ଲକଡାଉନ୍ କୋହଳ ହେବା ପର ଠାରୁ ଭୁବନେଶ୍ୱରରେ ବଢ଼ୁଛି ଅପରାଧର ସଂଖ୍ୟା

ଲକଡାଉନ୍ ନିୟମ କଡ଼ାକଡ଼ି ଥିବା ସମୟରେ ନା ଅପରାଧୀ ଘରୁ ବାହାରୁଥିଲେ ନା ସାଧାରଣ ଲୋକ l ପାଖାପାଖି ସବୁ ଲୋକେ ଘରେ ରହୁଥିବାରୁ ଅପରାଧ କରିବାକୁ ସାହସ ବି ଜୁଟାଇ ପାରୁ ନ ଥିଲେ ଅପରାଧୀ l

ଲକଡାଉନ୍ କୋହଳ ହେବା ପର ଠାରୁ ଭୁବନେଶ୍ୱରରେ ବଢ଼ୁଛି ଅପରାଧର ସଂଖ୍ୟା
ରାଜଧାନୀରେ ଏକ ଡକାୟତି ଉଦ୍ୟମ ବେଳେ ଧରାପଡ଼ିଥିବା ଅସ୍ତ୍ରଶସ୍ତ୍ର
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ମହାମାରୀ ଡ୍ୟୁଟିରେ ବ୍ୟସ୍ତ ଥିବା କମିଶନରେଟ ପୋଲିସ ପାଇଁ ପୁଣି ବଢ଼ିଛି ଟେନସନ l ଲକଡାଉନ ନିୟମ କୋହଳ ହେବା ପରେ ସହରରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ଅପରାଧୀ l ହତ୍ୟା, ଚୋରି, ଲୁଟ, ଛିନତାଇ ଓ ଅପହରଣ ଭଳି ଅପରାଧ ଏବେ ସହରରେ ପୁଣି ଆରମ୍ଭ ହୋଇଯାଇଛି ।

ନଜର ପକାନ୍ତୁ ମେ ୨୦ ତାରିଖରୁ ଜୁନ ୧୦ ମଧ୍ୟରେ ସହରରେ ଘଟିଥିବା କିଛି ଚର୍ଚ୍ଚିତ ଅପରାଧ ଘଟଣା ଉପରେ l ଏ ସବୁ ଏବେ ପୋଲିସ ପାଇଁ ବନିଛି ମୁଣ୍ଡବିନ୍ଧାର କାରଣ l

- ମେ ୨୪ରେ ଘର ତାଲା ଭାଙ୍ଗି ଆଇପିଏସ ସତ୍ୟଜିତ ନାୟକଙ୍କ ଘରେ କଳା କନା ବୁଲାଇଥିଲେ ଚୋର l

- ଜୁନ ୩ରେ ରଜ ବଜାର ସପିଙ୍ଗ୍‌ ବେଳେ ୨-ନମ୍ବର ମାର୍କେଟରୁ ମନସ୍ଵିନୀ ବିଶ୍ଵାଳଙ୍କ ଠାରୁ ହୋଇଥିଲା ଲୁଟପାଟ l

- ଜୁନ ୪ରେ ଖଣ୍ଡଗିରି ରାଜୀବ ନଗରରେ ୫ ବର୍ଷର ଶିଶୁ ପୁତ୍ରକୁ ଗଳା ଚିପି କରାଯାଇଥିଲା ହତ୍ୟା l

- ଜୁନ ୭ରେ ହାଇଟେକ ପ୍ଲାଜାର ସିକ୍ୟୁରିଟି ଇନଚାର୍ଜ କୈବଲ୍ୟ ପଟ୍ଟନାୟକଙ୍କୁ ଅପହରଣ କରି ନେଇଥିଲେ ଅପରାଧୀ l ସେହି ଦିନ ସନ୍ଧ୍ୟାରେ ଖଣ୍ଡଗିରିର ଭରତପୁରରେ ହୋଇଥିଲା ଗୋଷ୍ଠି ସଙ୍ଘର୍ଷ l

ଆଇପିଏସ ସତ୍ୟଜିତ ନାୟକଙ୍କ ଘରେ କଳା କନା ବୁଲାଇଥିବା ତିନି ଯୁବକ


ଲକଡାଉନ କୋହଳ ହେବା ପରେ ଅପରାଧୀ ସକ୍ରିୟ ହୋଇ ଉଠିଛନ୍ତି l କରୋନା ଭୟରେ  ଦୁଇ ମାସ କାଳ ରାଜଧାନୀବାସୀ ଘରୁ ପଦାକୁ ବାହାରୁ ନ ଥିଲେ l ଲକଡାଉନ ଯୋଗୁଁ ଚାରି ଆଡ଼େ ପୋଲିସ ନାକା ଲଗାଇବା ସହ ଚେକିଂକୁ କଡ଼ା କଡ଼ି କରିଥିଲା l ସହର ଭିତରକୁ କିଏ ଆସୁଛି କିଏ ଯାଉଛି ପୋଲିସ ଯାଞ୍ଚ କରୁଥିଲା l

‘‘ଲକଡାଉନ ନିୟମ କୋହଳ ହେବା ପରେ ଲୋକେ ଘରୁ ବାହାରିଛନ୍ତି l ତେଣୁ ପୂର୍ବ ଭଳି ଆଉ ଚେକିଂ ହେଉନି l ଏହାର ଫାଇଦା ଅପରାଧୀ ଉଠାଇବା ଆରମ୍ଭ କରିଛନ୍ତି,’’ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ବନ ବିହାରୀ ମହାନ୍ତି l

କରୋନା ମହାମାରୀ ସଂକ୍ରମଣ ଭୟରେ ନା ଅପରାଧୀ ଘରୁ ବାହାରୁଥିଲେ ନା ସାଧାରଣ ଲୋକ l ପାଖାପାଖି ସବୁ ଲୋକେ ଘରେ ରହୁଥିବାରୁ ଅପରାଧ କରିବାକୁ ସାହସ ଜୁଟାଇ ପାରୁ ନ ଥିଲେ ଅପରାଧୀ l ଏବେ କିନ୍ତୁ ସବୁ ଦୋକାନ ବଜାର ଖୋଲିଗଲାଣି l ଲୋକେ ବାହାରକୁ ବାହାରିବା ପରେ ପୁଣି ଅପରାଧୀମାନେ ସକ୍ରିୟ ହୋଇ ଉଠିଛନ୍ତି l

‘‘ପୋଲିସ ଏବେ ପୁଣି ସହରରେ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ସହ ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବା ଉଚିତ,’’ କହିଛନ୍ତି ପୂର୍ବତନ ପୋଲିସ ଡିଜିପି ସଞ୍ଜିବ ମାରିକ l

ଲକଡାଉନ ନିୟମ କୋହଳ ହେବା ପର ଠାରୁ ସହରରେ ଅପରାଧୀଙ୍କ କାର୍ଯ୍ୟକଳାପ ବଢ଼ିଛି l ମେ ୨୫ ତାରିଖ ପର ଠାରୁ ଖଣ୍ଡଗିରି, ଶହିଦ ନଗର, ଚନ୍ଦ୍ରଶେଖରପୁର, ନୟାପଲ୍ଲୀ, ମଞ୍ଚେଶ୍ଵର ଓ ଜଟଣୀ ଭଳି ଥାନା ଗୁଡିକରେ ଅପରାଧ ରିପୋଟିଂ ବଢିଛି l ମାର୍ଚ୍ଚ ୨୦ରୁ ମେ ୨୫ ପର୍ଯ୍ୟନ୍ତ ଏ ସବୁ ଥାନାଗୁଡିକରେ ମାମଲା ସଂଖ୍ୟା ଡବଲ ଡିଜିଟରେ ପହଞ୍ଚୁ ନ ଥିଲା l କିନ୍ତୁ ଏବେ ଦିନକୁ ମାମଲା ସଂଖ୍ୟା ଡବଲ ଡିଜିଟକୁ ଅତିକ୍ରମ କରିଯାଉଛି  l

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 11, 2020, 6:51 PM IST
corona virus btn
corona virus btn
Loading