News18 Odia Digital
କଟକ: ନକଲି କୋଭିଡ ଔଷଧର ସୌଦାଗର ଶିବ ଜେନାଙ୍କର ଡି-ବ୍ରଦର୍ସ ନାମରେ ଜଣା କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ଦୁଇ ଭାଇଙ୍କ ସହ ସମ୍ପର୍କ ଥିବା ସନ୍ଦେହ କରାଯାଉଛି । କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ କହିଛନ୍ତି ଯେ ଜେନାଙ୍କର ରାଜ୍ୟର ଶାସକ ଦଳ ବି.ଜେ.ଡି. ସହିତ ସମ୍ପର୍କ ରହିଛି ।
‘‘ତାଙ୍କ (ଶିବ ଜେନା) ବିଷୟରେ ଆମେ ଯେଉଁ ସୂଚନା ପାଇଛୁ ତାହା ଅନୁସାରେ ତାଙ୍କର ଶାସକ ଦଳ (ବି.ଜେ.ଡି.) ସହିତ ସମ୍ପର୍କ ରହିଛି । ବିଭିନ୍ନ ପ୍ରକାରର ଆପରାଧିକ କାର୍ଯ୍ୟକଳାପ ଅଭିଯୋଗରେ କଟକରୁ ଯେଉଁମାନେ ଗିରଫ ହୋଇଛନ୍ତି ସେମାନଙ୍କ ପ୍ରତି ମଧ୍ୟ ତାଙ୍କର ପୃଷ୍ଠପୋଷକତା ରହିଥିଲା । ଏହି ନକଲି ଔଷଧର କାରବାର ପଛରେ ବହୁ ବଡ଼ ବଡ଼ିଆ ରହିଛନ୍ତି । ଏହାର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ଓ ଏହା ପଛରେ କେଉଁମାନଙ୍କର ହାତ ରହିଛି ତା’ର ପୁଙ୍ଖାନୁପୁଙ୍ଖ ତଥା ନିରପେକ୍ଷ ତଦନ୍ତ କରାଯାଉ,’’ କହିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ବେଙ୍ଗଲ୍ରେ ‘ଖେଲା’ ହେଲା! BJP ଛାଡ଼ି ନିଜ ପୁଅ ସହ ତୃଣମୂଳ କଂଗ୍ରେସକୁ ଫେରିଲେ ମୁକୁଲ ରାୟଶିବ ଜେନାଙ୍କର ଡି-ଲିଙ୍କ୍ କଥା ସାମନାକୁ ଆସିବା ପରେ ପୂରା ଘଟଣା ଏକ ଭିନ୍ନ ମୋଡ଼ ନେବା ସହ ତାଙ୍କ ପାଇଁ ଅଡ଼ୁଆ ମଧ୍ୟ ବଢାଇଛି । ଅଭିଯୋଗ ମୁତବାକ ୨୦୧୫ ମସିହାରେ ଯେତେବେଳେ ଗ୍ୟାଙ୍ଗଷ୍ଟର୍ ସୁଶିଲ ଧଳସାମନ୍ତ ନିଜକୁ ସମାଜସେବୀର ଖୋଳପା ପିନ୍ଧାଇବାକୁ ଉଦ୍ୟମ କରୁଥିଲା, ସେହି ସମୟରେ ଶିବ ଜେନା ତାକୁ ଏଥିରେ ସହଯୋଗ କରିଥିଲେ । ଏପରିକି ସୁଶିଲ ଧଳସାମନ୍ତ ଦ୍ବାରା ଗଠନ କରାଯାଇଥିବା ‘କଟକ ନଗର ଯୁବକ ସଙ୍ଘ’ର ପ୍ରଥମ ବୈଠକଟ କନିକା ଛକ ଅଞ୍ଚଳରେ କରାଯାଇଥିଲା, ଯେଉଁଠି ଶିବ ଜେନାଙ୍କ ଔଷଧ ହୋଲସେଲିଂ ସଂସ୍ଥା ଅଛି । ଜେନା ସେହି ବୈଠକର ମୁଖ୍ୟ ପୃଷ୍ଠପୋଷକ ଥିଲେ ବୋଲି ମଧ୍ୟ କୁହାଯାଉଛି ।

କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍
ଏହି ଅଭିଯୋଗ ସାମନାକୁ ଆସିବା ପରେ ଏହି ପ୍ରସଙ୍ଗରେ ଛାନବିନ୍ ଆରମ୍ଭ କରିଛି କଟକ ମିଶନରେଟ୍ ପୋଲିସ୍ । କଟକ କମିଶନରେଟ ପୋଲିସର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ କନିକା ଛକ ଏବଂ ଏହାର ଆଖପାଖ ଅଞ୍ଚଳରେ ଡି-ବ୍ରଦର୍ସଙ୍କ ଦ୍ବାରାର ଗଠିତ କଟକ ନଗର ଯୁବକ ସଙ୍ଘର ଅନେକ ସକ୍ରିୟ ସଦସ୍ୟ ଥିଲେ । ଶିବ ଜେନା ସେମାନଙ୍କ ମଧ୍ୟରେ ଥିଲା କି ନାହିଁ ତା’ର ଯାଞ୍ଚ କରାଯାଉଛି । ଡି-ବ୍ରଦର୍ସଙ୍କ ସହିତ ଶିବ ଜେନାଙ୍କ ସମ୍ପର୍କ ଥିବା ବିଷୟରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ବି ପରୋକ୍ଷରେ ଇଙ୍ଗିତ କରିଛନ୍ତି ।
ଏହା ବି ପଢ଼ନ୍ତୁ | ଏବେ ହଜାରେ ବର୍ଷ ବଞ୍ଚିବ ମଣିଷ! ବୈଜ୍ଞାନିକ କହିଲେ ଲ୍ୟାବରେ ତିଆରି ହେବ ଅମରତ୍ୱର ଇଞ୍ଜେକ୍ସନ୍ରାଜ୍ୟ ସରକାର ନରଲି ଔଷଧ ପ୍ରକରଣର କ୍ରାଇମ୍ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେବା ପୂର୍ବରୁ ଶିବ ଜେନାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲା କଟକ ଜିଲ୍ଲା ଡ୍ରଗ୍ କଣ୍ଟ୍ରୋଲ୍ କାର୍ଯ୍ୟାଳୟ। ଶିବ ଜେନାଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ତାଙ୍କ ବିରୁଦ୍ଧରେ ପ୍ରାଥମିକ ପର୍ଯ୍ୟାୟରେ ଦୁଇଟି ମାମଲା ଦାୟର କରିବାକୁ ଯାଉଥିଲା ଏହି କାର୍ଯ୍ୟାଳୟ ।
ଏହା ବି ପଢ଼ନ୍ତୁ | ଯୁବ ଲେଖକମାନଙ୍କ ପାଇଁ PM ମୋଦି ଆଣିଲେ ଏକ ସ୍କିମ୍; ୬ ମାସରେ ମିଳିବ ୩ ଲକ୍ଷ ଟଙ୍କାପ୍ରଥମ ମାମଲାଟି ନିଜ ଘର ତଥା ଗୋଦାମରେ ନକଲି କୋଭିଡ ଔଷଧ ଗଚ୍ଛିତ ରଖିବା ସହିତ ଏହାର କାରବାର କରିବା ଅଭିଯୋଗରେ ରୁଜୁ ହେବାକୁ ଥିବା ବେଳେ ଦ୍ବିତୀୟ ମାମଲାଟି ମଙ୍ଗଳାବାଗ ସ୍ଥିତ ଏକ ଔଷଧ ହୋଲସେଲରକୁ ବିଷାକ୍ତ ‘ମେଡିଅକ୍ସି-୩୦୦’ ବଟିକା ଯୋଗାଇବା ଅଭିଯୋଗରେ ରୁଜୁ ହେବାର ଥିଲା । ଏ ନେଇ ଜିଲ୍ଲା ଡ୍ରଗ୍ କଣ୍ଟ୍ରୋଲ୍ କାର୍ଯ୍ୟାଳୟ କଟକ ଏସ.ଡି.ଜେ.ଏମ୍.ଙ୍କ କୋର୍ଟଙ୍କୁ ଅବଗତ କରାଇ ସାରିଛନ୍ତି ।
ଦୁଇଟି ଯାକ ମାମଲା ଦାୟର କରିବା ପାଇଁ ସବୁ ଦସ୍ତାବିଜ୍ ପ୍ରସ୍ତୁତ କରାଯାଇଥିଲେ ବି ରଜ ଛୁଟିଥିବାରୁ ମାମଲା ଦାୟର ହୋଇ ପାରି ନାହିଁ ବୋଲି କହିଛନ୍ତି କଟକ ଜିଲ୍ଳା ଡ୍ରଗ କଣ୍ଟ୍ରୋଲ କାର୍ଯ୍ୟାଳୟର ଜଣେ ଇନ୍ସପେକ୍ଟର । ବୁଧବାର ଦିନ କୋର୍ଟ କାର୍ଯ୍ୟ ଆରମ୍ଭ ହେଲେ ଶିବ ଜେନାଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଏହି ଦୁଇଟି ମାମଲା ରୁଜ୍ଜୁ ହେବାର ଥିଲା । ଏବେ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ପରେ ତାହା ହେବ କି ନାହିଁ ତାହା ଅସ୍ପଷ୍ଟ ଅଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।