ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»କଟକରେ ବଢ଼ିବ ନାହିଁ ଦୁର୍ଗା ମୂର୍ତ୍ତିର ଉଚ୍ଚତା; ରାଜ୍ୟରେ କଟକଣା କାଏମ୍‌ ରହିବ ବୋଲି ସ୍ପଷ୍ଟ କଲେ ସରକାର

କଟକରେ ବଢ଼ିବ ନାହିଁ ଦୁର୍ଗା ମୂର୍ତ୍ତିର ଉଚ୍ଚତା; ରାଜ୍ୟରେ କଟକଣା କାଏମ୍‌ ରହିବ ବୋଲି ସ୍ପଷ୍ଟ କଲେ ସରକାର

Cuttack Durga Puja idols' height not to be raised | ଦୁର୍ଗା ମୂର୍ତ୍ତିର ଉଚ୍ଚତା ବିବାଦକୁ ନେଇ କିଛି ଦିନ ତଳେ କଟକର ଲୋକ ପ୍ରତିନିଧି ଓ ପୂଜା କମିଟିଗୁଡ଼ିକର ପ୍ରତିନିଧିମାନଙ୍କ ସହ ରାଜ୍ୟ ସରକାର ଆଲୋଚନା କରିଥିଲେ । ଏବେ ଦୁର୍ଗା ମୂର୍ତ୍ତି ଉଚ୍ଚତାକୁ ସେହି ୪ ଫୁଟରେ ସୀମିତ ରଖିବା ନିଷ୍ପତ୍ତିରେ ଅଟଳ ରହିଛନ୍ତି ସରକାର ।

କଟକରେ ବଢ଼ିବ ନାହିଁ ଦୁର୍ଗା ମୂର୍ତ୍ତିର ଉଚ୍ଚତା; ରାଜ୍ୟରେ କଟକଣା କାଏମ୍‌ ରହିବ ବୋଲି ସ୍ପଷ୍ଟ କଲେ ସରକାର
ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା; (ଡାହାଣ) କଟକରେ ପୂର୍ବ ବର୍ଷର ଏକ ଦୁର୍ଗା ମୂର୍ତ୍ତି
  • News18 Odia
  • Last Updated: September 10, 2021, 6:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ପାର୍ବଣ ପାଇଁ କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ଜାରି ଥିବା ଗାଇଡଲାଇନରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି । କଟକ ସହରର ବଡ଼ ପର୍ବ ଦୁର୍ଗା ପୂଜାରେ ମୂର୍ତ୍ତିର ଉଚ୍ଚତା ବଢ଼ାଇବାକୁ ନେଇ ଗତ କିଛି ଦିନ ଧରି ସହରବାସୀ ଓ ବିରୋଧୀ ରାଜନୈତିକ ଦଳମାନଙ୍କ ଦ୍ୱାରା ଦାବି ହୋଇ ଆସୁଥିଲେ ବି ମୂର୍ତ୍ତିର ଉଚ୍ଚତା ବଢ଼ିବ ନାହିଁ ବୋଲି କହିଛନ୍ତି ସରକାର ।

କରୋନା ସଂକ୍ରମଣ କାଳରେ ନିରାଡମ୍ବର ଭାବେ ପର୍ବ ପାଳନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ଶୁକ୍ରବାର ଦିନ କହିଛନ୍ତି ଯେ ଦୁର୍ଗା ମୂର୍ତ୍ତିର ଉଚ୍ଚତା ସେହି ଚାରି ଫୁଟ୍‌ରେ ସୀମିତ ରହିବ । ଏବେ ବି କରୌନା ସଂକ୍ରମଣର ସ୍ଥିତି ଗମ୍ଭୀର ଥିବାରୁ ସାବଧାନତା ଅବଲମ୍ବନ କରି ପର୍ବ ପାଳନ କରିବାକୁ ସେ ରାଜ୍ୟବାସୀଙ୍କ ଅପିଲ୍‌ କରିଛନ୍ତି ।

ଏହା ବି ପଢ଼ନ୍ତୁ | ସାନ ଭାଇର ନିଜ ଭାଉଜ ସହ ପ୍ରେମ ହୋଇଗଲା; ତେଣୁ ବଡ଼ ଭାଇ ଦୁଇ ଜଣଙ୍କ ବିବାହ କରାଇଦେଲା

‘‘କରୋନା ସଂକ୍ରମଣର ପ୍ରଥମ ଲହର ପରେ ଏବେ ଦ୍ୱିତୀୟ ଲହର ଚାଲିଛି। ଆଗକୁ ତୃତୀୟ ଲହର ଆସିବାର ସମ୍ଭାବନା ଅଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପାର୍ବଣ ଗାଇଡଲାଇନ ଜାରି କରିଥିଲେ। ମୂର୍ତ୍ତିର ଉଚ୍ଚତା ଓ ସାଜସଜା ନେଇ ସରକାରଙ୍କ ତରଫରୁ କଟକଣା ଜାରି କରାଯାଇଥିଲା । ତେଣୁ ଅଗଷ୍ଟ ୯ ତାରିଖରେ ରାଜ୍ୟ ସରକାର ଯେଉଁ ଗାଇଡଲାଇନ ଜାରି କରିଥିଲେ ତାହା ବଳବତ୍ତର ରହିବ,’’ କହିଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ।

କଟକରେ ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟାମାନେ ଏକ ପ୍ରଦର୍ଶନରେ ଭାଗ ନେଉଛନ୍ତି ।


ଏହା ବି ପଢ଼ନ୍ତୁ | ପ୍ରତି ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକର ଦାମ୍ କେତେ? ତାକୁ ବଜାରରେ ବିକିଲେ କେତେ ଟଙ୍କା ମିଳିବ ଜାଣନ୍ତୁ

ଦୁର୍ଗା ମୂର୍ତ୍ତିର ଉଚ୍ଚତା ବିବାଦକୁ ନେଇ କିଛି ଦିନ ତଳେ କଟକର ଲୋକ ପ୍ରତିନିଧି ଓ ପୂଜା କମିଟିଗୁଡ଼ିକର ପ୍ରତିନିଧିମାନଙ୍କ ସହ ରାଜ୍ୟ ସରକାର ଆଲୋଚନା କରିଥିଲେ । ଦୁଇ ଦିନ ଭିତରେ ଏ ନେଇ ନିଷ୍ପତ୍ତି ନେବେ ବୋଲି କହିଥିଲେ ସରକାର । ଏବେ ରାଜ୍ୟ ସରକାର ପୂଜା ପାଇଁ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ମୂର୍ତ୍ତି ଉଚ୍ଚତାକୁ ୪ ଫୁଟରେ ସୀମିତ ରଖିବା ନିଷ୍ପତ୍ତିରେ ରାଜ୍ୟ ସରକାର ବଳବତ୍ତର ରହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ପ୍ରିୟଙ୍କା ଚୋପ୍ରା ୩୯ ବର୍ଷର ହେଲେ; ଜନ୍ମ ଦିନରେ କେକ୍ କାଟିଲେ, ହେଲେ ପାଖରେ ଥିଲେ ପତି ନିକ୍ ଜୋନାସ୍

ଶନିବାର (ସେପ୍ଟେମ୍ବର ୧୧) ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଥିବାରୁ ସମସ୍ତଙ୍କୁ କୋଭିଡ୍ ଗାଇଡଲାଇନ୍‌ ମାନି ନୂଆଁଖାଇ ପାଳନ କରିବାକୁ ଅପିଲ୍ କରିଛନ୍ତି ଏସ୍‌.ଆର୍.ସି. ଜେନା । ‘‘କରୋନାର ଦ୍ୱିତୀୟ ଲହର ଏ ପର୍ଯ୍ୟନ୍ତ ଶେଷ ହୋଇନି । ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ପୁଣି କରୋନାର ପ୍ରଭାବ ବଢ଼ିଛି। କେରଳରେ ଏବେ ଦୈନିକ ସଂକ୍ରମଣ ୩୦ ହଜାରରୁ ଉପରେ ରହୁଛି। ସେଠାରେ ଓଣମ ପର୍ବର ପରବର୍ତ୍ତୀ ସମୟରେ ପୁଣି ସଂକ୍ରମଣ ବଢ଼ିଛି । ତେଣୁ ଓଣମ ଓ କୁମ୍ଭମେଳାରୁ ବହୁତ କିଛି ଶିଖିବାର ଅଛି । କୌଣସି ପାର୍ବଣରେ ଭିଡ଼ ହିଁ ସଂକ୍ରମଣର ମୁଖ୍ୟ କାରଣ । କୋଭିଡ ବିରୋଧୀ ଲଢ଼େଇରେ ସମସ୍ତଙ୍କ ସହଯୋଗ କାମନା କରୁଛୁ,’’ କହିଛନ୍ତି ଜେନା।



ଗଲା ଦୁଇ ବର୍ଷ ଧରି କରୋନା ଯୋଗୁଁ ବିନା ଭକ୍ତରେ ରଥ ଯାତ୍ରା ସମ୍ପନ୍ନ ହୋଇଛି ବୋଲି କହି ଜେନା କହିଥିଲେ ଯେ ଚଳିତ ବର୍ଷ କରୋନା କଟକଣାକୁ ମାନି ପୂଜା ପାର୍ବଣ ପାଳନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସେ ଆହୁରି କହିଥିଲେ ଯେ ଚଳିତ ବର୍ଷ ଆମେ ମା’ ଦୁର୍ଗାଙ୍କୁ ନିଜର ଭାବନା ସହିତ ମନରୁ ପୁଜା କରିବା ଓ ଆଗାମୀ ବର୍ଷଠାରୁ ପୂଜା ଯେପରି ଯାକଜକମରେ ପାଳନ କରାଯାଏ ସେମିତି କରିବା ।
Published by: Anand S.T. Das
First published: September 10, 2021, 6:59 PM IST