‘ଗାଇର ସୁରକ୍ଷା ପାଇଁ ଏତେ କାମ; ମଣିଷ ସୁରକ୍ଷା ପାଇଁ ସମ୍ବିଧାନରେ ଆଉ ଏକ ଧାରା ଦରକାର କି?’

ବିବାଦୀୟ ମନ୍ତବ୍ୟ ଦେଇ ଦିଲ୍ଲୀରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିଥିବା ବ୍ୟକ୍ତିଙ୍କ ବିରୋଧରେ କାହିଙ୍କି ମାମଲା ରୁଜୁ ହୋଇ ନାହିଁ ବୋଲି ସଂସଦରେ ଅମିତ ଶାହଙ୍କୁ ପ୍ରଶ୍ନ ପଚାରିଥିଲେ କପିଲ ସିବଲ ।

‘ଗାଇର ସୁରକ୍ଷା ପାଇଁ ଏତେ କାମ; ମଣିଷ ସୁରକ୍ଷା ପାଇଁ ସମ୍ବିଧାନରେ ଆଉ ଏକ ଧାରା ଦରକାର କି?’
କପିଲ ସିବଲ୍ ରାଜ୍ୟ ସଭାରେ ବକ୍ତବ୍ୟ ରଖୁଛନ୍ତି ।
  • News18 Odia
  • Last Updated: March 12, 2020, 7:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦିଲ୍ଲୀରେ ହୋଇଥିବା ଦଙ୍ଗା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ କରି ବିବାଦୀୟ ମନ୍ତବ୍ୟ ଦେଇ ସାମ୍ପ୍ରଦାୟିକତା ଦଙ୍ଗା ସୃଷ୍ଟି କରିଥିବା ବ୍ୟକ୍ତିଙ୍କ ବିରୋଧରେ କାହିଙ୍କି ମାମଲା ରୁଜୁ କରାଯାଇ ନାହିଁ ବୋଲି ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ପଚାରିଛନ୍ତି କଂଗ୍ରେସ ନେତା କପିଲ ସିବଲ ।

‘‘ଆପଣ ଗାଇମାନଙ୍କ ସୁରକ୍ଷା ପାଇଁ କିଛି ବି କରିପାରିବେ କିନ୍ତୁ ମଣିଷର ଜୀବନ ରକ୍ଷା କରିବା ପାଇଁ ଆପଣ କିଛି କରିବେ ନାହିଁ? ମଣିଷର ସୁରକ୍ଷା ନିଶ୍ଚିତ କରିବା ପାଇଁ ଆମକୁ ସମ୍ବିଧାନରେ ଆଉ ଏକ ଆର୍ଟିକିଲ ଆଣବା ଆବଶ୍ୟକ କି ?’’ପଚ଼ାରିଥିଲେ ପୂର୍ବତନ ମନ୍ତ୍ରୀ କପିଲ ଶିବଲ ।

ଧର୍ମ ଓ ଦଳ ନିର୍ବିଶେଷରେ ଦିଲ୍ଲୀ ଦଙ୍ଗା ପଛରେ ଥିବା ଲୋକଙ୍କୁ ଦଣ୍ଡ ଦିଆଯିବ ବୋଲି ଅମିତ ଶାହା ଗୁରୁବାର ସଂସଦରେ କହିଛନ୍ତି । ରାଜ୍ୟ ସଭାରେ ଦିଲ୍ଲୀ ଦଙ୍ଗା ଉପରେ ଏକ ଆଲୋଚ଼ନାରେ ଭାଗ ନେଇ ଶାହା କହିଛନ୍ତି, “ସେମାନେ କେଉଁ ଦଳ ବା ଧର୍ମର ହୁଅନ୍ତୁ ନା କାହିଁକି ଆମେ କାହାକୁ ଛାଡ଼ିବୁ ନାହିଁ। ଦଙ୍ଗାକାରୀଙ୍କୁ ଦଣ୍ଡ ଦେଇ ଆମେ ଏକ ଉଦାହରଣ ସୃଷ୍ଟି କରିବୁ।’’

କରୋନା ଭାଇରସ ଉପରେ ସଚେତନତା ସୃଷ୍ଟି କରିବାରେ ସାହାଯ୍ୟ କରିବାକୁ ସଂସଦର ସଦସ୍ୟମାନଙ୍କୁ ଅନୁରୋଧ କରି ଲୋକ ସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ କହିଛନ୍ତି ଯେ ସରକାର ସଂକ୍ରମଣକୁ ରୋକିବା ପାଇଁ ଉଦ୍ୟମ କରୁଛନ୍ତି ।’’ ବୈଦେଶିକ ମନ୍ତ୍ରୀ ଶଙ୍କର ଇରାନ ଏବଂ ଇରାକରେ ଫସି ରହିଥିବା ଭାରତୀୟମାନଙ୍କୁ ସ୍ଥାନାନ୍ତର ପାଇଁ ସରକାର ଚେଷ୍ଟା ଚଳାଇଛନ୍ତି ।

‘‘ଇରାନରେ ବ୍ୟବସ୍ଥା କଠୋର ଥିବାରୁ ଭାରତୀୟମାନଙ୍କୁ ସ୍ଥାନାନ୍ତର କରିବାରେ ଅସୁବିଧା ହେଉଛି ।’’ କରୋନା ଭାଇରସର ବିସ୍ତାରକୁ ରୋକିବା ପାଇଁ ଯାହା ଆବଶ୍ୟକ ତାହା ଆମେ ନିଶ୍ଚିତ କରିବୁ’’ ଜୟ ଶଙ୍କର କହିଛନ୍ତି ।

ସକାଳେ, ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ, କରୋନା ଭାଇରାସ ଉପରେ ଗୃହକୁ ସ୍ଥଗିତ ରଖିବାକୁ କୌଣସି ପ୍ରସ୍ତାବ ନାହିଁ । ଏହା ମଧ୍ୟରେ ରାଜ୍ୟ ସଭାରେ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ନାଗରିକ ତଥା ସଂସଦୀୟ ସଦସ୍ୟମାନଙ୍କୁ ସଂକ୍ରମଣ ରୋକିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରୀ କରାଯାଇଥିବା ନିରର୍ଦ୍ଦେଶାବଳୀ ପାଳନ କରିବାକୁ  ଅନୁରୋଧ କରିଥିଲେ । ପରେ ଦିଲ୍ଲୀ ଦଙ୍ଗା ଉପରେ ରାଜ୍ୟ ସଭାରେ ବିତର୍କ ହୋଇଥିଲା ।
First published: March 12, 2020, 7:18 PM IST
corona virus btn
corona virus btn
Loading