News18 Odia Digital
ପୁରୀ: ରାଜ୍ୟ ସମେତ ସାରା ଦେଶରେ କୋଭିଡ ସଂକ୍ରମଣ କମିବା ପରେ ନବକଳେବର ହୋଇଥିବା ଶ୍ରୀକ୍ଷେତ୍ରର ସ୍ୱର୍ଗଦ୍ୱାରରେ ଆରମ୍ଭ ହୋଇଛି ଶବଦାହ । ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ଅସ୍ଥି ବିସର୍ଜନ ଉପରୁ କଟକଣା ହଟିଥିବା ବେଳେ କୋଭିଡ୍ ନିୟମ ଅନୁପାଳନ କରି ସମ୍ପୂର୍ଣ୍ଣ ଶ୍ରାଦ୍ଧ କାର୍ଯ୍ୟ କରାଯିବା ନେଇ ଜାରି ହୋଇଛି ସ୍ୱତନ୍ତ୍ର ଗାଇଡ଼ଲାଇନ୍ସ ।
‘‘ଦୀର୍ଘ ପାଞ୍ଚ ମାସ ହେବ, ଅର୍ଥାତ ଚଳିତ ବର୍ଷ ଏପ୍ରିଲରୁ, କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ବାହାର ଲୋକଙ୍କ ପାଇଁ ବନ୍ଦ ରହିଥିଲା ସ୍ୱର୍ଗଦ୍ୱାର । ଏବେ କୋଭିଡ ସଂକ୍ରମଣ ହାର ଦୁଇ ଅଙ୍କରେ ଥିବାରୁ ପ୍ରଶାସନ ସ୍ୱର୍ଗଦ୍ୱାରରୁ କଟକଣା ହଟେଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅଗଷ୍ଟ ୧୬ରୁ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାର ଲୋକ ଶବଦାହ କରିପାରିବା ନେଇ ହୋଇଥିଲା ନିଷ୍ପତ୍ତି । ଏବେ ହଟିଛି ସବୁ କଟକଣା । କୋଭିଡ୍ ନିୟମ ମାନି ଆରମ୍ଭ ହୋଇଛି ଜିଲ୍ଲା ବାହାର ଲୋକଙ୍କ ଶବଦାହ,’’ କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଶ୍ରୀଦେବୀଙ୍କ ସହ ଝିଅ ଜାହ୍ନବୀ କପୁରଙ୍କ ଅଦେଖା ଫଟୋ: ଆକାଶ ପରି ବିଶାଳ ଥିଲା ସ୍ନେହ
ହିନ୍ଦୁମାନଙ୍କ ଭାବାବେଗ ସହ ଜଡି଼ତ ସ୍ୱର୍ଗଦ୍ୱାରରେ ଶବଦାହ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଛି ସ୍ୱତନ୍ତ୍ର ଏସ୍.ଓ.ପି.। ଶବଦାହ ପାଇଁ ସର୍ବାଧିକ ଦଶ ଜଣ ସମ୍ପର୍କୀୟଙ୍କୁ ମିଳୁଛି ଅନୁମତି । ମୃତକଙ୍କ କୋଭିଡ୍ ନେଗେଟିଭ ପ୍ରମାଣପତ୍ର ଦେଖାଇ ସେମାନେ ଶବଦାହ କରିପାରିବେ । ସିଙ୍ଗଲ୍ ଉଇଣ୍ଡୋ ମାଧ୍ୟମରେ କିଓସ୍କ କାଉଁଟରରେ ପ୍ରମାଣପତ୍ରର ଯାଞ୍ଚ କରାଯିବ ।
ଏହା ବି ପଢ଼ନ୍ତୁ | ରେଳ ଯାତ୍ରୀ ଧ୍ୟାନ ଦିଅନ୍ତୁ: ଏବେ ଆଉ ଘରୁ ଖାଦ୍ୟ ଆଣିବା ଦରକାର ନାହିଁ; ପୁଣି ଇ-କ୍ୟାଟରିଂ ସେବା ଆରମ୍ଭ
‘‘ଯଦି ପ୍ରମାଣ ପତ୍ରରେ ତୃଟି ବାହାରେ, ତେବେ କୋଭିଡ୍ ଗାଇଡଲାଇନ ଆଧାରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଘରେ ସ୍ୱାଭାବିକ ମୃତ୍ୟୁ ହୋଇଥିଲେ ସ୍ଥାନୀୟ ହସପିଟାଲର ମୃତ୍ଯୁକାଳୀନ ପ୍ରମାଣପତ୍ର ଆବଶ୍ୟକ । ପୁରୀରେ ସପ୍ତାହନ୍ତ ସଟଡାଉନ ରହିଥିଲେ ମଧ୍ୟ ଶବଦାହରେ କୌଣସି ସମସ୍ଯା ରହିବ ନାହିଁ । ସ୍ବର୍ଗଦ୍ବାରରେ ଶବ ସତ୍କାର ଓ ମହୋଦଧିରେ ଅସ୍ଥି ବିସର୍ଜନ ନେଇ ଥିବା କଟକଣାକୁ ପ୍ରତ୍ୟାହାର କରାଯାଇଛି,’’ କହିଛନ୍ତି ଉପ-ଜିଲ୍ଲାପାଳ ତଥା ସ୍ବର୍ଗଦ୍ବାର ସେବା ସମିତିର ଆବାହକ ଭବତାରଣ ସାହୁ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅଷ୍ଟ୍ରେଲିଆର ମହିଳା କ୍ରିକେଟର୍ ମେଗାନ୍ ଶଟ୍ଟ୍ ନିଜ ଗର୍ଲଫ୍ରେଣ୍ଡଙ୍କୁ ବିବାହ କରିଥିଲେ; ଏବେ ସେ ଗର୍ଭବତୀ
ସ୍ୱର୍ଗଦ୍ୱାରରେ ଶବ ସତ୍କାର ପାଇଁ ଆସିଲେ ଆବଶ୍ୟକୀୟ ପ୍ରମାଣପତ୍ର କାଉଣ୍ଟରରେ ଦାଖଲ କରିବାକୁ ପଡି଼ବ । ପ୍ରତି ଶବ ସତ୍କାର ବେଳେ ସର୍ବାଧିକ ୧୦ ଜଣ ଆତ୍ମୀୟ ସ୍ବଜନଙ୍କୁ ଉପସ୍ଥିତ ରହିବାକୁ ଅନୁମତି ମିଳୁଛି । ପୁରୀ ଜିଲ୍ଲା ଓ ପୁରୀ ପୌରସଂସ୍ଥା ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରୁ ପୂର୍ବରୁ ଯାରି କଟକଣା ପ୍ରତ୍ୟାହାର କରାଯାଇଛି । ମାସ୍କ ବ୍ୟବହାର, ସାମାଜିକ ଦୂରତ୍ବ ରକ୍ଷା ଓ ଅନ୍ୟାନ୍ୟ କୋଭିଡ ନିୟମ ଅନୁପାଳନ କଡ଼ାକଡି଼ କରାଯାଇଛି ।
ଏହା ବି ପଢ଼ନ୍ତୁ | ସରକାରୀ ବ୍ୟାଙ୍କ୍ କର୍ମଚାରୀମାନଙ୍କ ପାଇଁ ଆସିଲା ଖୁସି ଖବର; ଅଗଷ୍ଟ ମାସରୁ ବଢ଼ିଲା ଦରମା
‘‘ସ୍ୱର୍ଗଦ୍ୱାରରେ କାର୍ଯ୍ଯ କରୁଥିବା କର୍ମଚାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଡବଲ୍ ଡୋଜ୍ ଟିକାକରଣ କରାଯାଇଛି । କୋଭିଡର ସମ୍ଭାବ୍ୟ ତୃତୀୟ ଲହରର ସ୍ଥିତିକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ,’’ କହିଛନ୍ତି ସ୍ୱର୍ଗଦ୍ୱାର ପରିଚାଳନା କମିଟିର ନିରୀକ୍ଷକ ସିଦ୍ଧାର୍ଥ ରାୟ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଗର୍ଲଫ୍ରେଣ୍ଡଙ୍କ ବିଷୟରେ ପ୍ରଶ୍ନକୁ ନେଇ ଲାଜେଇ ଯାଉଛନ୍ତି ନୀରଜ ଚୋପ୍ରା; କ’ଣ ଅଛି ତାଙ୍କ ମନ ଭିତରେ?
କୋଭିଡ୍ ସଂକ୍ରମଣ କାରଣରୁ ଏପ୍ରିଲ ମାସରୁ ଖାଲି ଶବଦାହ ନୁହେଁ ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ଅସ୍ଥି ବିସର୍ଜନ ଓ ଶ୍ରାଦ୍ଧ କାର୍ଯ୍ୟ ଉପରେ ବି ଲାଗିଥିଲା କଟକଣା । ଏବେ ପ୍ରଶାସନର କୋହଳ ନିଷ୍ପତ୍ତିକୁ ସ୍ୱାଗତ କରିଛି ସାବୁତ ନିଯୋଗ । ପୁରୀର ପଞ୍ଚତୀର୍ଥ ପୁଷ୍କରିଣୀରେ ଶ୍ରାଦ୍ଧ କାର୍ଯ୍ୟ ଓ ମହୋଦଧିରେ ଅସ୍ଥି ବିସର୍ଜନ ସମୟରେ କଡ଼ାକଡି଼ ଭାବେ କୋଭିଡ୍ ନିୟମ ପାଳନ କରାଯିବ । ଏଥି ପାଇଁ ଜଜମାନଙ୍କୁ ମାସ୍କ ପରିଧାନ ଓ ସାନିଟାଇଜର ବ୍ଯବହାର ବାଧ୍ଯତାମୂଳକ କରାଯାଇଛି ।
ଏହା ବି ପଢ଼ନ୍ତୁ | ‘‘ଚେୟାର୍ କାହାରି ବାପର ନୁହେଁ’’: ଲାଲୁଙ୍କ ବଡ଼ ପୁଅ ତେଜ୍ ନିଜ ଦଳର ରାଜ୍ୟ ମୁଖ୍ୟଙ୍କୁ ହିଟଲର୍ ବୋଲି କହିଲେ
‘‘ପଞ୍ଚତୀର୍ଥ ସେବାୟତ ସାବୁତ ନିଯୋଗର ସବୁ ସଦସ୍ୟ ସମ୍ପୂର୍ଣ୍ଣ ଟିକା ନେଇସାରିଥିବା ବେଳେ ରଥ ଯାତ୍ରା ଏସ୍.ଓ.ପି. ଅନୁସାରେ କୋଭିଡ୍ ଆର୍.ଟି.ପି.ସି.ଆର୍. ଟେଷ୍ଟ ମଧ୍ୟ କରିସାରିଛନ୍ତି । ତେଣୁ ପ୍ରଶାସନର ଏଭଳି ନିୟମ ଦ୍ୱାରା ଆମେ ଶ୍ରାଦ୍ଧ କାର୍ଯ୍ୟ କଲେ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହୋଇପାରିବ,’’ କହିଛନ୍ତି ଶ୍ରୀକ୍ଷେତ୍ର ପଞ୍ଚତୀର୍ଥ ସେବାୟତ ସାବୁତ ନିଯୋଗର ଆବାହକ ୫୬-ବର୍ଷୀୟ ରାମଚନ୍ଦ୍ର ପଣ୍ଡା ।
ଅଗଷ୍ଟ ୧୬ରୁ ପୁରୀ ସହରବାସୀଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ବ୍ଯବସ୍ଥା ଆରମ୍ଭ ହୋଇଥିବା ବେଳେ ୨୩ରୁ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ । ଶ୍ରୀମନ୍ଦିର ଓ ବେଳାଭୂମି ସହ ସ୍ୱର୍ଗଦ୍ୱାରରେ ମଧ୍ୟ ଭିଡ ବଢି଼ବାର ଆଶଙ୍କା ଥିବାରୁ କୋଭିଡ୍ ନିୟମକୁ କଡ଼ାକଡି଼ କରିବାରୁ ପ୍ରଶାସନ ଅଣ୍ଟା ଭିଡ଼ିଛି ।