News18 Odia Digital
ଭୁବନେଶ୍ୱର: ଆଜି ଠାରୁ ରାଜ୍ୟର ସବୁ ବ୍ଲକ୍ ଓ ମୁନିସିପାଲିଟି ଅଞ୍ଚଳରେ କ୍ୟାମ୍ପେନ୍ ମୋଡ଼ରେ ଆରମ୍ଭ ହେବ କରୋନା ଟିକାକରଣ । କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ଚାଲିବାକୁଥିବା ଏହି ପ୍ରକ୍ରିୟାରେ ପ୍ରତ୍ୟେକ ଦିନ ରାଜ୍ୟରେ ୩ ଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ଟାର୍ଗେଟ୍ ରଖିଛନ୍ତି ସରକାର ।
ଟିକାକରଣ ବିଷୟରେ ସବୁ ଜିଲ୍ଲାପାଳ ଓ ମୁନିସିପାଲ୍ କମିସନରଙ୍କୁ ଚିଠି ଲେଖି ଜଣାଇଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଏହି ଟିକାକରଣ ପର୍ଯ୍ୟାୟରେ ଉଭୟ ରାଜ୍ୟ ଆଣିଥିବା ଓ କେନ୍ଦ୍ର ସରକାର ଯୋଗାଇଥିବା ଟିକା ଲୋକମାନଙ୍କୁ ଦିଆଯିବ । ପ୍ରତ୍ୟେକ ବ୍ଲକରେ ପାଞ୍ଚଟି ଲେଖାଏଁ ସେସନ୍, ଏନ୍.ଏ.ସି.ରେ ବି ପାଞ୍ଚଟି ଲେଖାଏଁ ସେସନ୍, ପୌର ପରିଷଦରେ ୧୦ଟି ଓ ମହାନଗର ନିଗମରେ ୨୦ଟି ଲେଖାଏଁ ସେସନ୍ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଉଭୟ ଅନଲାଇନ୍ ଓ ଅଫଲାଇନ୍ ଟିକାକରଣ ପାଇଁ ଜିଲ୍ଲା ସ୍ତରରେ ଯୋଜନା କରାଯିବ । ସଠିକ ସମୟରେ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବା ଉପରେ ଗୁରୁତ୍ୱ ଦେବା ପାଇଁ ସବୁ ଜିଲ୍ଲାପାଳ ଓ ମୁନସିପାଲ୍ କମିସନରମାନଙ୍କୁ ନିର୍ଦେଶ ଦେଇଛନ୍ତି ମହାପାତ୍ର ।
ଏହା ବି ପଢ଼ନ୍ତୁ | କର୍ଫ୍ୟୁ ବେଳେ ଗର୍ଲଫ୍ରେଣ୍ଡକୁ ଭେଟିବାକୁ ମୁମ୍ବାଇ ପୋଲିସକୁ ଅନୁରୋଧ କଲା ଯୁବକ; ମିଳିଲା ଏହି ଜବାବ‘‘ରାଜ୍ୟରେ ୨,୦୦୦ଟି ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବ । ବର୍ତ୍ତମାନ ଆମ ପାଖରେ ୧୦ ଲକ୍ଷ କୋଭିସିଲିଡ୍ ଟିକା ଓ ଚାରି ଲକ୍ଷ କୋଭାସ୍କିନ୍ ଟିକା ମହଜୁଦ ରହିଛି । ଉଭୟ ୫୦ ପ୍ରତିଶତ ଅନଲାଇନ୍ ଓ ୫୦ ପ୍ରତିଶତ ଅନ୍-ସ୍ପଟ୍ ରେଜିଷ୍ଟ୍ରେସନ୍ ମାଧ୍ୟମରେ ଟିକାକରଣ କରାଯିବ । ଜିଲ୍ଲାୱାରି ତାଲିକା ମଧ୍ୟ ପ୍ରସ୍ତୁତ ହୋଇଛି । ଯେଉଁଠି ଲୋକେ ଟିକା ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ସେଠି ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯିବ,’’ କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ପ୍ରେମରେ ବଡ଼ ଭାଇ ବାଧା ସାଜିବାରୁ ପ୍ରେମିକ ସହ ମିଶି ତା’ ମୁଣ୍ଡ କାଟି ହତ୍ୟା କଲେ ଅଭିନେତ୍ରୀ ଶନାୟାସ୍ୱାସ୍ଥ୍ୟ ବିଶେଷଜ୍ଞ ଡଃ ନିରୋଜ ମିଶ୍ର କହିଛନ୍ତି ଯେ ଶିକ୍ଷାର ଅଭାବରୁ ଅନେକ ଲୋକ ଟିକା ନେବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ତେଣୁ ସେମାନଙ୍କୁ ବ୍ୟାପକ ଜନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରିବାକୁ ହେବ ବୋଲି ସେ କହିଛନ୍ତି । ‘‘ଟିକାକରଣ ଦ୍ୱାରା କ’ଣ ଲାଭ ହେବ ତାଙ୍କୁ ସେ ବିଷୟରେ ଅବଗତ କରିବାକୁ ପଡ଼ିବ । ଏଥି ପାଇଁ ସ୍ଥାନୀୟ ସ୍ତରରୁ କାର୍ଯ୍ୟକ୍ରମ ହାତକୁ ନିଆଯିବାର ଆବଶ୍ୟକତା ରହିଛି । ସ୍କୁଲ୍ ଶିକ୍ଷକ, ବରିଷ୍ଠ ଲୋକେ, ମୁରବୀ ଶ୍ରେଣୀୟ ଲୋକେ, ଆଶା କର୍ମୀ ଓ ସେହି ଅଞ୍ଚଳର ସରପଞ୍ଚମାନଙ୍କୁ ଦାୟିତ୍ୱ ଦେଇ ଟିକା ନେବା ଲାଗି ଲୋକଙ୍କୁ ସଚେତନ କରିବାକୁ ହେବ । ଟିକା ଯେ ରୋଗକୁ ଗୁରୁତର ହେବାରୁ ଓ ମୃତ୍ୟୁ ହେବାରୁ ରୋକି ପାରୁଛି ଏହି ତଥ୍ୟ ଲୋକଙ୍କୁ ଅବଗତ କରାଯିବା ଦରକାର,’’ ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ‘ମୁଁ ୩ ଥର ଗର୍ଭଧାରଣ କରିବା ପରେ ବୁଝିଲି ଶିଶୁ ଫୁଲା ସମୟରେ କେମିତି ଡ୍ରେସ୍ ପିନ୍ଧନ୍ତି’: ଲିସା ହେଡନ୍ଗାଁମାନଙ୍କରେ ଟିକାକରଣ କେନ୍ଦ୍ର ଖୋଲିଲେ ବା ମୋବାଇଲ୍ ୟୁନିଟ୍ ମାଧ୍ୟମରେ ଲୋକଙ୍କ ଘର ପାଖରେ ଟିକା ଦିଆଗଲେ ସମସ୍ତେ ଟିକା ନେବାକୁ ରାଜି ହେବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ଡଃ ମିଶ୍ର । ଉପାନ୍ତ ଅଞ୍ଚଳରେ ଟିକା ନେବାକୁ ଅନିଚ୍ଛୁକ ଥିବା ଲୋକଙ୍କୁ ଏକ ସ୍ବତନ୍ତ୍ର ଡ଼୍ରାଇଭ୍ ଜରିଆରେ ଟିକା ଦେବା ଉଚିତ ବୋଲି ସେ କହିଛନ୍ତି ।
ଜାନୁଆରୀ ୧୬ ତାରିଖରୁ ଜୁନ୍ ୧୯ ତାରିଖ ମଧ୍ୟରେ ରାଜ୍ୟରେ ୯୩.୭୩ ଲକ୍ଷ ଡୋଜ୍ ଟିକା ଦିଆଯାଇଛି । ସେଥି ମଧ୍ୟରୁ ୧୭.୯୭ ଲକ୍ଷ ଲୋକ ଦୁଇଟି ଯାକ ଡୋଜ୍ ଟିକା ନେଇ ସାରିଛନ୍ତି । ୧୮ ବର୍ଷ ଓ ତା’ଠୁ ଅଧିକ ବୟସର ୩.୦୯ କୋଟି ରାଜ୍ୟବାସୀଙ୍କୁ ୬.୧୮ କୋଟି ଡୋଜ୍ ଟିକା ଦେବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।