କଟକ: SCB ରେ ବିସ୍ପୋରକ ସ୍ଥିତି ଆଡ଼କୁ ମୁହାଁଉଛି କରୋନା ସଂକ୍ରମଣ; ହାତ ଟେକି ଦେଲେ ମେଡିକାଲ କତ୍ତୃପକ୍ଷ

ଏସସିବିରେ ୬୦ ଜଣ ଡାକ୍ତର କରୋନା ସଂକ୍ରମିତ ହୋଇଥିବା ବେଳେ ପାରାମେଡିକାଲ ଷ୍ଟାଫ ଓ ସୁରକ୍ଷାକର୍ମୀଙ୍କୁ ମିଶାଇଲେ ସଂକ୍ରମିତଙ୍କ ସଂଖ୍ୟା ଶହେକୁ ପାର କରି ସାରିଲାଣି ।

କଟକ: SCB ରେ ବିସ୍ପୋରକ ସ୍ଥିତି ଆଡ଼କୁ ମୁହାଁଉଛି କରୋନା ସଂକ୍ରମଣ; ହାତ ଟେକି ଦେଲେ ମେଡିକାଲ କତ୍ତୃପକ୍ଷ
ଏସସିବିରେ ବିସ୍ପୋରକ ସ୍ଥିତି ଆଡକୁ ମୁହାଁଉଛି କରୋନା ସଂକ୍ରମଣ
  • News18 Odia
  • Last Updated: August 24, 2020, 1:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
କଟକ: ବର୍ତ୍ତମାନ କଟକ ବଡ଼ ମେଡିକାଲରେ କରୋନା ସଂକ୍ରମଣ ଏକ ସାଙ୍ଘାତିକ ପରିସ୍ଥିତି ଆଡ଼କୁ ମୁହାଁଉଛି । ମେଡ଼ିକାଲରେ ମୋଟ ୩୮ ବିଭାଗ ଥିବା ବେଳେ ହାତ ଗଣତି କିଛି ବିଭାଗକୁ ବାଦ ଦେଲେ ଅଧିକାଶଂ ବିଭାଗ କରୋନାର ସଂକ୍ରମଣ ଜାଲରେ ଛନ୍ଦି ହୋଇସାରିଛି । ଫଳ ସ୍ବରୂପ ରୋଗୀ ସେବା ଏବେ ଗୁରୁତର ଭାବେ ପ୍ରଭାବିତ ହୋଇଛି ।

ପୂର୍ବରୁ ବିଭିନ୍ନ ଓ୍ବାର୍ଡରୁ କାଁ ଭାଁ କୋଭିଡ଼ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଅଗଷ୍ଟ ମାସରେ ସଂକ୍ରମଣ ହାର ଦୃତ ଗତିରେ ବୃଦ୍ଧି ପାଇବାରେ ଲଗିଛି । ଗତ ୪ ଦିନ ହେଲା ଏହି ସଂକ୍ରମଣ ହାର ବେଶ ଅଧିକ ରହିଛି । ନିୟମିତ ଭାବେ ପ୍ରତିଦିନ ହାରାହାରି ୨୦ ଜଣ ରୋଗୀ ସଂକ୍ରମିତ ହେଉଥିବା ବେଳେ ୩ ଜଣ ଡାକ୍ତର ମଧ୍ୟ ସଂକ୍ରମିତ ହେଉଛନ୍ତି । ରବିବାର ଦିନ ଏସସିବି ମେଡିକାଲରୁ ୩ ଜଣ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧରେ ଜଣେ ୬୦ ବର୍ଷ ବୟସ୍କ ପ୍ରଫେସର ମଧ୍ୟ ଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ସମ୍ପୃକ୍ତ ପ୍ରଫେସରଙ୍କୁ ମିଶାଇ ମୋଟ ୭ ଜଣ ପ୍ରଫେସର ସଂକ୍ରମିତ ହୋଇ ସାରିଛନ୍ତି ।

ମେଡ଼ିକାଲରେ ବ୍ୟାପୁଥିବା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଯାଇ ଚେଷ୍ଟା କରି ପରେ ଆଜି ହାତ ଟେକି ଦେଇଛନ୍ତି ଏସସିବି କତ୍ତୃପକ୍ଷ । ଏସସିବିରେ କରୋନା ସଂକ୍ରମଣ ବିପର୍ଯ୍ୟୟ ସୃଷ୍ଟି କରିବା ଆଶଙ୍କା କରି ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ଏସସିବି ଅଦ୍ଧକ୍ଷକ । ପରିସ୍ଥିତିକୁ ଖୁବ ଶିଘ୍ର ନିୟନ୍ତ୍ରଣ କରା ନ ଗଲେ ମେଡ଼ିକାଲର ଓପିଡି ସହ ନୂଆ ରୋଗୀ ଭର୍ତ୍ତି ହେବା ଉପରେ ସାମାୟୀକ କଟକଣା ଲଗାଇବା ଉପରେ ମଧ୍ୟ ମେଡିକାଲ କତ୍ତୃପକ୍ଷ ବିଚାର କରୁଛନ୍ତି । ଯେଉଁ ଯେଉଁ ବିଭାଗରେ ସଂକ୍ରମଣ ଅଧିକ ବ୍ୟାପିଛି ସେହି ବିଭାଗରେ ରୋଗୀ ସେବା ଗୁରୁତର ଭାବେ ପ୍ରଭାବିତ ହେଇଛି । ଯଦି ପୁରା ମେଡିକାଲକୁ ଏହା ବ୍ୟାପି ଯାଏ ତେବେ ପୁରା ମେଡିକାଲକୁ ବନ୍ଦ କରିବା ବ୍ୟତିତ ଅନ୍ୟ ଉପାୟ ନ ଥିବା କହିଛନ୍ତି ଜଣେ ବରିଷ୍ଠ ଡାକ୍ତର ।

"ହସ୍ପିଟାଲରେ କରୋନା ସଂକ୍ରମଣ ବାବଦରେ ଆମେ ସରକାରଙ୍କୁ ଅବଗତ କରାଇଛୁ । ଏଣିକି ସରକାର ଯାହା ନିଷ୍ପତି ନେବ ତାହା ହିଁ ହେବ। ଆମେ ଆମ ସ୍ତରରେ ଆଉ କିଛି କରିପାରିବୁ ନାହିଁ । ଯଦି ସରକାର ଚାହିଁବେ ଓପିଡିକୁ ବନ୍ଦ କରିବେ କିମ୍ବା ନୂଆ ରୋଗୀ ଭର୍ତ୍ତି ବନ୍ଦ କରିବେ । ଯେତିକି ଡାକ୍ତର ଅଛନ୍ତି ସେମାନଙ୍କୁ ନେଇ ରୋଗୀ ଚିକିତ୍ସା ଚାଲିଛି । ଯଦି ସବୁ ବିଭାଗରେ ଡାକ୍ତର ସଂକ୍ରମିତ ହୋଇଯିବେ ତେବେ ବନ୍ଦ କରି ଦେବୁ । ସବୁ ବିଭାଗରେ ଡାକ୍ତର ସଂକ୍ରମିତ ହୋଇଗଲେ ରୋଗୀ ଚିକିତ୍ସା କିଏ କରିବ?," କହିଛନ୍ତି ଏସସିବି ମେଡିକାଲର ଅଦ୍ଧିକ୍ଷକ ପ୍ରଫେସର ଡାକ୍ତର ଅନ୍ନଦା ପଟ୍ଟନାୟକ ।

ଏସସିବିରେ ୬୦ ଜଣ ଡାକ୍ତର ସଂକ୍ରମିତ ହୋଇଥିବା ବେଳେ ପାରାମେଡିକାଲ ଷ୍ଟାଫ ଓ ସୁରକ୍ଷାକର୍ମୀଙ୍କୁ ମିଶାଇଲେ ସଂକ୍ରମିତଙ୍କ ସଂଖ୍ୟା ଶହେକୁ ପାର କରି ସାରିଲାଣି । ପରିସ୍ଥତି ଏପରି ହୋଇଛି ଯେ ସଂକ୍ରମିତ ଡାକ୍ତରମାନଙ୍କ ସଂସ୍ପର୍ଶରେ ଆସି ଅନେକ ଡାକ୍ତର, ଡାକ୍ତରୀ ଛାତ୍ରଛାତ୍ରୀ ଓ ପାରାମେଡିକାଲ ଷ୍ଟାଫଙ୍କୁ କ୍ବାରେଣ୍ଟିନ୍‌କୁ ଯିବାକୁ ପଡିଛି । ଏସସିବିର ଅଦ୍ଧିକ୍ଷକ ଓ ଅଦ୍ଧକ୍ଷିକଙ୍କ ସହ ସେମାନଙ୍କ କାର୍ଯ୍ୟାଳୟର ବହୁ ସଂଖ୍ୟାରେ କର୍ମଚାରୀମାନେ ମଧ୍ୟ କ୍ବାରେନଣ୍ଟିନକୁ ପଠାଯାଇଛି ।

ସିଏମସି କମିଶନର ଅନନ୍ୟା ଦାସ


"ଯେତେ ବେଳେ ଆଚାର୍ଯ୍ୟ ହରୀହର କର୍କଟ ଚିକିତ୍ସା କେନ୍ଦ୍ରରେ କରୋନା ବଢୁଥିଲା ସେତେ ବେଳେ ଆମେ ଏକ ତିନି ସ୍ତରୀୟ ବ୍ୟବସ୍ଥା ଗ୍ରହଣ କରିଥିଲୁ । ସେହି ବ୍ୟବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହେଉଥିବା ରୋଗୀ ଓ ସେମାନଙ୍କ ଆଟେଣ୍ଡାଣ୍ଟଙ୍କୁ ପ୍ରଥମେ ସ୍କ୍ରିନିଂ କରାଯାଉଥିଲା । ଏହା ପରେ ଆଣ୍ଟିଜେନ୍‌ପରୀକ୍ଷାରେ ଯେଉଁମାନଙ୍କ ରିପୋର୍ଟ ପଜେଟିଭ ଆସୁଥିଲା ସେମାନଙ୍କୁ ଅଲଗା କରାଯାଉଥିଲା । ନେଗେଟିଭ୍‌ଆସୁଥିବା ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି କରାଯାଉଥିଲା । କିନ୍ତୁ ଅନେକ କ୍ଷେତ୍ରରେ ରୋଗୀ ଇନ୍‌କୁଭେସନ୍ ପିରିୟଡ଼ରେ ଥିବାରୁ ପରୀକ୍ଷା ସମୟରେ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା । ହେଲେ ଭର୍ତ୍ତି ହେବାର କିଛି ଦିନ ପରେ ସେମାନେ ରୋଗୀ ସଂକ୍ରମିତ ଥିବା ଜଣା ପଡ଼ିଥିଲା । ଏଥିପାଇଁ ଏସସିବିରେ କରୋନା ସଂକ୍ରମଣ ବ୍ୟାପିଛି । ଯେଉଁ ଯେଉଁ ବିଭାଗରେ ଅଧିକ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେହି ବିଭାଗରେ ଓପିଡ଼ିକୁ କଟକଣାଯୁକ୍ତ କରିବା ପାଇଁ ଆମେ ଏସସିବି ଅଦ୍ଧିକ୍ଷକଙ୍କୁ ପରାମର୍ଶ ଦେଇଛୁ," କହିଛନ୍ତି ସିଏମସି କମିଶନର ଅନନ୍ୟା ଦାସ ।
Published by: Jagdish Barik
First published: August 24, 2020, 1:27 PM IST
corona virus btn
corona virus btn
Loading