News18 Odia Digital
ଭୁବନେଶ୍ୱର: ଆସନ୍ତା ୧୨ ଘଣ୍ଟାରେ ମହାବାତ୍ୟାରେ ପରିଣତ ହୋଇପାରେ ଅମ୍ଫନ। ଏ ଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହି ସମୟରେ ଘଣ୍ଟା ପ୍ରତି ୨୨୦ରୁ ୨୩୦ ବେଗରେ ପବନ ବହିବ । ପରେ ଏହା ବୃଦ୍ଧି ପାଇ ରାତିରେ ୨୩୦ରୁ ୨୬୫ କିଲୋମିଟର ଛୁଇଁବ । ପରେ ଏହା ପୁଣି ହ୍ରାସ ପାଇବ ।
ଗତ ୬ ଘଣ୍ଟା ଧରି ଅମ୍ଫନ ୧୩ କିମି ବେଗରେ ସ୍ଥଳ ଭାଗ ଆଡ଼କୁ ମୁହାଁଇଛି । ଏହା ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରୁଛି । ଏହା ଏବେ ପାରାଦୀପ ଠାରୁ ୭୮୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ସେହି ପରି ଦୀଘାଠାରୁ ୯୩୦ କିଲୋମିଟର ଓ ଖେପୁପରା ଠାରୁ ୧,୦୫୦ କିଲୋମିଟର ଦୂରରେ ରହିଛି ଏବେ ଅମ୍ଫାନ ।
ଆସନ୍ତା ୨୦ ତାରିଖରେ ପଶ୍ଚିମ ବଙ୍ଗର ଦୀଘା ଓ ବାଂଲାଦେଶର ହାତୀଆ ମଧ୍ୟରେ ଏହା ସ୍ଥଳ ଭାଗ ଛୁଇଁବାର ସମ୍ଭାବନା ରହିଛି । ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ (ମହା ବାତ୍ୟା) ରୂପରେ ସ୍ଥଳ ଭାଗ ଛୁଇଁବ ଅମ୍ଫନ । ଏହି ସମୟରେ ପବନ ବେଗ ଘଣ୍ଟା ପ୍ରତି ୧୫୫ରୁ ୧୬୫ କିଲୋମିଟ ରହିବ । ସର୍ବାଧିକ ଏହା ୧୮୫ କିଲୋମିଟର ରହିପାରେ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଓଡ଼ିଶାରେ ଏହି ସମୟରେ ୧୧୦ରୁ ୧୩୫ କିଲୋମିଟର ବେଗରେ ପବନ ବହିବ ।

କୋଣାର୍କରେ ମତ୍ସ୍ୟଜୀବୀମାନେ ନିଜ ଡଙ୍ଗାକୁ ସୁରକ୍ଷିତ ସ୍ଥାନକୁ ଟାଣି ଟାଣି ନେଉଛନ୍ତି ।
ଅମ୍ଫନ ପ୍ରଭାବରେ ଆଜି ସନ୍ଧ୍ୟାରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ । ଗଞ୍ଜାମ, ଗଜପତି, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ସେହି ପରି କାଲିଠାରୁ ଉତ୍ତର ଓଡ଼ିଶାର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଏହି ୬ ଟି ଜିଲ୍ଲା ହେଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ।
ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ୨୦ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଯିବାକୁ ବାରଣ କରାଯାଇଛି । ଏହି ସମୟରେ ୩ ମିଟର ଉଚ୍ଚରେ ଲହରି ଉଠିବାର ଆଶଙ୍କା ରହିଛି । ଆଜି ସନ୍ଧ୍ୟାରୁ ଉପକୂଳରେ ୪୫ରୁ ୫୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । କାଲି ଠାରୁ ଉପକୂଳ ଓଡ଼ିଶାରେ ପବନର ବେଗ ବଢ଼ିବ । ୨୦ ତାରିଖରେ ଉତ୍ତର ଉପକୂଳରେ ୭୫ରୁ ୮୫ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି । ବାତ୍ୟାର ପ୍ରଭାବେ କଚ୍ଚା ଓ ଟିଣ ଛପର ଘର କ୍ଷତିଗ୍ରସ୍ତ ହେବ । ବିଦ୍ୟୁତ ସେବା ପ୍ରଭାବିତ ହେବା ସହିତ ବଡ଼ ବଡ଼ ଗଛ ଭାଙ୍ଗିପଡିବାର ଆଶଙ୍କା ରହିଛି ।
ଅମ୍ଫାନ ପାଇଁ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବା ପାଇଁ ଆଜି ବାଲେଶ୍ବରରେ ପହଞ୍ଚିଛନ୍ତି ପୋଲିସ ଡିଜି ଅଭୟ । ପୂର୍ବାଞ୍ଚଳ DIGଙ୍କ କାର୍ଯ୍ୟାଳୟରେ ବାତ୍ୟା ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ବାଲେଶ୍ବରରେ ମୁତୟନ ଅଛନ୍ତି ଦୁଇଟି NDRF ଓ ତିନିଟି ଓଡ୍ରାଫ ଟିମ । ଆବଶ୍ୟକ ପଡ଼ିଲେ କାମରେ ଲାଗିବେ ୨୦ଟି ଟିମ୍ । ଆଜି ଲୋକଙ୍କୁ କରାଯିବ ସ୍ଥାନାନ୍ତର ।
ଏହା ବି ପଢ଼ନ୍ତୁ: ମେ ୩୧ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍; ଏହି ସବୁ କାମ କରିବାକୁ ଅନୁମତି ଅଛିଏହା ବି ପଢ଼ନ୍ତୁ: ସାମୁଦ୍ରିକ ଝଡ଼ର ରୂପ ନେଲା ବାତ୍ୟା ଅମ୍ଫନ; ପଶ୍ଚିମ ବଙ୍ଗ ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ କରିପାରେଏହା ବି ପଢ଼ନ୍ତୁ: ଏମିତି ବି ହୋଇପାରେ: କରୋନା ବିଶ୍ୱକୁ କେବେ ବି ଛାଡ଼ି ଯାଇ ନ ପାରେ, କହିଲେ WHO ଅଧିକାରୀଏହା ବି ପଢ଼ନ୍ତୁ: କରୋନା ସନ୍ଦେହରେ ହସପିଟାଲରେ ଥିବା ନିଜ ୫ ବର୍ଷର ପୁଅକୁ ହତ୍ୟା କଲେ ଫୁଟବଲ୍ ଖେଳାଳିନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।