ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ମାର୍ଚ୍ଚ ୧ରୁ ବରିଷ୍ଠ ନାଗରିକଙ୍କୁ ଦିଆଯିବ ଟିକା; ଉଭୟ ସରକାରୀ ଓ ଘରୋଇ ହସପିଟାଲରେ ମିଳିବ

ମାର୍ଚ୍ଚ ୧ରୁ ବରିଷ୍ଠ ନାଗରିକଙ୍କୁ ଦିଆଯିବ ଟିକା; ଉଭୟ ସରକାରୀ ଓ ଘରୋଇ ହସପିଟାଲରେ ମିଳିବ

ଏବେ ୬୦ ବର୍ଷ ବୟସରୁ ଅଧିକ ବୟସର ବ୍ୟକ୍ତି ନେଇପାରିବେ କରୋନା ଟିକା । ୪୫ ବର୍ଷରୁ ଉର୍ଦ୍ଧ୍ୱ କୋ-ମର୍ବିଡ଼ ବ୍ୟକ୍ତିଙ୍କୁ ବି ଦିଆଯିବ ଏହି ଟିକା । ୨୦ ପ୍ରକାର ରୋଗକୁ କୋ-ମର୍ବିଡିଟି ଭାବେ ଚିହ୍ନଟ କରାଯାଇଛି ।

ମାର୍ଚ୍ଚ ୧ରୁ ବରିଷ୍ଠ ନାଗରିକଙ୍କୁ ଦିଆଯିବ ଟିକା; ଉଭୟ ସରକାରୀ ଓ ଘରୋଇ ହସପିଟାଲରେ ମିଳିବ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: February 27, 2021, 10:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମାର୍ଚ୍ଚ ୧ରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ କୋଭିଡ୍‌ ଟିକାକରଣ । ଏଥିରେ ସିନିଅର ସିଟିଜେନମାନଙ୍କୁ ଟିକା ଦିଆଯିବ । ଭୁବନେଶ୍ୱରରେ ୧୦ଟି ଘରୋଇ ଡାକ୍ତରଖାନା ଓ ୧୨ଟି ସରକାରୀ ଡାକ୍ତରଖାନାରେ ଦିଆଯିବ କରୋନା ଟିକା । ଆରୋଗ୍ୟ ସେତୁ ଆପ ଓ କୋଭିଡ଼ ୨.୦ ପୋର୍ଟାଲରେ ପଞ୍ଜିକରଣ କଲେ ମିଳିବ ଭାକ୍ସିନ ।

ପ୍ରଥମ ଦିନ, ଅର୍ଥାତ ସୋମବାର ଦିନ, ପ୍ରତି କେନ୍ଦ୍ରରେ ୬୦ ଜଣଙ୍କୁ ଦିଆଯିବ ଟିକା । ଘରୋଇ ଡାକ୍ତରଖାନାରେ ମଙ୍ଗଳବାର ଠାରୁ ଟିକାକରଣ ଆରମ୍ଭ ହେବ । ସରକାରୀ ହସପିଟାଲରେ ମାଗଣା ଓ ଘରୋଇ ହସପିଟାଲରେ ୧୦୦ ଟଙ୍କା ସର୍ଭିସ ଚାର୍ଜ ଲାଗିବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଏହି ବ୍ୟକ୍ତିଙ୍କୁ ତତକ୍ଷଣାତ୍ ମିଳିଗଲା ନିଜ କର୍ମର ଫଳ! VIDEO ଭାଇରାଲ୍ ହେଲା; ଦେଖନ୍ତୁ

‘‘ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆମେ ପ୍ରସ୍ତୁତ ଅଛୁଁ । ୧ ତାରିଖ ଠାରୁ ଏହା ଆରମ୍ଭ ହେବ । ୬୦ ବର୍ଷ ବୟସରୁ ଅଧିକ ବୟସର ବ୍ୟକ୍ତି ନେଇପାରିବେ କରୋନା ଟିକା । ଏହା ସହ ୪୫ ବର୍ଷରୁ ଉର୍ଦ୍ଧ୍ୱ କୋମର୍ବିଡ଼ ବ୍ୟକ୍ତିଙ୍କୁ ବି ଦିଆଯିବ ଏହି ଟିକା । ୨୦ ପ୍ରକାର ରୋଗକୁ କୋମର୍ବିଡିଟି ଭାବେ ଚିହ୍ନଟ କରାଯାଇଛି । ସେହି ସାର୍ଟିଫିକେଟ ଆଧାରରେ ଟିକାକରଣ କରାଯିବ,’’ କହିଛନ୍ତି ବି.ଏମ୍‌.ସି. କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ବିଡିଏ କାର୍ଯ୍ୟାଳୟରେ ପ୍ରେମଚନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକର ଏକ ଦୃଶ୍ୟ


ଭୁବନେଶ୍ୱରରେ ଯେଉଁ ଘରୋଇ ହସପିଟାଲଗୁଡ଼ିକରେ ଟିକା ମିଳିବ ସେଗୁଡ଼ିକ ହେଉଛନ୍ତି ସମ୍, କିମ୍ସ, କଳିଙ୍ଗ, ବ୍ଲୁ ହ୍ୱିଲ୍‌, ଆଦିତ୍ୟ, ଅଶ୍ୱିନୀ, ଆମ୍ରି, ଉତ୍କଳ, ନୀଳାଚଳ, କେୟାର ଓ ହାଇଟେକ୍ ହସପିଟାଲ ।

ଏହା ବି ପଢ଼ନ୍ତୁ | ସୁନା ଦର ଆହୁରି କମିଲା; ପର୍ଯ୍ୟନ୍ତ ୧୦,୦୦୦ ଟଙ୍କା ଶସ୍ତା ହେଲାଣି; ଏବେ କିଣିବାର ଭଲ ସମୟ

ରାଜ୍ୟର ଜିଲ୍ଲା ଟିକାକରଣ କେନ୍ଦ୍ରଗୁଡ଼ିକରେ ପହଞ୍ଚି ସାରିଛି କରୋନା ଟିକା । ସରକାରୀ ହସ୍ପିଟାଲ ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ୧୮୩ଟି ହସ୍ପିଟାଲକୁ ଟିକାକରଣ କେନ୍ଦ୍ର କରିବା ପାଇଁ ଅନୁମତି ମିଳିବା ପରେ ପ୍ରସ୍ତୁତି ଆରମ୍ଭ ହୋଇଛି । ସରକାରଙ୍କ ନିର୍ଦ୍ଦେଶ ଆଧାରରେ ବି.ଏମ୍‌.ସି. ପକ୍ଷରୁ ବି କରାଯାଇଛି ବ୍ୟାପକ ବନ୍ଦୋବସ୍ତ ।

ଏହା ବି ପଢ଼ନ୍ତୁ | India vs England: ଚତୁର୍ଥ ଟେଷ୍ଟ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ ହେବ; କିଏ ପାଇବେ ସୁଯୋଗ?

ବର୍ତ୍ତମାନ କୋଭିଡ ସ୍ଥିତି ନୂଆ ରୂପ ନେଉଥିବାରୁ ଟିକାକରଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞମାନେ । ବାହାର ରାଜ୍ୟରେ ନୂଆ ନୂଆ ଷ୍ଟ୍ରେନ୍‌ ପରିଲକ୍ଷିତ ହେଉଥିବାରୁ ଓ ସ୍ଥିତି ବିଗାଡୁଥିବାରୁ ସରକାର ଅଧିକ କଠୋର ହେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ | Pub-G ଖେଳୁ ଖେଳୁ ବିବାହିତା ମହିଳାଙ୍କର ଯୁକ୍ତ- ଛାତ୍ର ସହ ପ୍ରେମ ହେଲା, ଘରୁ ପଳାଇ ଗଲେ

ପୂର୍ବ କରୋନା ଭାଇରସ ଅପେକ୍ଷା ମହାରାଷ୍ଟ୍ର ଓ ଅନ୍ୟ କିଛି ରାଜ୍ୟରେ ଦେଖାଦେଥିବା ଭାଇରସ୍‌ ଆଣ୍ଟିବଡି ସୃଷ୍ଟି ହୋଇଥିବା ବ୍ୟକ୍ତିଙ୍କୁ ବି ସଂକ୍ରମିତ କରିବାର କ୍ଷମତା ରଖୁଛି । ତେଣୁ ମାସ୍କ ପରିଧାନ ବାଧ୍ୟତାମୂଳକ କରିବା ସହ ଇନ୍‌ଡୋର୍‌ ହଲ୍‌ କାର୍ଯ୍ୟକ୍ରମ ଉପରେ କଟକଣା କରାଯିବା ଆବଶ୍ୟକ ବୋଲି କହିଛନ୍ତି ବିଶେଷଜ୍ଞମାନେ ।



ଏ ନେଇ ଶନିବାର ଦିନ ବିଡିଏ କାଏଯ୍ୟାଳୟରେ ବସିଥିଲା ଏକ ବୈଠକ । ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତରଖାନାର କର୍ତ୍ତୃପକ୍ଷ ଯୋଗ ଦେଇଥିଲେ ଏହି ବୈଠକରେ ।
Published by: Anand Shankar Thankur Das
First published: February 27, 2021, 10:36 PM IST