ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ରାଜ୍ୟରେ ୪କୋଟି ଟପିଲା କୋଭିଡ ଟିକାକରଣ; ଗ୍ରାମାଞ୍ଚଳକୁ ଦିଆଯିବ ଅଧିକ ଫୋକସ

ରାଜ୍ୟରେ ୪କୋଟି ଟପିଲା କୋଭିଡ ଟିକାକରଣ; ଗ୍ରାମାଞ୍ଚଳକୁ ଦିଆଯିବ ଅଧିକ ଫୋକସ

ରାଜ୍ୟରେ କରୋନା ଟିକାକରଣ ଚାରି କୋଟି ଟପିଛି। ଡିସେମ୍ବର ଶେଷସୁଦ୍ଧା ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଟିକା ଦିଆଯିବ। ଏଥିପାଇଁ ଟିକାକରଣ କେନ୍ଦ୍ର ବଢାଯିବା ସହିତ ଗ୍ରାମାଞ୍ଚଳକୁ ଅଧିକ ଫୋକସ କରାଯିବ।

ରାଜ୍ୟରେ ୪କୋଟି ଟପିଲା କୋଭିଡ ଟିକାକରଣ; ଗ୍ରାମାଞ୍ଚଳକୁ ଦିଆଯିବ ଅଧିକ ଫୋକସ
ରାଜ୍ୟରେ କରୋନା ଟିକାକରଣ ୪କୋଟିରେ ପହଞ୍ଚିଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 12, 2021, 7:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କରୋନା ଟିକାକରଣ ଚାରି କୋଟି ଟପିଛି। ଡିସେମ୍ବର ଶେଷସୁଦ୍ଧା ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଟିକା ଦିଆଯିବ। ଏଥିପାଇଁ ଟିକାକରଣ କେନ୍ଦ୍ର ବଢାଯିବା ସହିତ ଗ୍ରାମାଞ୍ଚଳକୁ ଅଧିକ ଫୋକସ କରାଯିବ। ସେପଟେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର ଘର ଦସ୍ତକ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ କହିଛନ୍ତି। ୟୁରୋପକୁ ଛାଡି ଅନ୍ୟ ସ୍ଥାନରେ ସଂକ୍ରମଣ କମୁଥିବା ବେଲେ ଏବେବି ଆମେ ବିପଦମୁକ୍ତ ନୁହଁନ୍ତି ଵୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ।

ରାଜ୍ୟରେ କୋଭିଡ ଟୀକାକରଣ ଚାରି କୋଟି ଛୁଇଁଛି। ୧୮ ବର୍ଷରୁ ଅଧିକ ସମସ୍ତଙ୍କ ପ୍ରଥମ ଡୋଜ ଟିକାକରଣ ଡିସେମ୍ବର ସୁଦ୍ଧା ସାରିବାକୁ ଟାର୍ଗେଟ ରଖିଛି ସ୍ବାସ୍ଥ୍ୟ ବିଭାଗ। ଏଥି ପାଇଁ ରାଜ୍ୟରେ ଟୀକାକରଣ କେନ୍ଦ୍ର ବଢାଯାଇଛି। ପୂର୍ବରୁ ୧୬୦୦ କେନ୍ଦ୍ର ଥିବା ବେଳେ ଏବେ ବଢାଇ ୨୪୦୦ କେନ୍ଦ୍ର କରାଯାଇଛି। ବିଶେଷ କରି ଗ୍ରାମାଞ୍ଚଳକୁ ଫୋକସ କରି ଟିକାକରଣକେନ୍ଦ୍ର ଖୋଲା ଯାଉଛି। ଯେଉଁ ଗ୍ରାମରେ ୧୦୦ରୁ ଅଧିକ ଟୀକା ନେଇ ନ ଥିବା ଲୋକ ଅଛନ୍ତି ସେଠାରେ କେନ୍ଦ୍ର ଖୋଲା ଯାଇଛି। ବର୍ତ୍ତମାନ ସୁଦ୍ଧା ୪-କୋଟି ଡୋଜ ଦିଆସରିଲାଣି।।

"ନଭେମ୍ବର ୧୨ ତାରିଖ ଦିନ ୧୨ଟା ସୁଦ୍ଧା ୨ କୋଟି ୬୬ ଲକ୍ଷ ୫୪ହଜାର ୧୯୩ ଜଣ ପ୍ରଥମ ଡ଼ୋଜ୍ ଓ ୧ କୋଟି ୩୨ ଲକ୍ଷ ୨୦ ହଜାର ୦୯୨ ଦ୍ବିତୀୟ ଡ଼ୋଜ୍ ନେଇଛନ୍ତି।ଏବେବି ୩୧ ଲକ୍ଷ ଦ୍ବିତୀୟ ଡୋଜ ଅପେକ୍ଷାରେ। ନଭେମ୍ବର ୨ ରୁ ହର ଘର ଦସ୍ତକ କାର୍ଯ୍ୟକ୍ରମ ପରେ ଦ୍ବିତୀୟ ଡ଼ୋଜ ୩୫% ରୁ ବଢି ୪୦% ହୋଇଛି। ସେହି ପରି ପ୍ରଥମ ଡୋଜ୍ ୮୨ ପ୍ରତିଶତ ଲୋକ ନେଇଥିବା ବେଳେ ୪୧ ପ୍ରତିଶତ ଉଭୟ ଡୋଜ୍ ଦିଆ ସରିଛି। ଦେଶରେ ୧୮ ବର୍ଷରୁ ଅଧିକ ୭୯ ପ୍ରତିଶତ ପ୍ରଥମ ଡୋଜ ନେଇଥିବା ଵେଳେ ୩୮ ପ୍ରତିଶତ ଦ୍ବିତୀୟ ଡୋଜ ନେଇଛନ୍ତି," କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

ଅନ୍ୟଦେଶରେ ସଂକ୍ରମଣ ବଢୁଛି, ହେଲେ ଆମ ଦେଶରେ ଯେହେତୁ ବଢିନି ଆମକୁ ସତର୍କ ରହିବାକୁ ପଡିବ l ଯେଉଁ ଅଲଗା ଜାଗାରେ ସଂକ୍ରମଣ ହେଉଥିଲା ତାର ୩-୪ ମାସପରେ ଆମ ଦେଶ ରେ ହୋଇଥିଲା ତେଣୁ ଏହି ସମୟ ଆମପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ l ରାଜ୍ୟରେ ସ୍ଥିତି ଭଲ ଅଛି l ଜୁଲାଇ ମାସରୁ ଯେଉଁ ପ୍ଲାଟୁ ଷ୍ଟେଜ ରେ ରହିଆସିଥିଛେ ତାହା ଏବେ କମୁଛି କିନ୍ତୁ କମ ରେଟରେ କମୁଛି। ସବୁ ଇମୁନାଇଜେସନର ପ୍ରାୟ ବୁଷ୍ଟର ଦେବାର ଦରକାର ଥାଏ l ଅନ୍ୟ ଯେଉଁ ବୁଷ୍ଟର ଦିଆଯଉଛି ତାହା ବହୁ ପରୀକ୍ଷିତ। ଯେହେତୁ କୋଭିଡ ଗୋଟେ ନୂଆ ଜିନିଷ ତେଣୁ ବର୍ତ୍ତମାନ ବୁଷ୍ଟର ଉପରେ ତର୍ଜମା ଚାଲିଛି ଗବେଷଣା ଚାଲିଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ଦେଶରେ ୧୨ କୋଟିରୁ ଅଧିକ ହିତାଧିକାରୀଙ୍କ ପାଇଁ ଦ୍ବିତୀୟ ଡୋଜ ନେବାର ସମୟ ହୋଇଯାଇଛି। ସମସ୍ତେ ଠିକ ସମୟରେ ଟିକା ନେବା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜ୍ଯ ସ୍ବାସ୍ଥ୍ୟ ମନ୍ତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି।
Published by: Soumya Das
First published: November 12, 2021, 7:04 PM IST