COVIDରେ ଆଖି ବୁଜିଲେ CRPF DIG ସୁନୀଲ କୁମାର ପାର୍ଥ; ରାଜ୍ୟରେ ଆଉ ୧୭ ଜୀବନ ନେଲା ମହାମାରୀ

ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତି ଆହୁରି ଖରାପ ହେଉଛି । ଗଲା କିଛି ଦିନ ଧରି ଦୈନିକ ସଂକ୍ରମଣ ୮,୦୦୦ ଉପରେ ରହିବା ପରେ ଏବେ ୧୦,୫୨୧ ହୋଇଛି । ଏହି ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧,୪୭୭ ଜଣ ଅଛନ୍ତି ।

COVIDରେ ଆଖି ବୁଜିଲେ CRPF DIG ସୁନୀଲ କୁମାର ପାର୍ଥ; ରାଜ୍ୟରେ ଆଉ ୧୭ ଜୀବନ ନେଲା ମହାମାରୀ
ସି.ଆର୍‌.ପି.ଏଫ୍. ଡିଆଇଜି ସୁନୀଲ କୁମାର ପାର୍ଥ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କୋଭିଡରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି ଆଉ ଜଣେ କୋଭିଡ ଯୋଦ୍ଧା । ଭୁବନେଶ୍ବରର ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସି.ଆର୍‌.ପି.ଏଫ୍.) ଡିଆଇଜି ସୁନୀଲ କୁମାର ପାର୍ଥଙ୍କର କରୋନାରେ ଦେହାନ୍ତ ହୋଇଛି । କରୋନା କାଳରେ ନିଜ କାର୍ଯ୍ୟଶୈଳୀ ପାଇଁ ବେଶ୍‌ ପ୍ରଶଂସା ପାଇଥିବା ଏହି ଅଧିକାରୀ କରୋନା ସଂକ୍ରମିତ ହେବା ପରେ ଭୁବନେଶ୍ୱରରେ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ ।

ସିଆରପିଏଫ୍ ଗ୍ରୁପ୍ ସେଣ୍ଟର ଡିଆଇଜି ଥିବା ଆଇ.ପି.ଏସ୍‌. ଅଧିକାରୀ ସୁନୀଲ କୁମାର ପାର୍ଥଙ୍କର (CRPF DIG Sunil Kumar Partha) ଶରୀରରେ କରୋନାର ଲକ୍ଷଣ ପ୍ରକାଶ ପାଇବା ପରେ ସେ ଟେଷ୍ଟ କରାଇଥିଲେ ଓ ପଜିଟିଭ୍ ହୋଇଥିବା ଜଣା ପଡିଥିଲେ । ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ବୁଧବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି । ଗତ ବର୍ଷ କରୋନା ସଂକ୍ରମଣର ପ୍ରଥମ ଲହର ବେଳେ ବି ସି.ଆର୍‌.ପି.ଏଫ୍. କ୍ୟାମ୍ପସରେ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ମୋତେ ଠିକ୍ ଚିକିତ୍ସା ମିଳୁନିମୁଁ ସ୍ୱାସ୍ଥ୍ୟ କର୍ମୀ’: ମୃତ୍ୟୁ ପୂର୍ବରୁ VIDEOରେ କହିଗଲେ ଲ୍ୟାବ୍ କର୍ମଚାରୀ

ଭୁବନେଶ୍ୱରର ଗ୍ରୁପ୍ ସେଣ୍ଟର CRPFରେ ନିଜ କାର୍ଯ୍ୟକାଳ ମଧ୍ୟରେ ପାର୍ଥ ବିଭିନ୍ନ ରେଜିମେଣ୍ଟାଲ୍ ଅନୁଷ୍ଠାନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ କରିଥିଲେ | ତାଙ୍କ ଅକାଳ ବିୟୋଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି CRPF କହିଛି ଯେ ତାଙ୍କ ଅନୁପସ୍ଥିତି ସଙ୍ଗଠନ ପାଇଁ ଏକ ଅପୂରଣୀୟ କ୍ଷତି ।

ଏହା ବି ପଢ଼ନ୍ତୁ |ବାପାଙ୍କୁ କୁମ୍ଭ ମେଳାକୁ ଯିବାରୁ ବାରଣ କରିଥିଲି, ହେଲେ ସେ ଶୁଣି ଥିଲେ’: ଶ୍ରବଣ ରାଠୋଡ଼ଙ୍କ ପୁଅ

ସି.ଆର୍‌.ପି.ଏଫ୍. ଡିଆଇଜି ସୁନୀଲ କୁମାର ପାର୍ଥ


ଏହା ବି ପଢ଼ନ୍ତୁ | COVID ଚିକିତ୍ସା ପାଇଁ ନୂଆ ଔଷଧଭିରାଫିନ୍କୁ ମିଳିଲା ଜରୁରୀକାଳୀନ ଅନୁମତି; ଭଲ କାମ କରୁଛି

ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତି ଆହୁରି ଖରାପ ହେଉଛି । ଗଲା କିଛି ଦିନ ଧରି ଦୈନିକ ସଂକ୍ରମଣ ୮,୦୦୦ ଉପରେ ରହିବା ପରେ ଏବେ ପୁଣି ୧୦ ହଜାର ଡେଇଁଛି । ଗତ ୨୪ ଘଣ୍ଟା ଭିତରେ ଦୈନିକ ସଂକ୍ରମଣ ୧୦,୫୨୧ ହୋଇଛି । ସେଥିରୁ କ୍ବାରେଣ୍ଟାଇନରୁ ୫,୯୪୫ ଜଣ ପଜିଟିଭ୍ ବାହାରିଛନ୍ତି । ଗତ ୨୪ ଘଣ୍ଟାରେ କିଲର୍‌ କରୋନା ଭାଇରସ୍ ରାଜ୍ୟରେ ୧୭ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି । ଏହାକୁ ମିଶାଇ ମୋ’ଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ଟପିଥିବା ବେଳେ ସୁସ୍ଥ ହାର ୮୩.୨୫ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ମୋଟ ୪,୧୬,୪୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଏହା ବି ପଢ଼ନ୍ତୁ | କରୋନା ଟିକାର ପ୍ରଥମ ଡୋଜ୍ ନେବା ପରେ ସଂକ୍ରମିତ ହେଲେ ଦ୍ୱିତୀୟ ଡୋଜ୍ କେବେ ନେବା ଉଚିତ?

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରାଣ ହରେଇଥିବା ୧୭ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୪ ଜଣ ଅଛନ୍ତି । ଖୋର୍ଦ୍ଧାର ୪ ମୃତକଙ୍କ ମଧ୍ୟରୁ ୩ ଜଣ ଭୁବନେଶ୍ବରର । ବାଲେଶ୍ବର ଓ ମାଲକାନଗିରିରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ଯାଇଛି ।  ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର, କଳାହାଣ୍ଡି, ନୟାଗଡ଼, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋ’ଟ କରୋନା ମୃତ୍ୟୁ ସଂଖ୍ୟା ୨,୧୨୧କୁ ବୃଦ୍ଧି ପାଇଛି ।



ଖୋର୍ଦ୍ଧା ଜିଲ୍ଲାରେ ବଢ଼ି ଚାଲିଥିବା ଦୈନିକ ସଂକ୍ରମଣ ଚିନ୍ତା ବଢ଼ାଇଛି । ରାଜ୍ୟର ୧୦,୫୨୧ ଜଣ ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧,୪୭୭ ଜଣ ଥିବା ବେଳେ ସୁନ୍ଦରଗଡ଼ରୁ ୧,୧୮୬ ଜଣ ଓ କଟକରୁ ୯୬୩ ଜଣ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡିରୁ ୫୭୧, ବରଗଡ଼ରୁ ୫୪୩, ସମ୍ବଲପୁରରୁ ୪୬୦ ଓ ନବରଙ୍ଗପୁରରୁ ୪୦୪ ଆକ୍ରାନ୍ତ ବାହାରିଛନ୍ତି । ଅନୁଗୁଳରୁ ୩୮୮, ଯାଜପୁରରୁ ୩୭୩, ବଲାଙ୍ଗିରରୁ ୩୧୪, ଝାରସୁଗୁଡ଼ାରୁ ୩୧୪, ପୁରୀରୁ ୩୧୯, ନୂଆପଡ଼ାରୁ ୩୦୪ ଜଣ ପଜିଟିଭ୍ ବାହାରିଛନ୍ତି । ମୟୂରଭଞ୍ଜରୁ ୨୮୮, ବୌଦ୍ଧରୁ ୨୫୦, ନୟାଗଡ଼ରୁ ୨୨୪ ଏବଂ ଜଗତସିଂହପୁରରୁ ୨୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଂଜାମରୁ ୧୯୬, କେନ୍ଦୁଝରରୁ ୧୯୪, କୋରାପୁଟରୁ ୧୮୨ ଓ ଭଦ୍ରକରୁ ୧୫୮ ପଜିଟିଭ୍ ବାହାରିଛନ୍ତି ।
Published by: Anand ST Das
First published: May 6, 2021, 10:38 PM IST