News18 Odia Digital
କଟକ: ମଧୁପାଟଣା ଅଞ୍ଚଳରେ ଥିବା ଏକ ଆଶ୍ରମ ସ୍କୁଲରେ ୧୭ ଜଣ କୋଭିଡ ପଜିଟିଭ୍ ବ୍ୟକ୍ତି ଚିହ୍ନଟ ହେବା ପରେ ସେହି ସ୍କୁଲକୁ କଟକ ମହାନଗର ନିଗମ (ସି.ଏମ୍.ସି.) ଏପ୍ରିଲ ମାସ ୬ ତାରିଖ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ନିକଟରେ ଏଠାରେ ଅନୁଷ୍ଠିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଣ୍ଡିଚେରୀରୁ ଆସିଥିବା କିଛି ଲୋକଙ୍କ ଠାରୁ ଏହି ସଂକ୍ରମଣ ବ୍ୟାପିଥିବା ସନ୍ଦେହ କରାଯାଉଛି ।
ତିନି ଦିନ ମଧ୍ୟରେ କଟକରେ ମୋ’ଟ ୪୧ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହେଲେଣି । ବୁଧବାର ଦିନ ୧୨, ଗୁରୁବାର ଦିନ ୧୩ ଓ ଶୁକ୍ରବାର ଦିନ ୧୭ ଜଣ ନୁଆ କରୋନା ଆକ୍ରାନ୍ତ ନିର୍ଦ୍ଧିଷ୍ଟ ଭାବେ ଗୋଟିଏ ଗୋଟିଏ କ୍ଲଷ୍ଟରରୁ ଚିହ୍ନଟ ହେବା ଘଟଣା ସି.ଏମ୍.ସି.ର ଚିନ୍ତା ବଢ଼ାଇଛି ।
ଏହା ବି ପଢ଼ନ୍ତୁ | ରାଷ୍ଟ୍ରପତି କୋବିନ୍ଦ ୫ ବର୍ଷର ହୋଇଥିବା ବେଳେ ଘରେ ନିଆଁ ଲାଗିବାରୁ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଥିଲାବୁଧବାର ଓ ଗୁରୁବାର ଦିନ ଅରୁଣଦେଓ ନଗରରେ ଥିବା ଏକ ଘରୋଇ ବିଜ୍ଞାନ କଲେଜରୁ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ରାତିରେ ମଧୁପାଟଣା ଅଞ୍ଚଳରେ ଥିବା ଆଶ୍ରମ ସ୍କୁଲରେ ୧୭ ଜଣ କୋଭିଡ ପଜିଟିଭ୍ ବ୍ୟକ୍ତି ଚିହ୍ନଟ ହୋଇଥିଲେ । ସ୍କୁଲର ସବୁ ଆକ୍ରାନ୍ତ ସେଠାକାର ଅନ୍ତେବାସୀ ବୋଲି ଜଣା ପଡ଼ିଛି ।
ଏହା ବି ପଢ଼ନ୍ତୁ | ରାହୁଳ ଗାନ୍ଧୀ କହିଲେ କଂଗ୍ରେସ ଜିତିଲେ ଆସାମରେ ଲାଗୁ ହେବ ନାହିଁ ନାଗରିକତା ଆଇନ (CAA)ଚିହ୍ନଟ ହୋଇଥିବା ସବୁ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛି ସି.ଏମ୍.ସି. । କୋଭିଡର କେଉଁ ଷ୍ଟ୍ରେନ୍ ଏହି ସଂକ୍ରମଣ ଘଟାଇଛି ତାହା ଜାଣିବା ପାଇଁ ସାତ ଜଣ ଆକ୍ରାନ୍ତଙ୍କ ସ୍ବାବ୍ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ସାତଟି ନମୁନା ମଧ୍ୟରୁ ଚାରିଟି ନମୁନାକୁ ଆର.ଏମ.ଆର.ସି. ଓ ତିନୋଟିକୁ ଆଇ.ଏଲ୍.ଏସ୍.କୁ ପଠାଯାଇଛି । ଏହା ବ୍ୟତୀତ ଶୁକ୍ରବାର ଦିନ ମୋଟ ୧,୧୦୦ ଲୋକଙ୍କର ସ୍ବାବ୍ ସଂଗ୍ରହ କରାଯାଇଛି । ସେଗୁଡ଼ିକର ରିପୋର୍ଟ ରବିବାର ସୁଦ୍ଧା ଆସିବ ବୋଲି ସି.ଏମ୍.ସି. ପକ୍ଷରୁ କୁହାଯାଇଛି ।

କଟକ ଡିସିପି ପ୍ରତୀକ ସିଂ
‘‘ଗତ ମାସ ଏଠାରେ (ଆଶ୍ରମ ସ୍କୁଲରେ) ଅନୁଷ୍ଠିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଣ୍ଡିଚେରୀରୁ କିଛି ଲୋକ ଆସିଥିଲେ । ସେମାନଙ୍କ ଠାରୁ ହିଁ ଏହି ସଂକ୍ରମଣ ବ୍ୟାପିଥିବା ଆମେ ଆଶଙ୍କା କରୁଛୁ । କିନ୍ତୁ ଯେହେତୁ ଗୋଟିଏ କ୍ୟାମ୍ପସରୁ ଏହି ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ତେଣୁ ଏହା ଅନ୍ୟ ଅଞ୍ଚଳକୁ ବ୍ୟାପିବା ଆଶଙ୍କା ନାହିଁ,’’ କହିଛନ୍ତି ସି.ଏମ୍.ସି.ର ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ।
ଏହା ବି ପଢ଼ନ୍ତୁ | ‘ବିବାହିତ ପୁରୁଷମାନଙ୍କ ସହ ପ୍ରେମରେ ପଡ଼ନ୍ତୁ ନାହିଁ’: ମହିଳା ଫ୍ୟାନ୍ମାନଙ୍କୁ ନୀନା ଗୁପ୍ତାଙ୍କ ଉପଦେଶଦୋଳ ଉତ୍ସବ ଉପରେ ପ୍ରଶାସନର କଟକଣା ଏବେ ସହରର ଦୋଳ ମେଳଣ କମିଟିଗୁଡ଼ିକର ଚିନ୍ତା ବଢ଼ାଇଛି । ବିଶେଷ କରି ବିମାନ ସହିତ ଶୋଭାଯାତ୍ରା ନ ଯିବା, ବିମାନରେ ଆଲୋକ ବ୍ୟବସ୍ଥା ନ ରଖିବା ଏବଂ ମାତ୍ର ୧୦ ଜଣ ଲୋକଙ୍କୁ ନେଇ ବିମାନକୁ ଯାତ୍ରା କରାଇବା କଷ୍ଟକର ହେବ ବୋଲି କହିବା ସହ ଏହି ନିୟମାବଳୀରେ କିଛିଟା ପରିବର୍ତ୍ତନ ପାଇଁ ନିବେଦନ କରିଛନ୍ତି ସହରର ଦୋଳ ମେଳଣ କମିଟିମାନେ । ମେଳଣ କମିଟିଗଡ଼ିକର ପ୍ରସ୍ତାବ ଉପରେ ମହାନଗର ନିଗମ ବିଚାର କରୁଥିବା ଜଣାପଡ଼ିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ସୀତା ରୂପରେ ଆଲିଆ ଭଟ୍ଟଙ୍କ ପ୍ରଥମ ଛବି ଆସିଲା; ଅଭିନେତ୍ରୀ କରୋନା ଯୋଗୁଁ ଘରେ ଅଛନ୍ତିସହରରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସହରରେ ପୁଣି ଥରେ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରିବା ଉପରେ ଗୁରୁତ୍ୱ ଦେବ ପୋଲିସ । ପ୍ରଥମେ ସଚେତନତା ଓ ପରେ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଏହା ବି ପଢ଼ନ୍ତୁ | କରୋନା ଯୋଗୁଁ ପୁରୁଷମାନଙ୍କ ଯୌନ ହରମୋନ୍ କମ୍ ହେଉଛି, ଯୌନ କ୍ଷମତା ବି କମୁଛି‘‘କଟକରେ ଏବେ କିଛି ଦିନ ହେଲା କୋଭଡ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । ତାକୁ ଦେଖି ଆମେ ପୁଣି ଥରେ କୋଭିଡ ଗାଇଡଲାଇନ ପାଳନ କରିବା ଉପରେ ଧ୍ୟାନ ଦେବା ଆରମ୍ଭ କରିଛୁ । ଏଥି ପାଇଁ ଏକ ସ୍ବତନ୍ତ୍ର ଟିମ୍ ମଧ୍ୟ ଗଠନ କରାଯାଇଛି । ପ୍ରଥମେ ଲୋକଙ୍କୁ ସଚେତନ କରାଯିବ ଓ ତା’ ପରେ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,’’ କହିଛନ୍ତି କଟକ ଡିସିପି ପ୍ରତୀକ ସିଂ ।
କଟକରେ ସଂକ୍ରମଣ ହାର ବୃଦ୍ଧି ପାଉଥିବା ବେଳେ ବିଶେଷ କରି ଶିକ୍ଷାନୁଷ୍ଠାନଗୁଡ଼ିକରେ ସଂକ୍ରମଣ ବ୍ୟାପୁଥିବା ଦେଖିବାକୁ ମିଳୁଛି । ସି.ଏମ୍.ସି. ପକ୍ଷରୁ ମିଳିଥିବା ସୂଚନା ମୁତାବକ ଶନିବାର ଦିନ ଚିହ୍ନଟ ହୋଇଥିବା ନୁଆ ୨୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କଟକର ଏକ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟର ଜଣେ ଛାତ୍ର ମଧ୍ୟ ଅଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।