କଟକରେ ଲକଡାଉନ୍ ନିୟମକୁ ଫୁ କରି ଖୋଲିଥିଲା ଲୁଗା ଦୋକାନ; ମାଲିକ ଗଣିଲେ ୩୦,୦୦୦ ଟଙ୍କା ଫାଇନ୍

CMCର ଏନଫୋର୍ସମେଣ୍ଟ ସ୍ବାର୍ଡ଼ ରେଡ଼ ମାରିବା ବେଳେ ଗ୍ରାହକମାନେ ଯିଏ ଯୁଆଡ଼େ ପାରିଲେ ପଳାଇବାକୁ ଚେଷ୍ଟା କରିଥିଲେ । ସୋ-ରୁମ୍ ମାଲିକ ନାନା ସଫେଇ ଦେଇଥିଲେ, ହେଲେ ପ୍ରମାଣ ସାମନାରେ ଥିଲା ।

କଟକରେ ଲକଡାଉନ୍ ନିୟମକୁ ଫୁ କରି ଖୋଲିଥିଲା ଲୁଗା ଦୋକାନ; ମାଲିକ ଗଣିଲେ ୩୦,୦୦୦ ଟଙ୍କା ଫାଇନ୍
ଶ୍ରୀ ଜଗଦୀଶ ଶାଢି଼ ହାଉସ୍ ହୋଲସେଲ୍ ଲୁଗା ଦୋକାନରେ ରେଡ୍ ବେଳର ଏକ ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ରାଜ୍ୟରେ ଲକଡାଉନ୍‌ ଜାରି ହୋଇଥିବା ସତ୍ତ୍ୱେ କିଛି ଅସାଧୁ ବ୍ୟବସାୟୀ ସବୁ କଟକଣାକୁ ଫୁ କରି ମନଇଚ୍ଛା ଅଣଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି କରି ଚାଲିଛନ୍ତି । ରାଜ୍ୟର ବ୍ୟାବସାୟିକ ରାଜଧାନୀ କଟକରେ ଏମିତି ଏକ ଘଟଣାରେ ଏକ ହୋଲସେଲ୍‌ ଲୁଗା ଦୋକାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ନଗର ନିଗମ ।

ନୟାସଡ଼କରେ ଥିବା ଶ୍ରୀ ଜଗଦୀଶ ଶାଢି଼ ହାଉସ୍‌ ନାମକ ଏହି ହୋଲସେଲ୍‌ ଲୁଗା ଦୋକାନ ଲକଡାଉନ୍‌ ନିୟମକୁ ଉଲ୍ଲଙ୍ଘନ କରି ଗୁରୁବାର ଦିନ ଖୋଲିଥିଲା ଓ ଲୁଗା ବିକ୍ରି ଚଳାଇଥିଲା । ଖବର ପାଇ ସି.ଏମ୍‌.ସି.ର ଏକ ଏନଫୋର୍ସମେଣ୍ଟ ସ୍ବାର୍ଡ଼ ସେଠାରେ ଚଢ଼ାଉ କରିଥିଲା । ସେହି ସମୟରେ ଅନେକ ଗ୍ରାହକ ସେହି ସୋ-ରୁମରେ ଉପସ୍ଥିତ ଥିଲେ । କିଛି ଗ୍ରାହକ ନିଜ ନିଜ ପସନ୍ଦର ଶାଢି଼ ବାଛିବାରେ ବ୍ୟସ୍ତ ଥିବା ବେଳେ ସୋ-ରୁମର କର୍ମଚାରୀମାନେ ଗ୍ରାହକଙ୍କୁ ଶାଢ଼ି ଦେଖାଇବାରେ ଲାଗିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅମିତାଭ ଜୟାଙ୍କ ପ୍ରେମ କାହାଣୀର ସାକ୍ଷୀ ୧୦ଟି ଫଟୋ; ଦୀର୍ଘ ଦିନ ଡେଟିଂ ପରେ ବାହା ହୋଇଥିଲେ

ଏନଫୋର୍ସମେଣ୍ଟ ସ୍ବାର୍ଡ଼ ରେଡ଼ ମାରିବା ପରେ ଗ୍ରାହକମାନେ ଯିଏ ଯୁଆଡ଼େ ପାରିଲେ ଧାଇଁ ପଳାଇବାକୁ ଚେଷ୍ଟା କରିଥିଲେ । କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ଲାଗି ସୋ-ରୁମ ମାଲିକ ନାନାଦି ପ୍ରକାର ସଫେଇ ଦେଇଥିଲେ । କିନ୍ତୁ ପ୍ରମାଣ ସାମନାରେ ଥିବାରୁ ସମ୍ପୃକ୍ତ ସୋ-ରୁମ ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କ ଠାରୁ ୩୦ ହଜାର ଟଙ୍କା ଫାଇନ୍‌ ରୂପେ ଆଦାୟ କରାଯାଇଥିଲା । ସୋ-ରୁମ ବାହାରେ ଛିଡ଼ା ହୋଇଥିବା ଏକ ଲୁଗା ବୋଝେଇ ଗାଡ଼ିକୁ ମଧ୍ୟ ଜବତ କରାଯାଇଥିଲା ।

ଏହା ବି ପଢ଼ନ୍ତୁ | EPFOରୁ ଖୁସି ଖବର! ଆସନ୍ତା ମାସ ଚାକିରି କରୁଥିବା ଲୋକଙ୍କ PF ଖାତାକୁ ଅଧିକ ଟଙ୍କା ଆସିବ

ସୋ-ରୁମ୍ ମାଲିକଙ୍କୁ ୩୦,୦୦୦ ଟଙ୍କା ଫାଇନ୍ ରୂପେ ଦେବାକୁ ପଡ଼ିଥିଲା ।


‘‘ଆଗକୁ ସାବିତ୍ରୀ ବ୍ରତ ଓ ରଜ ପର୍ବ ଆସୁଥିବାରୁ କିଛି ଲୁଗା ଦୋକାନୀ ଚୋରାରେ ବ୍ୟବସାୟ କରୁଥିବା ଆମେ ଖବର ପାଇଥିଲୁ । ବିଶେଷ କରି ଶ୍ରୀ ଜଗଦୀଶ ଶାଢି଼ ହାଉସ୍‌ ଚୋରାରେ କାରବାର କରୁଥିବା ଖବର ପାଇଥିଲୁ । ଏଠି ରେଡ୍ କରିବା ବେଳେ ସୋ-ରୁମ ଭିତରେ ଅନେକ ଗ୍ରାହକଙ୍କୁ ଭର୍ତ୍ତି କରି ବ୍ୟବସାୟ ଚାଲିଥିଲା । ଦୋକାନରେ ମାଲ୍ ରଖିବା ପାଇଁ ତାକୁ ଖୋଲିବା ପାଇଁ ଡିସିପିଙ୍କ ଅନୁମତି ଦରକାର, କିନ୍ତୁ ସେହି ଅନୁମତି ବି ସେମାନେ ଆଣି ନ ଥିଲେ । ଆମେ ତାଙ୍କ ଠାରୁ ଫାଇନ ଆଦାୟ କରିଛୁ ଓ ତାଗିଦ କରିଛୁ । ଆଗକୁ ସହରର ସାରା ଏହି ଭଳି ରେଡ୍ ଜାରି ରହିବ,’’ କହିଛନ୍ତି ଏନଫୋର୍ସମେଣ୍ଟ ସ୍ବାର୍ଡର ମୁଖ୍ୟ ପରେଶ ନାୟକ ।

ଏହା ବି ପଢ଼ନ୍ତୁ | ମାମଲା କ’ଣ? ରାହୁଳ ଗାନ୍ଧୀ ଟ୍ୱିଟର୍‌ରେ ୫୫ ଜଣ ସହଯୋଗୀ, ସାମ୍ବାଦିକ ଓ ନାମୀ ବ୍ୟକ୍ତିଙ୍କୁ ଅନ୍‌ଫଲୋ କଲେ

ନିଜ ସଫେଇ ଦେବାକୁ ଯାଇ ସୋ-ରୁମ୍‌ ମାଲିକ ମନିଷ ଗଲେରିୱାଲ୍ କହିଛନ୍ତି, ‘‘ମୋ’ ଦୋକାନ ପାଇଁ ଟ୍ରାନ୍ସପୋର୍ଟରେ ଶାଢି଼ ଆସିଥିଲା । ସେଗୁଡ଼ିକୁ ମୁଁ ଦୋକାନ ଭିତରକୁ ଆଣିବା ପାଇଁ ବ୍ୟବସ୍ଥା ହେଉଥିଲା । ଏହି ସମୟରେ ଦୋକାନ ଖୋଲା ଥିବା ଦେଖିବା ପରେ କିଛି ଲୋକ ଭିତରକୁ ପଶି ଆସିଥିଲେ । ବିକ୍ରି ପାଇଁ ଦୋକାନ ଖୋଲା ଯାଇ ନ ଥିଲା ।’’

ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ୯୮ ଦିନ ଧରି ଚାଲିବ କରୋନାର ୩ୟ ଲହର, ସାଙ୍ଘାତିକ ହେବ, ଆସିଲା ନୂଆ ତଥ୍ୟ

‘‘ଏ ଦୋକାନକୁ ମୁଁ ଆଗରୁ ବି ଶାଢି଼ କିଣି ନେଇ ଯାଇଛି । ଦୋକାନ ଆଜି ଖୋଲାଥିବା ଜାଣି ମୁଁ ଏଠିକୁ ଶାଢି଼ କିଣିବା ପାଇଁ ଆସିଥିଲି । ହେଲେ ଶାଢି଼ ବାଛିବା ବେଳକୁ ଦୋକାନ ଉପରେ ରେଡ୍‌ ହୋଇଥିଲା,’’ କହିଛନ୍ତି ରେଡ୍‌ ସମୟରେ ଦୋକାନରେ ଉପସ୍ଥିତ ଥିବା ଜଣେ ଗ୍ରାହକ ଶୃତିକାନ୍ତ ବେହେରା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘ସାନ ପିଲାଙ୍କର ଏତେ ଅନଲାଇନ୍ ପାଠ କାହିଁକି, ମୋଦି ସାହାବ୍?’’ VIDEOରେ ମୋଦିଙ୍କୁ ପଚାରୁଛି କୁନି ଝିଅଟି

ଏକ ନିର୍ଦ୍ଦିଷ୍ଟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ କଟକଣା ସତ୍ତ୍ୱେ କଟକ ସହରର ରଜ ଓ ସାବିତ୍ରୀ ପାଇଁ ଲୁଗା ବ୍ୟବସାୟ କରିବାକୁ ସହରର ଅନେକ ଲୁଗା ବ୍ୟବସାୟୀ ଭିନ୍ନ ଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି । କିଛି ବ୍ୟବସାୟୀ ରାତି ବେଳା ଦୋକାନରୁ ଲୁଗା ନେଇ ନିଜ ଘରେ କିମ୍ବା ଅନ୍ୟ କୌଣସି ସ୍ଥାନରେ ରଖି ଗ୍ରାହକଙ୍କୁ ବିକ୍ରି କରୁଛନ୍ତି । ଆଉ କିଛି ସୁଯୋଗ ଉଣ୍ଡି ଦୋକାନ ଖୋଲି ଚୋରାରେ ବ୍ୟବସାୟ କରୁଛନ୍ତି ।



କଟକରେ କୋଭିଡ ସ୍ଥିତି ଧୀରେ ଧୀରେ ସୁଧୁରୁଥିବା ବେଳେ ବିଭିନ୍ନ ସ୍ଥାନରେ କୋଭିଡ ନିୟମ ଉଲ୍ଲଙ୍ଘନ ହେଉଥିବା ଦେଖିବାକୁ ମିଳୁଛି । ପୂର୍ବରୁ ହାଟ ବଜାରରେ ଲୋକଙ୍କ ଗହଳି ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ ଅମାନିଆଙ୍କର ପାର୍ବଣରେ ନୂଆ ଲୁଗା ପିନ୍ଧିବା ସଉକ ଏବଂ କୋଭିଡ ନିୟମକୁ ବେଖାତିର କରି କିଣାକିଣି କରିବା ଏବେ ଏକ ନୂଆ ଚିନ୍ତାକୁ ଜନ୍ମ ଦେଇଛି ।
Published by: Anand ST Das
First published: June 3, 2021, 11:39 PM IST