ମହାବାତ୍ୟା ଅମ୍ଫନର ପ୍ରଭାବ ଆରମ୍ଭ ହେଲା; ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଓ ପବନ ଜାରି

ବାତ୍ୟା ଅମ୍ଫନର ପ୍ରଭାବ ପଶ୍ଚିମ ବଙ୍ଗକୁ ଅଧିକ ରହିବ । ଆସନ୍ତାକାଲି ସନ୍ଧ୍ୟାରେ ଏହା ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ରହିବ ।

ମହାବାତ୍ୟା ଅମ୍ଫନର ପ୍ରଭାବ ଆରମ୍ଭ ହେଲା; ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଓ ପବନ ଜାରି
ବାଲେଶ୍ୱରରେ ଭୀଷଣ ପବନ ସହିତ ବର୍ଷା ଆରମ୍ଭ ହୋଇଯାଇଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମହାବାତ୍ୟା ଅମ୍ଫନ କ୍ରମଶଃ ଦୁର୍ବଳ ହୋଇ ଏବେ ଅତି ଭୀଷଣ ବାତ୍ୟାରେ ପରିବର୍ତ୍ତିତ ହୋଇଛି । ଏହି ବାତ୍ୟା ଏବେ ପାରାଦୀପ ଠାରୁ ୩୬୦ କିଲୋମିଟର ଦୂରରେ ଅଛି ଓ ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ସ୍ଥଳ ଭାଗ ଆଡ଼କୁ ଗତି କରୁଛି । ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ଭୀଷଣ ବର୍ଷା ଆରମ୍ଭ ହୋଇଛି ।

ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଆଦି ଜିଲ୍ଲାରେ ବର୍ଷା ସହ ପବନ ଜାରି ରହିଛି । ରାଜ୍ୟର ଛଅଟି ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆଇଏମଡି ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଯାଜପୁର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନ ହେବ । ଓଡ଼ିଶା ଅତିକ୍ରମ କରିବା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୧୦ କିଲୋମିଟର ରହିବ ।

ବାତ୍ୟା ଅମ୍ଫନର ପ୍ରଭାବ ପଶ୍ଚିମ ବଙ୍ଗକୁ ଅଧିକ ରହିବ । ଆସନ୍ତାକାଲି ସନ୍ଧ୍ୟାରେ ଏହା ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ରହିବ ବୋଲି ଆଇଏମଡି ମହାନିର୍ଦ୍ଦେଶକ କହିଛନ୍ତି ।

ଭଦ୍ରକରେ ଉଦ୍ଧାର କାର୍ଯ୍ୟ ପାଇଁ ଉପକରଣ ପ୍ରସ୍ତୁତ କରି ରଖାଯାଉଛି ।


ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମ ବଙ୍ଗ ଓ ଓଡ଼ିଶାରେ ମୋଟ ୪୧ଟି NDRF ଟିମ୍‌ ନିୟୋଜିତ ହୋଇଥିବା କହିଛନ୍ତି ଏନଡିଆରଏଫ ଡିଜି ସତ୍ୟ ନାରାୟଣ ପ୍ରଧାନ । ଓଡ଼ିଶାର ୭ଟି ଜିଲ୍ଲାରେ ୧୫ଟି ଏନଡିଆରଏଫ ଟିମ୍‌ ନିୟୋଜିତ ଥିବା ବେଳେ ୫ଟି ଟିମ୍‌ ରିଜର୍ଭ ରହିଛନ୍ତି । ଲୋକଙ୍କୁ ସ୍ଥାନାନ୍ତର ଉପରେ ପ୍ରାଥମିକତା ଦିଆଯାଉଛି । ପବନରେ କଚ୍ଚା ଘର, ବିଦ୍ୟୁତ ଖୁଣ୍ଟ, ବଡ଼ ବଡ଼ ଗଛ କ୍ଷତିଗ୍ରସ୍ତ ହେବ । ରାସ୍ତା ଅବରୋଧ ହଟାଇବା ପାଇଁ ପର୍ଯ୍ୟାପ୍ତ କଟର ମେସିନ ରହିଛି  । ଉଦ୍ଧାର ଓ ପୁନରୁଦ୍ଧାର ପାଇଁ ଏନଡିଆରଏଫ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଏନଡିଆରଏଫ ଡିଜି ସତ୍ୟନାରାୟଣ ପ୍ରଧାନ ।

ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାର ଆଲୋଚନା ଜାରି ରଖିଛନ୍ତି । ଏହି କ୍ରମରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଜି କଥା ହୋଇଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । କିଭଳି ବାତ୍ୟାର ସଫଳ ମୁକାବିଲା କରାଯିବ ସେ ନେଇ ସମସ୍ତ ସହଯୋଗ କରିବ ବୋଲି କେନ୍ଦ୍ର ପ୍ରତିଶ୍ରୁତି ଦେଇଥିଲେ ।

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 19, 2020, 8:05 PM IST
corona virus btn
corona virus btn
Loading