News18 Odia Digital
ନୂଆ ଦିଲ୍ଲୀ: କେନ୍ଦ୍ର ସରକାର ମଙ୍ଗଳବାର କହିଛନ୍ତି ଯେ ଚଳିତ ବର୍ଷ ଶେଷ ସୁଦ୍ଧା କୋଭିସିଲ୍ଡ ଟିକା ଉତ୍ପାଦନ ଦ୍ରୁତ ଗତିରେ ବୃଦ୍ଧି ପାଇବ। ସରକାର କହିଛନ୍ତି ଯେ ଡିସେମ୍ବର ୧୨ ସୁଦ୍ଧା କୋଭିସିଲ୍ଡର ୫.୮ କୋଟି ଡୋଜ ଓ କୋଭାକ୍ସିନର ୫.୮ କୋଟି ଡୋଜ ଉତ୍ପାଦନ ହେବ। ଉଭୟ ଟିକା ଉତ୍ପାଦନ କ୍ଷମତା ସହ ଜଡ଼ିତ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ ଉତ୍ତର ରଖିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, କୋଭିସିଲ୍ଡ ଟିକା ମାସିକ ଉତ୍ପାଦନକୁ ୧୧ କୋଟିରୁ ୧୨ କୋଟି କିମ୍ବା ତା’ଠାରୁ ଅଧିକ ବୃଦ୍ଧି କରାଯାଉଛି। ଏଥି ସହିତ, କୋଭାକ୍ସିନର ଉତ୍ପାଦନ କ୍ଷମତା ମାସକୁ ୨.୫ କୋଟିରୁ ମାସକୁ ୫.୮ କୋଟି ଡୋଜକୁ ବୃଦ୍ଧି କରାଯିବ।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଭାରତରେ ଏପର୍ଯ୍ୟନ୍ତ ୪୭ କୋଟି ଟିକା ଟିକା ଦିଆଯାଇଛି ଓ ଦେଶରେ ଶୀଘ୍ର ଟିକାକରଣ କାର୍ଯ୍ୟ ଶେଷ କରିବାକୁ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରୁଛନ୍ତି। ମାଣ୍ଡଭ୍ୟ କହିଛନ୍ତି ଯେ ସରକାର ଆଶାବାଦୀ ଯେ ଅକ୍ଟୋବର-ନଭେମ୍ବର ସୁଦ୍ଧା ଚାରିରୁ ଅଧିକ ଭାରତୀୟ ଔଷଧ କମ୍ପାନୀ ସ୍ୱଦେଶୀ ଟିକା ଉତ୍ପାଦନ ଆରମ୍ଭ କରିବେ, ଯାହା ଘରୋଇ ଚାହିଦା ଅଭାବକୁ ଦୂର କରିବ।
ଅନେକ ଟିକା ଶୀଘ୍ର ବଜାରକୁ ଆସିବ।ଆଗାମୀ ଦିନରେ ବଜାରରେ ବୟୋଲୋଜିକାଲସ ଇ ଓ ନୋଭାର୍ଟିସ୍ ଟିକା ମଧ୍ୟ ଉପଲବ୍ଧ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ଭାରତ ବାୟୋଟେକ ଓ ସେରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ସରକାରଙ୍କୁ ଏହି ଟିକା ପ୍ରଦାନ କରୁଛନ୍ତି। ମାଣ୍ଡଭ୍ୟ କହିଛନ୍ତି ଯେ ସ୍ପୁଟନିକ ଭି ମଧ୍ୟ ଉପଲବ୍ଧ ଓ ଏହାର ଉତ୍ପାଦନ ମଧ୍ୟ ଆରମ୍ଭ ହୋଇଛି।
ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ସରକାର ମାଗଣାରେ ଟୀକାକରଣ ପାଇଁ ପ୍ରସ୍ତୁତ ୭୫% ଟିକା କିଣୁଛନ୍ତି। ବେସରକାରୀ କ୍ଷେତ୍ର ପାଇଁ ୨୫ ପ୍ରତିଶତ ଅଂଶଧନ ରଖାଯାଇଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଏପର୍ଯ୍ୟନ୍ତ ୪୭.୮୫ କୋଟି କୋଭିଡ଼ ଟିକା ଦିଆଯାଉଛି। ଏଥିମଧ୍ୟରୁ ୩୭.୨୬ କୋଟି ଟିକା ପ୍ରଥମ ଡୋଜ ଭାବରେ ଓ ୧୦.୫୯ କୋଟି ଦ୍ୱିତୀୟ ଡୋଜ ଭାବରେ ଦିଆଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।