ଅମ୍ଫନରେ ଓଡ଼ିଶାରେ ୪୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହେଲେ; କ୍ଷୟକ୍ଷତିର ଆକଳନ ଆରମ୍ଭ

ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ମାଟି କାନ୍ଥ ଥିବା ଘର ସବୁ ଭାଙ୍ଗି ଯାଇଛି ଓ ଅନେକ ଘରର ଚାଳ ଛପର ଉଡିଯାଇଛି । ବିଦ୍ୟୁତ ଖୁଣ୍ଟ ଉପୁଡ଼ିବା ସହ ତାର ଛିଡ଼ିପଡ଼ିଛି । ଧାନ ଫସଲ ଓ ପାନ ବରଜ ନଷ୍ଟ ହୋଇଛି ।

ଅମ୍ଫନରେ ଓଡ଼ିଶାରେ ୪୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହେଲେ; କ୍ଷୟକ୍ଷତିର ଆକଳନ ଆରମ୍ଭ
ଜଗତସିଂହପୁର ଜିଲ୍ଲାରେ ନିଜ ଭଙ୍ଗା ଘରକୁ ସଜାଡ଼ିବା ଆରମ୍ଭ କରୁଛନ୍ତି ଜଣେ ମହିଳା ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଅମ୍ଫନ ବାତ୍ୟା କ୍ଷୟକ୍ଷତିର ଏକ ପ୍ରାଥମିକ ରିପୋର୍ଟ ଦେଇଛନ୍ତି ରାଜ୍ୟ ସରକାର । ଏହି ବାତ୍ୟାରେ ୮୯ଟି ବ୍ଲକର ୧,୫୦୦ଟି ପଞ୍ଚାୟତ ପ୍ରଭାବିତ ହୋଇଛି । ଏଥିରେ ମୋଟ ୪୪ ଲକ୍ଷ ୮୦ ହଜାର ଲୋକ ପ୍ରଭାବିତ ହୋଇଥିବାର ସୂଚନା ମିଳିଛି । ଦୁଇ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଏହି ବାତ୍ୟାରେ ମୋଟ ଏକ ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି ହୋଇଛି । ଆଗାମୀ ଦୁଇ ଦିନ ଭିତରେ କୃଷି କ୍ଷୟକ୍ଷତିର ଆକଳନ ସରିବ ବୋଲି କହିଛନ୍ତି ସରକାର । ଆଜି ସନ୍ଧ୍ୟା ସୁଦ୍ଧା ୮୦ ପ୍ରତିଶତ ସ୍ଥାନରେ ବିଦ୍ୟୁତ ସଂଯୋଗ ସ୍ବାଭାବିକ ହେବ ବୋଲି କୁହାଯାଇଛି ।

ଅମ୍ଫନ ପ୍ରଭାବରେ ଜଗତସିଂହପୁର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଶେଷ କରି ମାଟି କାନ୍ଥ ଥିବା ଘର ସବୁ ଭାଙ୍ଗି ଯାଇଥିବା ବେଳେ ଅନେକ ଘରର ଚାଳ ଛପର ଉଡିଯାଇଛି । ଦୁଇ ଦିନ ଧରି ବାତ୍ୟା ଆଶ୍ରୟସ୍ଥଳରେ ଆଶ୍ରୟ ନେଇଥିବା ଲୋକେ ଆଜି ନିଜ ଘରକୁ ଫେରିବା ଆରମ୍ଭ କରିଛନ୍ତି । ଭାଙ୍ଗି ଯାଇଥିବା ଘରକୁ ପୁଣି ଥରେ ସଜାଡିବାକୁ ଆରମ୍ଭ କରିଛନ୍ତି ଲୋକେ ।

ଏକ ନଇଁପଡ଼ିଥିବା ବିଦ୍ୟୁତ ଖୁଣ୍ଟରେ ତାର ଯୋଡ଼ୁଛନ୍ତି ଜଣେ ଗ୍ରାମବାସୀ ।


ଜଗତସିଂହପୁର ଜିଲ୍ଲାର ଏରସମା, କୁଜଙ୍ଗ, ବାଲିକୁଦା ଓ ପାରାଦୀପ ଅଞ୍ଚଳରେ ଅଧିକ କ୍ଷତି ହୋଇଛି । ବାତ୍ୟାରେ ଅଧିକ କ୍ଷତି ହୋଇଛି ବିଦ୍ୟୁତ ବିଭାଗର । ଗତ ୧୯ ତାରିଖରୁ ଜିଲ୍ଲାରେ ୫ଟି ବ୍ଲକରେ ବିଦ୍ୟୁତ ସଂଯୋଗ ବନ୍ଦ ରହିଥିଲା । ତେବେ ବାତ୍ୟା ପରେ ବାଲିକୁଦାର ଶୋଭା, ଏରସମା ଓ ତିର୍ତୋଲର ନୂଆପଡ଼ା ଓ ନବାପଟଣା, ପୁରଣ ଆଦି ସ୍ଥାନରେ ୧୧ କେଭି ବିଦ୍ୟୁତ ଖୁଣ୍ଟ ଉପୁଡ଼ିବା ସହ ତାର ଛିଡ଼ିପଡ଼ିଛି । ପ୍ରାୟ ୩୦ରୁ ଅଧିକ ଗାଁରେ ଏଲ୍‌.ଟି. ଲାଇନ ତାର ଉପରେ ଗଛ ପଡ଼ିବାରୁ ବିଦ୍ୟୁତ୍ ତାର ମଧ୍ୟ ଛିଣ୍ଡି ଯାଇଛି । ଗତ କାଲିଠାରୁ ବିଦ୍ୟୁତ୍ ବିଭାଗ ପକ୍ଷରୁ ମରାମତି କାମ ଆରମ୍ଭ ହୋଇଛି । ଗ୍ୟାଙ୍ଗମ୍ୟାନ ଟିମ୍‌ରେ ପ୍ରାୟ ୨ ଶହ କର୍ମଚାରୀ କାମରେ ଲାଗିଛନ୍ତି । ବିଦ୍ୟୁତ ନ ଥିବାରୁ ଲୋକେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଅନେକ ଜିଲ୍ଲାରେ ପାନ ଚାଷୀମାନେ ପୁଣି ଦୁର୍ଦ୍ଦଶାରେ ପଡ଼ିଛନ୍ତି । ବାତ୍ୟା ଅମ୍ଫନ ପ୍ରଭାବରେ ଉଜୁଡ଼ି ଯାଇଛି ପାନ ବରଜ । ବର୍ଷକ ତଳେ ବାତ୍ୟା ଫୋନି ପାନ ଚାଷୀର ଆର୍ଥିକ ମେରୁଦଣ୍ତ ଦୋହଲାଇ ଦେଇଥିବା ବେଳେ ଏବେ ଅମ୍ଫନ ପ୍ରଭାବରେ ପୁଣି ପାନ ବରଜ ଭାଙ୍ଗି ନଷ୍ଟ ହୋଇ ତଳେ ପଡ଼ିଛି । ପୁରୀ ଜିଲ୍ଲା ନିମାପଡ଼ ତୁଳସୀପୁର ଅଞ୍ଚଳର ବ୍ୟାପକ ପାନ ଚାଷ ନଷ୍ଟ ହୋଇଛି । ବର୍ଷ ତମାମ କିଭଳି ପରିବାର ଭରଣ ପୋଷଣ କରିବେ ତାକୁ ନେଇ ଚିନ୍ତାରେ ଚାଷୀ ।

ଅନେକ ଗାଁରେ ବିଦ୍ୟୁତ ବ୍ୟବସ୍ଥା ଉଜୁଡ଼ିଯାଇଛି ।


ଅମ୍ଫନ ବାତ୍ୟାର ସିଧାସଳଖ ପ୍ରଭାବ ଦେଖିବାକୁ ମିଳିଛି ଚାଷ ଜମିରେ  । ପବନ ଓ ବର୍ଷା ମାଡ଼ରେ ବିଭିନ୍ନ ପ୍ରକାର ଚାଷ କ୍ଷୟକ୍ଷତି ହୋଇଛି । ଶହ ଶହ ହେକ୍ଟର ଜମିରେ ହୋଇଥିବା ଧାନ ଚାଷ ପବନରେ ଶୋଇଯାଇଛି । ଅନେକ ସ୍ଥାନରେ ବର୍ଷା ପାଣିରେ ବୁଡ଼ି ରହିଛି ଧାନ ଫସଲ ।  ଫଳରେ ଧାନ ଗଜା ହେବା ସହ ନଷ୍ଟ ହେବା ଆଶଙ୍କାରେ ଚାଷୀକୂଳ । ଦୀର୍ଘ ୪ ମାସ ଧରି ମୁଣ୍ଡ ଝାଳ ତୁଣ୍ଡରେ ମାରି ଏହି ଧାନ  ଫସଲ କରିଥିଲେ ଚାଷୀ । କେବଳ ଧାନ ନଷ୍ଟ ହୋଇନାହିଁ ତା ସହ ପନିପରିବା, ଆଖୁ ଓ ବିଭିନ୍ନ ପ୍ରକାର ଡାଲି ଜାତୀୟ ଶସ୍ୟ ନଷ୍ଟ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି ।

ବାତ୍ୟା ଅମ୍ପନ ପ୍ରଭାବରେ ବାଲେଶ୍ବର ଜିଲ୍ଲାର ୪ଟି ବ୍ଲକ୍‌ରେ ଅଧିକ କ୍ଷତି ହୋଇଛି । ଏହି ବ୍ଲକ ଗୁଡ଼ିକ ହେଲା ଭୋଗରାଇ, ବାଲିଆପାଳ, ଖଇରା ଓ ସୋର । ଏନେଇ ସୂଚନା ଦେଇଛନ୍ତି ବାଲେଶ୍ବର ଜିଲ୍ଲାପାଳ । କ୍ଷୟକ୍ଷତିର ଆକଳନ କରାଯାଉଛି । ପୁନରୁଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଛି । ଜିଲ୍ଲାରେ ବିଦ୍ୟୁତ ସରାବରାହ ଯଥା ଶୀଘ୍ର ସ୍ବାଭାବିକ ହେବ ବୋଲି ସେ କହିଛନ୍ତି ।

କୃଷି କ୍ଷେତ୍ରରେ କ୍ଷୟକ୍ଷତିର ଆକଳନ କରୁଛି କୃଷି ବିଭାଗ ।  ଭୋଗରାଇ ଓ ବାଲିଆପାଳ ବ୍ଲକରେ ବଡ଼ ବଡ଼ ଗଛ ଉପୁଡ଼ି ଯିବା ସହିତ ବିଦ୍ୟୁତ ସରବରାହ ବିଛିନ୍ନ ହୋଇଛି । ବର୍ଷା ପବନରେ ଧାନ ଓ ପାନ ଚାଷ ନଷ୍ଟ ହୋଇଛି । ଦୁଇ ଦିନ ମଧ୍ୟରେ କ୍ଷୟକ୍ଷତିର ରିପୋର୍ଟ ଦେବାକୁ ଫିଲ୍ଡ ଅଫିସରମାନଙ୍କୁ କୁହାଯାଇଛି ।

ଏହା ବି ପଢ଼ନ୍ତୁ: ବାତ୍ୟା ଅମ୍ଫାନ ଛାରଖାର କରିଦେଲା କୋଲକାତା ଏଆରପୋର୍ଟକୁ; ପଶ୍ଚିମ ବଙ୍ଗରେ ୧୭ ମୃତ୍ୟୁ

ଏହା ବି ପଢ଼ନ୍ତୁ: ଜୁନ୍ ୧ରୁ ଚାଲିବ ୨୦୦ଟି ଟ୍ରେନ୍; ଆଜି ଠାରୁ ଅନଲାଇନ୍ ବୁକିଂ ଆରମ୍ଭ; ମେ ୨୫ରୁ ଉଡ଼ିବ ବିମାନ

ଏହା ବି ପଢ଼ନ୍ତୁ: ରାଜ୍ୟରେ କରୋନା ଭାଇରସ୍ ନେଲା ଆଉ ଏକ ଜୀବନ; ଆହୁରି ୫୧ ଆକ୍ରାନ୍ତ ଚିହ୍ନଟ ହେଲେ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 21, 2020, 2:39 PM IST
corona virus btn
corona virus btn
Loading