କଟକ: ଘରର ସମସ୍ତ ସଦସ୍ୟ କୋଭିଡ଼ ସେଣ୍ଟରରେ ଥିବା ସୁଯୋଗ ନେଇ ଘରେ କଳାକନା ବୁଲାଇଲେ ଲୁଟେରା

ଲୁଟ ପଛରେ ସ୍ଥାନୀୟ ଲୋକଙ୍କ ହାତ ଥିବା ସନ୍ଦେହ କରୁଛି ପୋଲିସ । ଖାନନଗର ଭଳି ଗୋଟିଏ ଜନବହୁଳ ଅଞ୍ଚଳରୁ ଏହି ଲୁଟ୍ ହେବା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି ।

କଟକ: ଘରର ସମସ୍ତ ସଦସ୍ୟ କୋଭିଡ଼ ସେଣ୍ଟରରେ ଥିବା ସୁଯୋଗ ନେଇ ଘରେ କଳାକନା ବୁଲାଇଲେ ଲୁଟେରା
ପରିବାର ଲୋକଙ୍କ ପକ୍ଷରୁ ବାଦାମବାଡ଼ି ଥାନାରେ ଏତଲା ଦିଆଯାଇଛି
  • News18 Odia
  • Last Updated: August 27, 2020, 11:17 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
କଟକ: କୋରାନ ସଂକ୍ରମିତ ହୋଇଥିବା ଯୋଗୁଁ ଏକ ପରିବାର କୋଭିଡ଼ କେୟାର ସେଣ୍ଟରେ ଭର୍ତ୍ତି ହୋଇଥିଲେ । ସେମାନେ ସୁସ୍ଥ ହୋଇ ଫେରିବା ପୂର୍ବରୁ ଦୁର୍ବୃତ୍ତ ଘରେ ପଶି ଟଙ୍କା ପଇସା ଓ ସୁନା ଅଳଙ୍କାର ଲୁଟ କରି ନେଇଛନ୍ତି । ଏହି ଘଟଣାଟି କଟକ ଖାନନଗର ବ୍ରାହ୍ମଣ ସାହିରେ ଘଟିଛି ।

ଘରର ପ୍ରଥମେ ୪ ଜଣ କୋଭିଡ଼ ପଜେଟିଭ ହୋଇଥିବା ବେଳେ ଏହା ପରେ ଦୁଇଟି ପର୍ଯ୍ୟାୟରେ ଘରର ମୋଟ ୧୨ ସଦସ୍ୟଙ୍କ ମଧ୍ୟରୁ ୧୧ ଜଣ କୋଭିଡ଼ କେୟାର ସେଣ୍ଟରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ନେଗେଟିଭ ଥିବା ମହିଳା ପରିବାର ଲୋକଙ୍କ ଦେଖା ଶୁଣା ପାଇଁ ମଧ୍ୟ କୋଭିଡ଼ କେୟାର ସେଣ୍ଟରରେ ଭର୍ତ୍ତି ହୋଇଥିଲେ । ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ଭର୍ତ୍ତି ହୋଇଥିବା ୪ ଜଣ ଲୋକ ଭଲ ହୋଇ ଘରକୁ ଆସିବା ପରେ ଲୁଟ ବିଷୟରେ ଜାଣିବାକୁ ପାଇଥିଲେ ।

ଲୁଟେରାମାନେ ଘରେ କେହି ନଥିବାର ସୁଯୋଗ ନେଇ ଘର ମୁଖ୍ୟ ଫାଟକର ତାଲା ଭାଙ୍ଗି ଘର ଭିତରକୁ ପଶିଥିଲେ । ଏହା ପରେ ଘରେ ଥିବା ବିଭିନ୍ନ ଆଲମାରୀକୁ ଭାଙ୍ଗି ସେଥିରେ ଥିବା ସମସ୍ତ ଟଙ୍କା ପଇସା ସହିତ ସୁନା ଅଳଙ୍କାର ଇତ୍ୟାଦି ଲୁଟ କରିଥିବା ନେଇ ବଦାମବାଡି ଥାନାରେ ଘରର ସଦସ୍ୟ ଏକ ଏତାଲା ଦାୟର କରିଛନ୍ତି । ତେବେ ଲୁଟେରାମାନେ ଘରୁ ବାହାରିବା ସମୟରେ ପଛପଟ ଗେଟ ଦେଇ ବହାରି ଥିଲେ । ଏବଂ ଗଲା ବେଳେ ଗୋଟିଏ ସାଇକେଲ ମଧ୍ୟ ମଧ୍ୟ ନେଇ ଯାଇଥିବା ଅଭିଯୋଗ ହୋଇଛି ।

"୧୮ ତାରିଖ ଦିନ ପ୍ରଥମେ ୪ ଜଣ ପଜେଟିଭ ଚିହ୍ନଟ ହୋଇଥିଲୁ । ୨୦ ତାରିଖ ସୁଦ୍ଧା ଘରର ୧୨ ଜଣଙ୍କ ମଧ୍ୟରୁ ୧୧ ଜଣ କୋଭିଡ ପଜେଟିଭ ହେବା ପରେ ଆମକୁ କୋଭିଡ଼ କେୟାର ସେଣ୍ଟରକୁ ନେଇ ଗଲେ । ଆଜି ଆସି ଘରେ ପହଞ୍ଚି ଦେଖିବା ବେଳକୁ ଏହି ଅବସ୍ଥା । କେତେ କଣ ଯାଇଛି ତାର ହିସାବ କରିନୁ କିନ୍ତୁ ଅତିକମରେ ଏହା ୪ ଜଣଙ୍କ କାମ । ଆମ ସାହିର କିଛି ଲୋକ ମଧ୍ୟ ଏଥିରେ ଥିବା ଆମେ ଅନୁମାନ କରୁଛୁ । ନ ହେଲେ ଆମ ଘରେ କେହି ନଥିବା ଆଉ ଘର ବାବଦରେ ଏତେ ତଥ୍ୟ ସେମାନଙ୍କୁ ମିଳିଲା କେମିତି,'' କହିଛନ୍ତି ଘରର ସଦସ୍ୟ ରଞ୍ଜନ ସତପଥୀ ।

ଏହା ବି ପଢ଼ନ୍ତୁ ଆସନ୍ତା ବର୍ଷ ଭାରତରେ ମିଳିବ ଏହି କମାଲ୍ ଇଲେକ୍ଟ୍ରିକ୍ କାର୍, ପୂରା ଚାର୍ଜରେ ୪୦୦ କିମି ଚାଲିବ

ଏହା ବି ପଢ଼ନ୍ତୁ Watch VIDEO: କୋଭିଡ-୧୯ରେ ମୃତ୍ୟୁ ପୂର୍ବରୁ କହିଗଲେ ଆମେରିକୀୟ ମହିଳା: ‘ମାସ୍କ ପିନ୍ଧନ୍ତୁ’

ପରିବାର ଲୋକଙ୍କ ପକ୍ଷରୁ ବାଦାମବାଡ଼ି ଥାନାରେ ଏତଲା ଦିଆଯିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଘରେ କେବେ ଚୋରି ହେଲା ତାହା ସଂନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ଦୁଇ ଦିନ ତଳେ ଏହି ଘଟଣା ଘଟିଥିବା କୁହାଯାଉଛି । ତେବେ ସେଠାରେ ଘରକୁ ଘର ଲାଗିଥିବା ସହ ସେହି ଅଞ୍ଚଳରେ ଅଧିକ ଜନବସତି ଥିବା ସତ୍ବେ ଏହି ଚୋରି ହେବା ସ୍ଥାନୀୟ ବାସିନ୍ଦାଙ୍କୁ ଚକିତ କରିଛି । ଏହା ସହ ସମ୍ପୃକ୍ତ ଘରଟି ସାନିଟାଇଜ୍‌ ହୋଇନଥିବାରୁ ଲୁଟେରାମାନେ ମଧ୍ୟ କୋଭିଡ଼ରେ ଆକ୍ରାନ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।



''ଲୁଟ୍ ହୋଇଥିବା ନେଇ ଆମେ ଗୋଟିଏ ଏତଲା ପାଇଛୁ । ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏଥିରେ କିଛି ସ୍ଥାନୀୟ ଲୋକଙ୍କ ସମ୍ପୃକ୍ତି ରହିଥିବା ନେଇ ସନ୍ଦେହ ହେଉଥିବାରୁ ତା ଉପରେ ମଧ୍ୟ ଦୃଷ୍ଟି ଦିଆଯାଉଛି । କେତେ କଣ କଣ ଲୁଟ ହୋଇଛି ତାର ଅନୁଧ୍ୟାନ ମଧ୍ୟ କରାଯାଉଛି,'' କହିଛନ୍ତି ଏହି ମାମଲାର ତଦନ୍ତ କରୁଥିବା ବାଦାମବାଡ଼ି ଥାନାର ଜଣେ ଅଧିକାରୀ ।​
Published by: Jagdish Barik
First published: August 27, 2020, 11:17 AM IST
corona virus btn
corona virus btn
Loading