News18 Odia Digital
କଟକ: କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ସରିବା ପରେ ସମ୍ବାବ୍ୟ ତୃତୀୟ ଲହରୀରେ ଶିଶୁମାନେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ହେବାର ସମ୍ଭାବନା ଥିବାରୁ ତା’ର ଦୃଢ଼ ମୁକାବିଲା ପାଇଁ କଟକରେ ଥିବା ରାଜ୍ୟର ଏକ ମାତ୍ର ଶିଶୁ ରୋଗ ସମ୍ପର୍କିତ ରେଫରାଲ୍ ହସ୍ପିଟାଲ୍ ‘ଶିଶୁ ଭବନ’କୁ ଏକ ଡେଡିକେଟେଡ୍ କୋଭିଡ ହସ୍ପିଟାଲରେ ପରିଣତ କରିବାକୁ ଲକ୍ଷ ରଖିଛନ୍ତି ରାଜ୍ୟ ସରକାର । ଏହା ଦେଶର ସର୍ବବୃହତ ଶିଶୁ କୋଭିଡ୍ ହସ୍ପିଟାଲ୍ ହେବ ।
କିଛି ଦିନ ତଳେ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଶିଶୁ ଭବନ ପରିଦର୍ଶନ କରି ଯିବା ପରେ ଏ ନେଇ ପ୍ରସ୍ତୁତି ଆରମ୍ଭ କରିଛି କଟକ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟ ସରକାରଙ୍କ ପ୍ରସ୍ତାବ ମୁତାବକ ଶିଶୁଭବନକୁ ସମ୍ପୂର୍ଣ୍ଣ ଭାବେ ଶିଶୁ କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯିବ । ଏଠାରେ କେବଳ କୋଭିଡ ପଜିଟିଭ୍ ଚିହ୍ନଟ ହେଉଥିବା ତଥା ଗୁରୁତର ଅବସ୍ଥାକୁ ଯାଉଥିବା ଶିଶୁ ରୋଗୀଙ୍କ ଚିକିତ୍ସା କରାଯିବ । ଏହା ପୂର୍ବରୁ ଏସ୍.ସି.ବି. ହସପିଟାଲର ଶିଶୁ ରୋଗ ବିଭାଗକୁ ଅପଡେଟ୍ କରାଯିବ । ସେଠାରେ ଅଣ-କୋଭିଡ୍ ଶିଶୁ ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଓ ଭିତ୍ତିଭୂମି ପ୍ରସ୍ତୁତ କରାଯିବ ।
ଏହା ବି ପଢ଼ନ୍ତୁ | ତ୍ରିପୁରାରେ CPI(M) ବିଧାୟକ ଲୋକଙ୍କୁ ବାଡ଼ି ଓ ଲୁହା ପାଇପ୍ ରଖିବାକୁ କହିଲେ; BJP କହିଲା ‘ଦଣ୍ଡ ମିଳୁ’ଶିଶୁ ଭବନରେ ଏବେ ୨୦ଟି ଆଇ.ସି.ୟୁ. ବେଡକୁ ମିଶାଇ ମୋ’ଟ ୪୩୫ଟି ବେଡ୍ ଅଛି । ଏହାକୁ ଶିଶୁ କୋଭିଡ ହସ୍ପିଟାଲରେ ପରିବର୍ତ୍ତିତ କରାଯିବା ପରେ ଏଠାରେ ଆଇ.ସି.ୟୁ. ବେଡ୍ ସଂଖ୍ୟାକୁ ବଢ଼ାଯିବ । ଆବଶ୍ୟକ ହେଲେ ସାଧାରଣ ବେଡ୍ ସଂଖ୍ୟା ବୃଦ୍ଧି କରିବା ପାଇଁ ବି ପ୍ରସ୍ତାବ ରହିଛି । ଏସ୍.ସି.ବି. ହସପିଟାଲର ଶିଶୁ ରୋଗ ବିଭାଗରେ ୧୦ଟି ଆଇ.ସି.ୟୁ. ବେଡକୁ ମିଶାଇ ମୋ’ଟ ୧୦୦ଟି ବେଡ୍ ରହିଛି । ଶିଶୁ ଭବନର ଅଣ-କୋଭିଡ ରୋଗୀ ଏସ୍.ସି.ବି. ହସପିଟାଲକୁ ସ୍ଥାନାନ୍ତରିତ ହେବେ । ସେଠାକାର ଶିଶୁ ରୋଗ ବିଭାଗର କାୟାକଳ୍ପରେ ବି ପରିବର୍ତ୍ତନ କରାଯିବା ଯୋଜନା ରହିଛି ।
ଏହା ବି ପଢ଼ନ୍ତୁ | ଏବେ ଆପଣ ବିନା କୌଣସି ଡକ୍ୟୁମେଣ୍ଟରେ ବି ଆଧାର କାର୍ଡ଼ ବନାଇ ପାରିବେ; ଜାଣନ୍ତୁ କେମିତି‘‘କରୋନା ସଂକ୍ରମଣର ସମ୍ଭାବ୍ୟ ତୃତୀୟ ଲହରୀ ପାଇଁ ଆମେ ଦୁଇଟି ପେଡିଆଟ୍ରିକ୍ ହସ୍ପିଟାଲକୁ ନେଇଛୁ । ଦୁଇଟି ଯାକ ହସ୍ପିଟାଲକୁ ଆମେ ପେଡିଆଟ୍ରିକ୍ ହସ୍ପିଟାଲ୍ କରିବୁ । ଶିଶୁ ଭବନକୁ ସମ୍ପୂର୍ଣ୍ଣ ଭାବେ କୋଭିଡ୍ ହସ୍ପିଟାଲ କରାଯିବ । ଏସ୍.ସି.ବି. ହସପିଟାଲର ଶିଶୁ ରୋଗ ବିଭାଗକୁ ଅଣ-କୋଭିଡ ଶିଶୁଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯିବା ଯୋଜନା ରହିଛି,’’ କହିଛନ୍ତି କଟକ ଜିଲ୍ଲା ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଉମେଶ ରାୟ ।
ଏହା ବି ପଢ଼ନ୍ତୁ | ଟ୍ୱିଟରକୁ ସରକାର ‘ଶେଷ ଚେତାବନୀ’ ଦେଲେ; ବଡ଼ ନେତାଙ୍କ ବ୍ଲୁ ଟିକ୍ ହଟାଇବା ପରେ ପୁଣି ଫେରାଇଲାଏସ୍.ସି.ବି. ହସପିଟାଲର ଶିଶୁ ରୋଗ ବିଭାଗରେ ବେଡ୍ ସଂଖ୍ୟା ବୃଦ୍ଧି କରିବା ସହ ସେଠାରେ ୩୦ରୁ ଉର୍ଦ୍ଧ୍ୱ ଆଇ.ସି.ୟୁ.ର ବ୍ୟବସ୍ଥା କରାଯିବ । ଶିଶୁ ରୋଗ ବିଭାଗରେ ଏତେ ରୋଗୀଙ୍କ ପାଇଁ ସ୍ଥାନ ଅଭାବ ରହୁଥିବାରୁ ଏହି ବିଭାଗକୁ ଏସ୍.ସି.ବି. ହସପିଟାଲ୍ ପରିସରରେ ଥିବା ଅନ୍ୟ କୌଣସି କୋଠାକୁ ସ୍ଥାନାନ୍ତରିତ କରିବା ପାଇଁ ବି ଯୋଜନା ହେଉଛି । କଟକରେ ଶିଶୁ ରୋଗର ଚିକିତ୍ସା କରୁଥିବା ଦୁଇଟି ହସ୍ପିଟାଲକୁ ରାଜ୍ୟ ସରକାର ଅଧିଗ୍ରହଣ କରିସାରିଛନ୍ତି । ଏହି ଦୁଇଟି ହସ୍ପିଟାଲରେ ମୋଟ ୧୫୦ଟି ବେଡ୍ ଓ ୪୦ଟି ଆଇ.ସି.ୟୁ. ରହିଛି । ଏହି ଦୁଇଟି ହସ୍ପଟାଲରେ ଅଣ-କୋଭିଡ ଶିଶୁ ରୋଗୀଙ୍କ ଚିକିତ୍ସା କରାଯିବ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ମୋଦି-ମମତା କଳି ବଢୁଛି: ବେଙ୍ଗଲରେ ଟିକା ସାର୍ଟିଫିକେଟରୁ ମୋଦିଙ୍କ ଫଟୋ ହଟାଇ ନିଜ ଫଟୋ ଛାପିଲେ ମମତାତୃତୀୟ ଲହରୀରେ ଶିଶୁମାନେ ଅଧିକ ସଂଖ୍ୟାରେ ସଂକ୍ରମିତ ହେବାର ସମ୍ଭାବନା ଅଛି । ଟିକାକରଣର ପ୍ରଥମ ଦଫାରେ ବୟସ୍କ ଲୋକଙ୍କୁ ଟିକା ଦିଆଯାଇଥବା ବେଳେ ଦ୍ବିତୀୟ ଦଫାରେ ଯୁବ ଗୋଷ୍ଠି ଟିକା ନେବା ଆରମ୍ଭ କରିଛନ୍ତି । ଫଳରେ ସେମାନଙ୍କ ଶରୀରରେ କୋଭିଡ ରୋଗର ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇ ସାରିଛି । ପ୍ରଥମ ଓ ଦ୍ବୀତିୟ ଲହରୀରେ ମୁଖ୍ୟତଃ ବୟସ୍କ ଓ ଯୁବ ବର୍ଗ ସଂକ୍ରମିତ ହୋଇଛନ୍ତି । କୋଭିଡରୁ ସୁସ୍ଥ ହୋଇସାରିଥିବା ଲୋକଙ୍କ ମଧ୍ୟରେ ଆଣ୍ଟିବଡି ବିକଶିତ ହୋଇ ସାରିଛି । ପ୍ରଥମ ଲହରୀରେ ଶିଶୁମାନେ କୋଭିଡରେ ସଂକ୍ରମିତ ହେଉ ନ ଥିବା ବେଳେ ଦ୍ବିତୀୟ ଲହରୀରେ ସେମାନଙ୍କ ସଂକ୍ରମଣ ହାର ବୃଦ୍ଧି ପାଇଛି । କୋଭିଡ ନିୟମିତ ଭାବେ ନିଜର ମ୍ୟୁଟେସନ୍ କରି ଚାଲିଛି ଓ ଫଳ ସ୍ବରୂପ ଏହାର ନୂଆ ନୂଆ ଭ୍ୟାରିଏଣ୍ଟ୍ ଆତ୍ମପ୍ରକାଶ କରୁଛି । ତେଣୁ ତୃତୀୟ ଲହରୀ ଦାଉରୁ ବୟସ୍କ ଓ ଯୁବ ବର୍ଗଙ୍କୁ ଟିକା ରକ୍ଷା କରିପାରିଲେ ମଧ୍ୟ ଶିଶୁମାନଙ୍କ ପାଖରେ ଟିକାର କବଚ ନଥିବାରୁ ସେମାନେ ଅଧିକ ସଂଖ୍ୟାରେ କୋଭିଡର ନୂଆ ମ୍ୟୁଟେସନର ଶିକାର ହୋଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି ।
‘‘ପ୍ରଥମ ଲହରୀ ଅପେକ୍ଷା ଦ୍ବିତୀୟ ଲହରୀରେ ଦୁଇରୁ ତିନି ଗୁଣା ଅଧିକ ସଂଖ୍ୟାରେ ଶିଶୁମାନେ କୋଭିଡରେ ଆକ୍ରାନ୍ତ ହେଉଛନ୍ତି । ଏହା ବ୍ୟତୀତ ପ୍ରଥମ ଓ ଦ୍ୱିତୀୟ ଲହରୀରେ ପରିବାରର ଜଣେ ବା ଦୁଇ ଜଣ ସଦସ୍ୟ ସଂକ୍ରମିତ ହେବା ପରେ ଶିଶୁମାନେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି । ତୃତୀୟ ଲହରୀରେ କ’ଣ ହେବ ତାହ’ର ସଠିକ୍ ଆକଳନ ସମ୍ଭବ ନ ଥିଲେ ମଧ୍ୟ ଏଥିରେ ଶିଶୁମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହୁଛି । ସେଥି ପାଇଁ ଆଗୁଆ ବ୍ୟବସ୍ଥା କରି ରଖିବା ନିହାତି ଦରକାର,’’ କହିଛନ୍ତି ଶିଶୁ ଭବନର ପୂର୍ବତନ ଅଧୀକ୍ଷକ ତଥା ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ନିରଞ୍ଜନ ମହାନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।