ବଢ଼ିଲା ଆଶା: ଆସନ୍ତା ସପ୍ତାହରୁ ସମ୍ ହସ୍ପିଟାଲରେ ଆରମ୍ଭ ହେବ କୋଭିଡ ଟିକାର ମାନବ ପରୀକ୍ଷଣ

ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ କେବଳ ଟିକାର ପାର୍ଶ୍ଵ ପ୍ରତିକ୍ରିୟାକୁ ଦେଖାଯାଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ଲୋକଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତିକୁ ଦେଖାରାଯାଇଥିଲା । ତୃତୀୟ ପର୍ଯ୍ୟାୟରେ ଟିକାର ପ୍ରଭାବକୁ ଦେଖାଯିବ ।

ବଢ଼ିଲା ଆଶା: ଆସନ୍ତା ସପ୍ତାହରୁ ସମ୍ ହସ୍ପିଟାଲରେ ଆରମ୍ଭ ହେବ କୋଭିଡ ଟିକାର ମାନବ ପରୀକ୍ଷଣ
କୋଭାକ୍ସିନର ପ୍ରତୀକାତ୍ମକ ଛବି; (ଡାହାଣ) ସମ୍ କୋଭିଡ୍ ହସପିଟାଲ
  • News18 Odia
  • Last Updated: November 13, 2020, 11:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆସନ୍ତା ସପ୍ତାହ ଆରମ୍ଭରୁ ରାଜ୍ୟରେ ଆରମ୍ଭ ହେବ କରୋନା ଟିକା ବା କୋଭାକ୍ସିନର ତୃତୀୟ ତଥା ଗୁରୁତ୍ୱପୂର୍ଣ୍ଣ ମାନବ ପରୀକ୍ଷଣ । ରାଜ୍ୟର ଏକ ମାତ୍ର କେନ୍ଦ୍ର ଭାବେ ଭୁବନେଶ୍ବରର ସମ୍‌ ହସ୍ପିଟାଲରେ ଏହି ମାନବ ପରୀକ୍ଷଣ ହେବ । ଏଥିରେ ସାମିଲ ହେବେ ଏକ ହଜାରରୁ ଅଧିକ ସ୍ୱେଚ୍ଛାସେବୀ ।

ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷଣର ସଫଳତା ପରେ ଏହି  ତୃତୀୟ ପର୍ଯାୟ ପରୀକ୍ଷଣ ଉପରେ ଏବେ ସମସ୍ତଙ୍କ ନଜର । ଏଥି ପାଇଁ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ବିଭାଗୀୟ ଅଧିକାରୀମାନେ କହିଛନ୍ତି । ସାରା ଦେଶର ୨୧ଟି ମାନବ ପରୀକ୍ଷଣ କେନ୍ଦ୍ର ଭିତରେ  ରାଜ୍ୟରୁ ଏକ ମାତ୍ର ପରୀକ୍ଷଣ କେନ୍ଦ୍ର ଭାବେ ସ୍ଥାନୀତ ହୋଇଛି ସମ୍‌ ହସ୍ପିଟାଲ ।

ଏହା ବି ପଢ଼ନ୍ତୁ | ୧୦ ମାସର ଶିଶୁ ପୁତ୍ରକୁ ଧରି ଥାନାରେ କର୍ତ୍ତବ୍ୟ ପାଳନ କରୁଛନ୍ତି ମହିଳା କନଷ୍ଟେବଲ୍; ତାଙ୍କ ସ୍ୱାମୀ ସେନାରେ କାର୍ଯ୍ୟରତ

‘‘ଆଗାମୀ ସପ୍ତାହରୁ ଆମ କୋଭାକ୍ସିନ କେନ୍ଦ୍ରରେ ଆରମ୍ଭ ହେଉଛି ତୃତୀୟ ପର୍ଯ୍ୟାୟ ହ୍ୟୁମାନ ଟ୍ରାଏଲ ବା କୋଭିଡ ଟିକାର ମାନବ ପରୀକ୍ଷଣ । ଦେଶରେ କାର୍ଯ୍ୟକ୍ଷମ ଥିବା ମୋଟ ୨୧ଟି କେନ୍ଦ୍ରରେ ୨୬ ହଜାର ଲୋକଙ୍କ ଦେହରେ ଏହି ମାନବ ପରୀକ୍ଷଣ ହେଉଛି । ଆମର ଏଠି ୨,୦୦୦ରୁ ଅଧିକ ସ୍ୱେଚ୍ଛାସେବୀଙ୍କ ଦେହରେ ହେବ ଏହି ପରୀକ୍ଷଣ । ପ୍ରଥମ ଦୁଇଟି ଟ୍ରାଏଲ ସଫଳତାର ସହ ଶେଷ ହୋଇଛି । ଏହି ତୃତୀୟ ପର୍ଯ୍ୟାୟ ପରୀକ୍ଷଣକୁ ନେଇ ଆମେ ବହୁତ ଆଶାନ୍ୱିତ ଅଛୁଁ,’’ କହିଛନ୍ତି ସମ୍‌ କୋଭାକ୍ସିନ କେନ୍ଦ୍ରର ପ୍ରିନ୍ସିପାଲ ଇନଭେଷ୍ଟିଗେଟର ବା ବିଭାଗୀୟ ମୁଖ୍ୟ ଡାକ୍ତର ଇ. ଭେଙ୍କଟ ରାଓ ।

ସମ୍ କୋଭାକ୍ସିନ କେନ୍ଦ୍ରର ମୁଖ୍ୟ ଡାକ୍ତର ଇ. ଭେଙ୍କଟ ରାଓ


ମାନବ ପରୀକ୍ଷଣରେ ୧୮ ବର୍ଷରୁ ଆରମ୍ଭ କରି ୬୦ ବର୍ଷ ବୟସ୍କ ଓ ବିଭିନ୍ନ ଜଟିଳ ରୋଗ ଭୋଗୁଥିବା ରୋଗୀଙ୍କ ଉପରେ ଏହି ଟିକା ପ୍ରୟୋଗ କରାଯିବ ବୋଲି ସେ କହିଛନ୍ତି । ପୂର୍ବରୁ ଶେଷ ହୋଇଥିବା ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ କେବଳ ଟିକାର ପାର୍ଶ୍ଵ ପ୍ରତିକ୍ରିୟାକୁ ଅନୁଧ୍ୟାନ କରାଯାଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ଲୋକଙ୍କ ଦେହରେ ଥିବା ରୋଗ ପ୍ରତିରୋଧକ ଶକ୍ତିକୁ ଅନୁଧ୍ୟାନ କରାଯାଇଥିଲା ।

ଏହା ବି ପଢ଼ନ୍ତୁ | ବିବାହିତା ଶିକ୍ଷୟତ୍ରୀ ୧୫ ବର୍ଷୀୟ ଛାତ୍ର ସହ ଶାରୀରିକ ସମ୍ପର୍କ ରଖିଲେ, କହିଲେ, ‘‘ମୁଁ ଗର୍ଭବତୀ ହେଲି’’

ତୃତୀୟ ପର୍ଯ୍ୟାୟରେ ଟିକାର ପ୍ରଭାବକୁ ଅନୁଶୀଳନ କରାଯିବ । ବିଶେଷ କରି ଏହି ଟିକା କୋଭିଡ୍‌ ରୋଗ ଉପରେ କାବୁ ପାଇ ପାରୁଛି ନା ନାହିଁ ତାହା ଉପରେ ଗୁରୁତ୍ୱ ଦିଆଯିବ। ସେଥି ପାଇଁ ଏ ଥର ଅଧିକ ଯତ୍ନଶୀଳ ହେବାକୁ ପଡ଼ିବ ବୋଲି କହିଛନ୍ତି ଭେଙ୍କଟ ରାଓ ।



ରାଜ୍ୟ ବରିଷ୍ଠ ଡାକ୍ତରମାନେ ଏହି ପ୍ରଗତିକୁ ସ୍ବାଗତ କରିବା ସହିତ ମାନବ ପରୀକ୍ଷଣରେ ଭାଗ ନେଉଥିବା ସ୍ବେଚ୍ଛାସେବୀଙ୍କ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଆଯିବା ଉଚିତ ବୋଲି ମତ ରଖିଛନ୍ତି । ବରିଷ୍ଠ ଡାକ୍ତର ତଥା ଓମସାର ପୂର୍ବତନ ସଭାପତି ଡାକ୍ତର ମଧୁସୂଦନ ମିଶ୍ର କହିଛନ୍ତି, ‘‘ଏହି ପର୍ଯାୟ ହେଉଛି କୋଭିଡ ଟିକା ପରୀକ୍ଷଣର ସବୁ ଠୁଁ ଗୁରୁତ୍ୱପୂର୍ଣ୍ଣ ପର୍ଯାୟ । ଏଥିରୁ ସ୍ପଷ୍ଟ ହେବ ବାସ୍ତବରେ ଏହାର ପ୍ରୟୋଗ କଲେ ଫଳାଫଳ କ’ଣ ରହୁଛି । ବିଶେଷ କରି ଏହା ଅନ୍ୟ ରୋଗାକ୍ରାନ୍ତ ଲୋକଙ୍କ ଉପରେ କେମିତି ପ୍ରଭାବ ରଖୁଛି ତାହା ଦେଖାଯିବ । ସରକାର ମଧ୍ୟ ଏ ଦିଗରେ ଅଧିକ ଯତ୍ନଶୀଳ ହେବା ଦରକାର ।’’
Published by: Anand Shankar Thankur Das
First published: November 13, 2020, 11:52 PM IST
corona virus btn
corona virus btn
Loading