ବାଲେଶ୍ୱରରେ ଅମ୍ଫନ ନଷ୍ଟ କଲା ଲକ୍ଷ ଲକ୍ଷ ଟଙ୍କାର ପାନ ବରଜ; ଚାଷୀ ମଥାରେ ଚିନ୍ତା

ଧାନ, ପାନ ଓ ମୀନର ଜିଲ୍ଲା ବାଲେଶ୍ୱରର ଭୋଗରାଇ ଓ ବାଲିଆପାଳରୁ ପାନ ବମ୍ବେ, ନାଶିକ ଓ ବାରଣାସି ଭଳି ବଡ଼ ସହରକୁ ପଠାଯାଏ । ଲକଡାଉନ ପରେ ବାତ୍ୟା ପାନ ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଇଛି ।

ବାଲେଶ୍ୱରରେ ଅମ୍ଫନ ନଷ୍ଟ କଲା ଲକ୍ଷ ଲକ୍ଷ ଟଙ୍କାର ପାନ ବରଜ; ଚାଷୀ ମଥାରେ ଚିନ୍ତା
ବାତ୍ୟା ପରେ ଜଣେ ଚାଷୀ ନିଜ ପାନ ବରଜରେ କ୍ଷତି ଆକଳନ କରୁଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ବାତ୍ୟା ଅମ୍ଫନ ଦୋହଲାଇ ଦେଇଛି ପାନ ଚାଷୀଙ୍କୁ । ଲକଡାଉନ ପାଇଁ ପାନ ବ୍ୟବସାୟ ଠପ ହୋଇପଡ଼ିଥିବା ବେଳେ ଏବେ ବାତ୍ୟା ପୂରା ଭାଙ୍ଗି ଦେଇଛି ପାନ ଚାଷୀଙ୍କ ଅଣ୍ଟା ।

ଧାନ, ପାନ ଓ ମୀନର ଜିଲ୍ଲା ବାଲେଶ୍ୱରର ଭୋଗରାଇ ଓ ବାଲିଆପାଳ ଦୁଇ ଅଞ୍ଚଳରେ ଶତାଧିକ ପରିବାର ପାନ ଚାଷ କରିଥାନ୍ତି । ଏଇ ଅଞ୍ଚଳରେ ଆପଣ ଯୁଆଡ଼େ ଆନେଇବେ ଦେଖିବେ ପାନ ବରଜ । ଏଠାରୁ ପାନ ବମ୍ବେ, ନାଶିକ ଓ ବାରଣାସି ଭଳି ବଡ଼ ବଡ଼ ସହରକୁ ରପ୍ତାନି ହୋଇଥାଏ  । ଏଠାକାର ମିଠା ପାନର ଚାହିଦା ବେଶ୍‌ ଅଧିକ । ଏଣୁ ଦୁଇ ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ପାନ ରପ୍ତାନି ହୋଇଥାଏ । ହେଲେ ଏବେ ଏଠାରେ ମୁଖ୍ୟ ବ୍ୟବସାୟ ପାନ ଉପରେ ଲାଗିଯାଇଛି ଗ୍ରହଣ ।

ଲକଡାଉନ ପ୍ରଭାବରୁ ପାନ ରପ୍ତାନି ବନ୍ଦ ହୋଇଯାଇଛି । ପାନ ବରଜରୁ ପାନ ବିକ୍ରି ନ କରିପାରି ଚାଷୀ ଟେନସନରେ । ପାନ ଦୋକାନ ଖୋଲିବାକୁ ସରକାର ଅନୁମତି ଦେଇନାହାନ୍ତି । ତେଣୁ ବିଭିନ୍ନ ଅଞ୍ଚଳକୁ ପାନ ରପ୍ତାନି କରି ହେଉ ନାହିଁ । ପାନ ବରଜରେ ପାନ ଭର୍ତ୍ତି ଥିଲାବେଳେ ଚାଷୀ ପାନ ବିକ୍ରି କରି ପାରୁ ନ ଥିବା ବେଳେ ଏବେ ବାତ୍ୟା ପ୍ରଭାବରେ ପାନ ବରଜ ଗୁଡିକ ନଷ୍ଟ ହୋଇଯାଇଛି । ଅନେକ ବରଜ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି, ଆଉ କିଛି ବରଜ ଆଂଶିକ ନଷ୍ଟ ହୋଇଛି । ତେଣୁ ଚିନ୍ତାରେ ଚାଷୀ । ଋଣ କରି ଧାର କରଜ କରି ବରଜ କରିଥିଲେ, ହେଲେ ଏବେ ପରିବାର କିଭଳି ଋଣ ସୁଝିବ ସେହି ଚିନ୍ତାରେ ସେମାନେ ।

ବାଲେଶ୍ୱର ଜିଲ୍ଲାର ମିଠା ପାନର ଚାହିଦା ବେଶ୍ ଅଧିକ ।


ସବୁ ଠାରୁ ବଡ଼ କଥା ହେଲା ପାନ ଚାଷକୁ ଏ ଯାଏଁ କୃଷିର ମାନ୍ୟତା ମିଳିନି । ଫଳରେ ସରକାରୀ ସ୍ତରରେ ସେଭଳି କିଛି ସାହାଯ୍ୟ ମଧ୍ୟ ମିଳିପାରୁ ନାହିଁ ଏହି ଚାଷୀଙ୍କୁ । ଚାଷ ପାଇଁ ଋଣ ମିଳେନି କି କୌଣସି ସମୟରେ ଚାଷ ନଷ୍ଟ ହେଲେ ସରକାରୀ ସହାୟତା ମଧ୍ୟ ମିଳେ ନାହିଁ ।

‘‘ସବୁ ଟଙ୍କା ଲଗାଇ ଦୁଇଟି ବରଜ କରିଥିଲି । ହେଲେ ଦୁଇଟି ଯାକ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା । ଗୋଟିଏ ବରଜର ପୂରା ପାନ ଗଛ ନଷ୍ଟ ହୋଇଯାଇଛି । ଆଉ ଗୋଟିଏ ବରଜ ଭାଙ୍ଗି ଯାଇଛି । ତେବେ ଏବେ ନୂଆ ବରଜ କରିବାକୁ ଟଙ୍କା କେଉଁଠୁ ଆଣିବି?’’ ପଚାରିଛନ୍ତି ବାଲିଆପାଳ ଅଞ୍ଚଳର ପାନ ଚାଷୀ ନରେନ୍ଦ୍ର ଖଟୁଆ ।

ଅନ୍ୟ ଜଣେ ପାନ ଚାଷୀ  ଦୟାନିଧି ଦାସ କହିଛନ୍ତି: ‘‘ସରକାର ଆମକୁ କେବେ ସାହାଯ୍ୟ କରି ନାହାନ୍ତି । ଲକଡାଉନ ସାଙ୍ଗକୁ ବାତ୍ୟା ପରେ ଯଦି କିଛି ସାହାଯ୍ୟ ମିଳିବନି ଆମେ ଖାଇବାକୁ ପାଇବୁନି । ଆମ କଥା ଥରେ ବିଚାର କରନ୍ତୁ ସରକାର ।’’ ଭଙ୍ଗା ବରଜ କୁ ଏବେ ସଜାଡ଼ିବା ପାଇଁ ଲାଗିଯାଇଛନ୍ତି ଚାଷୀ କୁଳ । ଆଶା ଅଛି କାଳେ କିଛି ଗଛ ବଞ୍ଚି ଯିବ । ସେ ନେଇ ପୂରା ଜୋରସୋରରେ ବରଜ ସଜଡ଼ା ଯାଉଛି । ଆଉ କିଛି ଦିନ ପରେ ଲକଡାଉନ ଉଠିବ ଆଉ ପୁଣି ପାନ ବ୍ୟବସାୟ ହେବ ବୋଲି ଆଶା କରୁଥିବା ଚାଷୀ ଏବେ କ୍ଷୟ କ୍ଷତିର ଆକଳନ କରୁଛି ।

ସରକାରୀ ଓ ପ୍ରଶାସନିକ କ୍ଷେତ୍ରରେ କ୍ଷତିର ଆକଳନ ଆରମ୍ଭ ହୋଇଯାଇଛି । ବାଲିଆପାଳ ତହସିଲଦାର ଦୀପକ କୁମାର ଦାସ କହିଛନ୍ତି: ‘‘ସରକାରୀ ନିର୍ଦ୍ଦେଶ ଅନୁସାରେ ଆମେ ଗ୍ରାଉଣ୍ଡକୁ ଯାଇ ଧାନ ଓ ପାନ ଚାଷ ନଷ୍ଟ ଉପରେ ଆକଳନ କରିଛୁ । ଯଥା ଶୀଘ୍ର ରିପୋର୍ଟ ପ୍ରଦାନ କରିବୁ । ବାଲିଆପାଳ ବ୍ଲକର ୫ଟି ସମୁଦ୍ର କୂଳିଆ ପଞ୍ଚାୟତରେ ସବୁଠାରୁ ଅଧିକ କ୍ଷତି ହୋଇଛି । ପ୍ରାୟ ଏକ ହଜାର ବରଜ ଭାଙ୍ଗିଛି । ପୂରା ଯାଞ୍ଚ ପରେ ସମ୍ପୂର୍ଣ୍ଣ ତଥ୍ୟ ମିଳିବ ।’’

ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି ଯେ ବିଡ଼ିଓ, ତହସିଲଦାର ଓ କୃଷି ଅଧିକାରୀଙ୍କୁ କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦୁଇ ଦିନ ଭିତରେ ସେମାନେ ରିପୋର୍ଟ ଦେବେ । ଏହାପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯିବ । ଅମ୍ଫାନରେ ଜିଲ୍ଲାର ସୋର, ଖଇରା, ବାଲିଆପାଳ ଓ ଭୋଗରାଇ ବ୍ଲକରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି ବୋଲି ସେ କହିଛନ୍ତି ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଦେଖନ୍ତୁ ଫଟୋ: ନିକ୍ ଜୋନାସ୍ ହନିମୁନରେ ଗିଟାର ବଜାଇଲେ, ଶୁଣି ପ୍ରିୟଙ୍କା ହେଲେ ରୋମାଣ୍ଟିକ୍

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 26, 2020, 3:53 PM IST
corona virus btn
corona virus btn
Loading