କଟକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ: ମିଳି ନ ଥିଲା ଅଗ୍ନି ନିରାପତ୍ତା ଲାଇସେନ୍ସ; ଯାଞ୍ଚ ହେଉ ନ ଥିଲା

ଜଗତପୁରରେ ଥିବା ସଦଗୁରୁ କୋଭିଡ ହସ୍ପିଟାଲରେ ଏକ ବଡ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ୧୨୭ କୋଭିଡ ରୋଗୀ । ସେହି ହସ୍ପିଟାଲକୁ କୋଭିଡ ହସ୍ପିଟାଲ ପାଇଁ କେମିତି ଅନୁମତି ଦିଆଯାଇଥିଲା ତାକୁ ନେଇ ପ୍ରଶ୍ନ ଉଠିଛି ।

କଟକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ: ମିଳି ନ ଥିଲା ଅଗ୍ନି ନିରାପତ୍ତା ଲାଇସେନ୍ସ; ଯାଞ୍ଚ ହେଉ ନ ଥିଲା
ଅଗ୍ନିକାଣ୍ଡ ପରେ ଦୁଃଖରେ ମ୍ରିୟମାଣ ଜଣେ ରୋଗୀଙ୍କ ସମ୍ପର୍କୀୟ
  • News18 Odia
  • Last Updated: September 21, 2020, 10:42 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଜଗତପୁରରେ ଥିବା ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିବା ପରେ ଏବେ ଏହାର କାରଣ ଖୋଜା ଆରମ୍ଭ ହୋଇଛି । ପ୍ରାଥମିକ ତଦନ୍ତରୁ ଏ.ସି.ରେ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣା ପଡ଼ିଛି । ଏହି ସର୍ଟ ସର୍କିଟ ପଛରେ ହସ୍ପିଟାଲର ବୈଦୁତିକ ଉପକରଣଗୁଡ଼ିକୁ ନିୟମିତ ବ୍ୟବଧାନରେ ଯାଞ୍ଚ କରାଯାଉନଥିବା ହିଁ ଏକ ବଡ଼ କାରଣ ବୋଲି ଅଭିଯୋଗ ହୋଇଛି । ସଦଗୁରୁ କୋଭିଡ ହସ୍ପିଟାଲକୁ ଅଗ୍ନି ନିରାପତ୍ତା ଲାଇସେନ୍ସ ଦିଆଯାଇ ନ ଥିବା କଥା ବି ସାମନାକୁ ଆସିଛି ।

ଏହି ତଥ୍ୟକୁ ନେଇ ଏବେ ଏକ ବଡ଼ ବିବାଦକୁ ସୃଷ୍ଟି ହୋଇଛି । ଯଦି ଅଗ୍ନିଶମ ବିଭାଗ ସଦଗୁରୁ ହସ୍ପିଟାଲକୁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ ଦେଇ ନ ଥିଲା, ତାହେଲେ ସେହି ହସ୍ପିଟାଲକୁ କୋଭିଡ ହସ୍ପିଟାଲ ପାଇଁ ଅନୁମତି ଦିଆଯାଇଥିଲା କେମିତି? ସଦଗୁରୁକୁ କୋଭିଡ ହସ୍ପିଟାଲରେ ପରିବର୍ତ୍ତିତ କରିବା ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ଏହାର ଜାଞ୍ଚ କରି ନ ଥିଲା ନା ଜାଣି ବି ଅଜଣା ରହିଥିଲା? ସଠିକ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବା ଏକ ହସ୍ପିଟାଲକୁ କୋଭିଡ ହସ୍ପିଟାଲରେ ପରିବର୍ତ୍ତିତ କରାଯାଉଥିବା ଜାଣି ମଧ୍ୟ ସମସ୍ତେ ଚୁପ ବସିଥିଲେ କେମିତି ?

ଏହି ଅଗ୍ନିକାଣ୍ଡକୁ ନେଇ ଅଗ୍ନିଶମ ବିଭାଗର ପ୍ରାଥମିକ ରିପୋର୍ଟ ଅନୁଯାୟୀ ହସ୍ପିଟାଲର ତୃତୀୟ ମହଲାରେ ଆଇସିୟୁ ରହିଥିଲା । ଆଇସିୟୁର ୨୦୩ ନମ୍ବର ବେଡ୍‌ ଉପରେ ଥିବା ଏକ ଏ.ସି.ରେ ନିଆଁ ଲାଗିଥିଲା । ତାହା ଏକ କାଠ ପାନେଲ ଉପରେ ଲଗାଯାଇଥିଲା । ଏ.ସି. ସର୍ଟ ସର୍କିଟ ହୋଇଥିଲା । ଫଳରେ ନିଆଁ ଲାଗି ସେହି କାଠ ପାନେଲ ବି ପୋଡ଼ି ଯାଇଥିଲା ।

ହସ୍ପିଟାଲ ବଗିଚାରେ ଫସି ଯାଇଥିବା ଏକ ଆମ୍ବୁଲାନ୍ସ


‘‘ଏହା ଶତ ପ୍ରତିଶତ ନିଶ୍ଚିତ ଯେ ହସ୍ପିଟାଲର ଅଗ୍ନି ନିରାପତ୍ତା ବ୍ୟବସ୍ଥା କାମ କରିଥିଲା । ନହେଲେ କାଜୁଆଲଟି ବହୁତ ହୋଇଥାନ୍ତା । ସେଠି ଲାଗିଥିବା ଅଗ୍ନିନିର୍ବାପକ ଉପକରଣଗୁଡ଼ିକ ସଠିକ ଢଙ୍ଗରେ କାମ କରିଥିଲା । ତାଙ୍କର ଫାୟାର ଆର୍ଲାମ ବାଜିଥିଲା, ସ୍ପ୍ରିଙ୍କ୍‌ଲରରୁ ପାଣି ବି ଝରିଥିଲା । ନିଆଁ ଲାଗିବା ପରେ ହସ୍ପିଟାଲରେ ରେଡ ଆଲର୍ଟ ବ୍ୟବସ୍ଥା ବି କାର୍ଯ୍ୟ କରିଥିଲା । କିନ୍ତୁ ଆମେ ଏହାର ଆଉ ଏକ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବୁ,’’ କହିଛନ୍ତି ରାଜ୍ୟ ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ ।

ହସ୍ପିଟାଲ କତ୍ତୃପକ୍ଷ ତାଙ୍କ ପାଖରେ ଅଗ୍ନି ନିରାପତ୍ତା ଲାଇସେନ୍ସ ନ ଥିବା କଥାକୁ ଏଡ଼ାଇ ଯାଇଛନ୍ତି । ହସ୍ପିଟାଲରେ ସବୁ ପ୍ରକାର ସୁବନ୍ଦୋବସ୍ଥ ଥିବା କହିଛନ୍ତି ଏହାର ନିର୍ଦ୍ଦେଶକ ।

‘‘ଦିନ ପାଖାପାଖି ସାଢେ ୧୨ଟାରେ ଆଇସିୟୁରୁ ଧୁଆଁ ବହାରିବା ଆମେ ଜାଣିବାକୁ ପାଇଥିଲୁ । ସେତେବେଳେ ଆମର ସବୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା କାମ କରିଥିଲା । ରେଡ ଜୋନ ଭିତରକୁ ଯିବାକୁ ଅନୁମତି ନ ଥିଲେ ମଧ୍ୟ ଏ ଭଳି ସ୍ଥିତିରେ ମୁଁ ଓ ମୋ’ କର୍ମଚାରୀମାନେ ଭିତରେ ପଶି ଉଦ୍ଧାର କାର୍ଯ୍ୟ କରିଥିଲୁ । ଏଥିରେ ଆମେ ଅଧିକାଂଶ ଲୋକ କାଚ ଭାଙ୍ଗି ଲୋକଙ୍କୁ ଆଣିବା ସମୟରେ ରକ୍ତାକ୍ତ ବି ହୋଇଛୁ,’’ କହିଛନ୍ତି ହସ୍ପିଟାଲର ନିର୍ଦ୍ଦେଶକ ପ୍ରତ୍ୟୁଷ ମହାନ୍ତି ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଏକ ତଦନ୍ତକାରୀ ଦଳ ହସ୍ପିଟାଲରେ ପହଞ୍ଚି ନିଆଁ ଲାଗିବା ଘଟଣାର ତଦନ୍ତ କରିବ ବୋଲି ଜଣା ପଡିଛି । ହେଲେ ଏହାରି ଭିତରେ ଗୋଟିଏ ଭଲ କଥା ସାମନାକୁ ଆସିଥିଲା । ତାହା ଥିଲା ଉଦ୍ଧାର କାର୍ଯ୍ୟ । ସଂକ୍ରମଣକୁ ଭୟ ନକରି ଓ ସଠିକ ସମୟରେ ଯେଉଁ ଭଳି ଢଙ୍ଗରେ ୧୨୭ ଜଣ ରୋଗୀଙ୍କୁ ଉଦ୍ଧାର କରାଗଲା ତାହା ନିହାତି ଏକ ପ୍ରଶଂସନୀୟ କାର୍ଯ୍ୟ ।

ଏହା ବି ପଢ଼ନ୍ତୁ | ଥାଇଲ୍ୟାଣ୍ଡରେ ମାଙ୍କଡ଼ମାନେ ଲୋକଙ୍କୁ ହଇରାଣ କଲେ; କଣ୍ଟ୍ରୋଲ୍ ପାଇଁ ସେମାନଙ୍କ ଗୁପ୍ତାଙ୍ଗ କଟାଗଲା

ଏହା ବି ପଢ଼ନ୍ତୁ | ଗର୍ଭବତୀ ପତ୍ନୀଙ୍କ ପେଟରେ ପୁଅ ନା ଝିଅ ଅଛି ଜାଣିବାକୁ ୫ ଝିଅଙ୍କ ବାପା ତାଙ୍କ ପେଟ ଚିରିଦେଲେ

ଉଦ୍ଧାର କରୁଥିବା ଏବଂ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଥିବା ଲୋକଙ୍କ ମଧ୍ୟରେ ହସ୍ପିଟାଲ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଭୁମିକା ଅତି ଗୁରୁତ୍ବପୂର୍ଣ୍ଣ ଥିଲା ।



ଅବଶ୍ୟ ଏହା ପରେ ହସ୍ପିଟାଲରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । କୋଭିଡ ରୋଗୀଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଏବେ ଆଇସୋଲୋନକୁ ଯିବାକୁ ପଡ଼ିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଉଦ୍ଧାର କାର୍ଯ୍ୟରେ ସିଧାସଳଖ ନିୟୋଜିତ ଥିବା ୨୬ ଜଣ ଅଗ୍ନିଶମ କର୍ମଚାରୀ ଓ ୫ ଅଧିକାରୀଙ୍କ ସହ ଅନେକ ପୋଲିସ କର୍ମଚାରୀ ।
Published by: Anand Shankar Thankur Das
First published: September 21, 2020, 10:42 PM IST
corona virus btn
corona virus btn
Loading