିତ ଭିଡିଓ କନ୍ଫରେନ୍ସିଂରେ କଥା ହୋଇଥିବା ବେଳେ ଜିରୋ କାଜୁଆଲିଟିକୁ ପ୍ରଥମିକତା ଦେଇଛନ୍ତି । ରାଜ୍ୟ ପୂର୍ବରୁ ବହୁତ ବାତ୍ୟା ସାମ୍ନା କରିଥିବା ବେଳେ ଆତଙ୍କିତ ନ ହୋଇ ପ୍ରଶାସନକୁ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି । ସେହି ପରି ପୂର୍ବରୁ ବାତ୍ୟାକୁ ନେଇ କ୍ୟାବିନେଟ ସଚିବଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା କାଳରେ ରାଜ୍ୟର ପ୍ରସ୍ତୁତି ବାବଦରେ ଅବଗତ କରାଇଥିଲେ । ବର୍ତ୍ତମାନ ସ୍ଥିତିରେ ୬୪୯ଟି ଗ୍ରାମରେ ୭ ଲକ୍ଷ ଲୋକ ପ୍ରଭାବିତ ହେବା ଆଶଙ୍କା ଥିବା ଜଣାଇଥିଲେ ।

ଏହା ବି ପଢ଼ନ୍ତୁ: ମେ ୩୧ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍; ଏହି ସବୁ କାମ କରିବାକୁ ଅନୁମତି ଅଛି

ଏହା ବି ପଢ଼ନ୍ତୁ: ସାମୁଦ୍ରିକ ଝଡ଼ର ରୂପ ନେଲା ବାତ୍ୟା ଅମ୍ଫନ; ପଶ୍ଚିମ ବଙ୍ଗ ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ

ଏହା ବି ପଢ଼ନ୍ତୁ: ଏମିତି ବି ହୋଇପାରେ: କରୋନା ବିଶ୍ୱକୁ କେବେ ବି ଛାଡ଼ି ଯାଇ ନ ପାରେ, କହିଲେ WHO ଅଧିକାରୀ

ଏହା ବି ପଢ଼ନ୍ତୁ: କରୋନା ସନ୍ଦେହରେ ହସପିଟାଲରେ ଥିବା ନିଜ ୫ ବର୍ଷର ପୁଅକୁ ହତ୍ୟା କଲେ ଫୁଟବଲ୍ ଖେଳାଳି
First published: May 17, 2020, 8:21 PM IST
corona virus btn
corona virus btn
Loading