କଟକରେ COVID ହସ୍ପିଟାଲ୍ ସରକାରଙ୍କୁ ମିଛ କହୁଛି, ରୋଗୀଙ୍କ ଠାରୁ ଟଙ୍କା ଲୁଟୁଛି: ତଦନ୍ତରେ ଖୁଲାସା

୧୫ ଦିନରେ ମୋଟ ୬୪.୫୭ ଲକ୍ଷ ଟଙ୍କାରୁ ଅଧିକର ବିଲ୍ କରି ସାରିଛି ଏହି ହସ୍ପିଟାଲ୍ । କଟକ ମହାନଗର ନିଗମର ତଦନ୍ତରୁ ଅନେକ ଅନିୟମିତତା ସାମନାକୁ ଆସିବା ପରେ ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି ।

କଟକରେ COVID ହସ୍ପିଟାଲ୍ ସରକାରଙ୍କୁ ମିଛ କହୁଛି, ରୋଗୀଙ୍କ ଠାରୁ ଟଙ୍କା ଲୁଟୁଛି: ତଦନ୍ତରେ ଖୁଲାସା
କଟକରେ ଥିବା ୟୁନିକ୍ କୋଭିଡ୍ ହସପିଟାଲ୍
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କୋଭିଡ ହସ୍ପିଟାଲଗୁଡ଼ିକରେ ରୋଗୀଙ୍କୁ ଶୋଷଣ କରାଯାଉଥିବା ଓ ଅର୍ଥ ରୋଜଗାରର ପାଇଁ ଅସାଧୁ ଉପାୟ ଅବଲମ୍ବନ ହେଉଥିବା ନେଇ ପୂର୍ବରୁ ଆସୁଥିବା ଅଭିଯୋଗର ଏବେ ମିଳିଛି ପ୍ରାମାଣିକ ତଥ୍ୟ । ରାଜ୍ୟର ମେଡିକାଲ୍ ଭବ ଭାବେ ପରିଚିତ କଟକ ସହରର ଏକ କୋଭିଡ ହସ୍ପିଟାଲରେ ଏଭଳି ଏକ ସାଙ୍ଘାତିକ ଘଟଣା ଘଟିଥିବା ସାମନାକୁ ଆସିଛି ।

କେବଳ ରୋଗୀଙ୍କୁ ଶୋଷଣ ନୁହେଁ ବରଂ ଆଇ.ସି.ୟୁ. ବେଡ୍‌ ନ ଥାଇ ଲକ୍ଷ ଲକ୍ଷ ଟଙ୍କାର ବିଲ୍‌ କରି ରାଜ୍ୟ ସରକାରଙ୍କୁ ଏହି ହସପିଟାଲ୍‌ ଚୁନ ଲଗାଇଥିବା ଅଭିଯୋଗ ମଧ୍ୟ ହୋଇଛି । କଟକ ଜଗତପୁର ସ୍ଥିତ ୟୁନିକ୍ କୋଭିଡ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ରୋଗୀଙ୍କୁ ଶୋଷଣ କରିବା ସହିତ ସରକାରଙ୍କୁ ଅନ୍ଧାରରେ ରଖି ଟଙ୍କା ରୋଜଗାର କରୁଥିବାର ପ୍ରମାଣ କଟକ ମହାନଗର ନିଗମର (ସି.ଏମ୍‌.ସି.) ହସ୍ତଗତ ହୋଇଛି ।

ଏହା ବି ପଢ଼ନ୍ତୁ | Jio Phone ବ୍ୟବହାରକାରୀଙ୍କୁ ମିଳିବ ମାଗଣା ୩୦୦ ମିନିଟ୍ଆଉଟଗୋଇଂ କଲ୍ ମାଗଣା ରିଚାର୍ଜ୍

ୟୁନିକ୍‌ କୋଭିଡ୍‌ ହସପିଟାଲ୍‌ ବିରୋଧରେ ଏମିତି ସାଙ୍ଘାତିକ ଏକ ଅଭିଯୋଗ ମିଳିବା ପରେ ଏହାର ତଦନ୍ତ କରିବାକୁ ଯାଇଥିବା ଟିମ୍‌ ତା’ର ରିପୋର୍ଟ ସି.ଏମ୍‌.ସି. କମିଶନରଙ୍କ ସହ କଟକ ଜିଲ୍ଲାପାଳ ଓ କଟକର ଜିଲ୍ଲାର ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦେଇଛି । ସେହି ରିପୋର୍ଟ ପ୍ରଶାସନର ହୋସ୍‌ ଉଡ଼ାଇ ଦେଇଛି ।

ସି.ଏମ୍.ସି. କମିଶନର୍ ଅନନ୍ୟା ଦାସ


ଏହି ରିପୋର୍ଟ ମୁତାବକ ୟୁନିକ୍ କୋଭିଡ ହସ୍ପିଟାଲରୁ ଡିସଚାର୍ଜ ହେଉଥିବା କୋଭିଡ ରୋଗୀମାନଙ୍କୁ ହସ୍ପିଟାଲର ନିଜସ୍ବ ଔଷଧ ଦୋକାନରୁ ରୋଗୀ ପିଛା ୩,୦୦୦ ଟଙ୍କାର ଔଷଧ କିଣିବା ପାଇଁ ବାଧ୍ୟ କରାଯାଉଛି । ତାହା ପୁଣି ବିନା ବିଲରେ । ସୁସ୍ଥ ହେବା ପରେ କୋଭିଡ ରୋଗୀଙ୍କୁ ବିନା ମୁଲ୍ୟରେ ସରକାର ଘରକୁ ପଠାଇବା ପାଇଁ ବ୍ୟବସ୍ଥା କରିଛନ୍ତି । କିନ୍ତୁ ୟୁନିକ୍ ହସ୍ପିଟାଲରେ ଏଥି ପାଇଁ ଗାଡ଼ି ଭଡ଼ା ବାବଦରେ ପ୍ରତି ରୋଗୀ ପିଛା ୨,୫୦୦ ଟଙ୍କାରୁ ୩,୦୦୦ ଟଙ୍କା ଆଦାୟ କରାଯାଉଛି ।

ଏହା ବି ପଢ଼ନ୍ତୁ | ଟିକା ନେଇ ଗର୍ଭବତୀଙ୍କ ମୃତ୍ୟୁ ହେବାରୁ ସବୁ ଗର୍ଭବତୀ ମହିଳାମାନଙ୍କ ଟିକାକରଣ ବନ୍ଦ କଲା ବ୍ରାଜିଲ୍

ତଦନ୍ତକାରୀ ଅଧିକାରୀମାନେ ଏହି ହସପିଟାଲର ଆହୁରି ଅନେକ ଅନିୟମିତତା ସାମନାକୁ ଆଣିଛନ୍ତି । ସରକାରୀ ରେକର୍ଡରେ ଏହି ହସ୍ପିଟାଲରେ ୨୦ଟି ଆଇ.ସି.ୟୁ. ସହିତ ୧୮ଟି ଅକ୍ସିଜେନ୍ ବେଡ ବା ଏଚ.ଡି.ୟୁ. ଓ ପାଞ୍ଚଟି ସାଧାରଣ ବେଡ୍ ରହିଛି । ହେଲେ ବାସ୍ତବିକତା ସମ୍ପୂର୍ଣ୍ଣ ଓଲଟା । ୨୦ଟି ବେଡରୁ ମାତ୍ର ଆଠଟି ବେଡରେ ଆଇ.ସି.ୟୁ. ବ୍ୟବସ୍ଥା ଥିବା ବେଳେ ବାକି ୧୨ଟି ବେଡ୍ କେବଳ ଅକ୍ସିଜେନ୍ ସପୋର୍ଟରେ ହିଁ ଚାଲୁଥିବା ଦେଖାଯାଇଛି । ତଦନ୍ତ ରିପୋର୍ଟ ହସ୍ତଗତ ହେବା ପରେ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛି ସି.ଏମ୍‌.ସି. ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘କିଛି ବାହାରୁନି ଏଥିରୁ…’’ ଖାଲି ଅମ୍ଳଜାନ ମାସ୍କ ଧରି ମୃତ୍ୟୁ ପୂର୍ବରୁ VIDEOରେ କହିଥିଲେ ରାହୁଲ ଭୋରା

‘‘ଗୋଟିଏ ଅଭିଯୋଗ ମିଳିବା ପରେ ଆମେ ତା’ର ତଦନ୍ତ କରିଥିଲୁ । ତଦନ୍ତ ରିପୋର୍ଟରୂ ଯାହା ଜଣା ପଡ଼ୁଛି ଯେତିକି ଆଇ.ସି.ୟୁ. ବେଡ୍ ସେହି ହସପିଟାଲରେ ରହିବା କଥା ସେଥିକି ନ ଥିଲା । ଆଉ କିଛି କଥା ମଧ୍ୟ ରିପୋର୍ଟରେ ରହିଛି । ଆମେ ସେହି ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ ଜାରି କରିବୁ । ଯେତିକି ବେଡ୍ ରହିଛି ସେହି ଅନୁସାରେ ତାଙ୍କ ଟଙ୍କା ମଧ୍ୟ ପଇଠ କରାଯିବ,’’ କହିଛନ୍ତି ସି.ଏମ୍‌.ସି. କମିଶନର୍‌ ଅନନ୍ୟା ଦାସ ।

ୟୁନିକ୍ କୋଭିଡ୍ ହସ୍ପିଟାଲର ଅତିରିକ୍ତ ମେଡ଼ିକାଲ ଅଫିସର ଡାକ୍ତର ସାରଦା ପ୍ରସନ୍ନ ରାୟ


ମେ ୧ ତାରିଖ ଦିନ ୟୁନିକ୍ ହସ୍ପିଟାଲକୁ କୋଭିଡ ହସ୍ପିଟାଲରେ ପରିବର୍ତ୍ତିତ କରିଥିଲା ସି.ଏମ୍‌.ସି. । ସେତେବେଳେ ସେଠାରେ ୨୦ଟି ଆଇ.ସି.ୟୁ. ବେଡ୍, ୧୮ଟି ଏଚ.ଡି.ୟୁ. ଓ ପାଞ୍ଚଟି ସାଧାରଣ ବେଡ ଥିଲା । ହସ୍ପିଟାଲ ଖୋଲିବା ପୂର୍ବରୁ ପୂର୍ବରୁ ଭିତ୍ତିଭୂମି ଯାଞ୍ଚ ମଧ୍ୟ କରିଥିଲେ ସି.ଏମ୍‌.ସି. ଅଧିକାରୀମାନେ । କିଛି ଦିନ ଠିକ୍‌ ଠାକ୍‌ ଚାଲିବା ପରେ ୟୁନିକ୍‌ ହସ୍ପିଟାଲରେ ରୋଗୀଙ୍କୁ ଶୋଷଣ କରାଯାଉଥିବା ନେଇ ଅଭିଯୋଗ ଆସିବା ପରେ ସି.ଏମ୍‌.ସି. କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଗତ ଗୁରୁବାର ଦିନ ଏକ ଟିମ୍‌ ସେହି ହସ୍ପିଟାଲକୁ ଯାଇ ତଦନ୍ତ କରିଥିଲା ।

ଏହା ବି ପଢ଼ନ୍ତୁ | ଆସିଲା କରୋନା ପଛରେ ଥିବା ସାଙ୍ଘାତିକ ସତ୍ୟ: ଚୀନ୍ ଏହାକୁ ଜୈବିକ ଅସ୍ତ୍ର ଭାବେ ପରୀକ୍ଷା କରୁଥିଲା!

ତଦନ୍ତ ରିପୋର୍ଟରେ ଏହା ଉଲ୍ଲେଖ ଅଛି: ‘‘ହସ୍ପିଟାଲରେ ରୋଗୀ ଭର୍ତ୍ତି ହେବା ଦିନ ଯେଉଁ ଆଇ.ସି.ୟୁ. ଉପକରଣଗୁଡ଼ିକ ସେଠାରେ ଥିଲା ତାହା ଗାୟବ ହୋଇଯାଇଥିଲା । ତେଣୁ ଆଇ.ସି.ୟୁ. ଉପକରଣଗୁଡ଼ିକୁ ଭଡ଼ାରେ ଆଣିଥିବା ସନ୍ଦେହ ହେଉଛି । ଅଧିକ ରୋଗୀ ଭର୍ତ୍ତି କରିବା ଲୋଭରେ ହସ୍ପିଟାଲର ବାରଣ୍ଡା ଏପରିକି ଡାକ୍ତରଙ୍କ ବିଶ୍ରାମ ଗୃହରେ ମଧ୍ୟ ବେଡ୍ ପକାଇ ଦିଆଯାଇଛି । ସେଠାରେ ଭର୍ତ୍ତି ହୋଇଥିବା ରୋଗୀମାନେ ମଧ୍ୟ ଅବ୍ୟବସ୍ଥା କଥା ଟିମକୁ ଅବଗତ କରାଇଛନ୍ତି ।’’

ଏହା ବି ପଢ଼ନ୍ତୁ | ଚନ୍ଦା ମୁଣ୍ଡ ଥିବା ପୁରୁଷମାନଙ୍କଠାରେ କରୋନା ସଂକ୍ରମିତ ହେବା ପରେ ମୃତ୍ୟୁ ସମ୍ଭାବନା ଅଧିକ: ରିସର୍ଚ୍ଚ

ଭିତ୍ତିଭୁମି ନ ଥିବା କଥାକୁ ପରୋକ୍ଷରେ ସ୍ବୀକାର କରିବା ସହିତ ରୋଗୀଙ୍କୁ ଔଷଧ କିଣିବା ପାଇଁ ବାଧ୍ୟ କରିବା ଓ ଆମ୍ବୁଲାନ୍ସ ବାବାଦ ଖର୍ଚ୍ଚ ରୋଗୀଙ୍କ ଠାରୁ ଆଦାୟ କରିବା ନେଇ ହୋଇଥିବା ଅଭିଯୋଗ ବିଷୟରେ ନିଜ ସଫେଇ ଦେଇଛନ୍ତି ହସ୍ପିଟାଲ ଦାୟିତ୍ବରେ ଥିବା ଅତିରିକ୍ତ ମେଡ଼ିକାଲ୍‌ ଅଫିସର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଝିଅଟି ଅଶ୍ଳୀଳ ଇଙ୍ଗିତର ବିରୋଧ କରିବାରୁ ନାବାଳକ ତାକୁ ନୃଶଂସ ଭାବେ ମାଡ଼ ମାରିଲା; VIDEO ଭାଇରାଲ୍

‘‘ଲୋକେ ଭାବନ୍ତି ଯେ ଡିସଚାର୍ଜ୍‌ ହୋଇ ଘରକୁ ଯାଉଥିବା ରୋଗୀଙ୍କୁ ସରକାର ମାଗଣାରେ ଔଷଧ ଦିଅନ୍ତି । କିନ୍ତୁ ବାସ୍ତବରେ ସେପରି କିଛି ନାହିଁ । ରୋଗୀଙ୍କୁ ସେହି ସବୁ ଔଷଧ ନିଜ ହାତରୁ କିଣିବା ପାଇଁ ପଡ଼େ । ଅନ୍ୟ କେଉଁଠୁ ନେବା ବଦଳରେ ଆମେ ଆମ ହସ୍ପିଟାଲକୁ ନେବା ପାଇଁ ଲୋକଙ୍କୁ କହୁ । ରୋଗୀଙ୍କୁ ଘରେ ଛାଡ଼ିବା ପାଇଁ ଆର୍‌.ଆର୍‌.ଟି. ଟିମ୍‌ ବ୍ୟବସ୍ଥା କରିଥାଏ । କିନ୍ତୁ ଆର୍‌.ଆର୍‌.ଟି. ଟିମ୍‌ ଡେରିରେ ଆସିଲେ ହସ୍ପିଟାଲର ଲୋକ ସମ୍ପର୍କ ଅଧିକାରୀ ରୋଗୀଙ୍କ ପାଇଁ ଗାଡ଼ି ଠିକ୍‌ କରି ଦିଅନ୍ତି । ସେହି ପଇସା ରୋଗୀଙ୍କ ସମ୍ପର୍କୀୟ ଦେଇଥାନ୍ତି । ବାକି ରହିଲା ବେଡ କଥା । ଯେଉଁ ଦିନ ତଦନ୍ତ ପାଇଁ ସି.ଏମ୍‌.ସି. ଅଧିକାରୀ ଆସିଥିଲେ ସେ ଦିନ ସେତିକି ବେଡ ଥିଲା, କିନ୍ତୁ ୨୦ଟି ବେଡରେ ଆଇ.ସି.ୟୁ. ନ ଥିଲା । କିନ୍ତୁ ଏବେ ଆମେ ସେଗୁଡ଼ିକୁ ଠିକ୍‌ ଠାକ୍‌ କରି ଦେଇଛୁ,’’ କହିଛନ୍ତି ହସ୍ପିଟାଲ ଦାୟିତ୍ବରେ ଥିବା ଅତିରିକ୍ତ ମେଡ଼ିକାଲ ଅଫିସର ଡାକ୍ତର ସାରଦା ପ୍ରସନ୍ନ ରାୟ ।



ଏହି ହସ୍ପିଟାଲ୍‌ ଆଇ.ସି.ୟୁ. ବେଡ୍‌ ପିଛା ୧୩ ହଜାର ଟଙ୍କା, ଏଚ.ଡି.ୟୁ. ବେଡ ପିଛା ୮,୫୦୦ ଟଙ୍କା ଓ ସାଧାରଣ ବେଡ଼ ପିଛା ୩,୫୦୦ ଟଙ୍କା କରି କରି ୧୫ ଦିନରେ ମୋଟ ୬୪ ଲକ୍ଷ ୫୭ ହଜାର ୫୦୦ ଟଙ୍କାର ବିଲ୍‌ କରି ସାରିଛି । ଏବେ ଏହି ଅର୍ଥ ହୁଏତ ଏହି ହସ୍ପିଟାଲକୁ ପଇଠ ହେବ ନାହିଁ । କିନ୍ତୁ ଲାଗୁଛି ଯେ ଏହି ସ୍ଥିତି ପ୍ରଘଟ ହୋଇ ନ ଥିଲେ ୟୁନିକ୍ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ନିଜ ୟୁନିକ୍ ଚାଲରେ ରାଜ୍ୟ ସରକାରଙ୍କ ଠାରୁ ଆହୁରି ମୋଟା ଅଙ୍କର ଟଙ୍କା ହାତେଇବା ପାଇଁ ସବୁ ଯୋଜନା କରି ସାରିଥିଲେ ।
Published by: Anand ST Das
First published: May 15, 2021, 10:18 PM IST