ବାଲେଶ୍ୱର ଜିଲ୍ଲାରେ କରୋନା ଟିକା ନ ଥିବାରୁ ଟିକାକରଣ ବନ୍ଦ ହେଲା; ନିରାଶ ହୋଇ ଫେରିଲେ ଲୋକେ

ପୁଣି କରୋନା ଟିକା ଆସିଲେ ଟିକାକରଣ ଆରମ୍ଭ ହେବ ବୋଲି ଲୋକଙ୍କୁ କୁହାଯିବା ପରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଜିଲ୍ଲାର କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି ଓ ସମସ୍ତଙ୍କୁ ଟିକା ମିଳିବ ବୋଲି କହିଛନ୍ତି ।

ବାଲେଶ୍ୱର ଜିଲ୍ଲାରେ କରୋନା ଟିକା ନ ଥିବାରୁ ଟିକାକରଣ ବନ୍ଦ ହେଲା; ନିରାଶ ହୋଇ ଫେରିଲେ ଲୋକେ
ବାଲେଶ୍ୱରରେ ଏକ ଟିକାକରଣ କେନ୍ଦ୍ରର ଦୃଶ୍ୟ
  • News18 Odia
  • Last Updated: April 27, 2021, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: କରୋନା ଟିକାର ଅଭାବ ଯୋଗୁଁ ବାଲେଶ୍ୱର ଜିଲ୍ଲାର ମୁଖ୍ଯ ଡାକ୍ତରଖାନା ସହିତ ଅନ୍ୟ କେନ୍ଦ୍ରମାନଙ୍କରେ ଟିକାକରଣ ବନ୍ଦ ହୋଇଯାଇଛି । ଫଳରେ ମଙ୍ଗଳବାର ଦିନ ଟିକା ନେବା ପାଇଁ ହିତାଧିକାରୀମାନେ ଟିକା କେନ୍ଦ୍ରକୁ ଆସି ନିରାଶ ହୋଇ ଫେରିଛନ୍ତି ।

ପୁଣି ଟିକା ଆସିଲେ ଟିକାକରଣ ଆରମ୍ଭ ହୋଇପାରେ ବୋଲି ଲୋକଙ୍କୁ କୁହାଯିବା ପରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଜିଲ୍ଲାର କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ଓ ସମସ୍ତଙ୍କୁ ଟିକା ମିଳିବ ବୋଲି କହିଛନ୍ତି । ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲାରେ ଚାଲିଥିବା ୬୬ଟି ଟିକାକରଣ କେନ୍ଦ୍ର ମଧ୍ୟରୁ ଟିକାର ଅଭାବ ଯୋଗୁଁ ମଙ୍ଗଳବାର ଦିନ ମାତ୍ର ଛଅଟି କେନ୍ଦ୍ରରେ ଟିକାକରଣ ହୋଇଥିଲା ।

ଏହା ବି ପଢ଼ନ୍ତୁ | COVID ଟିକା ନେବା ପରେ Sex କରିବା କେତେ ସୁରକ୍ଷିତ? ଜାଣନ୍ତୁ କହୁଛନ୍ତି ବିଶେଷଜ୍ଞ

ଗ୍ରାମାଞ୍ଚଳରେ ଥିବା ଟିକାକରଣ କେନ୍ଦ୍ରମାନଙ୍କରେ ଟିକା ମିଳୁ ନ ଥିବାରୁ ଲୋକେ ବାଲେଶ୍ବର ମୁଖ୍ଯ ଡାକ୍ତରଖାନାକୁ ଟିକା ନେବାକୁ ପହଞ୍ଚଥିଲେ । ହେଲେ ସେଠାରେ ଟିକା ନ ଥିବାରୁ ଲୋକଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଥିଲା । ସବୁଠାରୁ ଚିନ୍ତାର ବିଷୟ ହେଲା ବୟସ୍କ ଲୋକେ ବହୁ କଷ୍ଟରେ ଟିକା ପାଇଁ ପହଞ୍ଚିଥିବା ବେଳେ ଟିକା ଅଭାବ ନେଇ ସୂଚନା ନ ପାଇ ଦୀର୍ଘ ସମୟ ଖରାରେ ହନ୍ତସନ୍ତ ହୋଇଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଏହି ମହିଳା ନିଜ କାଖରୁ କ୍ଷୀର ବାହାର କରି ସ୍ତନ୍ୟପାନ କରାଇପାରୁଛନ୍ତି! VIDEO ଶେୟାର୍ କଲେ

କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଜିଲ୍ଲାର କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ।


ଏହା ବି ପଢ଼ନ୍ତୁ | ହଷ୍ଟେଲରେ ରହୁଥିବା ନାବାଳିକାମାନଙ୍କୁ ଲଙ୍ଗଳା ହୋଇ ନାଚିବାକୁ ବାଧ୍ୟ କଲା ପୋଲିସ

‘‘ଆମେ ସକାଳୁ ଆସି ଏଠାରେ ଟିକା ପାଇଁ ଲାଇନ୍‌ ଦେଇଥିଲୁ । ମୋ’ର ବୟସ ଅଧିକ ଥିବାରୁ ମୋତେ ଗାଡ଼ି ଭଡ଼ା କରି ଆସିବାକୁ ପଡି଼ଥିଲା । ସକାଳୁ ଆସିବା ପରେ କେହି ଟିକା ନ ଥିବା କଥା କହିଲେ ନାହିଁ । ଫଳରେ ଆମେ ଦୀର୍ଘ ସମୟ ଖରାରେ ଅପେକ୍ଷା କଲୁ ।  ଟିକା କେବେ ମିଳିବ ସେ କଥା ସଠିକ୍‌ ଭାବେ କହିଲେ ଆମେ ସେହି ଦିନ ଆସନ୍ତୁ, ହେଲେ ସେ ନେଇ ମଧ୍ୟ କୌଣସି ସୂଚନା ଦେଉନାହାନ୍ତି,’’ କହିଛନ୍ତି ଟିକା ନେବା ପାଇଁ ଆସିଥିବା ୬୦ ବର୍ଷୀୟା ମିନତୀ ମଣ୍ଡଳ ।

ଏହା ବି ପଢ଼ନ୍ତୁ | ଗର୍ଭପାତ ହୋଇଯିବାରୁ ଘର ଲୋକଙ୍କୁ ଜଣାଇବା ପାଇଁ ମହିଳା ଏକ ଶିଶୁକୁ ଅପହରଣ କଲେ!

ଜିଲ୍ଲା ପ୍ରଶାସନ ଅନୁସାରେ କରୋା ଟିକାର ଅଭାବ ଯୋଗୁଁ ଏମିତି ସ୍ଥିତି ସୃଷ୍ଟି ହୋଇଛି।  ଜାନୁଆରୀ ୧୬ ତାରିଖରୁ ବାଲେଶ୍ବର ଜିଲ୍ଲାକୁ ମିଳିଛି ୩ ଲକ୍ଷ ୬୧ ହଜାର ୫୯୦ ଡୋଜ୍ ଟିକା, ଯାହା ସଫଳତାର ସହିତ ଦିଆଯାଇଛି । ସୋମବାରଠାରୁ ମାତ୍ର ୩୨୦ ଡୋଜ୍‌ ଥିବାରୁ ଆଜି ଅଧିକାଂଶ ଟିକା କେନ୍ଦ୍ର ବନ୍ଦ ହୋଇଯାଇଛି । ଆସନ୍ତା ଗୁରୁବାର ଟିକା ପହଞ୍ଚିବ ଓ ପୁଣି ସ୍ୱାଭାବିକ ଟିକାକରଣ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।

ଏହା ବି ପଢ଼ନ୍ତୁ | ରାତିରେ ଜଲଦି ଶୋଇପଡ଼ୁଛନ୍ତି କି? ଯଦି ହିଁ, ତେବେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ରହିଛି ବଡ଼ ବିପଦ

‘‘ସୋମବାର ରାତିଠାରୁ ଆମ ପାଖରେ ଟିକା ଶେଷ ହୋଇଯାଇଛି । ଆଜି (ମଙ୍ଗଳବାର) ମାତ୍ର ୩୨୦ ଡୋଜ୍‌ ଟିକା ଥିବାରୁ ଛଅଟି କେନ୍ଦ୍ରରେ କିଛି ଲୋକଙ୍କୁ ତାହା ଦିଆଯାଇଛି । ଆମେ ଆଶା ରଖିଛୁ ଗୁରୁବାର ଟିକା ଆମ ପାଖରେ ପହଞ୍ଚିବ ଓ ପୁଣି ଲୋକଙ୍କୁ ଦିଆଯିବ । ଆସନ୍ତା ୧ ତାରିଖରୁ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା ନେବାର ଥିବା ବେଳେ ୬୬ଟି କେନ୍ଦ୍ର ବଦଳରେ ଏବେ ଆମେ ୧୦୦ଟି କେନ୍ଦ୍ରରେ ଟିକା ଦେବା ବ୍ୟବସ୍ଥା କରିବାକୁ ଯୋଜନା କରିଛୁ,’’ କହିଛନ୍ତି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦୁଲାଲ ସେନ ଜଗଦେବ ।



ମଙ୍ଗଳବାର ଦିନ ଜିଲ୍ଲାରେ କୋଭିଡର ସ୍ଥିତି ଓ ମୁକାବିଲା ପ୍ରୟାସ ନେଇ ପ୍ରଶାସନର ପ୍ରସ୍ତୁତି ଓ ସୀମା ପ୍ରବେଶ ଆଦି ମାମଲାର ସମୀକ୍ଷା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ‘‘ଟିକା ମେ ୧ ତାରିଖରୁ ସମସ୍ତଙ୍କୁ ମିଳିବ । କେନ୍ଦ୍ର ସରକାର ଠିକ୍‌ ସମୟରେ ଟିକା ପହଞ୍ଚାଇଦେବେ । ୧୮ରୁ ୪୪ ବର୍ଷ ବୟସ୍କ ସମସ୍ତଙ୍କୁ ଟିକା ମିଳିବ । ଟିକା ଅଛି, ମାତ୍ର ଲଜିଷ୍ଟିକ୍‌ ସମସ୍ୟା ପାଇଁ ଏହା ପହଞ୍ଚି ପାରୁ ନାହିଁ,’’ କହିଛନ୍ତି ଷଡ଼ଙ୍ଗୀ ।
Published by: Anand ST Das
First published: April 27, 2021, 11:59 PM IST