ପାରାଦୀପଠାରୁ ୪୮୦ କିମି ଦୂରରେ ଅଛି ଅମ୍ଫାନ; ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି

ବାତ୍ୟା ଅମ୍ଫାନ ବିଷୟରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ବାତ୍ୟାର ସଫଳ ମୁକାବିଲା ପାଇଁ କେନ୍ଦ୍ର ସବୁ ସହଯୋଗ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ପାରାଦୀପଠାରୁ ୪୮୦ କିମି ଦୂରରେ ଅଛି ଅମ୍ଫାନ; ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି
ଭଦ୍ରକରେ ଉଦ୍ଧାର କାର୍ଯ୍ୟ ପାଇଁ ଉପକରଣ ପ୍ରସ୍ତୁତ କରି ରଖାଯାଉଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କ୍ରମଶଃ ସ୍ଥଳ ଭାଗର ନିକଟତର ହେଉଛି ମହାବାତ୍ୟା ଅମ୍ଫନ । ଏହା ଏବେ ପାରାଦୀପଠାରୁ ୪୮୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଗତ ୬ ଘଣ୍ଟା ଧରି ୧୫ କିମି ବେଗରେ ସ୍ଥଳ ଭାଗଆଡ଼କୁ ମୁହାଁଇଛି ଅମ୍ଫନ । ଏହା ଏବେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରୁଛି । ଆଉ କିଛି ଘଣ୍ଟା ମଧ୍ୟରେ ମହାବାତ୍ୟା ଦୁର୍ବଳ ହୋଇ ଅତି ଭୟଙ୍କର ବାତ୍ୟାର ରୂପ ନେବ ।

କାଲି ଅପରାହ୍ଣରୁ ସନ୍ଧ୍ୟା ମଧ୍ୟରେ ପଶ୍ଚିମ ବଙ୍ଗର ଦୀଘା ଓ ବାଂଲାଦେଶର ହାତୀଆ ଦୀପ ମଧ୍ୟରେ ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ୍‌ କରିବ ଅମ୍ଫନ । ଏହି ସମୟରେ ପବନର ବେଗ ୧୫୫-୧୬୫ ରହିବ । ସ୍ଥଳବିଶେଷରେ ପବନର ବେଗ ୧୯୫ କିଲୋମିଟର ଛୁଇଁବ। ବାତ୍ୟା ସ୍ଥଳଭାଗକୁ ଛୁଇଁବା ବେଳେ ୬ମିଟର ଉଚ୍ଚର ଜୁଆର ଉଠିବାର ସମ୍ଭାବନା ରହିଛି ।

ବାତ୍ୟା ଯୋଗୁଁ  ଉପକୂଳ ଓ ଉତ୍ତର ଓଡ଼ିଶା ପ୍ରଭାବିତ ହେବାର ଆଶଙ୍କା ରହିଛି। ପୁରୀ, ଖୋର୍ଦ୍ଧା, କଟକ ଓ ଯାଜପୁରରେ ପବନର ବେଗ ୫୫ରୁ ୬୫ କିଲୋମିଟର ପର୍ଯ୍ୟନ୍ତ ରହିବ। ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷାର ଆଶଙ୍କା ରହିଛି ।

ଜଗତସିଂପୁରରେ ଓଡ୍ରାଫ୍ କର୍ମୀମାନେ ଉଦ୍ଧାର କାର୍ଯ୍ୟ ପାଇଁ ଉପକରଣ ସବୁ ପ୍ରସ୍ତୁତ ରଖୁଛନ୍ତି ।


ଆଜି ଅପରାହ୍ଣରୁ ଉତ୍ତର ଓଡ଼ିଶାରେ ପବନର ବେଗ ବଢ଼ିବ । ପବନର ବେଗ ବଢ଼ି ଘଣ୍ଟା ପ୍ରତି ୭୫ରୁ ୮୫ କିଲୋମିଟର ରହିବ । ସମୟ ସମୟେ ଏହା ୯୫ କିଲୋମିଟର ଛୁଇଁବ । କଚ୍ଚା ଘର ସବୁ କ୍ଷତିଗ୍ରସ୍ତ ହେବ ।  ଟେଲିଫୋନ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିବାର ସମ୍ଭାବନା ରହିଛି । ବଡ଼ ବଡ଼ ଗଛ ମଧ୍ୟ ଭାଙ୍ଗି ଯିବାର ଆଶଙ୍କା ରହିଛି।

ଅମ୍ଫନକୁ ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲଛି ପ୍ରସ୍ତୁତି । ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାର ଆଲୋଚନା ଜାରି ରଖିଛନ୍ତି । ଏହି କ୍ରମରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । କିଭଳି ବାତ୍ୟାର ସଫଳ ମୁକାବିଲା କରାଯିବ ସେ ନେଇ ସମସ୍ତ ସହଯୋଗ କରିବ ବୋଲି କେନ୍ଦ୍ର ପ୍ରତିଶ୍ରୁତି ଦେଇଛି ।

ଓଡ଼ିଶାର ଛଅଟି ଉପକୂଳବର୍ତ୍ତୀ ଜିଲ୍ଲାରେ ଯୁଦ୍ଧକାଳୀନ ପ୍ରସ୍ତୁତି ଚାଲିଛି । ବାଲେଶ୍ବରରେ ୧୩ ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଜଗସିଂହପୁର ଓ କେନ୍ଦ୍ରାପଡ଼ାରେ ବି ଇଭାକ୍ୟୁସନ ଜାରି ଅଛି । ହାଇ ଆଲର୍ଟରେ ଭଦ୍ରକର ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ ଅଛନ୍ତି । ଓଡ୍ରାଫ୍, ଏନଡିଆରଏଫ୍ ଓ ଅଗ୍ନିଶମ ବିଭାଗର ଟିମ୍ ସବୁ ସଜାଗ ଅଛନ୍ତି ।

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 19, 2020, 1:29 PM IST
corona virus btn
corona virus btn
Loading