କଟକରେ କୋଭିଡ୍‌ ହସ୍ପିଟାଲ୍‌ରେ ଅନିୟମିତା ରୋକିବାକୁ ଆରମ୍ଭ ହେଲା ଯାଞ୍ଚ; ସାମିଲ ହେଲେ ଅନନ୍ୟା

କଟକରେ ଥିବା ସାତଟି ଯାକ ଘରୋଇ କୋଭିଡ ହସ୍ପିଟାଲ୍ ମଧ୍ୟରୁ ଅଧିକାଂଶଙ୍କ ପାଖରେ ସେମାନେ ଉଲ୍ଲେଖ କରୁଥିବା ଭିତ୍ତିଭୂମି ନ ଥିବା ଅଭିଯୋଗ ହୋଇଛି । CMC କମିଶନର ଅନନ୍ୟା ଦାସ ନିଜେ ପି.ପି.ଇ. କିଟ୍ ପିନ୍ଧି କେତେକ କୋଭିଡ ହସ୍ପିଟାଲ ବୁଲି ଦେଖିଛନ୍ତି ।

କଟକରେ କୋଭିଡ୍‌ ହସ୍ପିଟାଲ୍‌ରେ ଅନିୟମିତା ରୋକିବାକୁ ଆରମ୍ଭ ହେଲା ଯାଞ୍ଚ; ସାମିଲ ହେଲେ ଅନନ୍ୟା
ଯାଞ୍ଚ ଟିମର ଜଣେ ସଦସ୍ୟ କଟକରେ ଏକ କୋଭିଡ ହସପିଟାଲରେ ଜଣେ ରୋଗୀଙ୍କ ମତାମତ ନେଉଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କଟକ ସ୍ଥିତ ୟୁନିକ୍ କୋଭିଡ ହସ୍ପିଟାଲରେ ହେଉଥିବା ରୋଗୀ ଶୋଷଣ ଓ ଅନିୟମିତା ପ୍ରଘଟ ହେବା ପରେ ଏବେ ପ୍ରଶାସନର ଚେତା ପଶିଛି । ଫଳ ସ୍ବରୂପ ପ୍ରତି କୋଭିଡ୍‌ ହସ୍ପିଟାଲ ପାଇଁ ଗୋଟିଏ ଗୋଟିଏ ସ୍ବତନ୍ତ୍ର ଟିମ୍‌ ଗଠନ କରି ସହରରେ ଥିବା ସବୁ ସାତଟି ଯାକ ଘରୋଇ କୋଭିଡ୍‌ ହସ୍ପିଟାଲର ଯାଞ୍ଚ ଆରମ୍ଭ କରିଛି କଟକ ମହାନଗର ନିଗମ (ସି.ଏମ୍‌.ସି.) । କୋଭିଡ ହସ୍ପିଟାଲଗୁଡ଼ିକ ଦେଇଥିବା ତାଲିକା ମୁତାବକ ସେଠାରେ ଆଇ.ସି.ୟୁ. ବେଡ୍‌, ଭେଣ୍ଟିଲେଟର୍‌ ଓ ଅକ୍ସିଜେନ୍ ସପୋର୍ଟ୍‌ ଥିବା ବେଡ୍ ଅଛି ବା ନାହିଁ ତାର ଯାଞ୍ଚ କରାଯାଉଛି ।

ଏହି ଟିମ୍‌ ହସ୍ପିଟାଲର ଭିତ୍ତିଭୁମି ସହ ସେଠାରେ ରୋଗୀଙ୍କୁ ଦିଆଯାଉଥିବା ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ କରୁଛନ୍ତି ଓ ସେଠାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ପ୍ରତିକ୍ରିୟା ମଧ୍ୟ ରେକର୍ଡ କରୁଛନ୍ତି । ପରିସ୍ଥିତିର ଗମ୍ଭୀରତାକୁ ଦେଖି ସି.ଏମ୍‌.ସି. କମିଶନର ଅନନ୍ୟା ଦାସ ନିଜେ ପି.ପି.ଇ. କିଟ୍ ପିନ୍ଧି କେତେକ କୋଭିଡ ହସ୍ପିଟାଲର ଆଇ.ସି.ୟୁ. ପରିଦର୍ଶନ କରିଛନ୍ତି ।

ଏହା ବି ପଢ଼ନ୍ତୁ | ଟିକା ନେଇ ଗର୍ଭବତୀଙ୍କ ମୃତ୍ୟୁ ହେବାରୁ ସବୁ ଗର୍ଭବତୀ ମହିଳାମାନଙ୍କ ଟିକାକରଣ ବନ୍ଦ କଲା ବ୍ରାଜିଲ୍

‘‘ୟୁନିକ୍ ହସ୍ପିଟାଲ୍ କର୍ତ୍ତୃପକ୍ଷ ପୂର୍ବରୁ ଆଇ.ସି.ୟୁ. ଓ ଭେଣ୍ଟିଲେଟର୍ ପାଇଁ ବରାଦ ଦେଇଥିଲେ । କିନ୍ତୁ ସେଗୁଡ଼ିକ ସଠିକ୍‌ ସମୟରେ ପହଞ୍ଚି ନ ଥିବାରୁ ଏହି ସମସ୍ୟା ଉପୁଜିଥିଲା । ଶନିବାର ସୁଦ୍ଧା ସବୁ ଉପକରଣ ସେଠାରେ ପହଞ୍ଚିଯାଇଛି । ସେଠାରେ ଥିବା ୨୦ଟି ଯାକ ଆଇ.ସି.ୟୁ କାମ କରିବା ଆରମ୍ଭ କରିଛି । କିନ୍ତୁ ଆଗକୁ ଯେମିତି କୌଣସି ହସ୍ପିଟାଲରେ ଏପରି ନ ହୁଏ ତା’ ଉପରେ ନଜର ରଖିବା ପାଇଁ ଏବେ ସି.ଏମ୍‌.ସି.ର ଜଣେ ବରିଷ୍ଠ ଅଧିକାରୀ ଓ ଅତିରିକ୍ତ ମେଡିକାଲ ଅଫିସରଙ୍କୁ ନିୟମିତ ଭାବେ ହସ୍ପିଟାଲଗୁଡ଼ିକୁ ଯାଞ୍ଚ କରିବା ଓ ରୋଗୀଙ୍କ ମତାମତ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି,’’ କହିଛନ୍ତି ଅନନ୍ୟା ଦାସ ।

ଏହା ବି ପଢ଼ନ୍ତୁ | ‘‘ମୋଅକ୍ସିଜେନ୍ ସ୍ତର କମୁଛିଅକ୍ସିଜେନ୍ ବେଡ୍ ମିଳିବ କି? ମୁଁ ପୁଣି ଜନ୍ମ ନେବି:’’ ମୃତ୍ୟୁ ପୂର୍ବରୁ କହିଲେ ଅଭିନେତା ରାହୁଲ

କଟକରେ ଥିବା ସବୁ ସାତଟି ଯାକ ଘରୋଇ କୋଭିଡ୍ ହସ୍ପିଟାଲର ଯାଞ୍ଚ ଆରମ୍ଭ କରିଛି ସି.ଏମ୍.ସି. ଟିମ୍ ।


ଏହା ବି ପଢ଼ନ୍ତୁ | ଆସିଲା କରୋନା ପଛରେ ଥିବା ସାଙ୍ଘାତିକ ସତ୍ୟ: ଚୀନ୍ ଏହାକୁ ଜୈବିକ ଅସ୍ତ୍ର ଭାବେ ପରୀକ୍ଷା କରୁଥିଲା!

କଟକରେ ଥିବା ସାତଟି ଯାକ ଘରୋଇ କୋଭିଡ ହସ୍ପିଟାଲ୍‌ ମଧ୍ୟରୁ ଅଧିକାଂଶଙ୍କ ପାଖରେ ସେମାନେ ଉଲ୍ଲେଖ କରୁଥିବା ଆବଶ୍ୟକୀୟ ଭିତ୍ତିଭୂମି ନ ଥିବା ଅଭିଯୋଗ ହୋଇଛି । କୋଭିଡ୍‌ ହସ୍ପିଟାଲ୍‌ ଘୋଷଣା କରିବା ପୂର୍ବରୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ହସ୍ପିଟାଲଗୁଡ଼ିକର ସ୍ଥିତି ଯାଞ୍ଚ କରିଥିଲା । ଏହି ସମୟରେ ଅଧିକାଂଶ ହସ୍ପିଟାଲରେ କମ୍‌ ସଂଖ୍ୟକ ଆଇ.ସି.ୟୁ. ଥିବା ବେଳେ ଏହି ସଂଖ୍ୟାକୁ ବଢ଼ାଇବା ପାଇଁ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ହସ୍ପିଟାଲ୍‌ କତ୍ତୃପକ୍ଷ ପ୍ରତିଶୃତି ଦେଇଥିଲେ । କିନ୍ତୁ ହସ୍ପିଟାଲ୍ କର୍ତ୍ତୃପକ୍ଷ ନୂଆ ଆଇ.ସି.ୟୁ. ଓ ଭେଣ୍ଟିଲେଟର୍‌ ପାଇଁ ଅର୍ଡର ଦେଇ ଚୁପ୍‌ ଚାପ୍‌ ବସି ରହିଥିଲେ । ବର୍ତ୍ତମାନ ପରିସ୍ଥିତିରେ ଦେଶରେ ଆଇ.ସି.ୟୁ. ଓ ଭେଣ୍ଟିଲେଟର୍‌ ସଙ୍କଟ ଦେଖା ଦେଇଥିବାରୁ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କୁ ସେମାନେ ବରାଦ କରିଥିବା ଉପକରଣ ମିଳି ନ ଥିଲା । ଫଳରେ କୋଭିଡ ହସ୍ପିଟାଲ୍ ଭାବେ ଘୋଷଣା ହେବାର ଦୀର୍ଘ ଦିନ ପରେ ବି ସେଠାରେ ସରକାରଙ୍କୁ ଦିଆଯାଇଥିବା ତାଲିକା ମୁତାବକ ଆଇ.ସି.ୟୁ., ଭେଣ୍ଟିଲେଟର୍‌ ଓ ଅନ୍ୟାନ୍ୟ ଉପକରଣ ପହଞ୍ଚି ନ ଥିବା ଜଣା ପଡ଼ିଛି ।

ଏହା ବି ପଢ଼ନ୍ତୁ | ଚନ୍ଦା ମୁଣ୍ଡ ଥିବା ପୁରୁଷମାନଙ୍କଠାରେ କରୋନା ସଂକ୍ରମିତ ହେବା ପରେ ମୃତ୍ୟୁ ସମ୍ଭାବନା ଅଧିକ: ରିସର୍ଚ୍ଚ

କିନ୍ତୁ କୋଭିଡ ହସ୍ପିଟାଲ କର୍ତ୍ତୃପକ୍ଷ ଏ ନେଇ ରାଜ୍ୟ ସରକାରଙ୍କୁ ଅନ୍ଧାରରେ ରଖି ପ୍ରଥମ ଦିନ ଦର୍ଶାଯାଇଥିବା ଭିତ୍ତିଭୂମି ମୁତାବକ ଦେୟ ଆଦାୟ କରି ଚାଲିଥିବା ଜଣାପଡ଼ିଛି । ଭିତ୍ତିଭୂମି ଯାଞ୍ଚ ପାଇଁ ଦାୟିତ୍ବରେ ଥିବା ଓ ସି.ଏମ୍‌.ସି. ଦ୍ବାରା ନିୟୋଜିତ ଅତିରିକ୍ତ ମେଡିକାଲ୍‌ ଅଧିକାରୀ ସବୁ ଜାଣି ମଧ୍ୟ ଏ ନେଇ ପ୍ରଶାସନକୁ ଅନ୍ଧାରରେ ରଖିଥିବା ଅଭିଯୋଗ ହୋଇଛି । ଏହା ସହିତ କୋଭିଡ ସଂକ୍ରମଣ ଭୟ ଯୋଗୁଁ ପ୍ରଶାସନିକ ଅଧିକାରୀମାନେ ଏ ପର୍ଯ୍ୟନ୍ତ ହସ୍ପିଟାଲ୍‌ ପରିଦର୍ଶନ କରି ନ ଥିଲେ ବୋଲି ମଧ୍ୟ କୁହାଯାଉଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଝିଅଟି ଅଶ୍ଳୀଳ ଇଙ୍ଗିତର ବିରୋଧ କରିବାରୁ ନାବାଳକ ତାକୁ ନୃଶଂସ ଭାବେ ମାଡ଼ ମାରିଲା; VIDEO ଭାଇରାଲ୍

‘‘କିଛି ଲୋକ ଡାକ୍ତରଙ୍କୁ ନିନ୍ଦା କରିବାକୁ ପସନ୍ଦ କରନ୍ତି । କିନ୍ତୁ ସେହି ଡାକ୍ତରଙ୍କ ଉଦ୍ୟମ ଯୋଗୁଁ ହିଁ ପ୍ରତି ଦିନ ଶହ ଶହ ରୋଗୀ ସୁସ୍ଥ ହେଛନ୍ତି । ମୁଁ କହୁ ନାହିଁ ଯେ ସବୁ ଡାକ୍ତର ସାଧୁ । କିନ୍ତୁ ଯେଉଁ ଡାକ୍ତରମାନେ ଜାଣି ଶୁଣି ଏପରି କରିଥିବେ ଓ ଏହା ପଛରେ ଯେକୌଣସି ବ୍ୟକ୍ତିଙ୍କ ହାତ ଥିବ ତାଙ୍କୁ ଦଣ୍ଡ ଦିଆଯିବା ଦରକାର,’’ କହିଛନ୍ତି "ଇଣ୍ଡିଆନ୍ ମେଡ଼ିକାଲ ଆସୋସିଏସନର ସଦସ୍ୟ ଡାକ୍ତର ଅନଙ୍ଗ ଦ୍ୱିବେଦୀ ।



ୟୁନିକ୍ ହସ୍ପିଟାଲ୍ କର୍ତ୍ତୃପକ୍ଷ ସେଠାରୁ ଡିସଚାର୍ଜ୍‌ ହେଉଥିବା ରୋଗୀମାନଙ୍କୁ ନିଜ ଔଷଧ ଦୋକାନରୁ ବିନା ବିଲରେ ଔଷଧ କିଣିବା ପାଇଁ ବାଧ୍ୟ କରିବା, ସୁସ୍ଥ ହେଉଥିବା ରୋଗୀଙ୍କୁ ଘରକୁ ପଠାଇବା ପାଇଁ ଆମ୍ବଲାନ୍ସ ବାବଦ ଖର୍ଚ୍ଚ ଦାବି କରିବା ଓ ମାତ୍ର ଆଠଟି ଆଇସିୟୁ ବେଡ୍‌ ଥାଇ ସରକାରୀ ରେକର୍ଡରେ ୨୦ଟି ବେଡ୍‌ ଥିବା ଦର୍ଶାଇଥିବା ସି.ଏମ୍‌.ସି.ର ତଦନ୍ତରୁ ଜଣା ପଡ଼ିଥିଲା ।
Published by: Anand ST Das
First published: May 16, 2021, 11:36 PM IST