ଲକଡାଉନ୍ ପ୍ରଭାବ: କଟକରେ ପରିବା ଦରରେ ରେକର୍ଡ଼ ହ୍ରାସ; ୨୦୦ ଟଙ୍କାରେ ଫୁଲ୍ ହୋଇଯାଉଛି ବ୍ୟାଗ୍‌

କଟକରେ ମାସକ ଭିତରେ ୫୦ରୁ ୬୦ ପ୍ରତିଶତ ଖସିଛି ପରିବା ଦର । ଜିଲ୍ଲାର ବିଭିନ୍ନ ହାଟ ବନ୍ଦ ହେବା ପରେ ଚାଷୀଙ୍କ ପରିବା ସିଧାସଳଖ ସହର ମଧ୍ୟକୁ ଆସିବା ପରେ ଦର କମିଥିବା କୁହାଯାଉଛି ।

ଲକଡାଉନ୍ ପ୍ରଭାବ: କଟକରେ ପରିବା ଦରରେ ରେକର୍ଡ଼ ହ୍ରାସ; ୨୦୦ ଟଙ୍କାରେ ଫୁଲ୍ ହୋଇଯାଉଛି ବ୍ୟାଗ୍‌
ବାଦାମବାଡ଼ିରେ ଏକ ପରିବା ହାଟର ଦୃଶ୍ୟ
  • News18 Odia
  • Last Updated: April 13, 2020, 1:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଯେଉଁ ପରିବା ଦରରେ ଗତ ଛଅ ମାସ ଧରି ନିଆଁ ଲାଗିଥିଲା, ତାହା ଏବେ ସମ୍ପୂର୍ଣ୍ଣ ଥଣ୍ଡା ପଡିଯାଇଛି । ବାଇଗଣ, ଭେଣ୍ଡି, କଲରା, ପୋଟଳ (ଚାଲାଣ), ବିନ୍ସ୍ ଓ ଜହ୍ନି ଭଳି ପରିବା ଦୁଇ ମାସ ତଳେ ୪୦ରୁ ୬୦ ଟଙ୍କାରେ ବିକ୍ରି ହେଉଥିଲା । କିନ୍ତୁ ଗତ କିଛି ଦିନ ହେଲା ଏ ସବୁ ପରିବାର କେଜି ପ୍ରତି ଦର ୧୦ ଟଙ୍କା ବା ଆହୁରି ତଳକୁ ଖିସିଛି, ଯାହାକୁ ଏକ ସର୍ବକାଳୀନ ରେକର୍ଡ଼ ବୋଲି କୁହାଯାଉଛି ।

ପୂର୍ବରୁ ୫୦୦ ଟଙ୍କାରେ ବି ଭର୍ତ୍ତି ହେଉ ନ ଥିବା ପରିବା ବ୍ୟାଗ୍ ଏବେ ୨୦୦ ଟଙ୍କାରେ ଫୁଲ୍ ହୋଇଯାଉଛି । ଦର କମିଥିବାରୁ ଖାଉଟିଙ୍କ ଖୁସି କହିଲେ ନ ସରେ । ପୂର୍ବରୁ ଅଧକେଜି ପରିବାରେ ସନ୍ତୋଷ ପାଉଥିବା ଗ୍ରାହକ ଏବେ ଅଧିକ ପରିବା ନେବାକୁ ଇଚ୍ଛା କରୁଛନ୍ତି ।

“ଲକଡାଉନ ପରେ ବାଦାମବାଡ଼ିରେ ଅସ୍ଥାୟୀ ପରିବା ମାର୍କେଟ ଖୋଲିବା ଦିନ ଠାରୁ ମୁଁ ଏଠାକୁ ପରିବା ପାଇଁ ଆସୁଛି । କିନ୍ତୁ ଆଗ ଅପେକ୍ଷା ପରିବା ଦର ଏବେ ବହୁତ କମ୍ ଅଛି । ପୂର୍ବରୁ ୩୦ ଟଙ୍କାରେ ମଳୁଥିବା ଭେଣ୍ଡି ଓ ବାଇଗଣ ଏବେ ୧୦ ଟଙ୍କାରେ ମିଳୁଛି । ଦର କମିଥିବାରୁ କିଛି ଅଧିକ ପରିବା ଘରକୁ ନେଉଛି,” କହିଛନ୍ତି କଟକ ବାସିନ୍ଦା ସୁବାଷ ପଣ୍ଡା ।

ପରିବା ଦର କମିବା ପଛରେ ଅନେକ କାରଣ ରହିଥିବା କୁହାଯାଉଛି । ଗୋଟିଏ ପଟେ ସହରର ସମସ୍ତ ହୋଟେଲ ଓ ରେଷ୍ଟୋରାଣ୍ଟ୍ ବନ୍ଦ ରହିବା, ବାଇକ ଚାଳକଙ୍କ ଉପରେ କଟକଣା, ସହର ସାରା ପରିବା ମଣ୍ଡି ଖୋଲିବା ଓ ବଜାର ଉପରେ ପ୍ରଶାସନର ପ୍ରତ୍ୟକ୍ଷ ନଜର ରହିବା ଏହାର ଅନ୍ୟତମ କାରଣ । ଏହା ସହ ଜିଲ୍ଲାର ବିଭିନ୍ନ ହାଟ ବନ୍ଦ ହେବା ପରେ ଚାଷୀଙ୍କ ପରିବା ସିଧାସଳଖ ସହର ମଧ୍ୟକୁ ଆସିବା ପରେ ଦର କମିଥିବା କୁହାଯାଉଛି ।

ଛତ୍ରବଜାର ବ୍ୟବସାୟୀ ସଙ୍ଘର ସମ୍ପାଦକ ଦେବେନ୍ଦ୍ର ସାହୁ


ତେବେ ଦର କମିବା ଯୋଗୁଁ ଗ୍ରାହକ ଖୁସି ଅଛନ୍ତି ସତ, କିନ୍ତୁ ଯଥେଷ୍ଟ ପରିବା ବିକ୍ରି ହେଉ ନ ଥିବାରୁ ବ୍ୟବସାୟୀଙ୍କ ଚିନ୍ତା ବଢିଛି । ବଜାରରେ ଭଳିକି ଭଳି ତଟକା ପରିବାର ପସରା ମେଲିଥିବା ବେଳେ ଗ୍ରାହକଙ୍କ ସଂଖ୍ୟା ବହୁତ କମ ରହିଛି, ଫଳରେ ଗ୍ରାହକଙ୍କୁ ଅପେକ୍ଷା କରିବା ସହ ପ୍ରଚଣ୍ଡ ଖରାରେ ବସି ରହିବାକୁ ପଡୁଥିବାରୁ ଅଳ୍ପ ଲାଭ ରଖି ପରିବା ବିକ୍ରି ଘରକୁ ଯିବାକୁ ଅଧିକ ପସନ୍ଦ କରୁଛନ୍ତି ବ୍ୟବସାୟୀ ।

“ଛତ୍ରବଜାରରେ ଭିଡ଼ ହେଉଥିବାରୁ ଆମକୁ ବାଦମବାଡ଼ିରେ ପରିବା ବିକ୍ରି କରିବାକୁ କୁହାଯାଇଛି । ସହର ସାରା ପରିବା ଦେକାନ ଖୋଲିଲା, ହେଲେ ଲୋକ ନ ଥିବାରୁ ପରିବା ଗଦା ହେଉଛି । ଲାଭ କୋଉଠୁ ଆସିବ? ବିକ୍ରି ନାହିଁ ବୋଲି ଅଳ୍ପ ପରିବା ଆଣିଛି” କହିଛନ୍ତି ୩୫ ବର୍ଷ ହେଲା ଛତ୍ରବଜାରରେ ପରିବା ବ୍ୟବସାୟ କରିଆସୁଥିବା ସୁବାଷ ପଣ୍ଡା ।

ଭବିଷ୍ୟତରେ କିଛି ଭିନ୍ନ ପରିସ୍ଥିତି ଆଡକୁ ଇଙ୍ଗିତ କରିଛନ୍ତି ବଡ଼ ବ୍ୟବସାୟୀ । “ହୋଟେଲ, ବାହାଘର ,ବ୍ରତଘର କିମ୍ବା ମେଳା ମହୋତ୍ସବ ଭଳି ବଡ଼ ଆୟୋଜନ ଏବେ ହେଉନାହିଁ । ତେଣୁ ପରିବା ଆମଦାନୀ ସ୍ୱାଭାବିକ ଥିବା ବେଳେ ଆବଶ୍ୟକତା ଠାରୁ ଅଧିକ ପରିବା ଆସୁଛି । ତେଣୁ ଦର କମ ରହିଛି । କିନ୍ତୁ ଲକଡାଉନ ଉଠିଲେ ହଠାତ ଚାହିଦା ବଢ଼ିବ ଓ ଏବେ ଫସଲ ନଷ୍ଟ ଯୋଗୁଁ କ୍ଷତି ସହୁଥିବା ଚାଷୀ ପୁଣି ଚାଷ ଆରମ୍ଭ କରି ନ ଥିଲେ ଦର ଅତ୍ୟଧିକ ବଢ଼ିଯିବ,’’ କହିଛନ୍ତି ଛତ୍ରବଜାର ବ୍ୟବସାୟୀ ସଙ୍ଘର ସମ୍ପାଦକ ଦେବେନ୍ଦ୍ର ସାହୁ ।
First published: April 13, 2020, 1:56 PM IST
corona virus btn
corona virus btn
Loading