ଏହି ମାସ ଆସିପାରେ କୋଭିଡର ତୃତୀୟ ଲହର, ହେଲେ ଓଡ଼ିଶା ପାଇଁ ସେତେ ଭୟ ନାହିଁ

ଓଡ଼ିଶାରେ ଆର୍ ଭ୍ୟାଲ୍ୟୁ ଅନ୍ୟ ରାଜ୍ୟ ତୁଳନାରେ ଭଲ ଅଛି । ଆର୍‌ ଭ୍ୟାଲ୍ୟୁ ହେଉଛି ନିର୍ଦ୍ଦିଷ୍ଟ ସମୟ ଭିତରେ ଜଣେ ସଂକ୍ରମିତ ବ୍ୟକ୍ତି ଅନ୍ୟକୁ ସଂକ୍ରମିତ କରିବାର କ୍ଷମତାର ଏକ ମାପ । ସଂକ୍ରମଣ ଚେନକୁ ନେଇ ଆର୍‌-ଭ୍ୟାଲ୍ୟୁର ଆକଳନ ହୋଇଥାଏ ।

ଓଡି଼ଶାରେ ଆର୍ ଭ୍ୟାଲ୍ୟୁ ଏ ପର୍ଯ୍ୟନ୍ତ ୧ ହୋଇନାହିଁ । (ପ୍ରତୀକାତ୍ମକ ଛବି)

ଓଡି଼ଶାରେ ଆର୍ ଭ୍ୟାଲ୍ୟୁ ଏ ପର୍ଯ୍ୟନ୍ତ ୧ ହୋଇନାହିଁ । (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ସଂକ୍ରମଣର ସମ୍ଭାବ୍ୟ ତୃତୀୟ ଲହର ଚଳିତ ମାସ ଆରମ୍ଭ ହୋଇପାରେ ଓ ଅକ୍ଟୋବରରେ ପିକ୍ ହୋଇପାରେ ବୋଲି ଦୁଇଟି ଆଇ.ଆଇ.ଟି. ଦୁଇ ଜଣ ପ୍ରଫେସରଙ୍କ ଗବେଷଣା-ପ୍ରସୂତ ରିପୋର୍ଟ ଆସିବା ପରେ ଓଡ଼ିଶାରେ ଚିନ୍ତା ସହ ଆଶ୍ୱସ୍ତିର ପରିବେଶ ରହିଛି ।

ତୃତୀୟ ଲହର ସମୟରେ ଦେଶରେ ପ୍ରତି ଦିନ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ପାଖାପାଖି ହୋଇପାରେ ଓ ସର୍ବାଧିକ ୧ ଲକ୍ଷ ୫୦ ହଜାର ହୋଇପାରେ ବୋଲି ନିଜ ରିପୋର୍ଟରେ କହିଛନ୍ତି ଆଇ.ଆଇ.ଟି. ହାଇଦ୍ରାବାଦର ପ୍ରଫେସର ମଥୁକୁମାଲି ବିଦ୍ୟାସାଗର ଓ ଆଇଆଇଟି କାନପୁରର ପ୍ରଫେସର ମନିନ୍ଦ୍ର ଅଗ୍ରୱାଲ । ଓଡ଼ିଶାରେ ଆର୍‌ ଭ୍ୟାଲ୍ୟୁ ଭଲ ସ୍ଥତିରେ ଅଛି ବୋଲି କହିଛନ୍ତି ଡି.ଏମ.ଇ.ଟି. ଡଃ ସି.ବି.କେ. ମହାନ୍ତି । ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି ଯେ ତୄତୀୟ ଲହରର ପିକ୍‌ ଅକ୍ଟୋବରରେ ଆସିପାରେ ।

ଏହା ବି ପଢ଼ନ୍ତୁ | Olympics: ହକି ମ୍ୟାଚ୍ ଖାଲି ପଞ୍ଜାବୀ ଖେଳାଳିମାନେ ଜିତାଇଲେ? ଓଡ଼ିଶା ଖେଳାଳି କଛି କରିନାହାନ୍ତି?

କେନ୍ଦ୍ର ସରକାରଙ୍କ କୋଭିଡ ଟାସ୍କ ଫୋର୍ସ କମିଟିର ସଦସ୍ୟ ଥିବା ପ୍ରଫେସର୍‌ ମନିନ୍ଦ୍ର ଅଗ୍ରୱାଲ ଗତ ମାସ କହିଥିଲେ ଯେ କୋଭିଡର ତୃତୀୟ ଲହର ଅକ୍ଚୋବର-ନଭେମ୍ୱରରେ ପିକରେ ପହଞ୍ଚିବ। ଦ୍ୱିତୀୟ ଲହର ଦେଶର ବିପର୍ଯ୍ୟୟ ସ୍ୱାସ୍ଥ୍ୟ ସେବାକୁ ଦର୍ଶାଇଥିଲା, ହେଲେ ତୃତୀୟ ଲହର ବେଳେ ଯଦି କୋଭିଡ ସେମିତି ମାରାତ୍ମକ ହେବ ତାହେଲେ ସ୍ୱାସ୍ଥ୍ୟା ସେବା ଆହୁରି ଖରାପ ହୋଇଯିବ ବୋଲି ସେ କହିଥିଲେ । କେତେକତ ବିଶେଷଜ୍ଞ କହିଛନ୍ତି ଯେ କେରଳ ଓ ମହାରାଷ୍ଟ୍ରରେ ଯେମିତି ଭାବରେ କୋଭିଡ୍ ସଂକ୍ରମଣ ବୃଦ୍ଧି ହେଉଛି ତାହା ତୃତୀୟ ଲହରର ଆରମ୍ଭର ଇଙ୍ଗିତ ଦେଉଛି ।

ଏହା ବି ପଢ଼ନ୍ତୁ | ଆସୁଛି ନାକରେ ନେବାକୁ ଥିବା କରୋନା ଟିକା; ସବୁଠୁ ଅଧିକ ପ୍ରଭାବଶାଳୀ ହେବ ନାଜାଲ୍ ଭ୍ୟାକ୍ସିନ୍

‘‘ଓଡ଼ିଶାରେ ଆର୍‌ ଭ୍ୟାଲ୍ୟୁ ଅନ୍ୟ ରାଜ୍ୟ ତୁଳନାରେ ଭଲ ଅଛି । ଆର ଭ୍ୟାଲ୍ୟୁ ୧ ଉପରେ ରହିଲେ ଅଧିକ ଲୋକଙ୍କୁ ସଂକ୍ରମିତ ହେବାର ସମ୍ଭାବନା ବଢ଼ିବ । କେତେକ ରାଜ୍ୟରେ ବର୍ତ୍ତମାନ ଆର୍‌ ଭ୍ୟାଲ୍ୟୁ ୧ ପାଖାପାଖି ପହଞ୍ଚି ସାରିଛି । ଓଡି଼ଶାରେ ଆର୍‌ ଭ୍ୟାଲ୍ୟୁ ଏ ପର୍ଯ୍ୟନ୍ତ ୧ ହୋଇନାହିଁ । ୧ ଉପରେ ରହିଲେ ସଂକ୍ରମଣ ବଢି଼ବ । ଆର ଭ୍ୟାଲ୍ୟୁ କମ୍ୟୁନିଟିରେ ପ୍ରତିଫଳିତ ହୋଇଥାଏ । ସେକଥା ବର୍ତ୍ତମାନ କହିବା କଷ୍ଟକର । ଚୀନରେ ପ୍ରଥମ ୱେଭରେ ଆର୍‌ ଭ୍ୟାଲ୍ୟୁ ୬ ଉପରେ ଥିଲା । କିନ୍ତୁ ଭାରତରେ ଦ୍ବିତୀୟ ୱେଭରେ ଏହା ଦେଖିବାକୁ ମିଳୁନି । ଏହାକୁ ନେଇ ବ୍ୟସ୍ତ ହେବାର କାରଣ ନାହିଁ,’’ କହିଛନ୍ତି ଡି.ଏମ.ଇ.ଟି. ଡଃ ସି.ବି.କେ. ମହାନ୍ତି ।

ଏହା ବି ପଢ଼ନ୍ତୁ | ଫଟୋସୁଟ୍ ନାଁରେ ମଡେଲ୍ଙ୍କ ନଗ୍ନ ଭିଡିଓ ବନାଇଲେ; କୋଲକାତାରେ ଅଭିନେତ୍ରୀ କ୍ୟାମେରାମ୍ୟାନ୍ଗିରଫ

ଆର୍‌ ଭ୍ୟାଲ୍ୟୁ ହେଉଛି ନିର୍ଦ୍ଦିଷ୍ଟ ସମୟ ଭିତରେ ଜଣେ ସଂକ୍ରମିତ ବ୍ୟକ୍ତି ଅନ୍ୟକୁ ସଂକ୍ରମିତ କରିବାର କ୍ଷମତାର ଏକ ମାପ । ସଂକ୍ରମଣ ଚେନକୁ ନେଇ ଆର୍‌-ଭ୍ୟାଲ୍ୟୁର ଆକଳନ କରିଥା’ନ୍ତି ବିଶେଷଜ୍ଞମାନେ । ଆର୍-ଭ୍ୟାଲୁ ୧ ଅର୍ଥାତ ଜଣେ ସଂକ୍ରମିତ କେବଳ ଅନ୍ଯ ଜଣେ ବ୍ୟକ୍ତିକୁ ସଂକ୍ରମିତ କରିପାରିବ। ଆର୍-ଭ୍ୟାଲୁ ୧୦ ଅର୍ଥାତ ୧୦ ଜଣ ସଂକ୍ରମିତ ଅନ୍ୟ ୧୦ ଜଣଙ୍କୁ ସଂକ୍ରମିତ କରିପାରିବ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଝାଡ଼ଖଣ୍ଡରେ ପ୍ରାତଃ ଭ୍ରମଣ କରୁଥିବା ବେଳେ ଜଜ୍ଙ୍କୁ ଅଟୋରେ ଧକ୍କା ମାରି ହତ୍ୟା କରାଗଲା

‘‘ଏହି ମାସ ଶେଷ ବେଳକୁ ଆସିପାରେ କୋଭିଡର ତୃତୀୟ ଲହର । ଆମ ଦେଶରେ ଏବେ ଆର୍‌ ଭ୍ୟାଲ୍ୟୁ ବଢି଼ଯାଇଛି । ଏବେ ୧ ପ୍ରତିଶତ ଉପରେ ଆର୍‌ ‌ଭ୍ୟାଲ୍ୟୁ ରହୁଛି । ଏହାର ପ୍ରଭାବରେ ସଂକ୍ରମଣ ବଢି଼ବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଏପରି ସ୍ଥିତିକୁ ଆକଳନ କରିବା ପରେ ବିଭିନ୍ନ ଷ୍ଟଡି ଓ ମଡେଲ୍‌ କହୁଛି ଯେ ଏହି ମାସ ଶେଷ ବେଳକୁ ଦେଶରେ ତୃତୀୟ ଲହର ଆସିବ ଓ ଅକ୍ଟୋବରରେ ପିକ୍‌ ନେବ । ମାତ୍ର ଏହାର ପ୍ରଭାବ ଦ୍ୱିତୀୟ ଲହର ଠୁ କମ୍‌ ରହିବ । ଯେହେତୁ ଏ ପର୍ଯ୍ୟନ୍ତ କରୋନା ଭାଇରସର କୌଣସି ନୂଆ ଭ୍ୟାରିଆଣ୍ଟ ଦେଖା ଯାଇନି, ଡେଲଟା ଭ୍ୟାରିଆଣ୍ଟ୍‌ ହିଁ ଚାଲୁ ରହିବ ଓ ଦ୍ୱିତୀୟ ଲହର ସମ୍ପ୍ରସାରିତ ହେବ । ତେଣୁ ତୃତୀୟ ଲହର ଯଦି ଆସିବ ଏହାର ପ୍ରଭାବ କମ୍‌ ରହିବ,’’ କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନୋରା ଫତେହି ନାଲି ରଙ୍ଗର ଡ୍ରେସ୍ ପିନ୍ଧି ଫଟୋ ଉଠାଇଲେ; ଫ୍ୟାନ୍‌ମାନେ କହିଲେ ‘ଓଃ… ଓଃ…‘

ସେ ଆହୁରି କହିଛନ୍ତି ଯେ ତୃତୀୟ ଲହର ସମୟରେ ଓଡ଼ିଶାରେ ଦ୍ୱିତୀୟ ଲହର ଭଳି ୧୦,୦୦୦ ଉପରେ ସଂକ୍ରମିତ ଚିହ୍ନଟ ହେବେ ନାହିଁ । ‘‘ସମ୍ଭାବ୍ୟ ତୃତୀୟ ଲହରରେ ଓଡ଼ିଶାରେ ୫,୦୦୦ ହଜାର ତଳେ ହିଁ ରହିବ ସଂକ୍ରମିତଙ୍କ ସଂଖ୍ୟା । କାରଣ ଆମର ଆର୍‌ ଭ୍ୟାଲୁ ବହୁତ କମ୍‌ ରହିଛି । ଏହା ଆମ ସମସ୍ତଙ୍କ ପାଇଁ ଭଲ ଖବର,’’ କହିଛନ୍ତି ଡଃ ମିଶ୍ର ।



ଦୁଇ ଦିନ ତଳେ ଦେଶରେ ଯେଉଁ ୧୦ଟି ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଅଧିକ ଖରାପ ରହିଥିଲା ତାହାର ସମୀକ୍ଷା କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ହୋଇଥିଲା। ସେହି ରାଜ୍ୟଗୁଡି଼କ ହେଲା ଓଡି଼ଶା, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲ ନାଡୁ, କେରଳ, ଆସାମ, ମିଜୋରାମ, ମେଘାଳୟ, ଆନ୍ଧ୍ର ପ୍ରଦେଶ ଓ ମଣିପୁର । ଏ ସବୁ ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ଏବଂ ସ୍ଥିତିକୁ ତଦାରଖ କରିବା ପାଇଁ ସମ୍ପୃକ୍ତ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେବା ଦରକାର ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଥିଲେ ।
Published by:Anand S.T. Das
First published: