ଭଲ ଖବର: ଜୁଲାଇ ଶେଷ ବା ଅଗଷ୍ଟରେ ଆରମ୍ଭ ହୋଇପାରେ ପିଲାମାନଙ୍କ COVID ଟିକାକରଣ

COVID vaccination for children likely in July end or August | ଦିଲ୍ଲୀ ଏମ୍ସର ମୁଖ୍ୟ ଡଃ ରଣଦୀପ୍ ଗୁଲେରିଆ କହିଛନ୍ତି ଯେ ପିଲାମାନଙ୍କ ପାଇଁ କୋଭିଡ ଟିକା ଉପଲବ୍ଧ ହେବା ଏକ ମହତ୍ୱପୂର୍ଣ୍ଣ ସଫଳତା ହେବ ଓ ଏହା ଦ୍ୱାରା ସ୍କୁଲ୍ ଖୋଲିବା ଓ ପିଲାମାନଙ୍କ ବାହାରକୁ ଯିବା ଆସିବାର ବାଟ ଫିଟିବ ।

ଭଲ ଖବର: ଜୁଲାଇ ଶେଷ ବା ଅଗଷ୍ଟରେ ଆରମ୍ଭ ହୋଇପାରେ ପିଲାମାନଙ୍କ COVID ଟିକାକରଣ
ପିଲାମାନେ ତୃତୀୟ ଲହରରେ ଅଧିକ ପ୍ରଭାବିତ ହେବେ ବୋଲି କୁହାଯାଉଛି । (ଫଟୋ: ପି.ଟି.ଆଇ.)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କେନ୍ଦ୍ର ସରକାର କହିଛନ୍ତି ଯେ ୧୨ ବର୍ଷରୁ ୧୮ ବର୍ଷ ବୟସର ପିଲାମାନଙ୍କର ଟିକାକରଣ (vaccination for children) ଜୁଲାଇ ଶେଷ ବା ଅଗଷ୍ଟ ମାସରୁ ଆରମ୍ଭ ହୋଇପାରେ । ଟିକାକରଣ ଉପରେ ଗଠିତ ହୋଇଥିବା ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀର (NTAGI) କୋଭିଡ-୧୯ ୱାର୍କିଂ ଗୃପ୍ ମୁଖ୍ୟ ଡଃ ଏନ୍‌.କେ. ଅରୋଡ଼ା କହିଛନ୍ତି, ‘‘ଔଷଧ ନିର୍ମାତା କମ୍ପାନୀ ଜାଇଡସ୍ କାଡିଲାର ଆଣ୍ଟି-ନିରୋଧୀ ଟିକା ‘ଜାଇକୋଭ୍-ଡି’ର (ZyCoV-D) ପରୀକ୍ଷଣ ପ୍ରାୟ ପୂରା ହୋଇସାରିଲାଣି । ସମ୍ଭବତଃ ଜୁଲାଇ ଶେଷ କିମ୍ବା ଅଗଷ୍ଟ ମାସରେ ଆମେ ୧୨ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ଏହି ଟିକା ଦେବା ଆରମ୍ଭ କରିପାରିବା ।’’ ଏବେ କେବଳ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକାକରଣ କରାଯାଉଛି ।

ବରିଷ୍ଠ ସରକାରୀ ଅଧିକାରୀମାନଙ୍କ କହିବା ଅନୁସାରେ ଔଷଧ ନିର୍ମାତା କମ୍ପାନୀ ଜାଇଡସ୍ କାଡିଲା (Zydus Cadila) ଖୁବ୍‌ ଶୀଘ୍ର କୋଭିଡ୍‌-ନିରୋଧୀ ଟିକା ‘ଜାଇକୋଭ୍-ଡି’ର ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆଙ୍କ (ଡି.ସି.ଜି.ଆଇ., DCGI) ଅନୁମୋଦନ ପାଇଁ ଆବେଦନ କରିବ । ଏହି ଟିକାକୁ ଉଭୟ ବୟସ୍କ ଓ ପିଲାମାନଙ୍କୁ ଦିଆଯାଇପାରିବ ବୋଲି କମ୍ପାନୀ ଦାବି କରିଛି ।

ଏହା ବି ପଢ଼ନ୍ତୁ | କେନ୍ଦ୍ରାପଡ଼ାରେ ରାସ୍ତା କଡ଼ରେ ମହିଳାଙ୍କ ଗଳାକଟା ଶବ ତାପାଖରେ ରକ୍ତାକ୍ତ ଜୀବିତ ଶିଶୁ ପୁତ୍ର ମିଳିଲା

ଦିଲ୍ଲୀର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର (ଏମ୍ସ) ମୁଖ୍ୟ ଡକ୍ଟର ରଣଦୀପ୍‌ ଗୁଲେରିଆ କହିଛନ୍ତି ଯେ ପିଲାମାନଙ୍କ ପାଇଁ କୋଭିଡ-19 ଟିକା (COVID-19 vaccine) ଉପଲବ୍ଧ ହେବା ଏକ ମହତ୍ୱପୂର୍ଣ୍ଣ ସଫଳତା ହେବ ଏବଂ ଏହା ଦ୍ୱାରା ବିଦ୍ୟାଳୟ ଖୋଲିବା ଓ ପିଲାମାନଙ୍କ ବାହାରକୁ ଯିବା ଆସିବାର ବାଟ ଫିଟିବ। ସେ ଆହୁରି କହିଛନ୍ତି ଯେ ଦୁଇରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ ଭାରତ ବାୟୋଟେକ୍ (Bharat Biotech) ତିଆରି କରୁଥିବା ଅଲଗା କୋଭାକ୍ସିନ୍‌ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣର (vaccine trials) ତଥ୍ୟ ସେପ୍ଟେମ୍ବର୍‌ ସୁଦ୍ଧା ଆସିଯିବ ବୋଲି ଆଶା କରାଯାଉଛି ।

ଦିଲ୍ଲୀ ଏମ୍ସର ମୁଖ୍ୟ ଡକ୍ଟର ରଣଦୀପ୍ ଗୁଲେରିଆ


ଡଃ ଗୁଲେରିଆ କହିଛନ୍ତି ଯେ ଔଷଧ ନିୟାମକଙ୍କ ଅନୁମୋଦନ ମିଳିବା ପରେ ସେହି ଭାରତରେ ପିଲାମାନଙ୍କ ପାଇଁ ଟିକା ଉପଲବ୍ଧ କରାଯିବ । ସେ କହିଛନ୍ତି ଯେ ଯଦି ଏହା ପୂର୍ବରୁ ଫାଇଜର କମ୍ପାନୀର ଟିକା ଅନୁମୋଦନ ପାଏ, ତେବେ ତାହା ବି ପିଲାମାନଙ୍କ ପାଇଁ ବ୍ୟବହାର ହୋଇପାରେ ।

ଏହା ବି ପଢ଼ନ୍ତୁ | ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କର ସଡ଼କ ଦୁର୍ଘଟଣାରେ ପ୍ରାଣ ଗଲା; ଅଜଣା ଗାଡ଼ି ଧକ୍କା ଦେଲା

ଏବେ ଦେଶରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ କୋରୋନା ଟିକା ଦିଆଯାଉଛି । ତୃତୀୟ ଲହର ପୂର୍ବରୁ ସରକାର ଅଧିକରୁ ଅଧିକ ସଂଖ୍ୟାରେ ଲୋକଙ୍କୁ ଟିକା ଦେବାକୁ ଚାହାନ୍ତି, କିନ୍ତୁ ଟିକାର ଉପଲବ୍ଧତା ଉପରେ ଏହା ନିର୍ଭର କରୁଛି । ଜାଇଡସ୍‌ କାଡିଲାର ଟ୍ରାଏଲ୍‌ ଫଳାଫଳ ଠିକ୍‌ ଆସିଲେ, ଏହାକୁ ଶୀଘ୍ର ମଞ୍ଜୁରୀ ମିଳିଗଲେ ଏ ଟିକା ଯୋଗାଣ ନେଇ ଆଶ୍ବସ୍ତି ମିଳିବ ।

ଏହା ବି ପଢ଼ନ୍ତୁ | Murder for Rs 100 only: ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବ କୁଳପତିଙ୍କୁ ହତ୍ୟା କଲା ଜଣେ ମଦ୍ୟପ

ଏବେ ଭାରତରେ ତିନିଟି କରୋନା ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି – କୋଭିସିଲ୍ଡ, କୋଭାକ୍ସିନ୍‌ ଓ ସ୍ପୁଟନିକ୍‌-ଭି । ତୃତୀୟ ଲହରରେ ପିଲାଙ୍କ ଉପରେ କରୋନାର ଅଧିକ ପ୍ରଭାବ ଦେଖିବାକୁ ମିଳିପାରେ ବୋଲି କୁହାଯାଇଛି । ଏମିତିରେ ଅଗଷ୍ଟରେ ୧୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ ଜାଇଡସ୍‌ କାଡିଲାର କରୋନା ଟିକା ଦିଆଗଲେ ଆଶ୍ବସ୍ତି ମିଳିବ ।



ଜାଇଡସ୍‌ କାଡିଲାର ଏହି ଟିକା ବିଶ୍ବର ଅନ୍ୟ ଟିକାଠାରୁ ଅଲଗା । ଅଧିକାଂଶ ଟିକାର ଦୁଇଟି ଡୋଜ୍‌ ଦିଆଯାଉଥିବା ବେଳେ ଜାଇକୋଭ୍‌-ଡି ଟିକାର ତିନିଟି ଡୋଜ୍‌ ନେବାକୁ ହେବ ।
Published by: Anand ST Das
First published: June 27, 2021, 11:43 PM IST