ବାତ୍ୟା ଅମ୍ଫାନ ଛାରଖାର କରିଦେଲା କୋଲକାତା ଏଆରପୋର୍ଟକୁ; ପଶ୍ଚିମ ବଙ୍ଗରେ ୧୭ ମୃତ୍ୟୁ

ପୂର୍ବରୁ କେବେ ଏମିତି ପବନ ଦେଖି ନ ଥିବା କହିଛନ୍ତି କୋଲକାତା ବାସିନ୍ଦା । ପଶ୍ଚିମ ବଙ୍ଗରେ କ୍ଷୟକ୍ଷତି କରୋନା ଭାଇରସ୍‌ ବିପଦ ଠାରୁ ବଳି ଯାଇଛି ବୋଲି କହିଛନ୍ତି ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ ।

ବାତ୍ୟା ଅମ୍ଫାନ ଛାରଖାର କରିଦେଲା କୋଲକାତା ଏଆରପୋର୍ଟକୁ; ପଶ୍ଚିମ ବଙ୍ଗରେ ୧୭ ମୃତ୍ୟୁ
ବର୍ଷା ପାଣିରେ ବୁଡ଼ିଛି ପୂରା କୋଲକାତା ବିମାନବନ୍ଦର ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋଲକାତା: ବାତ୍ୟା ଅମ୍ଫାନ କୋଲକାତା ବିମାନବନ୍ଦରରେ ଭୀଷଣ କ୍ଷୟକ୍ଷତି କରିଛି । ବିମାନବନ୍ଦରରେ ସମୁଦ୍ରର ଭ୍ରମ ସୃଷ୍ଟି ହୋଇଛି । ବର୍ଷା ପାଣିରେ ବୁଡ଼ିଛି ପୂରା ବିମାନବନ୍ଦର । ବାତ୍ୟା ଅମ୍ଫନ ମାଡ଼ରେ ଧ୍ବସ୍ତବିଧ୍ବସ୍ତ ହୋଇଛି କୋଲକାତା ଅନ୍ତର୍ଜାତୀୟ ବିମାନବନ୍ଦର ।

ଅମ୍ଫାନ ଆଣିଥିବା ଭୀଷଣ ବର୍ଷାରେ ରନ୍‌ୱେ ଠାରୁ ଆରମ୍ଭ କରି ପାର୍କିଂ ଏରିଆ ଓ ହ୍ୟାଙ୍ଗର ସବୁଠି ଆଣ୍ଠୁଏ ଉଚ୍ଚର ପାଣି ଜମିଛି । ବାତ୍ୟା ଅମ୍ଫନର ମାଡ଼ରେ ଛାରଖାର ହୋଇଯାଇଛି ସମ୍ପୂର୍ଣ୍ଣ ବିମାନବନ୍ଦର । ହ୍ୟାଙ୍ଗରରେ ଥିବା ଅନେକ ବିମାନ କ୍ଷତିଗ୍ରସ୍ତ ହୋଇଛି । ପାର୍କିଂ ଏରିଆରେ ଥିବା ୪୨ଟି ବିମାନର ୱିଙ୍ଗ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଟର୍ମିନାଲ ଅଜବେଷ୍ଟସ ଛାତ ଉଡ଼ି ଯାଇଛି ।

ପୂର୍ବରୁ କେବେ ଏମିତି ପବନ ଦେଖି ନ ଥିବା କହିଛନ୍ତି କୋଲକାତା ବାସିନ୍ଦା । ଏମିତି ବାତ୍ୟା କେବେ କୋଲକାତାରେ ଆସିବ ବୋଲି ସେମାନେ କେବେ ଆକଳନ କରି ନ ଥିଲେ । ଗତ କାଲି ସନ୍ଧ୍ୟାରେ ହଠାତ ବଢିଥିଲା ବର୍ଷା ଓ ପବନ । ପାଖାପାଖି ୧୦୦ କିଲୋମିଟର ବେଗରେ ପବନ ବହିଥିଲା । କାଗଜ ଫର୍ଦ୍ଦ ଭଳି ଉଡିଥିଲା ଆଜବେଷ୍ଟସ ସିଟ୍ । ବର୍ଷା ପବନ ମାଡ଼ରେ ଏୟାରପୋର୍ଟରେ  କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି ।

ପାର୍କିଂ ଏରିଆରେ ଥିବା ୪୨ଟି ବିମାନର ୱିଙ୍ଗ କ୍ଷତିଗ୍ରସ୍ତ ହୋଇଛି ।


ଅମ୍ଫାନରେ ସବୁ ଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି କୋଲକାତା ସହର ସମେତ ରାଜ୍ୟର ଅନ୍ୟ କେତେକ ସହର । ବଡ଼ ବଡ଼ ଗଛ ଭାଙ୍ଗିଯାଇଥିବା ବେଳେ ବହୁ ଘରଦ୍ବାର ନଷ୍ଟ ହୋଇଛି । ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କ୍ଷୟକ୍ଷତି କରୋନା ଭାଇରସ୍‌ ବିପଦ ଠାରୁ ବଳି ଯାଇଛି ବୋଲି କହିଛନ୍ତି ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ ।

ଅମ୍ଫନ ଯୋଗୁଁ ପଶ୍ଚିମ ବଙ୍ଗରେ ୧୭ ଜଣଙ୍କ ଜୀବନ ଯାଇଛି । ବାତ୍ୟାରେ ହଜାର ହଜାର ଘର ସହ ବିଜୁଳି ଖୁଣ୍ଟ ଭାଙ୍ଗିରୁଜି ଯାଇଛି । ବିଶେଷକରି ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣାର ୨ଟି ଜିଲ୍ଲା, ପୂର୍ବ ମେଦିନାପୁର ବିଶେଷଭାବେ ପ୍ରଭାବିତ ହୋଇଛି । ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାମ ଜାରି ରହିଛି ।

ଅମ୍ଫାନରେ କାଗଜ ଫର୍ଦ୍ଦ ଭଳି ଉଡିଥିଲା ଏଆରପୋର୍ଟର ଆଜବେଷ୍ଟସ ସିଟ୍ ସବୁ ।


ଗତ କାଲି ଗୋଟିଏ ଦିନରେ କୋଲକାତାରେ ୨୨୨ ମିଲିମିଟର ବର୍ଷା ହୋଇଛି । ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ସର୍ବାଧିକ ୧୩୩ କିଲୋମିଟର ବେଗରେ ପବନ ବହିଥିବା ବେଳେ ସାଗର ଦ୍ବୀପ ଅଞ୍ଚଳରେ ୧୮୫ କିମି ବେଗରେ ପବନ ବହିଥିବା ଜଣାପଡ଼ିଛି ।

ବାଂଲାଦେଶରେ ମଧ୍ୟ ପ୍ରବଳ କ୍ଷୟକ୍ଷତି କରିବା ସହ ଅନେକ ଜୀବନ ନେଇଛି ଅମ୍ପନ ମହାବାତ୍ୟା । ଏହା ପୂର୍ବରୁ ଏଠାରେ ବାତ୍ୟା ପ୍ରଭାବିତ ଇଲାକାରୁ ପ୍ରାୟ ୨୪ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୧୫ହଜାର ଆଶ୍ରୟ ସ୍ଥଳରେ ରଖିଥିଲା ସେଠିକାର ପ୍ରଶାସନ ।

ଏହା ବି ପଢ଼ନ୍ତୁ: ଜୁନ୍ ୧ରୁ ଚାଲିବ ୨୦୦ଟି ଟ୍ରେନ୍; ଆଜି ଠାରୁ ଅନଲାଇନ୍ ବୁକିଂ ଆରମ୍ଭ; ମେ ୨୫ରୁ ଉଡ଼ିବ ବିମାନ

ଏହା ବି ପଢ଼ନ୍ତୁ: ରାଜ୍ୟରେ କରୋନା ଭାଇରସ୍ ନେଲା ଆଉ ଏକ ଜୀବନ; ଆହୁରି ୫୧ ଆକ୍ରାନ୍ତ ଚିହ୍ନଟ ହେଲେ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 21, 2020, 2:08 PM IST
corona virus btn
corona virus btn
Loading