କଟକରେ ବାରବାଟୀ ଷ୍ଟାଡିଅମ ଓ ଇଣ୍ଡୋର ଷ୍ଟାଡିଅମକୁ କୋଭିଡ ରୋଗୀଙ୍କ ପାଇଁ ପ୍ରସ୍ତୁତ କରାଯାଉଛି

କରୋନା ଭାଇରସ୍ ବିରୋଧରେ ବଡ଼ ଧରଣର ଲଢେଇ ପାଇଁ ପ୍ରସ୍ତୁତ ହେଉଛି କଟକ ସହର । ଉଭୟ ଷ୍ଟାଡିଅମରେ ୧୫୦ ବେଡର ବ୍ୟବସ୍ଥା କରାଯାଉଛି । ସେଠାରେ ଡାକ୍ତର ଓ ପାରାମେଡ଼ିକାଲ ଷ୍ଟାଫ ୨୪ ଘଣ୍ଟିଆ ଡ୍ୟୁଟିରେ ରହିବେ ।

କଟକରେ ବାରବାଟୀ ଷ୍ଟାଡିଅମ ଓ ଇଣ୍ଡୋର ଷ୍ଟାଡିଅମକୁ କୋଭିଡ ରୋଗୀଙ୍କ ପାଇଁ ପ୍ରସ୍ତୁତ କରାଯାଉଛି
କଟକରେ ଥିବା ଜବାହରଲାଲ ନେହରୁ ଇଣ୍ଡୋର୍ ଷ୍ଟାଡିଅମ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କଟକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇଚାଲିଥିବା ବେଳେ ଆଗାମୀ କିଛି ସପ୍ତାହ ମଧ୍ୟରେ ସ୍ଥିତି ସାଙ୍ଘାତିକ ହେବା ନେଇ ଆଶଙ୍କା କରାଯାଉଛି । ଏହି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି ସିଏମସି । ଆଗାମୀ ଦିନରେ ବହୁତ ଅଧିକ ସଂଖ୍ୟାର ବେଡର ଆବଶ୍ୟକତା ଥିବାରୁ ବାରବାଟୀ ଷ୍ଟାଡିୟମ ଓ ଇଣ୍ଡୋର ଷ୍ଟାଡ଼ିୟମକୁ କୋଭିଡ ରୋଗୀଙ୍କ ପାଇଁ ପ୍ରସ୍ତୁତ କରାଯାଉଛି ।

ବାରବାଟୀ ଷ୍ଟାଡ଼ିୟମର କର୍ପୋରେଟ ବକ୍ସ ଓ ଇଣ୍ଡୋର ଷ୍ଟାଡ଼ିୟମ କୋଭିଡ କେୟାର ସେଣ୍ଟରରେ ପରିବର୍ତ୍ତିତ କରାଯାଉଛି । କର୍ପୋରେଟ ବକ୍ସରେ ୮୦ ଜଣ ଓ ଇଣ୍ଡୋର ଷ୍ଟାଡ଼ିୟମରେ ୭୦ ଜଣ କୋଭିଡ ରୋଗୀଙ୍କ ପାଇଁ ବେଡର ବ୍ୟବସ୍ଥା କରାଯାଉଛି । ଏହା ସହ ଉଭୟ ସ୍ଥାନରେ ଡାକ୍ତର ଓ ପାରାମେଡ଼ିକାଲ ଷ୍ଟାଫଙ୍କୁ ମଧ୍ୟ ନିୟୋଜିତ କରାଯିବ । ଏଠାରେ କେବଳ ଲକ୍ଷଣ ନ ଥିବା ଓ ଅପେକ୍ଷାକୃତ ସୁସ୍ଥ ରୋଗୀଙ୍କୁ ରଖାଯାଇ ଚିକିତ୍ସା କରାଯିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି ।

‘‘ବାରବାଟୀ ଷ୍ଟାଡ଼ିୟମ ସହିତ ଇଣ୍ଡୋର ଷ୍ଟାଡିୟମରେ ପାଖାପାଖି ୧୫୦ ବେଡର ବ୍ୟବସ୍ଥା କରାଯାଉଛି । ସେଠାରେ ଡାକ୍ତର ଓ ପାରାମେଡ଼ିକାଲ ଷ୍ଟାଫମାନଙ୍କୁ ମଧ୍ୟ ୨୪ ଘଣ୍ଟିଆ ଡିୟୁଟିରେ ମୁତୟନ କରାଯିବ । ଡାକ୍ତର ଓ ପାରାମେଡ଼ିକାଲ ଷ୍ଟାଫମାନଙ୍କ ରହିବା ପାଇଁ ମଧ୍ୟ ସେଠାରେ ବ୍ୟବସ୍ଥା କରାଯାଉଛି । ଆଶା କରୁଛି ଦିନେ ଦୁଇ ଦିନ ମଧ୍ୟରେ ସମସ୍ତ ବନ୍ଦୋବସ୍ତ ଶେଷ ହୋଇଯିବ । ଏହି ଭଳି ସହରର ବିଭିନ୍ନ ସ୍ଥାନରେ ପାଖାପାଖି ୫୦୦ ରୋଗୀଙ୍କ ରହିବା ବ୍ୟବସ୍ଥା କରାଯାଉଛି,’’ କହିଛନ୍ତି ସିଏମସିର ଡେପୁଟି କମିଶନର ସଞ୍ଜୀବିତା ରାୟ ।

ଷ୍ଟାଡିଅମରେ ବେଡର ବ୍ୟବସ୍ଥା କରାଯାଉଛି ।


ଏନଡିଆରଏଫ ଯବାନମାନଙ୍କ ପରେ ନିଜର ପ୍ଲାଜମା ଦାନ ପାଇଁ ଆଗେଇ ଆସିଛନ୍ତି ଅଗ୍ନିଶମ କର୍ମଚାରୀମାନେ । ପ୍ଲାଜମା ଦାନ ପୂର୍ବରୁ ୧୦ ଜଣ କର୍ମଚାରୀଙ୍କ ଆଣ୍ଟିବଡି ପରୀକ୍ଷା ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଆଜି ଦୁଇ ଜଣଙ୍କ ପ୍ଲାଜମା ସଂଗ୍ରହ କରାଯାଇଛି । ଅନ୍ୟ ୮ ଜଣଙ୍କର ପ୍ଲାଜମା ଆବଶ୍ୟକତା ଅନୁସାରେ ସଂଗ୍ରହ କରାଯିବ ବୋଲି ଏସସିବି ପ୍ଲାଜମା ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ଅମ୍ଫାନ ବାତ୍ୟା ମୁକାବିଲା ପାଇଁ ପଶ୍ଚିମ ବଙ୍ଗ ଯାଇ ମୋଟ ୧୯୦ ଜଣ ଅଗ୍ନଶମ କର୍ମଚାରୀ ସଂକ୍ରମିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୬୦ ଜଣ ପ୍ଲାଜମା ଦାନ ପାଇଁ ଉପଯୁକ୍ତ ବିବେଚିତ ହୋଇଛନ୍ତି ।

‘‘ଆମର ୧୯୦ ଜଣ ସଂକ୍ରମିତ ହୋଇଥିଲେ । ପ୍ଲାଜମା ଦାନ ପାଇଁ ଯାହା ଗାଇଡ଼ଲାଇନ ରହିଛି ସେହି ଅନୁସାରେ ଆମର ୧୬୦ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି । ସବୁ କର୍ମଚାରୀ ପ୍ଲାଜମା ଦାନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଆଜି ତ ଦୁଇ ଜଣ ଦାନ କରିଛନ୍ତି । ପ୍ଲାଜମା ବ୍ୟାଙ୍କ ପକ୍ଷରୁ ଯେତେବେଳେ ଯେତେ ସଂଖ୍ୟାରେ ପ୍ଲାଜମା ଦାନ ପାଇଁ ଆମକୁ କୁହାଯିବ ଆମେ ସେତେବେଳେ ଏଠାରେ ପହଞ୍ଚିବୁ,’’ କହିଛନ୍ତି ସହକାରୀ ଅଗ୍ନିଶମ ଅଧିକାରୀ ଅବନୀ ସ୍ବାଇଁ ।

ଏହା ବି ପଢ଼ନ୍ତୁ: କୋଲକାତା ବ୍ୟବସାୟୀ ନିଜ ସ୍ତ୍ରୀଙ୍କର ୧୪ ଜଣ ବୟଫ୍ରେଣ୍ଡ୍ ଥିବା ଜାଣିଲେ, ₹୧୦୦ କୋଟି ଦାବି କଲେ

ଏହା ବି ପଢ଼ନ୍ତୁ: CCTV: ରାସ୍ତା ଉପରେ ଦୁଇ ଝିଅଙ୍କ ସାମନାରେ ସାମ୍ବାଦିକଙ୍କୁ ଗୁଳି କଲେ ଦୁର୍ବୃତ୍ତ; ହସପିଟାଲରେ ମୃତ୍ୟୁ ହେଲା

ଆଜି ପୁଣି କଟକ ଜିଲ୍ଲାରେ ନୁଆ କରି ୪୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସହରର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହେବାରେ ଲାଗିଛି । ଏହା ସମସ୍ତଙ୍କ ଚିନ୍ତା ବଢ଼ାଇଛି ।
Published by: Anand Shankar Thankur Das
First published: July 23, 2020, 6:42 PM IST
corona virus btn
corona virus btn
Loading