ବାତ୍ୟା ଅମ୍ଫାନ: ଓଡ଼ିଶା ପାଇଁ ଆଉ କିଛି ଘଣ୍ଟା ଗୁରୁତ୍ବପୂର୍ଣ୍ଣ; ପାରାଦୀପରେ ଭୀଷଣ ପ୍ରଭାବ ଜାରୀ

ବାତ୍ୟା ଅମ୍ଫାନ ପ୍ରଭାବରେ ପାରାଦୀପରେ ସର୍ବାଧିକ ବର୍ଷା ଓ ପବନ ହୋଇଛି । ପାରାଦୀପରେ ସର୍ବାଧିକ ୧୦୨ କିମି ବେଗରେ ପବନ ବହିଛି । ଜଗତସିଂହପୁରର ଏରସମା ଓ ପାରାଦୀପରେ ଅନେକ ଗଛ ଭାଙ୍ଗିଛି ।

ବାତ୍ୟା ଅମ୍ଫାନ: ଓଡ଼ିଶା ପାଇଁ ଆଉ କିଛି ଘଣ୍ଟା ଗୁରୁତ୍ବପୂର୍ଣ୍ଣ; ପାରାଦୀପରେ ଭୀଷଣ ପ୍ରଭାବ ଜାରୀ
ପାରାଦୀପରେ ରାସ୍ତାରେ ଭାଙ୍ଗି ପଡ଼ିଥିବା ଗଛକୁ ଉଠାଯାଉଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବର୍ତ୍ତମାନ ପାରାଦୀପରୁ ପୂର୍ବ-ଉତ୍ତରପୂର୍ବରେ ୧୫୦ କିମି ଦୂରରେ ଅଛି ବାତ୍ୟା ଅମ୍ଫନ । ଦୀଘାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୯୫ କିମି ଦୂରରେ ଅଛି ଏହି ବାତ୍ୟା । ବାଂଲାଦେଶର ଖେପୁପଡ଼ାରୁ ପଶ୍ଚିମ-ଦକ୍ଷିଣ ପଶ୍ଚିମରେ ୨୬୦ କିମି ଦୂରରେ ଅଛି । ସାଗର ଦ୍ବୀପରୁ ଦକ୍ଷିଣରେ ୧୯୦ କିମି ଦୂରରେ ରହିଛି ବାତ୍ୟା ।

ଗତ ୬ ଘଣ୍ଟା ଧରି ୨୮ କିମି ବେଗରେ ଗତି କରୁଥିବା ଏହି ବାତ୍ୟା ଅମ୍ଫାନ ଯୋଗୁଁ ଓଡ଼ିଶା ପାଇଁ ଆଉ କିଛି ଘଣ୍ଟା ଗୁରୁତ୍ବପୂର୍ଣ୍ଣ ବୋଲି ସୂଚନା ଦେଇଛନ୍ତି ଏସଆରସି (Special Relief Commissioner) ପ୍ରଦୀପ ଜେନା । ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ଅପରାହ୍ଣ ଯାଏଁ ପବନ ବହିବ । ବାଲେଶ୍ବରରେ ସନ୍ଧ୍ୟା ଯାଏଁ ପବନର ପ୍ରଭାବ ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ଅମ୍ଫାନ ପ୍ରଭାବରେ ପାରାଦୀପରେ ସର୍ବାଧିକ ବର୍ଷା ଓ ପବନ ହୋଇଛି । ପାରାଦୀପରେ ସର୍ବାଧିକ ୧୦୨ କିମି ବେଗରେ ପବନ ବହିଛି । ଜଗତସିଂହପୁର ଜିଲ୍ଲା ଢିଙ୍କିଆରେ ପାନ ବରଜ ନଷ୍ଟ ହୋଇଛି । ଜଗତସିଂହପୁରର ଏରସମା ଓ ପାରାଦୀପରେ ଅନେକ ଗଛ ଭାଙ୍ଗିଛି । ତେବେ ଅଧିକ କ୍ଷୟକ୍ଷତିର ନେଇ ବର୍ତ୍ତମାନ କୌଣସି ସୂଚନା ନାହିଁ ବୋଲି ଏସଆରସି କହିଛନ୍ତି ।

ପାରାଦୀପରେ ସର୍ବାଧିକ ୧୦୨ କିମି ବେଗରେ ପବନ ବହିଛି ।


‘‘ବାତ୍ୟାର ମୁକାବିଲା ପାଇଁ ସବୁ ବ୍ୟବସ୍ଥା କରାଯାଇଛି । ପୁରୀ ଓ ଗୋପାଳପୁରରେ ପବନର ବେଗ ଧିରେ ଧିରେ ହ୍ରାସ ପାଉଛି । ଅପରାହ୍ଣ ୪ଟା ପରେ ବାଲେଶ୍ବରରେ ବାତ୍ୟାର ପ୍ରଭାବ ଅନୁଭୂତ ହେବ । ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୩୭ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି,’’ କହିଛନ୍ତି ଜେନା ।

ଏସଆରସିଙ୍କ କାର୍ଯ୍ୟାଳୟରେ ବାତ୍ୟା ସ୍ଥିତି ଅନୁଧ୍ୟାନ କରୁଛନ୍ତି 5T ସଚିବ ଭି. କେ ପାଣ୍ଡିଆନ୍ ।


ବାତ୍ୟା ଅମ୍ଫନର ମୁକାବିଲା ନେଇ ଓଡ଼ିଶା ଓ ପଶ୍ଚିମ ବଙ୍ଗରେ କାମରେ ଲାଗିଛି ଏନ୍‌ଡିଆର୍‌ଏଫ । ଦୁଇ ରାଜ୍ୟର ଅଧିକ ପ୍ରଭାବିତ ହେବାକୁ ଥିବା  ଜିଲ୍ଲା ଗୁଡ଼ିକରେ ଉଦ୍ଧାର କାର୍ଯ୍ୟ ପାଇଁ ଏନ୍‌ଡିଆର୍‌ଏଫ ଟିମ୍‌ ସଜାଗ ରହିଥିବା ଏନ୍‌ଡିଆର୍‌ଏଫ ଡିଜି ସତ୍ୟ ନାରାୟଣ ପ୍ରଧାନ କହିଛନ୍ତି ।

ଏହା ବି ପଢ଼ନ୍ତୁ: ଜୁନ୍ ୧ ତାରିଖରୁ ଦୈନିକ ଚାଲିବ ୨୦୦ଟି ନନ୍-ଏସି ଟ୍ରେନ୍; ଟିକଟ ବୁକିଂ ଶୀଘ୍ର ଆରମ୍ଭ ହେବ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 20, 2020, 1:56 PM IST
corona virus btn
corona virus btn
Loading