କରୋନା ସଂକ୍ରମଣ ବଢ଼ୁଥିବାରୁ ପୁରୀ ଜିଲ୍ଲା ବାହାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାରରେ ଶବ ଦାହ ମନା ହେଲା

ମହୋଦଧିରେ ଅସ୍ଥି ବିସର୍ଜନ ଓ ଶ୍ୱେତଗଙ୍ଗାରେ ଶୁଦ୍ଧି କ୍ରିୟା ଓ ସ୍ନାନ କାର୍ଯ୍ୟକୁ ମଧ୍ୟ ବନ୍ଦ କରାଯାଇଛି । ପିପିଲି ଟୋଲ୍ ଗେଟରେ ବାହାରୁ ଦାହ ପାଇଁ ଆସୁଥିବା ଶବଗୁଡ଼ିକୁ ଫେରାଇ ଦେବାକୁ ପିପିଲି ଥାନା ଅଧିକାରୀଙ୍କୁ ଆଦେଶ ଦିଆଯାଇଛି ।

କରୋନା ସଂକ୍ରମଣ ବଢ଼ୁଥିବାରୁ ପୁରୀ ଜିଲ୍ଲା ବାହାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାରରେ ଶବ ଦାହ ମନା ହେଲା
ସ୍ୱର୍ଗଦ୍ୱାରର ମୁଖ୍ୟ ଗେଟ୍; (ବାମ) ସେଠାରେ ଜଳୁଥିବା କେତେକ ଜୁଇ
  • News18 Odia
  • Last Updated: April 26, 2021, 11:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ପୁରୀରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବାରୁ ସ୍ୱର୍ଗଦ୍ୱାରରେ ଶବ ଦାହ କଲେ ମୃତ ବ୍ୟକ୍ତିର ସ୍ୱର୍ଗପ୍ରାପ୍ତି ହୋଇଥାଏ ବୋଲି ହିନ୍ଦୁମାନଙ୍କର ବିଶ୍ୱାସ ରହିଥିଲେ ବି ପୁରୀ ଜିଲ୍ଲା ତଥା ରାଜ୍ୟ ବାହାରୁ ଆସୁଥିବା ଶବଗୁଡ଼ିକୁ ସେଠାରେ ଦାହ କରିବା ନିଷେଧ କରିଛି ଜିଲ୍ଲା ପ୍ରଶାସନ । ଏହା ସହ ମହୋଦଧିରେ ଅସ୍ଥି ବିସର୍ଜନ ଓ ଶ୍ୱେତଗଙ୍ଗାରେ ଶୁଦ୍ଧି କ୍ରିୟା ଓ ସ୍ନାନ କାର୍ଯ୍ୟକୁ ମଧ୍ୟ ବନ୍ଦ କରାଯାଇଛି । ବାହାର ଲୋକଙ୍କ ଆଗମନ ଦ୍ୱାରା ପୁରୀରେ କୋଭିଡ ସଂକ୍ରମଣ ବୃଦ୍ଧି ହେବା ଆଶଙ୍କା କରି ଏହି ପଦକ୍ଷେପ ନିଆଯାଇଛି ।

ସ୍ୱର୍ଗଦ୍ୱାରରେ ଦୈନିକ ୫୦ରୁ ୬୦ଟି ଶବ ସତ୍କାର ହେଉଛି, ହେଲେ ଶବ ସହ ଆସିଥିବା ଲୋକେ କେବଳ ମୃତ ବ୍ୟକ୍ତିର ମୃତ୍ୟୁ ପ୍ରମାଣ ପତ୍ର ଦେଖାଇ ଶବ ଦାହ କରୁଛନ୍ତି । ସେମାନଙ୍କ ସହ ଆସିଥିବା ସମ୍ପର୍କୀୟମାନଙ୍କ ପାଖରେ କୋଭିଡ ପରୀକ୍ଷିତ ନେଗେଟିଭ୍‌ ରିପୋର୍ଟ ବା ଟିକାକରଣ ପ୍ରମାଣ ପତ୍ର ଅଧିକାଂଶ ବେଳେ ରହୁନାହିଁ । ଏପରିକି ସମ୍ପର୍କୀୟମାନଙ୍କ ପରିଚୟ ପତ୍ର ଓ କୋଭିଡ ରିପୋର୍ଟ ଯାଞ୍ଚ କରାଯାଉନାହିଁ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଏମିତି କହିବୁ ଦୁଇ ଚାପୁଡ଼ ଖାଇବୁ’: ଅକ୍ସିଜେନ୍ ଅଭାବରୁ ହତାଶ ବ୍ୟକ୍ତିକୁ କହିଲେ କେନ୍ଦ୍ର ମନ୍ତ୍ରୀ

‘‘ଏହି କିଛି ଦିନ ତଳେ ବାହାର ରାଜ୍ୟର ଏକ ମୃତ ଦେହ ସ୍ୱର୍ଗଦ୍ୱାରରେ ଦାହ କରାଯାଇଥିଲା । ହେଲେ ଶବ ଦାହ କଲା ବେଳେ ଆମେ ନିଜକୁ ଅସୁରକ୍ଷିତ ମନେକରୁଛୁଁ । କୋଭିଡ ସଂକ୍ରମିତ ହୋଇଯିବାର ଆଶଙ୍କା କରୁଛୁଁ । ତେଣୁ ପୌର ସଂସ୍ଥା ଅଧିକାରୀଙ୍କୁ ସ୍ୱର୍ଗଦ୍ୱାର ଉପରେ କଟକଣା ସ୍ୱାଗତଯୋଗ୍ୟ । ହେଲେ ତା’ ସହ କିଭଳି କୋଭିଡ ରିପୋର୍ଟ ଯାଞ୍ଚ କରି ଶବ ଦାହ କରାଯିବ ସେ ନେଇ କିଛି ବ୍ୟବସ୍ଥା କରାଯାଉ ବୋଲି ଆମେ ଅନୁରୋଧ କରିଛୁଁ,’’ କହିଛନ୍ତି ସ୍ୱର୍ଗଦ୍ୱାର ଶବଦାହକ ସଙ୍ଘର ଆବାହକ ଟିକିନା ପ୍ରଧାନ ।

ସ୍ୱର୍ଗଦ୍ୱାର ପରିସରକୁ ସାନିଟାଇଜ୍ କରାଯାଉଛି ।


ଏହା ବି ପଢ଼ନ୍ତୁ | ମହାରାଷ୍ଟ୍ରରେ ଜାରି ହୋଇଥିବା ସମ୍ପୂର୍ଣ୍ଣ ଲକଡାଉନ୍ ମେ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ

ଗତ ବର୍ଷ ପୁରୀ ସମେତ ସାରା ରାଜ୍ୟରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଜୁଲାଇ ୩୧ରେ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଶବ ଦାହ ଉପରେ ଲାଗିଥିଲା କଟକଣା । ପିପିଲି ଟୋଲ୍‌ ଗେଟରୁ ଶବଗୁଡ଼ିକୁ ଫେରାଇ ଦିଆଯାଉଥିଲା । କିଛି ଶବ ପୁରୀରେ ଆସି ପହଞ୍ଚିଥିଲେ ବି ସ୍ୱର୍ଗଦ୍ୱାରରେ ଯାଞ୍ଚ କରିବା ପରେ ସେମାନଙ୍କୁ ଶବ ଦାହ ପାଇଁ ଅନୁମତି ଦିଆଯାଇ ନ ଥିଲା । କରୋନାରେ ମୃତ୍ୟୁ ବରଣ କରିଥିବା କିଛି ଲୋକଙ୍କ ଶବକୁ ଦାହ ପାଇଁ ସ୍ୱର୍ଗଦ୍ୱାର ଅଣାଯାଇଥିଲେ ହେଁ ପୌର ସଂସ୍ଥାର ହସ୍ତକ୍ଷେପ ପରେ ମଙ୍ଗଳାଘାଟ କୋଭିଡ ଶ୍ମଶାନରେ ସେଗୁଡ଼ିକର ଦାହ କରାଯାଇଥିଲା । ଏ ବର୍ଷର ସାନି କଟକଣାକୁ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି ସ୍ୱର୍ଗଦ୍ୱାରର ବ୍ରାହ୍ମଣ ୫୨ ବର୍ଷୀୟ ସତ୍ୟନାରାୟଣ ଦାଶ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଅର୍ଶୀ ଖାନ୍ଙ୍କ ଇଚ୍ଛା ବିରୁଦ୍ଧରେ ଜଣେ ଫ୍ୟାନ୍ ତାଙ୍କୁ KISS କରିଦେଲା; ଅଭିନେତ୍ରୀ ନର୍ଭସ୍ହେଲେ!

‘‘ଗତ ବର୍ଷ ଜୁଲାଇ ମାସ ପରି ଏବେ ପୁଣି ଥରେ ଜିଲ୍ଲା ବାହାରୁ ଆସୁଥିବା ଶବଗୁଡ଼ିକର ସ୍ୱର୍ଗଦ୍ୱାରରେ ଅନ୍ତିମ ସତ୍କାର ଉପରେ କଟକଣା ଲଗାଯାଇଛି । ପୁରୀରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ପଦକ୍ଷେପ ନିଆଯାଇଛି । ସ୍ଥିତିରେ ସୁଧାର ହେଲେ ପୁଣି ନିର୍ଦ୍ଦେଶନାମାରେ ପରିବର୍ତ୍ତନ ହେବ । ଜିଲ୍ଲାରେ କୋଭିଡରେ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ଶବ ଦାହ ସିପସରୁବାଲି ଅଞ୍ଚଳରେ ଥିବା ମଙ୍ଗଳା ନଦୀ ଘାଟ ନିକଟରେ କରାଯାଉଛି । ଏହା ସହ ମହୋଦଧିରେ ଅସ୍ଥି ବିସର୍ଜନ ଓ ଶ୍ୱେତଗଙ୍ଗାରେ ଶୁଦ୍ଧି କ୍ରିୟା ଓ ସ୍ନାନ କାର୍ଯ୍ୟକୁ ମଧ୍ୟ ବନ୍ଦ କରାଯିବା ନେଇ ମଧ୍ୟ ବିଜ୍ଞପ୍ତି ଜାରି ହୋଇଛି,’’ କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କଲେ: ‘ଗୁପ୍ତାଙ୍ଗରେ ଲେମ୍ବୁ ଫିଟ୍କିରି ପୂରାଉଛନ୍ତି

ପିପିଲି ଟୋଲ୍‌ ଗେଟରେ ବାହାରୁ ଶବ ଦାହ ପାଇଁ ଆସୁଥିଲେ ଫେରାଇ ଦେବା ପାଇଁ ପିପିଲି ଥାନା ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ସ୍ୱର୍ଗଦ୍ୱାରରେ ପୁରୀ ବାହାରୁ ଆସୁଥିବା ଶବଗୁଡ଼ିକୁ ଫେରାଇଦେବା ନେଇ ସ୍ୱର୍ଗଦ୍ୱାର ପରିଚାଳନା କମିଟିକୁ ବି ନିର୍ଦ୍ଦେଶ ଦିଆଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ସାରା ଅଲ୍ଲୀ ଖାନଙ୍କ ପ୍ରେମ କାହାଣୀରେ ମମ୍ମି ଅମୃତା ସିଂ ଭିଲେନ୍ ସାଜୁଛନ୍ତି! ସେ ଚାହୁଁନାହାଁନ୍ତି ଯେ ସାରା...

ପୁରୀ ପୌର ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ ଦାସଙ୍କ କହିବା ଅନୁସାରେ ଗତ ବର୍ଷ ଜୁନ୍‌ ମାସରେ ସ୍ୱର୍ଗଦ୍ୱାରରେ ଦାହ ହୋଇଥିବା ୯୦୦ ଶବ ମଧ୍ୟରୁ ୨୦୦ ଶବ ପୁରୀ ଜିଲ୍ଲାର ଥିଲେ । ଜୁଲାଇ ମାସରେ ଦିନକୁ ୩୫ରୁ ୪୦ଟି ଶବ ଦାହ କରାଯାଇଥିଲା; ସେଥିରୁ ୧୦ରୁ ୧୨ଟି ଶବ ପୁରୀ ଜିଲ୍ଲାର ଥିଲେ ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | କୁକୁଡ଼ାମାନେ ଅଣ୍ଡା ଦେବା ବନ୍ଦ କରିଦେଲେ ବୋଲି ଥାନାକୁ ଯାଇ ଅଭିଯୋଗ କଲେ ଏହି ବ୍ୟକ୍ତି

‘‘କୋବିଡ-୧୯ ଯୋଗୁଁ ହିଁ ଏହି ବଡ଼ ପରମ୍ପରାରେ ପ୍ରତିବନ୍ଧକ ଲାଗିଛି । ହିନ୍ଦୁମାନଙ୍କ ଭାବାବେଗ ସହ ଜଡି଼ତ ପୁରୀ ସ୍ୱର୍ଗଦ୍ୱାରରେ ଏପ୍ରିଲ୍‌ ୨୬ଠାରୁ ଜିଲ୍ଲା ବାହାରର ଶବ ଦାହ ନିଷିଦ୍ଧ କରାଯାଇଛି । କରୋନା ସଂକ୍ରମଣ ସମାପ୍ତ ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱର୍ଗଦ୍ୱାରରେ ପୁଣି ଥରେ ବାହାର ଜିଲ୍ଲାର ଶବ ସତ୍କାରକୁ ଅନୁମତି ମିଳିବ,’’ କହିଛନ୍ତି ଦାସ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଅନ୍ଧୁଣୀ ମାସାମନାରେ କୁନି ପୁଅ ରେଳ ଲାଇନକୁ ଖସିପଡ଼ିଲା; ଟ୍ରେନ୍ ଆଗରୁ କେମିତି ବଞ୍ଚିଲା ଦେଖନ୍ତୁ

ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି ଯେ ସ୍ୱର୍ଗଦ୍ୱାରରେ ଶବ ଦାହ କରିବା ଏକ ଆଧ୍ୟାତ୍ମିକ ଓ ବିଶ୍ୱାସର କଥା ହୋଇଥିଲେ ବି କୋଭିଡ-୧୯କୁ ଦୃଷ୍ଟିରେ ରଖି ସେଠାକୁ ଆସୁଥିବା ଶବଗୁଡ଼ିକୁ ଓ ସେମାନଙଅକ ସମ୍ପର୍କୀୟମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯିବା ଉଚିତ ।

ଏହା ବି ପଢ଼ନ୍ତୁ | ମେ ତାରିଖରୁ ଦେଶରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତେ ନେଇପାରିବେ କରୋନା ଭ୍ୟାକ୍ସିନ୍

‘‘କିଏ କେଉଁଠି କେଉଁ କାରଣରୁ ମୃତ୍ୟୁ ବରଣ କରୁଛି ତାହା ନ ଜାଣି ସ୍ୱର୍ଗଦ୍ୱାରରେ ଦାହ କରିବାକୁ ଦିଆଗଲେ ପୁରୀରେ କରୋନା ସଂକ୍ରମଣ ବ୍ୟାପିବାର ବହୁତ ସମ୍ଭାବନା ରହିଛି । ସ୍ୱର୍ଗଦ୍ୱାରରେ ସାମାଜିକ ଦୂରତ୍ୱ ବି ରହୁନାହିଁ ଓ କେହି ବି ମାସ୍କ୍‌ ବ୍ୟବହାର କରୁନାହାନ୍ତି । ତେଣୁ ବିନା କୋଭିଡ ଟେଷ୍ଟରେ ସ୍ୱର୍ଗଦ୍ୱାରକୁ ପ୍ରବେଶ ପାଇଁ ଅନୁମତି ନ ଦେବାକୁ ଜିଲ୍ଲା ପ୍ରଶାସନକୁ ଆମେ ଅନୁରୋଧ କରୁଛୁଁ,’’ କହିଛନ୍ତି ପଟ୍ଟନାୟକ ।



ମେ ୧୫ ପର୍ଯ୍ୟନ୍ତ ପୁରୀ ଜିଲ୍ଲାରେ ସବୁ ଧର୍ମାନୁଷ୍ଠାନରେ ଭକ୍ତ ଓ ଜନସାଧାରଣଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗିଛି । ସ୍ୱର୍ଗଦ୍ୱାରରେ କଟକଣା କେତେ ଦିନ ଯାଏଁ ରହିବ ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ ।
Published by: Anand ST Das
First published: April 26, 2021, 11:51 PM IST