ବିଳମ୍ବିତ ହେବ କି କୋଭିଡ ଟିକା? ରାଜ୍ୟର ଭିନ୍ନ ଭିନ୍ନ ପ୍ରକାରର କ୍ଲେଡ଼ ସାଜିପାରେ ପ୍ରତିବନ୍ଧକ

କେରଳରେ ଥିବା କୋଭିଡ ଭୂତାଣୁ ସହ ଓଡ଼ିଶାରେ ଥିବା କୋଭିଡ଼ ଭୂତାଣୁର କ୍ଲେଡ଼ ସମାନ ହୋଇ ନ ପାରେ । ରାଜ୍ୟରେ କୋଭିଡ ଭୂତାଣୁର ୫ଟି କ୍ଲେଡ଼ର ଉପସ୍ଥିତି କାରଣରୁ ବିଳମ୍ବ ହୋଇପାରେ ହ୍ୟୁମାନ ଟ୍ରାଏଲ ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ୱର: କେବେ ଆସିବ କୋଭିଡ ଭାକ୍ସିନ ବା କୋଭିଡ ଟିକା ତାକୁ ନେଇ ବଢ଼ିଛି ଅନିଶ୍ଚିତତା । ବିଶେଷ କରି କୋଭାକ୍ସିନର ହ୍ୟୁମାନ ଟ୍ରାଏଲ ଓ  କୋଭିଡ ୧୯ ଭୂତାଣୁର ଏକାଧିକ କ୍ଲେଡ଼ର ଉପସ୍ଥିତିକୁ ନେଇ ଏହି ଅନିଶ୍ଚିତତା ବହୁଗୁଣିତ ହୋଇଛି । ଭୁବନେଶ୍ୱର ସ୍ଥିତ ଜୀବବିଜ୍ଞାନ ପ୍ରତିଷ୍ଠାନର ବୈଜ୍ଞାନିକଙ୍କ ମତରେ ରାଜ୍ୟରେ କୋଭିଡ ଭୂତାଣୁର ୫ଟି କ୍ଲେଡ଼ର ଉପସ୍ଥିତି କାରଣରୁ ବିଳମ୍ବ ହୋଇପାରେ ହ୍ୟୁମାନ ଟ୍ରାଏଲ ।

ପ୍ରତି କ୍ଲେଡ଼ର ପ୍ରତିଷେଧକ ଟ୍ରାଏଲ କରିବା ପାଇଁ ଅଧିକ ସମୟ ଲାଗିବ । ଅନ୍ୟ ପକ୍ଷରେ ଟ୍ରାଏଲ ଟିମର ଯୁକ୍ତି ଯେ ଏଭଳି ସ୍ଥିତିର ସମ୍ଭାବନା ଏବେ ସୁଦ୍ଧା ନାହିଁ । ହୁଏତ ଆଗକୁ ବିଭିନ୍ନ ପର୍ଯ୍ୟାୟରେ ଏଭଳି ସ୍ଥିତି ଆସିପାରେ।

ରାଜ୍ୟରେ ଏବେ ବି କାୟା ବିସ୍ତାର କରିଚାଲିଛି କରୋନା ଭାଇରସ୍‌ । ଏଭଳି ସମୟରେ ଆଶା ସଞ୍ଚାର କରି ଆସୁଥିବା କୋଭିଡ ଟିକାର ଉପଲବ୍ଧତାକୁ ନେଇ ବଢ଼ୁଛି ଅନିଶ୍ଚିତତା।  କେନ୍ଦ୍ର ସରକାରଙ୍କ ସୂଚନା  ଆଧାରରେ ଆସନ୍ତା କିଛି ମାସ ଭିତରେ କୋଭିଡ ଟିକାର ବ୍ୟବହାର ଆରମ୍ଭ ହେବ ବୋଲି ଚର୍ଚ୍ଚା ହେଉଥିବା ବେଳେ ବେଳେ ବୈଜ୍ଞାନିକଙ୍କ ମତ କିନ୍ତୁ ଭିନ୍ନ।

‘‘ଏ କ୍ଷେତ୍ରରେ ଏକ ବଡ଼ ପ୍ରତିବନ୍ଧକ ହେଲା କୋଭିଡ-୧୯ର ଭିନ୍ନ ଭିନ୍ନ କ୍ଲେଡ଼ ବା ଷ୍ଟ୍ରେନ। ଅର୍ଥାତ କେରଳରେ ଥିବା କୋଭିଡ ଭୂତାଣୁ ସହ ଓଡ଼ିଶାରେ ଥିବା କୋଭିଡ଼ ଭୂତାଣୁର କ୍ଲେଡ଼ ସମାନ ହୋଇ ନ ପାରେ । ରାଜ୍ୟରେ କୋଭିଡ ଭୁତାଣୁର ୫ଟି କ୍ଲେଡ଼ର ଉପସ୍ଥିତି କାରଣରୁ ବିଳମ୍ବ  ହୋଇପାରେ ହ୍ୟୁମାନ ଟ୍ରାଏଲ। କାରଣ ପ୍ରତି କ୍ଲେଡ଼ର ପ୍ରତିଷେଧକ ଟ୍ରାଏଲ ପାଇଁ ଅଧିକ ସମୟ ଲାଗିବ। ଟିକା ବିକଶିତ କରିବା ସମୟରେ ଏହାକୁ ଗୁରୁତର ସହ ବିଚାର କରାଯାଉଥିବାରୁ ଟିକାର ଟ୍ରାଏଲ ବିଳମ୍ବ ହୋଇପାରେ,’ କହିଛନ୍ତି ଭୁବନେଶ୍ୱର ସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ଡ଼ଃ ସନ୍ଦିପ ମିଶ୍ର ।

ଅନ୍ୟ ପକ୍ଷରେ ଏଭଳି ଯୁକ୍ତିର ବାସ୍ତବତା ଅଛି କି ନାହିଁ  ତାହା ଏବେ ଠାରୁ କହିବା ଅସମ୍ଭବ ବୋଲି ମତ ରଖିଛନ୍ତି ଭାକ୍ସିନ ହ୍ୟୁମାନ ଟ୍ରାଏଲ ଟିମର ମୁଖ୍ୟ ଡ଼ଃ ଇପାରୀ ଭେଙ୍କଟ ରାଓ । ‘‘ସାଧାରଣ ଭାବରେ ୩ଟି ପର୍ଯ୍ୟାୟରେ କୌଣସି ବି ରୋଗର ଟୀକା ପରୀକ୍ଷା ହୋଇଥାଏ । ସେ ଭିତରେ ଷ୍ଟେଜ ୩ ହେଉଛି ଅଧିକ ଗୁରୁତ୍ୱପୂର୍ଣ୍ଣ । କାରଣ ଷ୍ଟେଜ ୩ରେ ବାସ୍ତବ ରୋଗୀଙ୍କ ଉପରେ ଏହାର ପରୀକ୍ଷା ହୋଇଥାଏ । ତେବେ ଏହା କୋଭିଡ ଭୂତାଣୁର ହ୍ୟୁମାନ ଟ୍ରାଏଲରେ ଯେ ପ୍ରତିବନ୍ଧକ ସୃଷ୍ଟି କରିବ ତା’ର ନିର୍ଦ୍ଦିଷ୍ଟ ଭାବେ ପ୍ରମାଣ ନାହିଁ। ହୁଏତ ଏଭଳି ସ୍ଥିତି ଆଗକୁ ଆସିପାରେ,’’ ସେ କହିଛନ୍ତି ।

ଏହି ବି ପଢ଼ନ୍ତୁ ଏଣିକି ଟ୍ରେନ୍ ଭିତରେ ଭିକ ମାଗିଲେ ଓ ସିଗାରେଟ୍ ଟାଣିଲେ ଜେଲ୍ ଦଣ୍ଡ ହେବ ନାହିଁ; ବଦଳୁଛି ନିୟମ

ଏହି ବି ପଢ଼ନ୍ତୁ ଭାରତକୁ ମିଳିଲା ଆମେରିକା ସମେତ ୪ଟି ବଡ଼ ଦେଶର ସମର୍ଥନ; ଚୀନରୁ ଭାରତ ଆସିଲା Apple ର ୮ଟି କାରଖାନା

‘‘ଷ୍ଟେଜ ୦ ଓ ଷ୍ଟେଜ ୧ ଟ୍ରାଏଲ ସମୟରେ ମଧ୍ୟ ଏଭଳି ଆଶଙ୍କା ପ୍ରକାଶ ପାଇଥିଲା । ସେତେବେଳେ ମଧ୍ୟ ଏହା ଉପରେ ଆମେ ଗୁରୁତ୍ୱ ଦେଇଥିଲୁ । ଏବେ ସୁଦ୍ଧା ସେଭଳି କିଛି ଉପୁଜିନଥିବା ବେଳେ ଆଗକୁ ଏଭଳି ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ,’’ କହିଛନ୍ତି ଡଃ ରାଓ ।



କରୋନା ଟିକାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଏହା ଉପରେ ନିର୍ଭର କରୁଛି ଦେଶର ଆଗାମୀ ସମୟର ସାମାଜିକ ଓ ଅର୍ଥନୈତିକ ଦୃଶ୍ୟ । ଏହାର ଅନିଶ୍ଚିତତା ଏବେ ଅନେକଙ୍କୁ ନିଶ୍ଚୟ ହତାଶ କରିବ ।
Published by:Anand Shankar Thankur Das
First published: