ପୁଣି ଡରାଉଛି କରୋନା: ଦିନକରେ ୪୩,୫୦୯ ନୂଆ ମାମଲା ଚିହ୍ନଟ; ୬୪୦ ଜଣଙ୍କର ମୃତ୍ୟୁ

ଦେଶରେ ବଢ଼ିଚାଲିଛି କରୋନା ପ୍ରକୋପ । ନୂଆ କରୋନା ରୋଗୀ ଚିହ୍ନଟ ହେବା ପରେ, ବର୍ତ୍ତମାନ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩ କୋଟି ୧୫ ଲକ୍ଷ ୨୮ ହଜାର ୧୧୪କୁ ବୃଦ୍ଧି ପାଇଛି।

ଦେଶରେ ପୁଣି ବଢୁଛି କରୋନା ପ୍ରକୋପ

ଦେଶରେ ପୁଣି ବଢୁଛି କରୋନା ପ୍ରକୋପ

  • Share this:
News18 Odia Digital

ନୂଆ ଦିଲ୍ଲୀ: ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ପୁଣି ଥରେ ଭୟଭୀତ କରାଇଛି। କରୋନାର ଗ୍ରାଫ୍ ଦିନକୁ ଦିନ ଉପର ମୁହାଁ ହେବାରେ ଲାଗିଛି  । କରୋନାର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ତୃତୀୟ ଲହରର ଚେତାବନୀ ସଠିକ୍ ପ୍ରମାଣିତ ହେଉଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୩,୫୦୯ ନୂଆ କରୋନା ସଂକ୍ରମଣ ରିପୋର୍ଟ ଆସିଥିବା ବେଳେ ୬୪୦ ରୋଗୀଙ୍କ ମୃତ୍ୟୁ ଘଟିଛି। ନୂଆ କରୋନା ରୋଗୀ ଚିହ୍ନଟ ହେବା ପରେ, ବର୍ତ୍ତମାନ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩ କୋଟି ୧୫ ଲକ୍ଷ ୨୮ ହଜାର ୧୧୪କୁ ବୃଦ୍ଧି ପାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୩ ହଜାର ୮୪୦ ସକ୍ରିୟ କରୋନା ମାମଲା ଥିବାବେଳେ ୩ କୋଟି ୭ ଲକ୍ଷ ୧ ହଜାର ୬୧୨ ଲୋକ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ ୨୨ ହଜାର ୬୬୨ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ୪୪,୬୧,୫୬,୬୫୯ ଲୋକଙ୍କର ଟିକାକରଣ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୦,୦୨,୩୫୮ ଲୋକଙ୍କୁ କରୋନା ଟିକା ଦିଆଯାଇଛି।

କରୋନାର ସବୁଠାରୁ ଖରାପ ପରିସ୍ଥିତି ବର୍ତ୍ତମାନ କେରଳରେ ଦେଖାଯାଉଛି | ଦେଶକୁ ଆସୁଥିବା କରୋନା ରୋଗୀଙ୍କ ସଂଖ୍ୟା ମଧ୍ୟରୁ ୫୦ ପ୍ରତିଶତ କେରଳର। ବୁଧବାର ଦିନ କେରଳରେ ୨୨,୦୫୬ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମଣ ମାମଲା ୩୩,୨୭,୩୦୧କୁ ବୃଦ୍ଧି ପାଇଛି । ୧୩୧ ଜଣ ମୃତ୍ୟୁ ହେବା ସହ ମୃତ୍ୟୁ ସଂଖ୍ୟା ବଢ଼ି ୧୬,୪୫୭ ହୋଇଛି ।

ରାଜ୍ୟରେ ସର୍ବାଧିକ ପ୍ରଭାବିତ ଜିଲ୍ଲାଗୁଡ଼ିକ ମଧ୍ୟରେ ମାଲାପୁରମ୍ ୩୯୩୧, ଥ୍ରିସୁର ୩୦୦୫, କୋଝିକୋଡେ ୨୦୪୪, ଏର୍ନାକୁଲମ୍ ୨୩୯୭, ପାଲକ୍କଡ୍ ୧୬୪୯, କୋଲ୍ଲମ ୧୪୬୨, ଆଲାପ୍ପୁଝା ୧୪୬୧, କନ୍ନୁର ୧୧୭୯, ଥିରୁବନନ୍ତପୁରମ୍ ୧୧୦୧ ଓ କୋଟ୍ଟାୟାମ ୧୦୬୭ ସଂକ୍ରମିତଙ୍କ ସଂଖ୍ୟା ରହିଛି ।
Published by:Lipina Das
First published: