Covid Vaccination: ଟୀକାକରଣର ଦ୍ୱିତୀୟ ପର୍ଯ୍ୟାୟରେ PM, CM ଓ ସାଂସଦଙ୍କୁ ଦିଆଯିବ ଟିକା
Covid Vaccination: ଦେଶରେ ଟିକା କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଲୋକମାନେ ଏହାର ସତ୍ୟତା ଉପରେ ପ୍ରଶ୍ନ କରିଥିଲେ । ଏଭଳି ପରିସ୍ଥିତିରେ ଟିକା ବିଷୟରେ ପ୍ରସ୍ତୁତ ହୋଇଥିବା ଜାତୀୟ ଟାସ୍କ ଫୋର୍ସ ମଧ୍ୟ ସ୍ୱୀକାର କରିଛି ଯେ ଏହି ଟିକାକୁ ୨୭ କୋଟି ଲୋକଙ୍କ ନିକଟରେ ପ୍ରୟୋଗ କରିବା ପାଇଁ ନେତାଙ୍କ ସହଯୋଗ ଆବଶ୍ୟକ ।

ଟୀକାକରଣର ଦ୍ୱିତୀୟ ପର୍ଯ୍ୟାୟରେ PM, CM ଓ ସାଂସଦଙ୍କୁ ଦିଆଯିବ ଟିକା
- News18 Odia
- Last Updated: January 21, 2021, 12:38 PM IST
Covid Vaccination: କରୋନା ଭାଇରସ (Corona Virus) ବିରୋଧରେ ଦେଶରେ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସରକାର ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀଙ୍କୁ (Health Workers) ସାମିଲ କରିଛନ୍ତି । ସୂତ୍ରରୁ ପ୍ରକାଶ ଯେ ଟିକା କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ରାଜନେତାମାନଙ୍କୁ ଏହି ଟିକା ଦିଆଯାଇପାରେ । ଏହି ସମୟରେ ସେହି ସାଂସଦ ଓ ବିଧାୟକମାନଙ୍କୁ ଟିକା ଦିଆଯାଇପାରେ ଯେଉଁମାନେ ବୟସ୍କ ଓ ରୋଗ ସହ ସଂଗ୍ରାମ କରୁଛନ୍ତି । ବିଶେଷ କଥା ହେଉଛି ଦେଶର ଅନେକ ବଡ ନେତାଙ୍କ ବୟସ ୮୦ ବର୍ଷରୁ ଅଧିକ । ଯେଉଁମାନଙ୍କୁ ଟିକା କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦିଯାଇପାରେ । ଏହିପରି ଦୁଇ ପ୍ରଧାନ ମନ୍ତ୍ରୀଙ୍କ ମଧ୍ୟରେ ମନମୋହନ ସିଂ ଓ ଏଚଡି ଦେବ ଗୌଡା ଅଛନ୍ତି ।
ଏହା ହୁଏତ ସରକାରଙ୍କ ଯୋଜନା ହୋଇପାରେ
କୁହାଯାଉଛି ଯେ ସରକାର ପ୍ରତ୍ୟେକ ପର୍ଯ୍ୟାୟ ପାଇଁ ଅଲଗା ପ୍ରସ୍ତୁତି କରିଛନ୍ତି । ଏଭଳି ପରିସ୍ଥିତିରେ ଦେଶରେ ଟିକା କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ କୌଣସି ଜନ ପ୍ରତିନିଧୀଙ୍କୁ ଟିକା ଦିଆଯିବ ନାହିଁ । ରିପୋର୍ଟ ଗୁଡିକରେ ଟିକା ପ୍ରଣାଳୀ ସହିତ ଜଡିତ ଜଣେ ଅଧିକାରୀଙ୍କୁ ସୂଚିତ କରାଯାଇଛି ।
ଦେଶରେ ଟିକା କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ମଧ୍ୟ ଲୋକମାନେ ଏହାର ସତ୍ୟତା ଉପରେ ପ୍ରଶ୍ନ କରିଥିଲେ । ସୂଚନାନୁସାରେ ଏଭଳି ପରିସ୍ଥିତିରେ ଟିକା ବିଷୟରେ ପ୍ରସ୍ତୁତ ଜାତୀୟ ଟାସ୍କ ଫୋର୍ସ ମଧ୍ୟ ସ୍ବୀକାର କରିଛି ଯେ ଏହି ଟିକାକୁ ୨୭ କୋଟି ଲୋକଙ୍କ ନିକଟରେ ପ୍ରୟୋଗ କରିବା ପାଇଁ ନେତାଙ୍କ ସହଯୋଗ ଆବଶ୍ୟକ । ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଯଦି ଟିକା କାର୍ଯ୍ୟକ୍ରମରେ ରାଜନେତାମାନେ ଜଡିତ ହୁଅନ୍ତି । ତେବେ ଏହା ଲୋକଙ୍କ ମନରେ ଥିବା ଟିକା ଉପରେ ଥିବା ସନ୍ଦେହ ଦୂର କରିବାରେ ସାହାଯ୍ୟ କରିବ ।