ବଲିଉଡରେ ହିନ୍ଦି ଫିଲ୍ମରେ କ୍ୟାମେରାମ୍ୟାନ୍ ଥିବା କଟକ ଝିଅ ଏବେ ପାଲଟିଛନ୍ତି ମୋମୋ ବ୍ୟବସାୟୀ

ଛଅ ବର୍ଷର ମୁମ୍ବାଇ ରହଣିରେ ଅମିତାଭ ବଚ୍ଚନଙ୍କ ଠାରୁ ଆରମ୍ଭ କରି ମାଧୁରୀ ଦିକ୍ଷିତ, ଭିକି କୌଶଲ, ବରୁଣ ଧାୱନ୍, ସ୍ବର୍ଗତ ସୁଶାନ୍ତ ସିଂରାଜପୁତ ଓ ଆଲିଆ ଭଟ୍ଟଙ୍କ ପର୍ଯ୍ୟନ୍ତ ବହୁ ପ୍ରତିଷ୍ଠିତ ତାରକାଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି ୨୪-ବର୍ଷୀୟା ଶୁଚିସ୍ମିତା ।

ବଲିଉଡରେ ହିନ୍ଦି ଫିଲ୍ମରେ କ୍ୟାମେରାମ୍ୟାନ୍ ଥିବା କଟକ ଝିଅ ଏବେ ପାଲଟିଛନ୍ତି ମୋମୋ ବ୍ୟବସାୟୀ
ଅଭିନେତା ବରୁଣ ଧାବନଙ୍କ ସହ ସୁଚିସ୍ମିତା; (ଡାହାଣ) ନିଜ ମୋମୋ ଷ୍ଟଲରେ ଶୁଚିସ୍ମିତା
  • News18 Odia
  • Last Updated: March 27, 2021, 11:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଯେଉଁ ହାତ ଦିନେ କ୍ୟାମେରା ଧରି ରୂପେଲି ପରଦା ପାଇଁ ଉତ୍ତୋଳନ କରୁଥିଲା ମନୋହର ଦୃଶ୍ୟ, ସେହି ହାତ ଏବେ ଗ୍ୟାସ୍‌ ଲାଇଟର୍‌ ଧରିଛି । ବଲିଉଡର ଖ୍ୟାତନାମା କଳାକାରମାନଙ୍କୁ ଦେଖୁଥିବା ଆଖି ଏବେ ଗ୍ରାହକଙ୍କ ପ୍ରତୀକ୍ଷାରେ ରହୁଛି । ହେଲେ ଓଠରେ ଅଛି ହସ ଓ ହୃଦୟରେ ଆଶା ଓ ବିଶ୍ୱାସ । ଏକଦା ବଲିଉଡରେ କ୍ୟାମେରାମ୍ୟାନ୍‌ ଥିବା ଶୁଚିସ୍ମିତା କଟକରେ ଖୋଲିଥିବା ମୋମୋ ଦୋକାନରେ ଲଗାତର ଜମୁଛି ଗ୍ରାହକଙ୍କ ଭିଡ଼ ।

ଏହା ବି ପଢ଼ନ୍ତୁ | ଏହି ସବୁ ବ୍ୟାଙ୍କ୍ ଚେକ୍ ବୁକ୍ ପାସ୍ ବୁକ୍ ଏପ୍ରିଲ୍ ୧ରୁ ଆଉ କାମ କରିବନି; ଜାଣନ୍ତୁ କେଉଁ ବ୍ୟାଙ୍କ୍

ଛଅ ବର୍ଷର ମୁମ୍ବାଇ ରହଣି କାଳରେ ବିଗ୍ ବି ଅମିତାଭ ବଚ୍ଚନଙ୍କ ଠାରୁ ଆରମ୍ଭ କରି ମାଧୁରୀ ଦିକ୍ଷିତ, ଭିକି କୌଶଲ, ବରୁଣ ଧାୱନ୍‌, ସ୍ବର୍ଗତ ସୁଶାନ୍ତ ସିଂରାଜପୁତ ଓ ଆଲିଆ ଭଟ୍ଟଙ୍କ ପର୍ଯ୍ୟନ୍ତ ବହୁ ପ୍ରତିଷ୍ଠିତ ସିନେ ତାରକାଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି ୨୪-ବର୍ଷୀୟା ଶୁଚିସ୍ମିତା । ଜଣେ ସହକାରୀ କ୍ୟାମେରାମ୍ୟାନ୍ ଭାବେ ହିନ୍ଦି ଫିଲ୍ମ ‘କଲଙ୍କ’ରୁ ଆରମ୍ଭ ହୋଇଥିବା ତାଙ୍କ ବଲିଉଡ କରିୟରରେ ସେ ଛଅଟି ଫିଲ୍ମ ସହିତ ୧୮ଟି ଆଡ୍‌ ଫିଲ୍ମ ଓ ଅନେକ ଟିଭି ସିରିଏଲ୍‌ ଏବଂ ୱେବ୍‌ ସିରିଜ ମଧ୍ୟ ସୁଟ୍‌ କରିଛନ୍ତି । କିନ୍ତୁ କରୋନା କାଳରେ ସୃଷ୍ଟି ହୋଇଥିବା ପରିବର୍ତ୍ତିତ ପରିସ୍ଥିତି ଯୋଗୁଁ ତାଙ୍କୁ ମୁମ୍ବାଇ ଛାଡ଼ିବାକୁ ପଡ଼ିଥିଲା । ସେ ଏବେ ଆରମ୍ଭ କରିଛନ୍ତି ମୋମୋ ବ୍ୟବସାୟ ।

ଏହା ବି ପଢ଼ନ୍ତୁ | ନିଜ ବୟଫ୍ରେଣ୍ଡକୁ ସୁପାରୀ ଦେଇ ହତ୍ୟା କରାଇଲା; ହତ୍ୟାକାରୀକୁ କହିଲା ସେ ପାଇବ. ଲକ୍ଷ ସେକ୍ସ

‘‘ମୁଁ ଅଭାବରେ ପଡ଼ି ମୋମୋ ବିକିବାକୁ ବାଧ୍ୟ ହୋଇ ନାହିଁ । ଗୋଟିଏ ରେଷ୍ଟୋରାଣ୍ଟ ଖୋଲିବାର ଇଚ୍ଛା ଥିଲା, ଆଉ ମୁଁ ମୋମୋ ତିଆରି କରିବା ଜାଣିଥିଲି । ସେଥି ପାଇଁ ଘରେ ବସିବା ଅପେକ୍ଷା କିଛି ଗୋଟେ କାମ କରି ଦୁଇ ପଇସା ରୋଜଗାର କରିବା ପାଇଁ ହିଁ ମୁଁ ଏହି ମୋମୋ ଷ୍ଟଲ୍‌ ଲଗାଇଛି,’’ କହିଛନ୍ତି ଶୁଚିସ୍ମିତା ।

ମାଧୁରୀ ଦୀକ୍ଷିତଙ୍କ ସହ ଶୁଚିସ୍ମିତା


କଟକରେ ନିଜ ଘର ସାମନାରେ ମୋମୋ ଷ୍ଟଲ୍ ଚଳାଉଥିବା ବେଳେ ସେ ବଲିଉଡର ନୂଆ ପ୍ରୋଜେକ୍ଟ ବିଷୟରେ ବି ଖବର ରଖୁଛନ୍ତି । ‘‘ମୋ’ ପାଇଁ ସବୁ କାମ ସମାନ । ଛୋଟ ବଡ଼ ମୁଁ ଦେଖେ ନାହିଁ । ଯଦି ମୋତେ ରାସ୍ତାରେ ଝାଡ଼ୁ ମାରିବାକୁ ପଡ଼େ ମୁଁ ସେହି କାମ ବି ନିଷ୍ଠାର ସହ କରିବି । ବାକି ରହିଲା ମୁମ୍ବାଇ ଫେରିବା କଥା । ମୁଁ ତ ଯୋଗାଯୋଗରେ ଅଛି, କିନ୍ତୁ କିଛି ନୂଆ ପ୍ରୋଜେକ୍ଟ ଏ ଯାଏଁ ମିଳିନାହିଁ । ଭାବୁଛି ଏପ୍ରିଲ ମାସରେ ମିଳିବ । ଯେତେବେଳେ ମିଳିଯିବ ମୁଁ ପୁଣି ମୁମ୍ବାଇ ଫେରିଯିବି,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Bathroom Pic: ଏହି ଯୁବତୀ ଫେସ୍ବୁକ୍ରେ ଟୟଲେଟ୍ରେ ଥିବା ବେଳର ଫଟୋ କାହିଁକି ପୋଷ୍ଟ୍କଲେ?

ଶୁଚିସ୍ମିତା ଦିନରେ ନିଜ ହାତରେ ମୋମୋ ତିଆରି କରନ୍ତି ଓ ସନ୍ଧ୍ୟାରେ ବିଭିନ୍ନ ସାମଗ୍ରୀ ସହିତ ସେ ନିଜ ଷ୍ଟଲକୁ ଆସନ୍ତି । ମୋମୋ ସହିତ ସେ ଚିକେନ୍ ଗୁପଚୁପ୍‌ ବି ପ୍ରସ୍ତୁତ କରିନ୍ତି । ଶୁଚିସ୍ମିତାଙ୍କ ହାତ ତିଆରି ଖାଦ୍ୟ ସାମଗ୍ରୀ ଯେତିକି ସ୍ବାଦିଷ୍ଟ ସେତିକି ଆକର୍ଷଣୀୟ ତାଙ୍କ ବ୍ୟବହାର । ସେଇଥି ପାଇଁ ତ ତାଙ୍କ ମୋମୋ ଷ୍ଟଲରେ ପ୍ରତି ସନ୍ଧ୍ୟାରେ ଜମୁଛି ଗ୍ରାହକଙ୍କ ଭିଡ଼ । ତାଙ୍କ ଷ୍ଟଲ୍‌ ବାବଦରେ ଜାଣିବା ପରେ ତାଙ୍କ ପାଖକୁ ପୁରୁଣା ପରିଚିତ ଲୋକଙ୍କ ସୁଅ ବି ଛୁଟୁଛି । ଲୋକେ ତାଙ୍କ ଖାଦ୍ୟ ସହିତ ତାଙ୍କ ନିଷ୍ଠାର ଭୂରିଭୂରି ପ୍ରଶଂସା ବି କରୁଛନ୍ତି ।

ଅମିତାଭ ବଚ୍ଚନଙ୍କ ସହ ଶୁଚିସ୍ମିତା


‘‘ଶୁଚିସ୍ମିତାଙ୍କ ବିଷୟରେ ଜାଣିବା ପରେ ଜଣେ ଓଡ଼ିଆ ଭାବେ ଗର୍ବ ଅନୁଭବ ହେଉଛି । ଏତେ ଛୋଟ ବୟସରୁ ସେ ଏତେ ବାଟ ଯାଇପାରିଛନ୍ତି । ତାଙ୍କର ଆତ୍ମବିଶ୍ବାସ ଅତୁଟ ଅଛି । ମୁଁ କାମନା କରୁଛି ସେ ଦିନେ ନା ଦିନେ ପୁଣି ଥରେ ମୁମ୍ବାଇ ଫେରିବେ ଓ ନିଜ ସ୍ବପ୍ନକୁ ସାକାର କରିବେ,’’ କହିଛନ୍ତି ଶୁଚିସ୍ମିତାଙ୍କ ଷ୍ଟଲକୁ ଆସିଥିବା ଗ୍ରାହକ ସ୍ମୁତିରଞ୍ଜନ ପରିଡ଼ା ।

ଏହା ବି ପଢ଼ନ୍ତୁ | COVID ଟିକା ନେବା ପରେ Sex କରିବା କେତେ ସୁରକ୍ଷିତ? ଜାଣନ୍ତୁ କହୁଛନ୍ତି ବିଶେଷଜ୍ଞ

ପିଲାଟି ବେଳରୁ କ୍ୟାମେରା ପ୍ରତି ରୁଚି ରଖୁଥିବା ଶୁଚିସ୍ମିତା ୨୦୧୩ରେ ଆସିଷ୍ଟାଣ୍ଣ୍ଟ୍‌ ଏଡିଟର ଭାବେ ନିଜ କରିୟର ଆରମ୍ଭ କରିଥିଲେ । ଦୁଇ ବର୍ଷ ଧରି ସେ ଓଡ଼ିଶା ସିନେମା ଓ ଟେଲି ଜଗତରେ କାମ କରିବା ପରେ ନିଜକୁ ବଲିଉଡରେ ପ୍ରତିଷ୍ଠିତ କରିବା ଆକାଙ୍କ୍ଷା ନେଇ ୨୦୧୫ରେ ମୁମ୍ବାଇ ଯାଇଥିଲେ । ଦୁଇ ବର୍ଷର ସଙ୍ଘର୍ଷ ପରେ ସେଠାରେ ତାଙ୍କୁ ସଫଳତା ମିଳିବା ଆରମ୍ଭ ହୋଇଥିଲା ।



କିନ୍ତୁ କରୋନା ଭାଇରସ୍‌ ସଂକ୍ରମଣ ଯୋଗୁଁ ସାଧାରଣ ଜୀବନଯାତ୍ରା ଠପ୍‌ ହୋଇଯିବା ସହ ତାଙ୍କ ପାଖରେ ଥିବା ସଞ୍ଚୟ ଶେଷ ହୋଇଯିବାରୁ ଗତ ମାସ କଟକ ଫେରି ଆସିଥିଲେ ଶୁଚିସ୍ମିତା । ରେଷ୍ଟୋରାଣ୍ଟ୍‌ ବ୍ୟବସାୟ କରି ଦିନେ ଲୋକଙ୍କ ସୁସ୍ବାଦୁ ବ୍ୟଞ୍ଜନ ପରସିବା ଅଭିପ୍ରାୟ ରଖୁଥିବା ଏହି ଯୁବତୀ ନିଜର ସେହି ଆଶାକୁ ମୋମୋ ଷ୍ଟଲର ରୂପ ଦେଇଛନ୍ତି । ଏତେ ସବୁ ପରେ ସେ ଭାଙ୍ଗି ପଡ଼ି ନାହାଁନ୍ତି । ପରିସ୍ଥିତି ପୁଣି ବଦଳିବ ଓ ସେ ମୁମ୍ବାଇ ଫେରିଯିବେ ବୋଲି ବିଶ୍ବାସର କହିଛନ୍ତି ଶୁଚିସ୍ମିତା ।
Published by: Anand Shankar Thankur Das
First published: March 27, 2021, 11:52 PM IST