କଟକରେ ଲୋକେ ମାନୁନାହାଁନ୍ତି କରୋନା କଟକଣା; ଗୋଟିଏ ଦିନରେ ସହରରେ ୫୪ଟି ନୂଆ ମାମଲା

ଖଟବିନ ସାହିରେ ଜଣେ ବ୍ୟକ୍ତିଙ୍କ ଶବ ସତ୍କାର ସେଠାରେ କରୋନା ବ୍ୟାପିର କାରଣ ପାଲଟିଥିବା ବେଳେ ଏକ ବାହାଘର ଉତ୍ସବ ଯୋଗୁଁ ଶଙ୍କରପୁରରେ ସଂକ୍ରମଣ ମାଡ଼ିଯାଇଥିବା କୁହାଯାଉଛି । କଟକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୮୪ରେ ପହଞ୍ଚିଲାଣି ।

କଟକରେ ଲୋକେ ମାନୁନାହାଁନ୍ତି କରୋନା କଟକଣା; ଗୋଟିଏ ଦିନରେ ସହରରେ ୫୪ଟି ନୂଆ ମାମଲା
ଖଟବିନ୍ ସାହିର କଣ୍ଟେନମେଣ୍ଟ ଜୋନ୍ ନାମକୁ ମାତ୍ର ଥିଲା ।
  • News18 Odia
  • Last Updated: July 22, 2020, 10:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 odia Digital

କଟକ: କଟକ ସହରରେ ଗୋଟିଏ ଦିନରେ ୫୪ଟି କରୋନା ଭାଇରସ୍‌ ସଂକ୍ରମଣ ମାମଲା ସାମନାକୁ ଆସିବା ସହ ଦୁଇ ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଭାବେ ଘେଷଣା କରାଯାଇଛି । ଗତ କିଛି ଦିନ ହେଲା ଲଗାତାର ଓ ଦୃତ ଗତିରେ ବଢି ଚାଲିଥିବା କରୋନା ସଂକ୍ରମଣ ଆଗାମୀ ଦିନରେ ସହରରେ ଏକ ବିଷ୍ପୋରଣର ରୂପ ନେବ ବୋଲି ଆକଳନ ମଧ୍ୟ କରାଯାଉଛି ।

ସହରରେ କରୋନା ସ୍ଥିତି ଦିନକୁ ଦିନ ବିଗିଡ଼ି ଚାଲିଥିବା ବେଳେ ସହରବାସିନ୍ଦା ଓ ପ୍ରଶାସନର ତଳିଆ କର୍ମଚାରୀଙ୍କ ଖାମଖିଆଲି ନିତି କଟକରେ କରୋନା ବିଷ୍ପୋରଣକୁ ନିମନ୍ତ୍ରଣ ଦେବା ଭଳି ହୋଇଛି । ଏହାର ଏକ ନିଚ୍ଛକ ଉଦାହରଣ ଆଜି ଏକ କଣ୍ଟେନମେଣ୍ଟ ଜୋନରେ ଦେଖିବାକୁ ମିଳିଥିଲା । ଏକା ଥରେ ୩୨ ଜଣ ପଜିଟିଭ ବ୍ୟକ୍ତି ଚିହ୍ନଟ ହେବା ପରେ ଖଟବିନ ସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲା ପ୍ରଶାସନ । ସଂକ୍ରମଣ ରୋକିବା ପାଇଁ ସେଠାରେ ସକାଳୁ ସକାଳୁ ଲୋକଙ୍କ ସ୍କ୍ରିନିଂ ସହିତ ସାନିଟାଇଜେନ କାର୍ଯ୍ୟ ମଧ୍ୟ ଚାଲିଥିଲା ।

କିନ୍ତୁ ଏହି ଭଳି କଣ୍ଟେନମେଣ୍ଟ ଜୋନ ବୋଧ ହୁଏ ରାଜ୍ୟରେ ଅନ୍ୟ କୌଣସି ସ୍ଥାନରେ ନ ଥିବ । ଏଠାରେ କଣ୍ଟେନମେଣ୍ଟ ଜୋନର ପରିଭାଷା ହିଁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ନାଁ କୁ ମାତ୍ର ଗୋଟିଏ ବାଉଁଶ ସେଠାରେ ବନ୍ଧାଯାଇଥିଲା । ସେହି ବାଉଁଶ ତଳେ ଗଳି ଲୋକେ ଅନାୟସରେ ଯାତାୟତ କରୁଥିଲେ । ନା ସେମାନଙ୍କୁ ଅଟକାଇବା ପାଇଁ ପୋଲିସ ଥିଲା ନା ସିଏମସିର କୌଣସି କର୍ମଚାରୀଙ୍କୁ ସେଠାରେ ଦେଖିବାକୁ ମିଳିଥିଲା । କଣ୍ଟେନମେଣ୍ଟ ଜୋନ ଭିତରେ ଦୋକାନ ନ ଥିବାରୁ ବାହାରକୁ ଆସି କିଣାକିଣି କରୁଥିବା କହିଛନ୍ତି ସ୍ଥାନୀୟ ଲୋକେ ।

କଟକ ମହାନଗର ନିଗମ (ସି.ଏମ.ସି.) କମିଶନର ଅନନ୍ୟା ଦାସ


‘‘ଏହା ଭିତରେ ୫୦୦ ଲୋକ ରହୁଛନ୍ତି । ନଗର ନିଗମ କିଛି ଦେଇ ନାହିଁ । ତାରା ବିଡ଼ି କମ୍ପାନୀ ପାଖ ଅଞ୍ଚଳ ବନ୍ଦ କରି ଦେଇଛନ୍ତି । ଏହି ଗୋଟିଏ ବାଟ ଖୋଲା ଅଛି । ସମସ୍ତେ ପରିବା ଓ କ୍ଷୀର ବାହାରକୁ ଯାଇ ଆଣୁଛନ୍ତି । ମୁଁ ବି ଯାଉଛି,’’ କହିଛନ୍ତି କଣ୍ଟେନମେଣ୍ଟ ଜୋନ ବହାରକୁ ଆସିଥିବା ଜଣେ ବ୍ୟକ୍ତି ।

ସହରରେ ପୁଣି ଦୁଇଟି ସ୍ଥାନ କଣ୍ଟେନମେଣ୍ଟ ଜୋନ ଘୋଷିତ ହେବା ପରେ ଏବେ କଣ୍ଟେନମେଣ୍ଟ ଜୋନ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଶଙ୍କରପୁର ପରିଡ଼ା ସାହିରେ ନଅ ଜଣ ଲୋକ ସଂକ୍ରମିତ ହେବା ପରେ ସେହି ସ୍ଥାନକୁ ମଧ୍ୟ କଣ୍ଟେନମେଣ୍ଟ କରାଯାଇଛି । ସେଠାରେ ମଧ୍ୟ ଦିନ ୧୦ ଟା ପରେ ପହଞ୍ଚିଥିଲା ପୋଲିସ ।

ଖଟବିନ ସାହିରେ ଜଣେ ବ୍ୟକ୍ତିଙ୍କ ଶବ ସତ୍କାର ସେଠାରେ କରେନା ବ୍ୟାପିର କାରଣ ପାଲଟିଥିବା ବେଳେ ଏକ ବାହାଘର ଉତ୍ସବ ଯୋଗୁଁ ଶଙ୍କରପୁରରେ ସଂକ୍ରମଣ ମାଡ଼ିଯାଇଥିବା କୁହାଯାଉଛି । ଏହି ଦୁଇଟି ସ୍ଥାନକୁ ବାଦ ଦେଲେ ସହରର ବିଭିନ୍ନ ସ୍ଥାନରୁ ସ୍ଥାନୀୟ ବାସିନ୍ଦାମାନେ ସଂକ୍ରମିତ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଏହା ସମଗ୍ର ସ୍ଥିତିକୁ ଆହୁରି ସଙ୍ଗୀନ କରିଛି ।

ପ୍ରଶାସନର କଟକଣା ସତ୍ତ୍ୱେ ଅନ୍ତ୍ୟେଷ୍ଟି କ୍ରିୟା ଓ ବିଭାଘର ଭଳି କାର୍ଯ୍ୟ ସହରରେ ଚାଲିଛି । ପୂର୍ବ ଭଳି ଏଥି ପାଇଁ ବିରାଟ ଆୟୋଜନ ହେଉ ନ ଥିଲେ ମଧ୍ୟ ଗୋଟିଏ ଗୋଟିଏ ସ୍ଥାନରେ ଶତାଧିକ ଲୋକ ଏକତ୍ରିତ ହେଉଛନ୍ତି । ଫଳରେ କରୋନା ସଂକ୍ରମଣ ସହର ସାରା ବ୍ୟାପିବାରେ ଲାଗିଛି । ତେବେ ଏହାର ନିରୀକ୍ଷଣ ଓ ନିବାରଣ କରିବା ପାଇଁ ସାହି କମିଟି ଓ ପୂଜା କମିଟିଗୁଡ଼ିକୁ ପ୍ରାଶାସନିକ ସ୍ତରରେ ନିବେଦନ କରାଯାଇଥିଲେ ମଧ୍ୟ ସେମାନେ ଏଥି ପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ହେଉଛି ।

‘‘ଅନ୍ତ୍ୟେଷ୍ଟି କ୍ରିୟା ହେଉ କି ବାହାଘର, ଯଦି ଅଧିକ ଲୋକ ଏକାଠି ହେବେ ତା ହେଲେ ସଂକ୍ରମଣ ଅଧିକ ବ୍ୟାପିବାର ଆଶଙ୍କା ରହିଛି । ସେଥି ପାଇଁ ଏ ଭିଳି ଅଭିଯୋଗ ଆସିଲେ ପୋଲିସକୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ନିର୍ଦ୍ଦେଶ ରହିଛି । ଖଟବିନ ସାହିରେ ଆଜି ସକାଳୁ ସିଫ୍ଟ ଚେଞ୍ଚ ବେଳେ ଟିକେ ଅବ୍ୟବସ୍ଥା ସାମନାକୁ ଆସିଥିଲା । ପରେ ତାକୁ ବ୍ୟବସ୍ଥିତ କରାଯାଇଛି,’’ କହିଛନ୍ତି ସିଏମସି କମିଶନର ଅନନ୍ୟା ଦାସ ।

ଦେଖନ୍ତୁ ଫଟୋ ଓ ପଢ଼ନ୍ତୁ: ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କ ପତ୍ନୀ ଜଣେ ସ୍ପୋର୍ଟ୍ସ ମ୍ୟାନେଜର, ସ୍ୱାମୀଙ୍କ ଟୁର୍ ବି ମ୍ୟାନେଜ୍ କରନ୍ତି

ଦେଖନ୍ତୁ ଫଟୋ ଓ ପଢ଼ନ୍ତୁ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରେମିକା ନତାଶା ଗର୍ଭବତୀ ହେଲେ; ଫଟୋ ସେୟାର କରି ସେ ଏହି କଥା ଲେଖିଲେ

ଏହା ଭିତରେ ଆଜି କଟକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୩୮୪ରେ ପହଞ୍ଚିଯାଇଛି । ସେମାନଙ୍କ ମଧ୍ୟରୁ ୩୬୭ ଜଣ ଚିକିତ୍ସାଧୀନ ଥିବା ବେଳେ ନଅ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟି ସାରିଲାଣି । ସ୍ଥିତିର ମୁକାବିଲା ପାଇଁ ଗତ କାଲି କଟକ ଜିଲ୍ଲାକୁ ୧୫ କୋଟି ଟଙ୍କାର ଏକ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।
Published by: Anand Shankar Thankur Das
First published: July 22, 2020, 10:09 PM IST
corona virus btn
corona virus btn
Loading