କମ୍ ହେଲା କୋଭିଶିଲ୍ଡ ଟିକାର ଦାମ୍; ଘୋଷଣା କଲେ ଆଦର ପୁନାୱାଲା; ଜାଣନ୍ତୁ ନୂଆ ଦାମ୍

ଭାରତରେ କରୋନା ଟିକାକରଣ ଅଭିଯାନ ୧୮ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ସମ୍ପ୍ରସାରିତ ହେବାର ଦୁଇ ଦିନ ପୂର୍ବରୁ କୋଭିଶିଲ୍ଡ ଟିକାର ଦାମ୍ କମ୍ ହେବାର ଖବର ଆସିଛି । ଏହା ଦ୍ୱାରା ସାରା ଦେଶରେ ଲୋକଙ୍କୁ ଅନେକ ଆରାମ ମିଳିବ ।

କମ୍ ହେଲା କୋଭିଶିଲ୍ଡ ଟିକାର ଦାମ୍; ଘୋଷଣା କଲେ ଆଦର ପୁନାୱାଲା; ଜାଣନ୍ତୁ ନୂଆ ଦାମ୍
ଆଦର ପୁନାୱାଲା; (ଡାହାଣ) କୋଭିଶିଲ୍ଡ ଟିକା
  • News18 Odia
  • Last Updated: April 28, 2021, 6:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କୋଭିଡ-୧୯ ଟିକାର ଦାମକୁ ନେଇ ଦେଶ ସାରା ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଥିଲା । ହେଲେ ଏବେ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (Serum Institute of India, SII) କୋଭିଶିଲ୍ଡ ଟିକାର (Covishield) ଦାମ୍‌ କମ୍‌ କରିବ ବୋଲି ଘୋଷଣା କରିଛି । ଏହା ଦ୍ୱାରା ସାରା ଦେଶରେ ଲୋକଙ୍କୁ ଅନେକ ଆରାମ ମିଳିବ ।

ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ନିଜ 'କୋଭିଶିଲ୍ଡ' ଟିକାର ଦାମ୍‌ ରାଜ୍ୟ ସରକାରମାନଙ୍କ ପାଇଁ ଡୋଜ୍‌ ପିଛା ୪୦୦ ଟଙ୍କା ସ୍ଥିର କରିଥିଲା । ଏବେ ଏହାକୁ ଡୋଜ୍‌ ପିଛା ୩୦୦ ଟଙ୍କାକୁ ହ୍ରାସ କରାଯାଇଛି ବୋଲି କମ୍ପାନୀ ବୁଧବାର ଦିନ ଘୋଷଣା କରିଛି ।

ଏହା ବି ପଢ଼ନ୍ତୁ | ଆଉ ନାହାନ୍ତି ଓଡ଼ିଆ ସାହିତ୍ୟର ମଉଡ଼ମଣି ମନୋଜ ଦାସ; ୮୭ ବର୍ଷ ବୟସରେ ପରଲୋକ ଗଲେ

ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା (Adar Poonawalla) ଏକ ଟ୍ୱିଟ୍ କରି କହିଛନ୍ତି: ‘‘ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ରାଜ୍ୟମାନଙ୍କୁ ଦେଉଥିବା ଟିକାର ଦାମ୍‌ ୪୦୦ ଟଙ୍କାରୁ ୩୦୦ ଟଙ୍କାକୁ ହ୍ରାସ କରୁଛି । ଏହା ତୁରନ୍ତ କାର୍ଯ୍ୟକାରୀ ହେବ । ଏହା ଦ୍ୱାରା ରାଜ୍ୟମାନଙ୍କର ହଜାର ହଜାର କୋଟି ଟଙ୍କା ସଞ୍ଚୟ ହେବ । ଏହା ଅଧିକ ଟିକାକରଣ ପାଇଁ ରାସ୍ତା ଖୋଲିବ ଓ ଏହା ଦ୍ୱାରା ଅଗଣିତ ଜୀବନ ବଞ୍ଚାଯାଇପାରିବ ।’’

ଏହା ବି ପଢ଼ନ୍ତୁ | ୧୮ ବର୍ଷରୁ ଅଧିକ ସବୁ ଓଡ଼ିଶାବାସୀଙ୍କୁ ମାଗଣାରେ ଟିକା ଦେବେ ରାଜ୍ୟ ସରକାର, କହିଲେ ନବୀନ



ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଭୁବନେଶ୍ୱର ଶିକ୍ଷୟିତ୍ରୀ ଆତ୍ମହତ୍ୟା: ଛାତ୍ରରୁ ପ୍ରେମିକ ସାଜିଥିବା ଯୁବକ ବାହା ହେବାକୁ ରାଜି ହେଲାନି

ଯଦିଓ SII କେବଳ ରାଜ୍ୟ ସରକାରମାନଙ୍କ ପାଇଁ କୋଭିଶିଲ୍ଡ ଟିକାର ପ୍ରତି ଡୋଜର ଦାମ୍‌ ହ୍ରାସ କରିଛି, ଘରୋଇ ଡାକ୍ତରଖାନାଗୁଡ଼ିକ ପାଇଁ କୋଭିଶିଲ୍ଡ ଟିକାର ପ୍ରତି ଡୋଜ୍ଜର ଦାମ୍‌ ୬୦୦ ଟଙ୍କା ରହିବ ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଭୟଙ୍କର ହେଉଛି Corona ପ୍ରକୋପ, କିନ୍ତୁ ଯାଏଁ ମିଳିନି ଟ୍ରିପଲ୍ମ୍ୟୁଟାଣ୍ଟ୍ଭ୍ୟାରିଆଣ୍ଟ୍

ଭାରତ ବାୟୋଟେକ୍‌ (Bharat Biotech) ଏହାର କରୋନା ଟିକା କୋଭାକ୍ସିନର (Covaxin) ପ୍ରତି ଡୋଜର ଦାମ୍‌ ରାଜ୍ୟ ସରକାରମାନଙ୍କ ପାଇଁ ୬୦୦ ଟଙ୍କା ଓ ଘରୋଇ ଡାକ୍ତରଖାନା ପାଇଁ ୧,୨୦୦ ଟଙ୍କା ସିଥିର କରିଛି । ଉଭୟ ଟିକା କେନ୍ଦ୍ର ସରକାରଙ୍କ ପାଇଁ ପ୍ରତି ଡୋଜ୍‌ ୧୫୦ ଟଙ୍କା ହାରରେ ଉପଲବ୍ଧ ବୋଲି କୁହାଯାଇଛି ।



ଭାରତରେ କରୋନା ଟିକାକରଣ ଅଭିଯାନ ୧୮ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ସମ୍ପ୍ରସାରିତ ହେବାର ଦୁଇ ଦିନ ପୂର୍ବରୁ କୋଭିଶିଲ୍ଡ ଟିକାର ଦାମ୍‌ କମ୍‌ ହେବାର ଖବର ଆସିଛି । ୧ ମଇ ଠାରୁ କୋ-ୱିନ୍ ୱେବସାଇଟରେ (CoWin) ବୁକିଂ କରି ୧୮ ବର୍ଷରୁ ଅଧିକ ସମସ୍ତଙ୍କ ପାଇଁ କରୋନା ଟିକାକରଣ ଚାଲିବ । ଟିକାକରଣର ଏହି ତୃତୀୟ ପର୍ଯ୍ୟାୟ ପାଇଁ ପଞ୍ଜିକରଣ ପ୍ରକ୍ରିୟା ୨୮ ଏପ୍ରିଲ୍ ଅପରାହ୍ହ୍ଣ ୪ଟାରୁ ଆରମ୍ଭ ହୋଇଛି ।
Published by: Anand ST Das
First published: April 28, 2021, 6:38 PM IST