News18 Odia Digital
କଟକ: ନକଲି କୋଭିଡ ଔଷଧ କାରବାର ନେଇ ଡ୍ରଗ୍ କଣ୍ଟ୍ରୋଲାରଙ୍କ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ରାଜ୍ୟ ସାରା ନକଲି ଔଷଧର ଧରପକଡ଼ କାର୍ଯ୍ୟ ମଧ୍ୟ ଚାଲିଛି । କଟକରୁ ଜବତ ହୋଇଥିବା କଥିତ ନକଲି ଔଷଧଗୁଡ଼ିକୁ ବଜାରରେ ବିକ୍ରୟ ପାଇଁ ହୋଲସେଲିଂ ସଂସ୍ଥାର ମାଲିକ ଶିବ ଜେନା ଔଷଧ ଦେକାନୀମାନଙ୍କୁ ଲୋଭନୀୟ ଅଫର୍ ଦେଉଥିବା କଥା ଏବେ ସାମନାକୁ ଆସିଛି ।
ଶିବ ଜେନା ଦ୍ବାରା ଯୋଗାଣ କରାଯାଉଥିବା ଫାବିଫିରାଭିର୍ ଔଷଧର ଗୋଟିଏ ଷ୍ଟ୍ରିପର ବଜାର ମୂଲ୍ୟ ଥିଲା ୧,୨୯୦ ଟଙ୍କା । କିନ୍ତୁ ଆଶ୍ବର୍ଯ୍ୟଜନକ କଥା ହେଉଛି ଏହାର ଉତ୍ପାଦନରେ ମାତ୍ର ୩୦ ପଇସା ଖର୍ଚ୍ଚ ହେଉଥିଲା । ଏଥିରେ ପ୍ୟାକେଜିଙ୍ଗ୍ ଓ ଟ୍ରାନ୍ସପୋଟେସନ୍ କଷ୍ଟ୍ ମିଶାଇ ୧୦ଟି ବଟିକାଥିବା ପ୍ରତି ଷ୍ଟିପ୍ କିଣିବାକୁ ଶିବ ଜେନାଙ୍କୁ ୪୦ ପଇସା ଖର୍ଚ୍ଚ କରିବାକୁ ପଡୁଥିଲା, ମାତ୍ର ସେ ଏହି ଷ୍ଟ୍ରିପକୁ ଔଷଧ ଦୋକାନୀମାନଙ୍କୁ ୮୫୦ ଟଙ୍କା ଦରରେ ବିକ୍ରି କରିଥିଲେ ବୋଲି ତଥ୍ୟ ସାମନାକୁ ଆସିଛି ।
ଏହା ବି ପଢ଼ନ୍ତୁ | EPFOରୁ ଖୁସି ଖବର! ଆସନ୍ତା ମାସ ଚାକିରି କରୁଥିବା ଲୋକଙ୍କ PF ଖାତାକୁ ଅଧିକ ଟଙ୍କା ଆସିବକେବଳ ଫାବିଫିରାରଭିର୍ ଔଷଧ ନୁହେଁ, ବରଂ ଓଡ଼ିଶାର ଔଷଧ ଦୋକାନୀମାନଙ୍କୁ ଲୋଭନୀୟ ଅଫର୍ ଦେଇ ଶିବ ଜେନା ସ୍ନିଜି-୫୦୦ ନାମକ ଔଷଧ ବି ବିକ୍ରି କରିଥିବା ଜଣାପଡ଼ିଛି । ୨୨୦ଟି ଷ୍ଟିପ୍ ନେଲେ ୧୨୦ଟି ଷ୍ଟ୍ରିଫ୍ ଫ୍ରି ଓ ଏହା ସହିତ ମାଗଣାରେ ଚାରିଟି ଚଦରର ଅଫର୍ ଦେଇ ଶିବ ୪୧ ଟଙ୍କା ପ୍ରତି ଷ୍ଟିପ୍ ମୂଲ୍ୟ ଥିବା ସ୍ନିଜି-୫୦୦ ଔଷଧକୁ ଓଡ଼ିଶାର ବିଭିନ୍ନ ଔଷଧ ଦୋକାନୀମାନଙ୍କୁ ବିକ୍ରି କରିଥିବା ଜଣାପଡ଼ିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅମିତାଭ୍ ବଚ୍ଚନ ଓ ଜୟା ବଚ୍ଚନଙ୍କ ପ୍ରେମ କାହାଣୀର ସାକ୍ଷୀ ୧୦ଟି ଫଟୋ; ଦୀର୍ଘ ଦିନ ଡେଟିଂ କରିବା ପରେ ବାହା ହୋଇଥିଲେଶିବ ଜେନାଙ୍କ ଏହି ନକଲି କାରବାର ବାବଦରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ଔଷଧ ବ୍ୟବସାୟୀ ସଙ୍ଘ ତାଙ୍କ ଦ୍ବାରା ମାର୍କେଟିଂ କରାଯାଇଥିବା ସବୁ ଔଷଧକୁ ଫେରାଇ ଦେବା ପାଇଁ ଔଷଧ ଦୋକାନୀମାନଙ୍କୁ ନିର୍ଦ୍ଦେଶ ଦେଇଛି । ରାଜ୍ୟରେ ଗୋଟିଏ ଦିନରେ ପ୍ରାୟ ଦୁଇ ଲକ୍ଷ ଟଙ୍କାର ଏମିତି ସାମଗ୍ରୀ ଠାବ ହୋଇଥିବା କହିଛି ବ୍ୟବସାୟୀ ସଙ୍ଘ ।

ଏହି ନକଲି ଓଷଧ ବି ଜବତ ହୋଇଛି ।
ଶିବ ଜେନା ଏହି ସବୁ ଔଷଧଗୁଡ଼ିକ ନକଲି ହୋଇଥିବା ଜାଣି ନ ଥିଲେ ବୋଲି କହିଛନ୍ତି । ହେଲେ
ନ୍ୟୁଜ୧୮ ଓଡ଼ିଆ ଡିଜିଟାଲକୁ କଟକରେ ବ୍ୟବସାୟ କରୁଥିବା ରାଜ୍ୟର ଜଣେ ପ୍ରତିଷ୍ଠିତ ଔଷଧ ବ୍ୟବସାୟୀ ନିଜ ନାମକୁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ଶିବ ଜେନାଙ୍କ ସଫେଇରେ କୌଣସି ସତ୍ୟତା ନାହିଁ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ନିଜ ଯୌନ ଜୀବନ କେମିତି ସକ୍ରିୟ ରଖିବେ? VIDEOରେ ଦେଖାଇଲେ ଅଭିନେତା ବିଦ୍ୟୁତ୍ ଜାମୱାଲ୍‘‘ଶିବ ଜେନା ପାଖାପାଖି ୧୦ ବର୍ଷ ହେଲା ଔଷଧ ବ୍ୟବସାୟରେ ଅଛନ୍ତି । ପ୍ରାୟ ଦୁଇ ବର୍ଷ ହେଲା ସେ ମାକ୍ସ ରିଲିଫ୍ ହେଲଥ୍ କେୟାର୍’ କମ୍ପାନୀ ସହିତ କାରବାର କରୁଛନ୍ତି । ତେଣୁ ସେଇଟା ଯେ ଗୋଟିଏ ନକଲି କମ୍ପାନୀ ତାହା ସେ ଜାଣି ନ ଥିବା କହିବା ସମ୍ପୂର୍ଣ୍ଣ ମିଛ । ସେଥି ପାଇଁ ତ ସେ ନିଜ ଔଷଧକୁ ଅଫର୍ ଦେଇ ପୁସ୍ ସେଲ୍ କରୁଥିଲେ । ଯେହେତୁ ମାକ୍ସ ରିଲିଫ୍ ହେଲଥ୍ କେୟାର୍ କମ୍ପାନୀର ଔଷଧଗୁଡ଼ିକ ଅତି ଖରାପ ମାନର, ସେଥି ପାଇଁ ଓଡ଼ିଶା ବଜାରରେ ସେଗୁଡ଼ିକର ଅଧିକ କାରବାର ହୋଇ ନାହିଁ । ଡ୍ରଗ୍ କଣ୍ଟ୍ରୋଲର୍ ସେହି ଔଷଧଗୁଡ଼ିକ ବିଷାକ୍ତ ବୋଲି କହୁଛି । କିନ୍ତୁ ସେଗୁଡ଼ିକ ଦୁଇ ବର୍ଷ ହେଲା କେମିତି ବିକ୍ରି ହେଉଥିଲା ତା’ର ଉତ୍ତର ସେମାନେ ଦେଇ ପାରିବେ କି?’’ ପଚାରିଛନ୍ତି ସେହି ପ୍ରତିଷ୍ଠିତ ଔଷଧ ବ୍ୟବସାୟୀ ।
ଏହା ବି ପଢ଼ନ୍ତୁ | ମାମଲା କ’ଣ? ରାହୁଳ ଗାନ୍ଧୀ ଟ୍ୱିଟର୍ରେ ୫୫ ଜଣ ସହଯୋଗୀ, ସାମ୍ବାଦିକ ଓ ନାମୀ ବ୍ୟକ୍ତିଙ୍କୁ ଅନ୍ଫଲୋ କଲେମାକ୍ସ ରିଲିଫ୍ ହେଲଥ୍ କେୟାର୍ କମ୍ପାନୀର ନକଲି ଔଷଧକୁ ନେଇ ଏବେ ସାରା ଦେଶର ଧରପକଡ଼ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ରାଜ୍ୟରେ ଚଢ଼ାଉ ପରେ କୋଟି କୋଟି ଟଙ୍କାର ନକଲି ଔଷଧ ଜବତ ହୋଇଛି । ହେଲେ ଓଡ଼ିଶା ବଜାରରେ ଏହାର ଫାବିଫିରାଭିର୍ ଔଷଧ ବିକ୍ରି ହୋଇ ନ ଥିବା ଡ୍ରଗ୍ କଣ୍ଟ୍ରୋଲରଙ୍କ ପକ୍ଷରୁ କୁହାଯାଇଛି । କିନ୍ତୁ ଶିବ ଜେନାଙ୍କ ଦ୍ବାରା କାରବାର ହୋଇଥିବା ଅନ୍ୟ ପାଞ୍ଚଟି କମ୍ପାନୀର ଔଷଧକୁ ଜବତ କରିବା ସହ ସେଗୁଡ଼ିକର ଯାଞ୍ଚ ଆରମ୍ଭ କରିଛି କଟକ ଜିଲ୍ଲା ଡ୍ରଗ୍ କଣ୍ଟ୍ରୋଲର୍ କାର୍ଯ୍ୟାଳୟ । ଜବତ ହୋଇଥିବା ପାଞ୍ଚଟି ଔଷଧ ମଧ୍ୟରୁ ମେଡିଅକ୍ଟି-୩୦୦ ଏକ ବିଷାକ୍ତ ଔଷଧ ବୋଲି ମହାରାଷ୍ଟ ଡ୍ରଗ୍ କଣ୍ଟ୍ରୋଲର ଓଡ଼ିଶା ଡ୍ରକ୍ କଣ୍ଟ୍ରୋଲରଙ୍କୁ ଅବଗତ କରିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ୯୮ ଦିନ ଧରି ଚାଲିବ କରୋନାର ୩ୟ ଲହର, ସାଙ୍ଘାତିକ ହେବ, ଆସିଲା ନୂଆ ତଥ୍ୟଏବେ ଜବତ ହୋଇଥବା ସମସ୍ତ ପାଞ୍ଚଟି ଔଷଧର ଉତ୍ପାଦନକାରୀ କମ୍ପାନୀର ଠିକଣା ଉତ୍ତରାଖଣ୍ଡର ରୁଡ଼କି ଓ ହିମାଚଳ ପ୍ରଦେଶର ସୋଲନ୍ ବୋଲି ସେହି ଔଷଧର ପ୍ୟାକେଟଗୁଡ଼ିକରେ ଉଲ୍ଲେଖ କରିଛି । ଫଳରେ ଏହି କମ୍ପାନୀଗୁଡ଼ିକର ବୈଧତା ଯାଞ୍ଚ କରିବା ପାଇଁ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶର ଡ୍ରଗ୍ କଣ୍ଟ୍ରୋଲରଙ୍କୁ ଓଡ଼ିଶା ଡ୍ରଗ୍ କଣ୍ଟ୍ରୋଲରଙ୍କ ପକ୍ଷରୁ ଚିଠି କରାଯାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘‘ସାନ ପିଲାଙ୍କର ଏତେ ଅନଲାଇନ୍ ପାଠ କାହିଁକି, ମୋଦି ସାହାବ୍?’’ VIDEOରେ ମୋଦିଙ୍କୁ ପଚାରୁଛି କୁନି ଝିଅଟିକଟକ କନିକା ଛକରେ ଠାରେ ଥିବା ଶିବ ଜେନାର ହୋଲସେଲ୍ ପ୍ରତିଷ୍ଠାନ ସହିତ ମଙ୍ଗଳାବାଗରେ ଥିବା ଅନ୍ୟ ଏକ ହୋଲସେଲ୍ ଦୋକାନରୁ ଏହି ସମସ୍ତ ଔଷଧ ଜବତ ହୋଇ ସାରିଥିବାରୁ ଏହି ଦୁଇଟି ଘଟଣାରେ ଥାନାରେ ମାମଲା ଦାୟର କରାଯିବ ବୋଲି ଜିଲ୍ଲା ଡ୍ରଗ୍ କଣ୍ଟ୍ରୋଲର୍ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।
‘‘ନକଲି ଫାବିଫିରାଭିର୍ ଔଷଧ ଖାଇଲେ ଏହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ରହିବ ନାହିଁ । କିନ୍ତୁ ଏହାକୁ ଖାଇବା ଦ୍ବାରା ରୋଗୀର ରୋଗ ଭଲ ହେବ ନାହିଁ । ଫଳରେ ସେହି ରୋଗୀର ସ୍ବାସ୍ଥ୍ୟାବସ୍ଥା ବଗିଡ଼ିବାର ଅଧିକ ସମ୍ଭାବନା ରହିଛି,’’ କହିଛନ୍ତି କଟକ ତୁଳସୀପୁରର ସିଫା ହସ୍ପିଟାଲର ଡାକ୍ତର ସାମି ସଲିମ୍ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।