ବଢ଼ିଲା ଆଶା: ଆଗାମୀ ସପ୍ତାହରେ ରାଜ୍ୟରେ ଆରମ୍ଭ ହେବ COVID ଟିକାର ମାନବ ପରୀକ୍ଷଣ

ଏହି ମାନବ ପରୀକ୍ଷଣରେ ସାରା ଦେଶରେ ମୋଟ ୨୫,୮୦୦ ଜଣ ଲୋକଙ୍କ ଦେହରେ ଏହି ଟିକା ପରୀକ୍ଷଣ ହେବାକୁ ଥିବା ବେଳେ ସେ ଭିତରୁ ଓଡ଼ିଶାରେ ମୋ’ଟ ୨,୦୦୦ ସ୍ବେଛାସେବୀଙ୍କ ଦେହରେ ଏହି ପରୀକ୍ଷଣ କରାଯିବ ।

ବଢ଼ିଲା ଆଶା: ଆଗାମୀ ସପ୍ତାହରେ ରାଜ୍ୟରେ ଆରମ୍ଭ ହେବ COVID ଟିକାର ମାନବ ପରୀକ୍ଷଣ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 26, 2020, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆଗାମୀ ସପ୍ତାହକ ଭିତରେ ରାଜ୍ୟରେ ଆରମ୍ଭ ହେବ କରୋନା ଟୀକାର (କୋଭାକ୍ସିନ) ତୃତୀୟ ତଥା ଗୁରୁତ୍ୱପୂର୍ଣ୍ଣ ମାନବ ପରୀକ୍ଷଣ, ଯାହାକୁ ସରକାରୀ ସ୍ତରରେ ଅନୁମତି ମିଳିଛି । ପ୍ରଥମ ଓ ଦ୍ଵିତୀୟ ପର୍ଯାୟ ପରୀକ୍ଷଣ ସଫଳତାର ସହ ସମାପ୍ତ ହୋଇଥିବା କାରଣରୁ  ତୃତୀୟ ପର୍ଯାୟ ପରୀକ୍ଷଣ ଉପରେ ଏବେ ସମସ୍ତଙ୍କ ନଜର।

ଏହି ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣରେ ସାରା ଦେଶରେ ମୋଟ ୨୫ ହଜାର ୮୦୦ ଲୋକଙ୍କ ଦେହରେ ଏହି  ଟୀକା ପରୀକ୍ଷଣ ହେବାକୁ ଥିବା ବେଳେ ସେ ଭିତରୁ ଓଡ଼ିଶାରେ ମୋ’ଟ ୨,୦୦୦ ସ୍ବେଛାସେବୀଙ୍କ ଦେହରେ ଏହି ପରୀକ୍ଷଣ ଆରମ୍ଭ ହେବ ।

ସ୍ଵଦେଶରେ ବିକଶିତ ହେଉଥିବା କୋଭିଡ ଟୀକା "କୋଭିଡ କୋଭାକ୍ସିନ" ଶୀଘ୍ର ବଜାର ଉପଲବ୍ଧ ହେବାର ଆଶା ବଢ଼ିଛି । କାରଣ ଦେଶରେ କୋଭିଡ ଟୀକା ବିକଶିତ କରିବା ପ୍ରକ୍ରିୟାର ଫେଜ ୩ ବା ତୃତୀୟ ପର୍ଯାୟ ମାନବ ପରୀକ୍ଷଣ ପାଇଁ  କେନ୍ଦ୍ର ସରକାର ଦେଇ ସାରିଛନ୍ତି ସବୁଜ ସଙ୍କେତ। ଏହା ପରେ ଦେଶର ୨୧ଟି ମାନବ ପରୀକ୍ଷଣ କେନ୍ଦ୍ର ଭିତରେ ରାଜ୍ୟରୁ ଏକ ମାତ୍ର ପରୀକ୍ଷଣ କେନ୍ଦ୍ର ଭାବେ ସ୍ଥାନୀତ ସମ୍‌ ହସପିଟାଲର ଟୀକା ପରୀକ୍ଷଣ କାର୍ଯ୍ୟ ତ୍ଵରାନ୍ନିତ ହେବା ନେଇ ଆଶା ବଢ଼ିଛି ।

ସମ୍ କୋଭିଡ କୋଭାକ୍ସିନ କେନ୍ଦ୍ରର ପ୍ରିନ୍ସିପାଲ ଇନଭେସ୍ଟିଗେଟର ଡାକ୍ତର ଇପାରି ଭେଙ୍କଟ ରାଓ


ଏହା ବି ପଢ଼ନ୍ତୁ | କଙ୍ଗନା ରାଣାତଙ୍କ ବିରୋଧରେ FIR ଦାୟର କରିବାକୁ ପୋଲିସକୁ ଆଦେଶ ଦେଲେ କୋର୍ଟ

‘‘କେନ୍ଦ୍ର ସରକାରଙ୍କ ସବୁଜ ସଙ୍କେତ ମିଳିଥିବା କାରଣରୁ ଆଗାମୀ ସପ୍ତାହକ ଭିତରେ ସାରା ଦେଶରେ ଆରମ୍ଭ ହେବ କୋଭିଡ ଟୀକାର ତୃତୀୟ ପର୍ଯ୍ୟୟ ହ୍ୟୁମାନ ଟ୍ରାଏଲ ବା ମାବବ ପରୀକ୍ଷଣ। ଏହି ଟ୍ରାଏଲରେ ସାରା ଦେଶରେ ଥିବା ମୋଟ ୨୧ଟି କେନ୍ଦ୍ରରେ ୨୫ ହଜାର ୮୦୦ ଲୋକଙ୍କ ଦେହରେ ହେବ ଏହି ପରୀକ୍ଷଣ । ସେ ଭିତରୁ ଓଡ଼ିଶାର ଏକ ମାତ୍ର ଟ୍ରାଏଲ କେନ୍ଦ୍ର ସମରେ ୨,୦୦୦ରୁ ଅଧିକ ସ୍ୱେଚ୍ଛାସେବୀ ଙ୍କ ଦେହରେ ହେବ ଏହି ପରୀକ୍ଷଣ,’’ କହିଛନ୍ତି ସମ୍‌ କୋଭିଡ କୋଭାକ୍ସିନ କେନ୍ଦ୍ରର ପ୍ରିନ୍ସିପାଲ ଇନଭେସ୍ଟିଗେଟର ଡାକ୍ତର ଇପାରି ଭେଙ୍କଟ ରାଓ ।

ଏହା ବି ପଢ଼ନ୍ତୁ | ‘‘ପଶ୍ଚିମ ବଙ୍ଗରେ ଆସନ୍ତା ବର୍ଷ BJP ସରକାର ବନେଇବ,’’ କହିଲେ ଅମିତ ଶାହ

ସେ ଆହୁରି କହିଛନ୍ତି, "ପ୍ରଥମ ଦୁଇଟି ଟ୍ରାଏଲ ସଫଳତାର ଶେଷ ହୋଇଥିବାରୁ ତୃତୀୟ ପର୍ଯ୍ୟୟ ପରୀକ୍ଷଣକୁ ନେଇ ଆଶା ବଢ଼ିଛି । ଏହି ପରୀକ୍ଷଣରେ ୧୮ ବର୍ଷ ଯୁବକଙ୍କ ଠାରୁ ଆରମ୍ଭ କରି ବୟସ୍କ ଓ ବିଭିନ୍ନ ରୋଗ ଭୋଗୁଥିବା ରୋଗୀଙ୍କ ଉପରେ ମଧ୍ୟ ପ୍ରୟୋଗ କରାଯିବ ଏହି ଟୀକା ।  ବିକ୍ଷିପ୍ତ ଭାବେ ଏହି ୨,୦୦୦  ସ୍ବେଛାସେବୀଙ୍କ ଭିତରୁ କିଛି ଲୋକଙ୍କୁ ଟୀକା ଓ କିଛି ଲୋକଙ୍କୁ ଖାଲି ଡିଷ୍ଟିଲଡ୍‌ ୱାଟର ଦିଆଯିବ । ତା’ ପରେ ସେମାନଙ୍କ ଦେହରେ ହେଉଥିବା ପ୍ରତିକ୍ରିୟାକୁ ଅନୁଧ୍ୟାନ କରାଯିବ । ପରେ କେବଳ ଡିଷ୍ଟିଲଡ୍ ୱାଟର ଦିଆଯାଇଥିବା ଲୋକଙ୍କୁ ପୁଣି ଟୀକା ଦିଆଯିବ।’’



ଇମୁନୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା କହିଛନ୍ତି, ‘‘ସରିଥିବା ପ୍ରଥମ ପର୍ଯାୟ ପରିକ୍ଷଣରେ କେବଳ ଟୀକାର ପାର୍ଶ୍ଵ ପ୍ରତିକ୍ରିୟା କୁ ଅନୁଧ୍ୟାନ କରାଯାଇଥିଲା। ଦ୍ଵିତୀୟ ପର୍ଯାୟରେ ଲୋକଙ୍କ ଦେହରେ ଥିବା ରୋଗ ପ୍ରତିରୋଧକ ଶକ୍ତିକୁ ଅନୁଧ୍ୟାନ କରାଯାଇଥିଲା । ଏବେ ତୃତୀୟ ପର୍ଯ୍ୟାୟରେ ଏହି ଟୀକା ରୋଗକୁ ଏଡ଼େଇ ପାରୁଛି ନା ନାହିଁ ତାହା ଉପରେ ଅଧିକ ଗୁରୁତ୍ୱ ଦିଆଯିବ।  ମାନବ ପରୀକ୍ଷଣ ପାଇଁ ଲୋକେ ନାମ ପଞ୍ଜିକରଣ ଆରମ୍ଭ କରିଥିବା ବେଳେ ଏହା ଆମ ରାଜ୍ୟ ପାଇଁ ଗୌରବ ଆଣିବ ।’’
Published by: Anand Shankar Thankur Das
First published: October 26, 2020, 11:59 PM IST
corona virus btn
corona virus btn
Loading