ଆଉ ଅଳ୍ପ ସମୟ ପରେ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଅମ୍ଫନ: ଦେଖନ୍ତୁ ଲାଇଭ୍

ଓଡ଼ିଶା ଉପକୂଳ ଅତିକ୍ରମ କରିବା ପରେ ବାତ୍ୟା ଅମ୍ଫନ ପଶ୍ଚିମ ବଙ୍ଗ ଓ ବାଂଲାଦେଶ ମୁହାଁ ହୋଇଛି । ତଥାପି ଏହାର ପ୍ରଭାବ ଓଡ଼ିଶାରେ ଲାଗି ରହିଛି । ଦେଖନ୍ତୁ Cyclone Amphan LIVE UPDATES

ଆଉ ଅଳ୍ପ ସମୟ ପରେ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଅମ୍ଫନ: ଦେଖନ୍ତୁ ଲାଇଭ୍
ବାତ୍ୟା ଅମ୍ଫନ ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଡ଼ିଶା ଉପକୂଳରୁ ଦୂରେଇଲା ବାତ୍ୟା ଅମ୍ଫନ । ପଶ୍ଚିମ ବଙ୍ଗରେ ବାତ୍ୟା ଅମ୍ଫନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଉ ଅଳ୍ପ ସମୟ ଭିତରେ ସୁନ୍ଦରବନରେ ଲ୍ୟାଣ୍ଡଫଲ୍‌ କରିବ । ଚାରି ଘଣ୍ଟା ଧରି ଚାଲିବ ଏହି ପ୍ରକ୍ରିୟା । ଦୀଘାରୁ ପାଖାପାଖି ୬୦ କିମି ଦୂରରେ ଅଛି ଅମ୍ଫନ ।

ଦେଖନ୍ତୁ ଲାଇଭ୍‌:



ଓଡ଼ିଶା ଉପକୂଳ ଅତିକ୍ରମ କରିବା ପରେ ବାତ୍ୟା ଅମ୍ଫନ ପଶ୍ଚିମ ବଙ୍ଗ ଓ ବାଂଲାଦେଶ ମୁହାଁ ହୋଇଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ବାତ୍ୟା ଅମ୍ଫନ ଏବେ ପଶ୍ଚିମ ବଙ୍ଗର ସାଗର ଦ୍ବୀପର ନିକଟତର ହୋଇଛି । ଆଇଏମଡିର ସୂଚନା ଅନୁଯାୟୀ ବାତ୍ୟା ଅମ୍ଫନ ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ । ଏହି ବାତ୍ୟା ଓଡ଼ିଶା ଅତିକ୍ରମ କରିଥିଲେ ବି ଏହାର ପ୍ରଭାବ ଉତ୍ତର ବାଲେଶ୍ବରରେ ରହିଛି । ପବନ ସହ ବର୍ଷା ଜାରି ରହିଛି ।

ବାତ୍ୟା ପ୍ରଭାବରେ ବାଲେଶ୍ବର ଜିଲ୍ଲାରେ ପୁଣି ଆରମ୍ଭ ହୋଇଯାଇଛି ପ୍ରବଳ ବର୍ଷା ସହ ପବନ । ଭୋଗରାଇ ବ୍ଲକର ସମୁଦ୍ର କୂଳିଆ ଅଞ୍ଚଳରେ ପ୍ରବଳ ବେଗରେ ପବନ ବହୁଛି । ତା’ ସାଙ୍ଗକୁ ବର୍ଷା ବି ଲାଗି ରହିଛି । ଆଇଏମଡି ସୂଚନା ଅନୁଯାୟୀ ରାତି ପର୍ଯ୍ୟନ୍ତ ବାଲେଶ୍ବର ଜିଲ୍ଲାରେ ବର୍ଷା ଓ ପବନ ଲାଗି ରହିବ । ବର୍ଷା ଓ ପବନ ଯୋଗୁଁ ତଳିଆ ଅଞ୍ଚଳର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ବାତ୍ୟାର ପ୍ରଭାବରେ ଜଗତସିଂହପୁର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗତ କାଲି ଠାରୁ ବର୍ଷା ଓ ପବନର ପ୍ରକୋପ ବଢିଥିବା ବେଳେ ଆଜି ଅପରାହ୍ଣରେ ଏହାର ବେଗ କମିଛି । ତେବେ ଏହି ଅତି ପ୍ରଳୟଙ୍କାରୀ ବାତ୍ୟା ଅମ୍ଫନର ମୁକାବିଲା କରିବା ନେଇ ଜଗତସିଂହପୁର ଜିଲ୍ଲ ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା । ବାତ୍ୟା ଆଶ୍ରୟସ୍ଥଳୀରେ ସେମାନଙ୍କୁ ପ୍ରଥମେ ଶୁଖିଲା ଖାଦ୍ୟା ଓ ପରେ ରନ୍ଧା ଖାଦ୍ୟ ଦିଆଯାଇଛି । ତିର୍ତୋଲ ବ୍ଲକ ତରଜଙ୍ଗା ପଞ୍ଚାୟତ କୋଟକଣା ଗାଁରେ ୪୦ରୁ ଅଧିକ ଲୋକ ଓ ଛୋଟ ପିଲାଙ୍କୁ ଆଶ୍ରୟ ଦିଆଯାଇଛି ।
First published: May 20, 2020, 4:06 PM IST
corona virus btn
corona virus btn
Loading