ନକଲି ଔଷଧ କାରବାର ମାମଲାରେ ତଦନ୍ତ ଆରମ୍ଭ କଲା କ୍ରାଇମ୍ ବ୍ରାଞ୍ଚ୍; ୬-ଜଣିଆ ଟିମ୍ ଗଠନ ହେଲା

ଏହି ମାମଲାର ଅନୁସନ୍ଧାନରେ ଡ୍ରଗ୍ କଣ୍ଟ୍ରୋଲରଙ୍କ ସହଯୋଗ ନିଆଯିବ ବୋଲି କହିଛନ୍ତି ଡିଜିପି ଅଭୟ । ହେଲେ ନକଲି ଓଷଧ କାରବାରର ଚେର ଦେଶର ବିଭିନ୍ନ ରାଜ୍ୟକୁ ବ୍ୟାପିଥିବାରୁ ଏହାର ତଦନ୍ତ ସି.ବି.ଆଇ. ଦ୍ବାରା କରିବା ପାଇଁ ଦାବି ଉଠିଛି ।

କ୍ରାଇମ୍ ବ୍ରାଞ୍ଚର ମୁଖ୍ୟାଳୟ

କ୍ରାଇମ୍ ବ୍ରାଞ୍ଚର ମୁଖ୍ୟାଳୟ

  • Share this:
News18 Odia Digital

କଟକ: ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ନକଲି ଔଷଧ କାରବାର ମାମଲାର କ୍ରାଇମ୍‌ ବ୍ରାଞ୍ଚ୍‌ ତଦନ୍ତ ନିର୍ଦ୍ଦେଶ ଦେବାର ଦିନକ ପରେ ତନାଘନା ଆରମ୍ଭ କରିଦେଇଛି ଏହି ତଦନ୍ତକାରୀ ସଂସ୍ଥା । ଘଟଣାର ଅନୁସନ୍ଧାନ ପାଇଁ ଏକ ସ୍ବତନ୍ତ୍ର ଇନଭେଷ୍ଟିଗେସନ୍ ଟିମ୍ ବା ଏସ୍‌.ଆଇ.ଟି. ଗଠନ କରିଛି କ୍ରାଇମ୍‌ ବ୍ରାଞ୍ଚ୍‌ । ଏହି ମାମଲାର ଅନୁସନ୍ଧାନରେ ଡ୍ରଗ୍‌ କଣ୍ଟ୍ରୋଲରଙ୍କ ସହଯୋଗ ନିଆଯିବ ବୋଲି କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ ।

‘‘କ୍ରାଇମ୍‌ ବ୍ରାଞ୍ଚର ଏସ୍‌.ଟି.ଏଫ୍‌.ରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି । ଡ୍ରଗ୍ କଣ୍ଟ୍ରୋଲରଙ୍କ ସହ ବିଚାର ବିମର୍ଷ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ । ଖୁବ୍‌ ଶୀଘ୍ର ତଦନ୍ତ ଆରମ୍ଭ ହେବ,’’ କହିଛନ୍ତି ଡିଜିପି ଅଭୟ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ବେଙ୍ଗଲ୍ରେଖେଲାହେଲା! BJP ଛାଡ଼ି ନିଜ ପୁଅ ସହ ତୃଣମୂଳ କଂଗ୍ରେସକୁ ଫେରିଲେ ମୁକୁଲ ରାୟ

କ୍ରାଇମ୍‌ ବ୍ରାଞ୍ଚ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ମାମଲାର ଅନୁସନ୍ଧାନ ପାଇଁ ଛଅ ଜଣ ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି । ଏହି ଟିମରେ ଅର୍ଥନୈତିକ ଅପରାଧ ଶାଖାର ଦୁଇ ଜଣ ଅଧିକାରୀ ସାମିଲ ଅଛନ୍ତି । ଡ୍ରଗ୍ କଣ୍ଟ୍ରୋଲରଙ୍କ ପକ୍ଷରୁ ଏହି ଘଟଣାର ତଦନ୍ତ କରୁଥିବା ଡ୍ରଗ୍ ଇନ୍ସପେକ୍ଟରଙ୍କ ଦ୍ବାରା ସଂଗୃହିତ ହୋଇଥିବା ପ୍ରାଥମିକ ପ୍ରମାଣକୁ ଅନୂଧ୍ୟାନ କରୁଛି ଏହି ଟିମ୍‌ ।

ଏହା ବି ପଢ଼ନ୍ତୁ | ଏବେ ହଜାରେ ବର୍ଷ ବଞ୍ଚିବ ମଣିଷ! ବୈଜ୍ଞାନିକ କହିଲେ ଲ୍ୟାବରେ ତିଆରି ହେବ ଅମରତ୍ୱର ଇଞ୍ଜେକ୍ସନ୍

ଓଡ଼ିଶା ହାଇ କୋର୍ଟର ଆଇନଜୀବୀ ବିଭୁତି ଭୂଷଣ ଚୌଧୁରୀ


ମଙ୍ଗଳବାର ଦିନ ତମାମ ବିଭିନ୍ନ ତଥ୍ୟ ପ୍ରମାଣକୁ ଅନୁଧ୍ୟାନ କରିବା ସହିତ ତଦନ୍ତର ଦିଗ ମଧ୍ୟ ନିର୍ଦ୍ଧାରଣ କରାଯାଇଛି । କ୍ରାଇମ୍‌ ବ୍ରାଞ୍ଚର ଦୁଇଟି ଟିମ୍ ରାଜ୍ୟ ବହାରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ କେଉଁ କେଉଁ ରାଜ୍ୟକୁ ଯିବ ତାହା ତଦନ୍ତକାରୀ ସଂସ୍ଥା ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ । ଶିବ ଜେନାର ଔଷଧ ବିତରଣକାରୀ ସଂସ୍ଥା ‘ମେଡିଲିଓଡ ମଡିକାମେଣ୍ଟ’ ହିଁ ଏକ ମାତ୍ର ସଂସ୍ଥା ନା ସେମିତି ଆଉ କିଛି ସଂସ୍ଥା ଏହି ନକଲି କାରବାରରେ ସମ୍ପୃକ୍ତ ରହିଛନ୍ତି ତାକୁ ମଧ୍ୟ କ୍ରାଇମ୍‌ ବ୍ରାଞ୍ଚ୍‌ ତଦନ୍ତ ପରିସରଭୁକ୍ତ କରିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ବେଙ୍ଗଲ୍ BJP MP ଲକେଟ୍ ଚାଟାର୍ଜୀ ଲୋକଙ୍କ ବିରୋଧର ସାମନା କରିବା ପରେ ରାଜ୍ୟପାଳ ଖପା

ନକଲି ଔଷଧ ଠାବ ହେବା ଘଟଣାକୁ ଚାରି ଦିନ ବିତି ସାରିଥିବାରୁ ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ ଆରମ୍ଭ କରୁଥାଇ ପାରନ୍ତି ବୋଲି ସନ୍ଦେହ ବଢ଼ିଛି । ନକଲି ଔଷଧର ଏହି କାରବାର ଦେଶର ବିଭିନ୍ନ ପ୍ରାନ୍ତକୁ ଲମ୍ବିଥିବା ବେଳେ ଓଡ଼ିଶା କ୍ରାଇମ୍‌ ବ୍ରାଞ୍ଚ୍‌ ପକ୍ଷରେ ଏକା ଏହାର ପର୍ଦ୍ଦାଫାସ କରିବା ସମ୍ଭବ ହୋଇ ନ ପାରେ ବୋଲି ମଧ୍ୟ ଆଶଙ୍କା ପ୍ରକାଶ ପାଉଥିବାରୁ ରାଜ୍ୟ ସରକାର ଏଥି ପାଇଁ ସି.ବି.ଆଇ. ଦତନ୍ତ ନିର୍ଦ୍ଦେଶ ଦେବା ଉଚିତ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।



‘‘ଏହି ନକଲି ଔଷଧ କାରବାର ହିମାଚଳ ପ୍ରଦେଶରୁ ଆରମ୍ଭ କରି ମହାରାଷ୍ଟ ଓ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଥିବା ଜଣା ପଡ଼ିଛି । ଏହା ଏକ ଆନ୍ତଃରାଜ୍ୟ କାରବାର ହୋଇଥିବାରୁ ଓଡ଼ିଶା କ୍ରାଇମ୍‌ ବ୍ରାଞ୍ଚ ପକ୍ଷରେ ଏହାର ତଦନ୍ତ କରିବା ସମ୍ଭବ ହୋଇ ନ ପାରେ । ତେଣୁ ରାଜ୍ୟ ସରକାର ତୁରନ୍ତ ସି.ବି.ଆଇ.କୁ ତଦନ୍ତ ଦାୟିତ୍ବ ଦେବା ଦରକାର । ଆମେ ଦୁଇ ଦିନ ଅପେକ୍ଷା କରିବୁ । ଯଦି ରାଜ୍ୟ ସରକାର ସି.ବି.ଆଇ.କୁ ଏହାର ତଦନ୍ତ ଦାୟିତ୍ୱ ନ ଦିଅନ୍ତି ତେବେ ଆମେ ସି.ବି.ଆଇ. ତଦନ୍ତ ନିର୍ଦ୍ଦେଶ ପ୍ରାର୍ଥନା କରି ହାଇ କୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିବୁ,’’ କହିଛନ୍ତି ଓଡ଼ିଶା ହାଇ କୋର୍ଟର ଆଇନଜୀବୀ ବିଭୁତି ଭୂଷଣ ଚୌଧୁରୀ ।
Published by:Anand S.T. Das
First published: