ପୁଣି ଆରମ୍ଭ ହେବାକୁ ଯାଉଛି କଟକର ନବନିର୍ମାଣ କାର୍ଯ୍ୟ; ବଦଳିବ ସହରର କାୟାକଳ୍ପ

ମହାନଦୀ ପଠା ଭଙ୍ଗାଯିବା ପରେ ସେଠାରୁ ଆସୁଥିବା ବାଲି ଓ ମାଟିକୁ ବାଲିଯାତ୍ରା ପଡିଆରେ ପକାଯାଉଛି । ପଡିଆକୁ ୪ରୁ ୫ ଫୁଟ ପର୍ଯ୍ୟନ୍ତ ପୋତା ଯାଇ ରାସ୍ତା ସହ ସମାନ କରାଯାଉଛି ।

ପୁଣି ଆରମ୍ଭ ହେବାକୁ ଯାଉଛି କଟକର ନବନିର୍ମାଣ କାର୍ଯ୍ୟ; ବଦଳିବ ସହରର କାୟାକଳ୍ପ
ପ୍ରଶାସନିକ ଅଧିକାରୀମାନେ ଗୁରୁବାର କାର୍ଯ୍ୟ ପ୍ରଗତିର ଅନୁଧ୍ୟାନ କରିଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଲକଡ଼ାଉନ ଯୋଗୁଁ ଦୀର୍ଘ ଦିନ ଧରି ବନ୍ଦ ହୋଇ ପଡ଼ି ରହିଥିବା କଟକର ନବକଳେବର କାର୍ଯ୍ୟ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ବିଶେଷ କରି ବାଦାମବାଡ଼ି ଓ ନିକଟବର୍ତ୍ତୀ ବସଷ୍ଟାଣ୍ଡଗୁଡ଼ିକର ପୁନଃନିର୍ମାଣ ସହ ବାଲିଯାତ୍ରା ପଡ଼ିଆ ଓ ମହାନଦୀ ପଠାର ଉନ୍ନତିକରଣ କାର୍ଯ୍ୟକୁ ପୁଣି ଥରେ ଆରମ୍ଭ କରିବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ ।

ଏହି କ୍ରମରେ ଠପ ହୋଇ ପଡ଼ି ରହିଥିବା ବାଦାମବାଡ଼ି ନିକଟ ଅନୁଗୁଳ ବସ ଷ୍ଟାଣ୍ଡର ନବର୍ନିମାଣ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । କଟକ ଜିଲ୍ଲାପାଳ ଓ ସିଏମସି କମିଶନରଙ୍କ ସହ ବହୁ ପ୍ରଶାସନିକ ଅଧିକାରୀ ଏହି ବସ ଷ୍ଟାଣ୍ଡ ସହ ଏହାର ନିକଟବର୍ତ୍ତୀ ଅଞ୍ଚଳକୁ ଅନୁଧ୍ୟାନ କରିଛନ୍ତି ।

‘‘ଭୂମି ସମତଳ କାର୍ଯ୍ୟ ପ୍ରାୟ ତ ଶେଷ ହୋଇ ଯାଇଥିଲା । କିନ୍ତୁ ସେଥିରେ ଆଉ କିଛି କାମ ବାକି ରହିଛି । ଜଳ ନିଷ୍କାସନ ସମସ୍ୟାର ନିରାକରଣ କରାଯାଉଛି । ପ୍ରଥାମିକ ପର୍ଯ୍ୟାୟରେ ଏଠାରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ, ଦେକାନ ଓ ମନ୍ଦିରଗୁଡିକୁ ଚିହ୍ନଟ କରୁଛୁ । ସେ କାର୍ଯ୍ୟ ଶେଷ ହେବା ପରେ ସେଗୁଡିକୁ ସ୍ଥାନାନ୍ତରିତ କରିବା ପାଇଁ ଜାଗା ଚିହ୍ନଟ କରାଯିବ,’’ କହିଛନ୍ତି କଟକ ମହାନଗର ନିଗମର କମିଶନର ଅନନ୍ୟା ଦାସ ।

ଭୂମି ସମତଳ କାର୍ଯ୍ୟରେ ଆଉ ଅଳ୍ପ କିଛି କାମ ବାକି ରହିଛି ।


ବାଲିଯାତ୍ରା ପଡିଆ ଓ ଏହାର ନିକଟବର୍ତ୍ତୀ ମହାନଦୀ ପଠାରେ ସୃଷ୍ଟି କରାଯାଇଥିବା ୪୨୫ ଏକର ସ୍ଥାନର ଉନ୍ନତିକରଣ କାର୍ଯ୍ୟ ମଧ୍ୟ ସମାନ୍ତରାଳରେ ଆରମ୍ଭ ହୋଇଛି । ଏହାରି ଭିତରେ ବାଲିଯାତ୍ରା ପଡିଆର କାୟାକଳ୍ପରେ ଏକ ବିରାଟ ପରିବର୍ତ୍ତନ ଦେଖିବାକୁ ମିଳିଛି । ମହାନଦୀ ପଠା ଭଙ୍ଗାଯିବା ପରେ ସେଠାରୁ ଆସୁଥିବା ବାଲି ଓ ମାଟିକୁ ବାଲିଯାତ୍ରା ପଡିଆରେ ପକାଯାଉଛି । ଫଳରେ ପଡିଆକୁ ୪ରୁ ୫ ଫୁଟ ପର୍ଯ୍ୟନ୍ତ ପୋତା ଯାଇ ରାସ୍ତା ସହ ସମାନ କରାଯାଉଛି ।

‘‘ହାଇ କୋର୍ଟଙ୍କ ଆଦେଶ ମୁତାବକ ମହାନଦୀ ପଠାରୁ ବାହାରୁଥିବା ବାଲିକୁ ବାଲିଯାତ୍ରା ପଡ଼ିଆରେ ପକାଯାଉଛି । ଆଶା କରିବା ଯେ ସରକାର କଟକ ସହରର ସାଂସ୍କୃତିକ ଓ ପରିବେଶକୁ ଦୃଷ୍ଟିରେ ରଖି ସେହି ଯାଗାରେ ସୁନ୍ଦର ପ୍ରକଳ୍ପ କରିବେ । ଏସସିବି ମେଡିକାଲର ନବନିର୍ମାଣ କାର୍ଯ୍ୟ ଆରମ୍ଭ ହେଲେ ସେହି ଅଞ୍ଚଳରୁ ଉଚ୍ଛେଦ କାର୍ଯ୍ୟ ମଧ୍ୟ ଆରମ୍ଭ କରିବୁ,’’ କହିଛନ୍ତି କଟକ ଜିଲ୍ଳାପାଳ ଭାବନୀ ଶଙ୍କର ଚୟନି।

ମହାନଦୀ ପଠାରେ ସୃଷ୍ଟି ହୋଇଥିବା ସମତଳ ଭୂମିରେ ସ୍ପେଟ୍ସ କମ୍ପ୍ଲେକ୍ସ, ତାରକା ହୋଟେଲ୍, ମଲ୍, ରେଷ୍ଟୋରାଣ୍ଟ୍ ଓ ପାର୍କ ଇତ୍ୟାଦି କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଜାନୁଆରୀ ୨୩ ତାରିଖ ଦିନ ମୁଖ୍ୟ ମନ୍ତ୍ରୀ ଏହାର ଶିଳାନ୍ୟାସ ମଧ୍ୟ କରି ସାରିଛନ୍ତି । କିନ୍ତୁ ଲକଡ଼ାଉନ ଯୋଗୁଁ ବନ୍ଦ ହୋଇ ପଡିଥିବା ସେହି ସ୍ଥାନର ଭୂମିସମତଳ କାର୍ଯ୍ୟ ପ୍ରଭାବିତ ହୋଇଥିଲା ।

ଏସସିବି ମେଡ଼ିକାଲକୁ ବିଶ୍ବସ୍ତରୀୟ ମେଡ଼ିକାଲରେ ପରିବର୍ତ୍ତିତ କରିବା ପାଇଁ ରାଜ୍ୟ ସରକାର ଏକ ମାଷ୍ଟର ପ୍ଲାନ ମଧ୍ୟ ଘୋଷଣା କରିଥିଲେ । ଏଥି ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ବି ଆରମ୍ଭ ହୋଇ ଯାଇଥିଲା । କିନ୍ତୁ ଲକଡ଼ାଉନ ଯୋଗୁଁ ତାହା ମଧ୍ୟ ବନ୍ଦ ହୋଇ ପଡ଼ିଛି । ତେବେ ଏହି କରୋନା ସ୍ଥିତିରେ ଆଖିଦୃଶିଆ ସୁଧାର ଆସିବା ପରେ ହିଁ ସେ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରଶାସନିକ ସୁତ୍ରରୁ ସୂଚନା ମିଳିଛି ।​

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଏହା ବି ପଢ଼ନ୍ତୁ: ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 29, 2020, 3:56 PM IST
corona virus btn
corona virus btn
Loading